ସେୟାର
 
Comments

“ଭାରତ-ରୁଷିଆ: ପରିବର୍ତ୍ତିତ ବିଶ୍ୱରେ ଏକ ସ୍ଥାୟୀ ସହଭାଗୀତା”

1. ଭାରତ ପ୍ରଜାତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷିଆ ମହାସଂଘର ମହାମହିମ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ 2018 ଅକ୍ଟୋବର 4-5 ତାରିଖରେ ବାର୍ଷିକ ଦ୍ୱିପାକ୍ଷିକ ଶିଖର ବୈଠକର ଉନବିଂଶ ସଂସ୍କରଣରେ ନୂଆଦିଲ୍ଲୀଠାରେ ପରସ୍ପରକୁ ସାକ୍ଷାତ କରିଥିଲେ । ଭାରତ- ରୁଷିଆ ସହଯୋଗର ଦୃଢ଼ ଭିତ୍ତି 1971 ମସିହାରେ ଭାରତ ଓ ସୋଭିଏତ ସଂଘ ମଧ୍ୟରେ ସ୍ୱାକ୍ଷରିତ ଶାନ୍ତି,ବନ୍ଧୁତା ଓ ସହଯୋଗ ଚୁକ୍ତି, 1993 ମସିହାରେ ଭାରତ ଓ ରୁଷ ସଂଘ ମଧ୍ୟରେ ସ୍ୱାକ୍ଷରିତ ବନ୍ଧୁତା ଓ ସହଯୋଗ ଚୁକ୍ତି, 2000 ମସିହାରେ ଭାରତ ଓ ରୁଷ ସଂଘ ମଧ୍ୟରେ ସ୍ୱାକ୍ଷରିତ ଷ୍ଟ୍ରାଟେଜିକ ସହଭାଗିତା ଚୁକ୍ତିନାମା, ଏବଂ 2010 ମସିହାରେ ସ୍ୱତନ୍ତ୍ର ଓ ଅଗ୍ରାଧିକାର ଭିତ୍ତିକ ଷ୍ଟ୍ରାଟେଜିକ ସହଭାଗିତା ମିଳିତ ଘୋଷଣାନାମା ଉପରେ ପର୍ଯ୍ୟବସିତ । ଭାରତ ଓ ରୁଷିଆ ମଧ୍ୟରେ ସହଯୋଗିତା ବ୍ୟାପକ କ୍ଷେତ୍ରକୁ ପ୍ରସାରିତ ଏବଂ ଏହା ରାଜନୈତିକ ଓ ଷ୍ଟ୍ରାଟେଜିକ ସହଯୋଗ, ସାମରିକ ଓ ନିରାପତ୍ତା ସହଯୋଗ , ଆର୍ଥିକ, ଶକ୍ତି, ଶିଳ୍ପ, ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ସାଂସ୍କୃତିକ ଓ ମାନବୀୟ ସହଯୋଗ ଉପରେ ଆଧାରିତ ।

2. ଭାରତ ଏବଂ ରୁଷିଆ 2018 ମସିହା ମେ 21 ତାରିଖ ଦିନ ସୋଚିଠାରେ ଅନୁଷ୍ଠିତ ଅଣଆନୁଷ୍ଠାନିକ ଶିଖର ବୈଠକ ବେଳେ ସାମ୍ପ୍ରତିକ ଆବଶ୍ୟକତା ଏବଂ ଗୁରୁତ୍ୱ ସଂପର୍କରେ ବିଚାର ଆଲୋଚନା କରି ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ସହଯୋଗ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଥିଲେ । ଏହି ବୈଠକ ଅନ୍ତରାଷ୍ଟ୍ରୀୟ କୂଟନୀତିରେ ଏକ ବିଶେଷ ବୈଠକ ଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରସ୍ପର ଉପରେ ଗଭୀର ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଉଭୟ ପକ୍ଷଙ୍କ ମଧ୍ୟରେ ନିୟମିତ ସଂପର୍କ ରକ୍ଷା ଏବଂ ବାରମ୍ବାର ବିଚାର ଆଲୋଚନା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ତଥା ସକଳ ପ୍ରକାର ପ୍ରମୁଖ ପ୍ରସଙ୍ଗ ଉପରେ ପାରସ୍ପରିକ ସମନ୍ୱୟ ରକ୍ଷା ଏବଂ ସହମତ ପ୍ରକଟ ପାଇଁ ରାଜି ହୋଇଥିଲେ । ଏକ ବହୁ-ଧ୍ରୁବୀୟ ବିଶ୍ୱ ଶୃଙ୍ଖଳା ଗଠନ ସକାଶେ ଭାରତ ଓ ରୁଷିଆ ମଧ୍ୟରେ ଭାବ ବିନିମୟ ଓ ସହଯୋଗର ଭୂମିକା ସୋଚି ଶିଖର ବୈଠକ କାଳରେ ପ୍ରଦର୍ଶିତ ହୋଇଥିଲା । ଉଭୟ ପକ୍ଷ ପରସ୍ପର ମଧ୍ୟରେ ଏଭଳି ଅଣଆନୁଷ୍ଠାନିକ ବାର୍ତ୍ତାଳାପ ପରମ୍ପରାକୁ ଜାରି ରଖିବା ଏବଂ ନିୟମିତ ଭିତିରେ ସବୁ ସ୍ତରରେ ଷ୍ଟ୍ରାଟେଜିକ ଯୋଗାଯୋଗ ଜାରି ରଖିବା ସକାଶେ ସହମତ ହୋଇଥିଲେ ।

3. ଭାରତ ଏବଂ ରୁଷିଆ ମଧ୍ୟରେ ସ୍ୱତନ୍ତ୍ର ଓ ଅଗ୍ରାଧିକାରଭିତିକ ଷ୍ଟ୍ରଟେଜିକ ସହଭାଗିତା ପ୍ରତି ଉଭୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସେମାନେ ଘୋଷଣା କରିଥିଲେ ଯେ ଏହି ସଂପର୍କ ବିଶ୍ୱ ଶାନ୍ତି ଓ ସ୍ଥିରତା ରକ୍ଷା ସକାଶେ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଦୁଇ ପ୍ରମୁଖ ଶକ୍ତି ଭାବେ ବିଶ୍ୱ ଶାନ୍ତି ଓ ସ୍ଥିରତା ରକ୍ଷା ଦିଗରେ ପରସ୍ପରର ଭୂମିକାକୁ ପ୍ରଶଂସା କରିଥିଲେ ।

4. ଉଭୟ ପକ୍ଷ ରାଜି ହୋଇଥିଲେ ଯେ ସେମାନଙ୍କର ସଂପର୍କ ଏବେ ପରିପକ୍ୱ ଏବଂ ସେମାନେ ସ୍ଥିର ନିଶ୍ଚିତ ଯେ ଏହା ସମସ୍ତ କ୍ଷେତ୍ରକୁ ବ୍ୟାପ୍ତ । ପୁଣି ଗଭୀର ଆସ୍ଥା, ପାରସ୍ପରିକ ସମ୍ମାନବୋଧ ଓ ପରସ୍ପରର ସ୍ଥିତିକୁ ଉଭୟ ପକ୍ଷ ଉତ୍ତମ ରୂପେ ହୃଦୟଙ୍ଗମ କରନ୍ତି । ସେମାନେ ପ୍ରତିବଦ୍ଧତା ପ୍ରକଟ କରିଥିଲେ ଯେ ବିବିଧ ସାଂସ୍କୃତିକ,ନାନାଭାଷିକ ଓ ବହୁଧର୍ମୀୟ ସମାଜ ହୋଇଥିବାରୁ , ଭାରତ ଓ ରୁଷିଆ ସେମାନଙ୍କର ସଭ୍ୟତାଗତ ପ୍ରଜ୍ଞାକୁ ବର୍ତ୍ତମାନ ସମୟର ସମସ୍ୟାମାନଙ୍କ ମୁକାବିଲା କରିବା ସକାଶେ ଉପଯୋଗ କରିବେ, ସେମାନେ ଏକ ଆନ୍ତଃସଂଯୋଗୀ ଓ ବିବିଧ ବିଶ୍ୱ ସୃଷ୍ଟି ଦିଗରେ ସେମାନଙ୍କ ଦାୟିତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।

5. ବିଶ୍ୱରେ ଉତ୍ପନ୍ନ ଉତ୍ତେଜନା ହ୍ରାସ ସକାଶେ ସମସ୍ତ ରାଷ୍ଟ୍ରଙ୍କୁ ଏକତ୍ର ମିଶି କାର୍ଯ୍ୟ କରିବା ସକାଶେ ଉଭୟ ପକ୍ଷ ଆହ୍ୱାନ ଜଣାଇଥିଲେ । ପୁଣି ସହନଶୀଳତା, ସହଯୋଗ, ସ୍ୱଚ୍ଛ ତଥା ମୁକ୍ତ ଏକ ଆନ୍ତ-ରାଷ୍ଟ୍ରୀୟ ସଂପର୍କର ଆଦର୍ଶ ଦିଗରେ କାର୍ଯ୍ୟ କରିବା ପାଇଁ ସେମାନେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ସେମାନେ ଗୁରୁତ୍ୱ ଆରୋପ କରିଥିଲେ ଯେ ବିଶ୍ୱର ଅଧିକାଂଶ ଭାଗରେ ଦ୍ରୁତ ଓ ପର୍ଯ୍ୟାବରଣ ଅନୁକୂଳ ପୋଷଣୀୟ ଆର୍ଥିକ ବିକାଶ, ଦାରିଦ୍ର୍ୟ ଦୂରୀକରଣ, ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଓ ଭିତରେ ଥିବା ଅସମାନତା ହ୍ରାସ ଏବଂ ସମସ୍ତଙ୍କୁ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ପ୍ରାଥମିକ ଚାଲେଞ୍ଜମାନ ରହିଛି । ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ଓ ରୁଷିଆ ପରସ୍ପରକୁ ସହଯୋଗ କରିବେ ବୋଲି ପ୍ରତିବଦ୍ଧତା ପ୍ରକଟ କରିଥିଲେ ।

6. ଉଭୟ ପକ୍ଷ ସନ୍ତୁଷ୍ଟିର ସହ ଉଲ୍ଲେଖ କରିଥିଲେ ଯେ ସମସ୍ତ କ୍ଷେତ୍ରରେ ଉଭୟଙ୍କ ମଧ୍ୟରେ ସଂପର୍କକୁ ନିବିଡ଼ କରାଯାଇଛି ଓ ଏବେସୁଦ୍ଧା ଉଭୟ ପକ୍ଷଙ୍କ ମଧ୍ୟରେ 50ରୁ ଉର୍ଦ୍ଧ୍ଵ ମନ୍ତ୍ରିସ୍ତରୀୟ ଗସ୍ତ ସଂପୂର୍ଣ୍ଣ ହୋଇଛି । ଏହା ସେମାନଙ୍କ ସଂପର୍କକୁ ଅଧିକ ନିବିଡ଼ତା ପ୍ରଦାନ କରିଛି । 2017-18 ବର୍ଷରେ ବୈଦେଶିକ କାର୍ଯ୍ୟାଳୟ ସ୍ତରୀୟ ପରାମର୍ଶ ପ୍ରେଟୋକଲର ସଫଳ ପ୍ରବର୍ତ୍ତନ ପରେ, ଉଭୟ ପକ୍ଷ ଏହାକୁ ଅଧିକ ପାଂଚବର୍ଷ (2019 -2023) ପର୍ଯ୍ୟନ୍ତ ବୃଦ୍ଧି କରିବା ସକାଶେ ରାଜି ହୋଇଛନ୍ତି ଏବଂ ସେଥିପାଇଁ ପ୍ରୋଟୋକଲ ସ୍ୱାକ୍ଷରିତ ହୋଇଛି । ଏକାଟେରିନବର୍ଗ ଓ ଆଷ୍ଟ୍ରାଖାନ ଠାରେ ଭାରତର ଅବୈତନିକ ବାଣିଜ୍ୟ ଦୂତଙ୍କ ଅବସ୍ଥାପନକୁ ରୁଷିଆ ସ୍ୱାଗତ କରିଛି ଯାହାକି ଲୋକ ଲୋକ ମଧ୍ୟରେ ଏବଂ ଉଭୟ ରାଷ୍ଟ୍ରର ବିଭିନ୍ନ କ୍ଷେତ୍ରରେ ଘନିଷ୍ଠ ସଂପର୍କ ବୃଦ୍ଧିକୁ ନିବିଡ଼ କରିବ ।

7. ନିଜ ନିଜର କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କ ମଧ୍ୟରେ 2017 ମସିହା ନଭେମ୍ବର ମାସରେ ସ୍ୱାକ୍ଷରିତ ରାଜିନାମାକୁ ଉଭୟ ପକ୍ଷ ସ୍ୱାତ କରିଛନ୍ତି । ଏହି ସହଯୋଗ ଆଭ୍ୟନ୍ତରୀଣ ନିରାପତ୍ତା, ମାଦକଦ୍ରବ୍ୟର ଚୋରା ଚାଲାଣ ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ଉଦ୍ଦିଷ୍ଟ ଏବଂ ସେଥିରେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟଙ୍କ ନାର୍କୋଟିକ୍ସ ନିୟନ୍ତ୍ରଣ ବୋର୍ଡ଼ ଏବଂ ରୁଷ ଫେଡ଼େରେସନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ 2018-2020 ପର୍ଯ୍ୟନ୍ତ ପାରସ୍ପରିକ ସହଯୋଗ ସହ କାର୍ଯ୍ୟ କରିବାକୁ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରୁଷିଆର ବିଶେଷ ଜ୍ଞାନକୁ ଭାରତୀୟ ପକ୍ଷ ସ୍ୱୀକାର ପୂର୍ବକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗର କ୍ଷେତ୍ରର ସନ୍ଧାନ ପାଇଁ ସହମତ ହୋଇଛନ୍ତି । ତାହା ଟ୍ରେନରମାନଙ୍କୁ ତାଲିମ ପ୍ରଦାନ ଏବଂ ଆପାତକାଳୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଢ଼ାଂଚା ବିକାଶ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବ ।

8. ଭାରତ ଓ ରୁଷିଆ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନର 70ତମ ବାର୍ଷିକୀର ସଫଳ ଉଦଯାପନରେ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ଉତ୍ସବ ପ୍ରତି ଉଭୟ ରାଷ୍ଟ୍ରରେ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଥିଲା ଏବଂ ଏହା ଦୁଇ ଦେଶର ଲୋକଙ୍କ ମଧ୍ୟରେ ଥିବା ସଂପର୍କକୁ ଅଧିକ ମଜଭୁତ କରିଛି । 2017ରେ ସ୍ୱାକ୍ଷରିତ ଚୁକ୍ତିନାମା ଅନୁସାରେ 2017- 2019 ମଧ୍ୟରେ ଉଭୟ ପକ୍ଷଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦାନ ପ୍ରଦାନର ସଫଳ ପ୍ରବର୍ତ୍ତନରେ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନେ ଭାରତରେ ବାର୍ଷିକ ରୁଷ ଉତ୍ସବର ଆୟୋଜନ ଏବଂ ରୁଷିଆରେ ଭାରତ ଉତ୍ସବ ଅନୁଷ୍ଠିତ ହେବାକୁ ସ୍ୱାଗତ କରିଛନ୍ତି ଏବଂ ଏବେ ଜାରି ରହିଥିବା ଯୁବ, ଓ ଲେଖକ ଆଦାନପ୍ରଦାନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ପୁନଶ୍ଚ ପାରସ୍ପରିକ ଜାତୀୟ ଫିଲ୍ମ ଉତ୍ସବକୁ ପାରସ୍ପରିକ ସମର୍ଥନ ଜଣାଇବାକୁ ସହମତ ହୋଇଛନ୍ତି । ଉଭୟ ପକ୍ଷ ଗତ ଦୁଇ ବର୍ଷ ଭିତରେ ପ୍ରତିପକ୍ଷ ରାଷ୍ଟ୍ରକୁ ବିପୁଳ ସଂଖ୍ୟକ ପର୍ଯ୍ୟଟକଙ୍କ ଗସ୍ତରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ସକାରାତ୍ମକ ଧାରା ଆଗକୁ ଜାରି ରହିବା ପାଇଁ ସେମାନେ ଆଶା ପ୍ରକଟ କରିଛନ୍ତି । 2018 ଫିଫା ବିଶ୍ୱ କପର ସଫଳ ଆୟୋଜନ ସକାଶେ ଭାରତ ରୁଷିଆକୁ ଅଭିନନ୍ଦନ ଜଣାଇଛି । ରୁଷ ବିଜ୍ଞାନ ଏକାଡ଼େମୀର ପ୍ରାଚ୍ୟବିଦ୍ୟା ଅଧ୍ୟୟନ ପ୍ରତିଷ୍ଠାନ ଭାରତ- ରୁଷିଆ ସଂପର୍କକୁ ଅନେକ ଦଶନ୍ଧି ଧରି ଆଗକୁ ଆଗେଇ ନେବାରେ ବିଶେଷ ସହଯୋଗର ଭୂମିକା ଗ୍ରହଣ କରିଥିବାରୁ ଉଭୟ ପକ୍ଷ ଏହାକୁ ପ୍ରଶଂସା କରିଥିଲେ । ଏହି ପ୍ରତିଷ୍ଠାନ ସ୍ଥାପନର 200 ବର୍ଷ ସଫଳ ପୂର୍ତ୍ତିରେ ଭାରତ ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

ଅର୍ଥବ୍ୟବସ୍ଥା

9. ଉଭୟ ପକ୍ଷ 23ତମ ବୈଠକର ଫଳାଫଳକୁ ସ୍ୱାଗତ କରିଥିଲେ । ବାଣିଜ୍ୟ, ଅର୍ଥବ୍ୟବସ୍ଥା , ବିଜ୍ଞାନ, ପ୍ରଯୁକ୍ତି ଏବଂ ସାଂସ୍କୃତିକ ସଂପର୍କ ପ୍ରସଙ୍ଗରେ 2018 ମସିହା ସେପ୍ଟେମ୍ବର 14 ତାରିଖ ଦିନ ମସ୍କୋଠାରେ ଅନୁଷ୍ଠିତ ଭାରତ- ରୁଷିଆ ଆନ୍ତଃସରକାରୀ କମିଶନର ଏହି ବୈଠକରେ ରୁଷ ଗଣରାଜ୍ୟର ଉପ ପ୍ରଧାନମନ୍ତ୍ରୀ ୟୁରି ଆଇ ବୋରିସୋଭ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ ସହ ଅଧ୍ୟକ୍ଷତା କରିଥିଲେ ।

10. ଦ୍ୱିପାକ୍ଷିକ ନିବେଶର ପରିମାଣକୁ 2025 ମସିହା ସୁଦ୍ଧା 30 ବିଲିୟନ ଡ଼ଲାରରେ ପହଞ୍ଚାଇବା ସକାଶେ ଧାର୍ଯ୍ୟ ଲକ୍ଷ୍ୟ ହାସଲର ପ୍ରଗତି ସଂପର୍କରେ ଉଭୟ ପକ୍ଷ ସମୀକ୍ଷା କରିବା ସହ ଏହାର ପ୍ରଗତିରେ ଦୁଇ ରାଷ୍ଟ୍ର ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନେ ଉଲ୍ଲେଖ କରିଛନ୍ତି ଯେ 2017 ମସିହାରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରରେ 20%ରୁ ଅଧିକ ବୃଦ୍ଧି ଘଟିଥିଲା ଏବଂ ଏହାକୁ ଅଧିକ ବ୍ୟାପକ କରି ଏହି ମାତ୍ରା ଆହୁରି ବଢ଼ାଇବା ସକାଶେ ଉଭୟ ପକ୍ଷ ସହମତ ହୋଇଛନ୍ତି । ଉଭୟ ପକ୍ଷ ରାଷ୍ଟ୍ରୀୟ ମୁଦ୍ରାରେ ଦ୍ୱିପାକ୍ଷିକ ବ୍ୟାପାର କୁ ପ୍ରୋତ୍ସାହିତ କରିବା ସକାଶେ ସମର୍ଥନ ବ୍ୟକ୍ତ କରିଛନ୍ତି ।

11. ଉଭୟ ପକ୍ଷ ସୂଚୀତ କରିଛନ୍ତି ଯେ ଭାରତର ନୀତି ଆୟୋଗ ଏବଂ ରୁଷ ସଂଘର ଆର୍ଥିକ ବିକାଶ ମନ୍ତ୍ରଣାଳୟ ମଧ୍ୟରେ ରଣନୀତିକ ଆର୍ଥିକ ସୂଚନାର ପ୍ରଥମ ବୈଠକ ରୁଷିଆରେ 2018 ଶେଷ ସୁଦ୍ଧା ଅନୁଷ୍ଠିତ ହେବ ।

12. ଉଭୟ ପକ୍ଷ ଆଉ ଗୋଟିଏ ୟୁରେସୀୟ ଆର୍ଥିକ ସଂଘ ତଥା ଏହାର ସଦସ୍ୟ ରାଷ୍ଟଗଣ ଏବଂ ଅପର ପକ୍ଷରେ ଭାରତ ସହ ବିଚାର ବିମର୍ଶ ଆରମ୍ଭ ପ୍ରକ୍ରିୟାକୁ ସ୍ୱାଗତ କରିଛନ୍ତି । ଏହି ବାର୍ତ୍ତା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସକାଶେ ନିଜର ସମର୍ଥନ ଜଣାଇଛନ୍ତି ।

13. ଉଭୟ ପକ୍ଷ ବ୍ୟାପାର ଏବଂ ଆର୍ଥିକ ସମ୍ବନ୍ଧୀୟ ତଥା ନିବେଶ ସହଯୋଗର ବିକାଶ ପାଇଁ ସଂଯୁକ୍ତ କାର୍ଯ୍ୟ ରଣନୀତି ସୃଷ୍ଟି କରିବା ସଂପର୍କରେ ସଂଯୁକ୍ତ ଅଧ୍ୟୟନକୁ ପ୍ରଶଂସା କରିଛନ୍ତି । ଉଭୟ ପକ୍ଷ ସହମତି ବ୍ୟକ୍ତ କରିଛନ୍ତି ଯେ ଏହାକୁ ଆଗକୁ ଆଗେଇ ନିଆଯିବା ଆବଶ୍ୟକ । ଉଭୟ ପକ୍ଷ ଏହି ପରିପ୍ରେକ୍ଷୀରେ ଭାରତୀୟ ବିଦେଶ ବ୍ୟାପାର ସଂସ୍ଥାନ ଏବଂ ଅଖିଳ ରୁଷ ବିଦେଶ ବ୍ୟାପାର ଏକାଡ଼େମୀକୁ ଚୟନ କରିଛନ୍ତି ।

14. ଉଭୟ ପକ୍ଷ ଭାରତରେ ରୁଷ ନିବେଶକମାନଙ୍କ ସୁବିଧା ପାଇଁ “ଇନଭେଷ୍ଟ ଇଣ୍ଡିଆ” ଦ୍ୱାରା ସଂପାଦନ କରାଯାଉଥିବା କାର୍ଯ୍ୟାବଳୀ ଏବଂ ରୁଷିଆରେ ଭାରତୀୟ କମ୍ପାନୀମାନଙ୍କ ସଂଚାଳନ ସୁବିଧା ଯୋଗାଇ ଦେବାଲାଗି ରୁଷ ସଂଘର ଆର୍ଥିକ ବିକାଶ ମନ୍ତ୍ରଣାଳୟ ଦ୍ୱାର ଆରମ୍ଭ କରାଯିବାକୁ ଥିବା “ସିଙ୍ଗଲ ୱିଣ୍ଡୋ ସେବା”ର ଭୂୟସୀ ପ୍ରଶଂସା କରିଛନ୍ତି ।

15. ଉଭୟ ପକ୍ଷ ନୂଆଦିଲ୍ଲୀ ଠାରେ 2018 ଅକ୍ଟୋବର 4 – 5 ତାରିଖ ଦିନ ଆୟୋଜନ କରିଥିବା ଭାରତ- ରୁଷ ବ୍ୟାପାର ଶିଖର ବୈଠକ ଡ଼କାଯାଇଥିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଏହି ବୈଠକରେ ଉଭୟ ପକ୍ଷଙ୍କ ବହୁ ବ୍ୟାପାର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ଉପସ୍ଥିତି ଦ୍ୱିପାକ୍ଷିକ ସହଯୋଗକୁ ମହତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପ୍ରଦାନ କରିଛି । ଏହା ମାଧ୍ୟମରେ ଏହି କଥାକୁ ମଜଭୁତ ସଂକେତ ମିଳିଛି ଯେ ଉଭୟ ରାଷ୍ଟ୍ରର ବ୍ୟାପାର କ୍ଷେତ୍ରରେ ଆର୍ଥିକ, ବ୍ୟାପାରିକ ଏବଂ ନିବେଶ ଭାଗୀଦାରୀକୁ ବୃଦ୍ଧି କରିବା ଲାଗି ପର୍ଯ୍ୟାପ୍ତ କ୍ଷମତା ଏବଂ ଇଚ୍ଛା ମହଜୁଦ ରହିଛି ।

16. ଉଭୟ ପକ୍ଷ ଖଣି ଖନନ, ଧାତୁକର୍ମ, ବିଜୁଳି, ତୈଳ ଏବଂ ବାଷ୍ପ, ଫାର୍ମା/ଔଷଧ, ସୂଚନା ପ୍ରାଦ୍ୟୋଗିକୀ, ରସାୟନ, ସଂରଚନା, ଅଟୋମୋବାଇଲ, ବିମାନସେବା, ଅନ୍ତରୀକ୍ଷ ଏବଂ ପୋତ ନିର୍ମାଣ ତଥା ବିଭିନ୍ନ ଉପକରଣମାନଙ୍କ ନିର୍ମାଣ କ୍ଷେତ୍ରକୁ ପ୍ରାଥମିକତା ଆଧାରରେ ନିବେଶ ପରିଯୋଜନାମାନଙ୍କର କାର୍ଯ୍ୟାନ୍ୱୟନ ପ୍ରଗତିର ସମୀକ୍ଷ କରିଛନ୍ତି । ଉଭୟ ପକ୍ଷ ରୁଷର ଅତ୍ୟାଧୁନିକ ଫାର୍ମା କମ୍ପାନୀ ଦ୍ୱାରା ଔଷଧ ସଂଯନ୍ତ୍ର ଲଗାଇବାକୁ ସ୍ୱାଗତ କରିଛନ୍ତି । ଭାରତୀୟ ପକ୍ଷ ରୁଷ ଠାରୁ ସାର ଆମଦାନି ବୃଦ୍ଧି ପାଇଁ ଇଚ୍ଛା ପ୍ରକଟ କରିଛନ୍ତି । ସେହିଭଳି ଉଭୟ ପକ୍ଷ ଆଲୁମିନିୟମ କ୍ଷେତ୍ରରେ ସହଯୋଗ ବୃଦ୍ଧିର ମହତ୍ୱକୁ ରେଖାଙ୍କିତ କରିଛନ୍ତି ।

17. ଭାରତର ଜାତୀୟ ଲଘୁ ଶିଳ୍ପ ନିଗମ ଏବଂ ରୁଷିଆର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନିଗମ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି ।

18. ଉଭୟ ପକ୍ଷ ଏହି କଥା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଯେ ଭିତ୍ତିଭୂମି ବିକାଶ ଉଭୟ ରାଷ୍ଟ୍ରଙ୍କ ସକାଶେ ଜାତୀୟ ଅଗ୍ରାଧିକାର ବହନ କରେ । ତେଣୁ ଏହି କ୍ଷେତ୍ରରେ ଉଭୟ ପକ୍ଷଙ୍କ ମଧ୍ୟରେ ସହଯୋଗର ଅପାର କ୍ଷମତା ମହଜୁଦ ରହିଛି । ଭାରତ ପକ୍ଷରୁ ଭାରତରେ ଶିଳ୍ପ କରିଡ଼ର ସ୍ଥାପନ ସକାଶେ ରୁଷିଆର କମ୍ପାନୀମାନଙ୍କ ଆମନ୍ତ୍ରଣ କରାଯାଇଛି ଯାହାକି ସଡ଼କ ନିର୍ମାଣ ଏବଂ ରେଳ ଭିତ୍ତିଭୂମି, ସ୍ମାର୍ଟ ସିଟି ,ୱାଗନ ନିର୍ମାଣ ଓ ଯୁଗ୍ମ ପରିବହନ ଲଜିଷ୍ଟିକ୍ସ କମ୍ପାନୀ ସୃଷ୍ଟି କ୍ଷେତ୍ରରେ କରାଯାଇପାରିବ ।

ଉପର ଲିଖିତ ଔଦ୍ୟୋଗିକ କରିଡ଼ରର ରୂପରେଖାକୁ ସାମିଲ କରି ଭାରତରେ ସୁଯୁକ୍ତ ପରିଯୋଜନାମାନଙ୍କୁ ଧ୍ୟାନରେ ରଖି ଉପଗ୍ରହ ଆଧାରିତ ପ୍ରାଦ୍ୟୋଗୀକତା ସହାୟତାରେ କର ସଂଗ୍ରହ ଭିତ୍ତିକ ବିଶେଷଜ୍ଞତା ସଂପର୍କରେ ଆଲୋଚନା କରାଯାଇଛି ।

ରୁଷିଆ ପକ୍ଷରୁ ଏଥି ପ୍ରସଙ୍ଗରେ ଆଗ୍ରହ ପ୍ରକାଶ ପାଇଛି ଯେ ଭାରତର ରେଳ ମନ୍ତ୍ରଣାଳୟ ଯେତେବେଳେ ରେଳଗାଡ଼ିମାନଙ୍କ ଗତି ବୃଦ୍ଧିଜନିତ ପରିଯୋଜନା ସଂପର୍କରେ ସିଦ୍ଧାନ୍ତ ଗ୍ରହଣ କରିବେ, ସେତେବେଳେ ରୁଷ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗୀତାମୂଳକ ନିଲାମୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକଟ କରିବ ।

ଉଭୟ ପକ୍ଷ ଅନ୍ତରାଷ୍ଟ୍ରୀୟ ଯାତାୟାତ କରିଡ଼ରକୁ କାର୍ଯ୍ୟାନ୍ୱୟନ ସକାଶେ ପରିବହନ ଶିକ୍ଷା, କାର୍ମିକ ତାଲିମ ଏବଂ ବୈଜ୍ଞାନିକ ସହଯୋଗର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଉଦ୍ଦେଶ୍ୟରେ ଉଭୟ ପକ୍ଷ ଜାତୀୟ ରେଳ ଏବଂ ପରିବହନ ସଂସ୍ଥାନ (ବରୋଦା) ଏବଂ ରୁଷିଆର ପରିବହନ ବିଶ୍ୱବିଦ୍ୟାଳୟ (ଏମଆଇଆଇଟି) ମଧ୍ୟରେ ସହଯୋଗ ବଜାୟ ରଖିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

19. ଉଭୟ ପକ୍ଷ ପାରସ୍ପରିକ ସଂପର୍କ ବୃଦ୍ଧିର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେମାନେ ଦ୍ୱିପାକ୍ଷିକ ଏବଂ ଅନ୍ୟ ଭାଗୀଦାରୀ ଦେଶମାନଙ୍କ ସହ ଯଥାଶୀଘ୍ର ଆଲୋଚନା ମାଧ୍ୟମରେ ବିତ୍ତୀୟ ସୁବିଧା, ସଡ଼କ ଏବଂ ରେଳ ଯୋଗାଯୋଗ ବ୍ୟବସ୍ଥାର ବିକାଶ ତଥା ସୀମା ଶୁଳ୍କ ସମ୍ବନ୍ଧୀୟ ଦୀର୍ଘ ପ୍ରସଙ୍ଗକୁ ସ୍ଥିର କରିବା ନିମନ୍ତେ ପ୍ରୟାସରେ କ୍ଷିପ୍ରତା ଆଣିବେ । ଏହା ଦ୍ୱାରା ଅନ୍ତରାଷ୍ଟ୍ରୀୟ ସ୍ତରରେ ଉତ୍ତର- ଦକ୍ଷିଣ କ୍ଷେତ୍ର ମଧ୍ୟରେ ଯାତାୟାତ କରିଡ଼ର (ଆଇଏନଏସଟିସି)ର ବିକାଶ ଘଟିପାରିବ ବୋଲି ଉଭୟ ପକ୍ଷ ଆହ୍ୱାନ ଜଣାଇଛନ୍ତି । ଉଭୟ ପକ୍ଷ ଇରାନ ଦେଇ ରୁଷିଆକୁ ଯିବାକୁ ଥିବା ଭାରତୀୟ ମାଲ ଯାତାୟାତ ପ୍ରସଙ୍ଗରେ ମସ୍କୋଠାରେ ଅନୁଷ୍ଠିତ ହେବାକୁ ଥିବା “ଯାତାୟାତ ସପ୍ତାହ 2018” ଉଦ୍ଦେଶ୍ୟରେ ଭାରତ, ରୁଷ ସଂଘ ଏବଂ ଇରାନ ମଧ୍ୟରେ ପ୍ରସ୍ତାବିତ ତ୍ରିପକ୍ଷିୟ ବୈଠକକୁ ସ୍ୱାଗତ ଜଣାଇଛନ୍ତି । ଭାରତୀୟ ପକ୍ଷ ଟିଆଇଆର କାରନେଟ୍ସ ଅଧୀନରେ ଅନ୍ତରାଷ୍ଟୟୀୟ ମାଲ ଯାତାୟାତ ସୀମା ଶୁଳ୍କ ସମ୍ମିଳନୀରେ ନିଜ ନିଜର ନେତୃତ୍ୱ ସମ୍ବନ୍ଧରେ ରୁଷିଆକୁ ସୂଚୀତ କରିଛନ୍ତି । ଉଭୟ ପକ୍ଷ ପ୍ରାଥମିକତା ଆଧାରରେ ଆଇଏନଏସଟିସି ମନ୍ତ୍ରିସ୍ତରୀୟ ଏବଂ ସମନ୍ୱୟ ବୈଠକ ଡ଼ାକିବା ପ୍ରସ୍ତାବରେ ସହମତ ପ୍ରକଟ କରିଛନ୍ତି ।

20. ବ୍ୟାପାରକୁ ପ୍ରୋତ୍ସାହନ ପ୍ରଦାନ ସକାଶେ ଉଭୟ ପକ୍ଷ ଏହି କଥା ଉପରେ ସହମତି ବ୍ୟକ୍ତ କରିଛନ୍ତି ଯେ ଯେକୌଣସି ପ୍ରକାର ଉତ୍ପାଦର ରପ୍ତାନି/ ଆମଦାନି କରାଯିବା ସମୟରେ ଆବଶ୍ୟକ ନିରୀକ୍ଷଣ/ ନିମୟର ପାଳନ ବିଷୟରେ ସକଳ ପ୍ରକାର ନୀତିକୁ ପାଳନ କରାଯିବ ଯଦ୍ୱାରା ଏହା ମାଧ୍ୟମରେ ନିରୀକ୍ଷଣ ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ ହେବନାହିଁ ।

21. ଉଭୟ ପକ୍ଷ ନିଜର ବ୍ୟାପାର ପ୍ରଦର୍ଶନୀ ଓ ମେଳାମାନଙ୍କରେ, ସଂସ୍ଥାନ/ ରପ୍ତାନି ସଂବର୍ଦ୍ଧନ ପରିଷଦମାନ ତଥା ଅନ୍ୟ ରପ୍ତାନି ସମ୍ବନ୍ଧୀୟ ସଂସ୍ଥାନର ସୂଚୀକୁ ଆଦାନ ପ୍ରଦାନ କରିବାକୁ ସହମତି ବ୍ୟକ୍ତ କରିଛନ୍ତି । ଏହାଦ୍ୱାରା ଉଭୟ ପକ୍ଷଙ୍କୁ ରପ୍ତାନି/ ଆମଦାନୀର ବିବବଣ ସହଜରେ ପ୍ରାପ୍ତ ହୋଇପାରିବ ଓ କଥାବାର୍ତ୍ତା ସମ୍ଭବ ହୋଇପାରିବ ।

22. ଉଭୟ ପକ୍ଷ ଗ୍ରୀନ କରିଡ଼ର ପରିଯୋଜନାକୁ ଯଥା ଶୀଘ୍ର ଆରମ୍ଭ କରିବା ସିଦ୍ଧାନ୍ତକୁ ସମର୍ଥନ ଜଣାଇଛନ୍ତି । ଏହି ଉଦ୍ଦେଶ୍ୟରେ ଭାରତ ଏବଂ ରୁଷ ମଧ୍ୟରେ ମାଲ ଯାତାୟାତ ସମ୍ବନ୍ଧରେ ସୀମା ଶୁଳ୍କ ଗତିବିଧିଗୁଡ଼ିକୁ ସରଳ କରାଯିବ । ଉଭୟ ପକ୍ଷ ଏହାକୁ ନିଜ ନିଜର ବ୍ୟାପାର ବୃଦ୍ଧି ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସୂଚୀତ କରିଛନ୍ତି । ପରିଯୋଜନା ଆରମ୍ଭ ହେବା ପରେ ଉଭୟ ରାଷ୍ଟ୍ରର ସୀମା ଶୁଳ୍କ ପ୍ରଶାସନ ଏହାକୁ ଆଗକୁ ବଢ଼ାଇ ନେବା ସକାଶେ ପ୍ରତିବଦ୍ଧ ରହିବେ ।

23. ଉଭୟ ପକ୍ଷ ଭାରତୀୟ ରାଜ୍ୟସମୂହ ଏବଂ ରୁଷିଆର ବିଭିନ୍ନ କ୍ଷେତ୍ର ମଧ୍ୟରେ ସହଯୋଗକୁ ମଜଭୁତ କରିବା ଓ ଏହାକୁ ସଂସ୍ଥାଗତ ରୂପ ଦେବା ସକାଶେ ପ୍ରୟାସକୁ ପ୍ରଶଂସା କରିଛନ୍ତି । ଭାରତର ରାଜ୍ୟମାନେ ଏପଂ କେନ୍ଦ୍ରଶାସିତ କ୍ଷେତ୍ର ତଥା ରୁଷ ସଂଘର ବିଭିନ୍ନ କ୍ଷେତ୍ର ମଧ୍ୟରେ ସହଯୋଗର ଗତିକୁ ଦ୍ରୁତତର କରିବା ଦିଗରେ ଉଭୟ ପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ଯେ ଉଭୟ ଦେଶର ବ୍ୟାପାର, ଉଦ୍ୟମ ଓ ସରକାରୀ ସଂସ୍ଥା ମଧ୍ୟରେ ସଂପର୍କକୁ ଅଧିକ କାର୍ଯ୍ୟକ୍ଷମ ଓ ନିବିଡ଼ କରାଯିବା ଉଚିତ । ଉଭୟ ପକ୍ଷ ଆସାମ ଓ ସାଖାଲିନ , ହରିଆଣା ଓ ବାଶକୋର୍ତୋସ୍ତାନ, ଗୋଆ ଓ କାଲିନିନଗ୍ରାଡ଼, ଓଡ଼ିଶା ଓ ଇରକୁତସ୍କ, ବିଶାଖାପାଟଣା ଓ ଭ୍ଲାଡ଼ିଭୋସ୍ତୋକ ମଧ୍ୟରେ ରାଜିନାମାରେ ସ୍ୱାକ୍ଷର କରାଯିବା ପ୍ରୟାସକୁ ସ୍ୱାଗତ କରିଛନ୍ତି । ଉଭୟ ରାଷ୍ଟ୍ର ସେଂଟ ପିଟର୍ସବର୍ଗ ଅନ୍ତରାଷ୍ଟ୍ରୀୟ ଆର୍ଥିକ ମଂଚ, ପୂର୍ବୋତ୍ତର ଆର୍ଥିକ ମଂଚ, ଏବଂ ସହଭାଗୀତା/ ନିବେଶ ଶିଖର ସମ୍ମିଳନୀ ଭଳି ପ୍ରମୁଖ କାର୍ଯ୍ୟାବଳୀରେ କ୍ଷେତ୍ରୀୟ ପ୍ରତିନିଧିମଣ୍ଡଳମାନଙ୍କ ଭାଗୀଦାରୀକୁ ପ୍ରୋତ୍ସାହିତ କରିବା ସକାଶେ ସହମତି ବ୍ୟକ୍ତ କରିଛନ୍ତି ତଥା ଭାରତ- ରୁଷ ଆନ୍ତଃ କ୍ଷେତ୍ରୀୟ ମଂଚର ଆୟୋଜନର ଅଭିପ୍ରାୟକୁ ସ୍ୱାଗତ କରିଛନ୍ତି ।

24. ଉଭୟ ପକ୍ଷ ପ୍ରାକୃତିକ ସଂପଦକୁ ଶସ୍ତା ଓ ପର୍ଯ୍ୟାବରଣ ଅନୁକୂଳ ଉତୋଳନକୁ ସୁନିଶ୍ଚିତ କରି ସମୁଚିତ ପ୍ରାଦ୍ୟୋଗୀକୀ ମାଧ୍ୟମରେ ଏହାର ଉପଯୋଗ କରିବାକୁ ସହମତ ହୋଇଛନ୍ତି । ଏହାରି ମାଧ୍ୟମରେ ଉଭୟ ଦେଶର ଆର୍ଥିକ ସଂସାଧନର ଉତ୍ପାଦକ, କୁଶଳ ତଥା ଆର୍ଥିକ ଉପଯୋଗ ସମ୍ବନ୍ଧୀୟ ପରିଯୋଜନାମାନଙ୍କ ସମ୍ଭାବନା ଖୋଜିବା ସକାଶେ ମିଳିମିଶି କାର୍ଯ୍ୟକରିବାକୁ ସହମତି ବ୍ୟକ୍ତ କରିଛନ୍ତି । ଉଭୟ ପକ୍ଷ କୃଷି କ୍ଷେତ୍ରକୁ ସହଯୋଗର ଏକ ମହତ୍ୱପୂର୍ଣ୍ଣ କ୍ଷେତ୍ର ବୋଲି ସ୍ୱୀକାର କରିଛନ୍ତି ଏବଂ କୃଷି ଉତ୍ପାଦରେ ବ୍ୟାପାର କ୍ଷେତ୍ରରେ ଥିବା ବାଧାମାନଙ୍କୁ ଦୂର କରିବା, ଅଧିକ ଉତ୍ପାଦନ ଓ ବ୍ୟାପାର ବୃଦ୍ଧି ପ୍ରତି ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି ।

25. ଉଭୟ ପକ୍ଷ ହୀରା କ୍ଷେତ୍ରରେ ଅର୍ଜିତ ସହଯୋଗ ସ୍ତରକୁ ପ୍ରଶଂସା କରିଛନ୍ତି ଏବଂ ଏଥିରେ ଭାରତୀୟ କମ୍ପାନୀମାନଙ୍କୁ ପିଜେଏସସି ଅଲରୋଜା ଦ୍ୱାରା ଅସ୍ୱଚ୍ଛ ହୀରାର ଆମଦାନି ସମ୍ବନ୍ଧୀୟ ନୂତନ ଦୀର୍ଘକାଳୀନ ରାଜିନାମାରେ ହସ୍ତାକ୍ଷର, ମୁମ୍ବାଇରେ ଅଲରୋଜା ପ୍ରତିନିଧିଙ୍କ କାର୍ଯ୍ୟାଳୟ ଖୋଲାଯିବା ତଥା ଭାରତ ସହିତ ଦେଶୀ ହୀରା ବିପଣନର ବିକାଶ ସମ୍ପର୍କରେ ଅନ୍ତରାଷ୍ଟ୍ରୀୟ ହୀରା ଉତ୍ପାଦକ ସଂଘର ଭାରତୀୟ ରତ୍ନ ଏବଂ ଆଭୂଷଣ ରପ୍ତାନୀ ସମ୍ବର୍ଦ୍ଧନ ପରିଷଦ ତଥା ଅଲରୋଜା ଦ୍ୱାର ସଂଯୁକ୍ତ ଆର୍ଥିକ ପୋଷଣ ସାମିଲ ହେବ । ଉଭୟ ପକ୍ଷ ରୁଷିଆର ସୁଦୂର ପୂର୍ବ କ୍ଷେତ୍ରରେ ହୀରା ନିର୍ମାଣ କ୍ଷେତ୍ରରେ ଭାରତୀୟ କମ୍ପାନୀମାନଙ୍କ ଦ୍ୱାରା ନିକଟରେ କରାଯାଇଥିବା ନିବେଶର ସମୀକ୍ଷା କରାଯାଇଛି ।

ଉଭୟ ପକ୍ଷ ସଂଯୁକ୍ତ ନିବେଶ, ଉତ୍ପାଦନ, ପ୍ରସଂସ୍କରଣ ଏବଂ କୁଶଳୀ ଶ୍ରମଶକ୍ତି ମାଧ୍ୟମରେ ମୂଲ୍ୟବାନ ଧାତୁ, ଖଣିଜ ଦ୍ରବ୍ୟ, ପ୍ରାକୃତିକ ସଂସାଧନ, କାଠ ସହିତ ଅନ୍ୟାନ୍ୟ ବନଜାତ ଉତ୍ପାଦ କ୍ଷେତ୍ରରେ ମିଳିତ ସହଯୋଗର ଅବସର ତଲାସ କରିବା ପାଇଁ ସହମତି ବ୍ୟକ୍ତ କରିଛନ୍ତି ।

26. ରୁଷିଆ ପକ୍ଷରୁ ରୁଷିଆର ସୁଦୂର ପୂର୍ବାଂଚଳରେ ପୁଂଜି ନିବେଶ ସକାଶେ ଭାରତୀୟ ପକ୍ଷକୁ ଆମନ୍ତ୍ରଣ କରାଯାଇଛି । ଭାରତୀୟ ପକ୍ଷ ମୁମ୍ବାଇଠାରେ ସୁଦୂର ପୂର୍ବ ଏଜେନ୍ସିର କାର୍ଯ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ବାଣିଜ୍ୟ ଏବଂ ଉଦ୍ୟୋଗ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧିମଣ୍ଡଳ 2018 ସେପ୍ଟେମ୍ବର ମାସରେ ପୂର୍ବାଂଚଳ ଆର୍ଥିକ ମଂଚରେ ଅଂଶଗ୍ରହଣ କରିଥିଲେ । ସୁଦୂର ପୂର୍ବ କ୍ଷେତ୍ରରେ ଭାରତୀୟ ନିବେଶକୁ ପ୍ରୋତ୍ସାହିତ ଦେବା ଏବଂ ନିବେଶ ମାର୍ଗ ପ୍ରଦର୍ଶନର ଆୟୋଜନ କରିବା ସକାଶେ ଏକ ଉଚ୍ଚସ୍ତରୀୟ ରୁଷ ପ୍ରତିନିଧିମଣ୍ଡଳ ଭାରତ ଗସ୍ତରେ ଆସିବେ ।

27. ପ୍ରାଦ୍ୟୋଗୀକୀ ଓ ସଂସାଧନ ସମ୍ବନ୍ଧରେ ଉଭୟ ଦେଶ ମଧ୍ୟରେ ସାମଞ୍ଜସ୍ୟ ରହିଆସିଛି । ଏହାକୁ ରେଳବାଇ, ଶକ୍ତି, ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ତୃତୀୟ ପକ୍ଷ ରାଷ୍ଟ୍ରର ସଂଯୁକ୍ତ ପରିଯୋଜନାମାନଙ୍କରେ କାର୍ଯ୍ୟକାରୀ କରିବା ଲାଗି ସକ୍ରିୟ ପ୍ରୋତ୍ସାହନ ନିମନ୍ତେ ଉଭୟ ପକ୍ଷ ରାଜି ହୋଇଛନ୍ତି ।

ବିଜ୍ଞାନ ଓ ପ୍ରଯୁକ୍ତି

28. ଉଭୟ ପକ୍ଷ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧିର ଆବଶ୍ୟକତାକୁ ରେଖାଙ୍କିତ କରିଛନ୍ତି ତଥା ବିଜ୍ଞାନ ଓ ପ୍ରଯୁକ୍ତି ଉପରେ ଦଶମ ଭାରତ- ରୁଷ କାର୍ଯ୍ୟଗୋଷ୍ଠୀର ସଫଳ ଆୟୋଜନକୁ ସ୍ୱାଗତ କରିଛନ୍ତି । ଏହାକୁ 20218 ଫେବୃୟାରୀ ମାସରେ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏବଂ ରୁଷ ସଂଘର ବିଜ୍ଞାନ ଓ ଉଚ୍ଚଶିକ୍ଷା ମନ୍ତ୍ରାଳୟ ମିଳିତ ଭାବେ ସଂଚାଳନ କରିଥିଲେ ।

29. ଉଭୟ ପକ୍ଷ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ତଥା ରୁଷିଆର ମୌଳିକ ଅନୁସନ୍ଧାନ ଫାଉଣ୍ଡେସନ ମଧ୍ୟରେ ସଫଳ ସହଯୋଗର ସମୀକ୍ଷା କରିଛନ୍ତି । ସେଥିରେ ଜୁନ 2017ରେ ମୌଳିକ ଓ ପ୍ରଯୁକ୍ତ ବିଜ୍ଞାନ କ୍ଷେତ୍ରରେ ସଂଯୁକ୍ତ ଅନୁସନ୍ଧାନର ଦଶମ ବର୍ଷପୂର୍ତ୍ତି ପାଳନ କରିଛନ୍ତି । ଉଭୟ ପକ୍ଷ ଭାରତରେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ତଥା ରୁଷ ବିଜ୍ଞାନ ଫାଉଣ୍ଡେସନ ମଧ୍ୟରେ ସହଯୋଗକୁ ଭୂୟସୀ ପ୍ରଶଂସା କରିଛନ୍ତି । ଉଭୟ ପକ୍ଷ ପାରସ୍ପରିକ ପ୍ରାଥମିକତା ଥିବା ବୈଜ୍ଞାନିକ ଏବଂ ପ୍ରାଦ୍ୟୋଗୀକୀ କ୍ଷେତ୍ରରେ ବିଭିନ୍ନ ପ୍ରୟୋଗଶାଳା, ଶିକ୍ଷା ଜଗତ, ବିଶ୍ୱବିଦ୍ୟାଳୟ, ସଂସ୍ଥାନ ତଥା ସଂଗଠନମାନଙ୍କ ମଧ୍ୟରେ ଭବିଷ୍ୟତରେ ସହଯୋଗ ସ୍ଥାପନ ବିଷୟରେ ରୋଡ଼ମ୍ୟାପ ପ୍ରସ୍ତୁତ କରିବାକୁ ସ୍ଥିର କରିଛନ୍ତି । ଏହି ମର୍ମରେ ଭାରତ ସରକାର ଏବଂ ରୁଷ ସଂଘ ସରକାରଙ୍କ ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତି ଏବଂ ନୂତନ କ୍ଷେତ୍ରମାନଙ୍କରେ ସହଯୋଗ ପାଇଁ ସାମଗ୍ରିକ ତଥା ଦୀର୍ଘକାଳୀନ କାର୍ଯ୍ୟକ୍ରମ ପାଇଁ ସହଯୋଗକୁ ଦ୍ୱିତୀୟ ଥର ସ୍ଥାପନ କରିବା ପ୍ରସ୍ତାବରେ ଉଭୟ ପକ୍ଷ ସହମତି ବ୍ୟକ୍ତ କରିଛନ୍ତି ।

30. ଉଭୟ ପକ୍ଷ ସୂଚନା ଓ ସଂଚାର ପ୍ରଯୁକ୍ତି କ୍ଷେତ୍ରରେ, ବିଶେଷ କରି ଇଲେକ୍ଟ୍ରୋନିକ୍‌ ପ୍ରଣାଳୀ ଡ଼ିଜାଇନ ଏବଂ ନିର୍ମାଣ, ସଫ୍ଟୱେରର ବିକାଶ, ସୁପର କମ୍ପ୍ୟୁଟର, ଇ-ଗଭର୍ଣ୍ଣାନ୍ସ, ଜନସେବା ବ୍ୟବସ୍ଥା, ନେଟୱାର୍କ ସୁରକ୍ଷା, ସୂଚନା ଓ ସଂଚାର ପ୍ରଯୁକ୍ତିକୁ ସୁରକ୍ଷା, ଫିନ ଟେକ, ଇଂଟରନେଟ ଅଫ ଥିଙ୍ଗସ, ମାନକୀକରଣ, ରେଡ଼ିଓ ନିୟନ୍ତ୍ରଣ ତଥା ରେଡିଓ ଫ୍ରିକ୍ୱେନ୍ସି ସ୍ପେକ୍ଟ୍ରମ ନିୟମନରେ ନିଜର ସହଯୋଗ ବୃଦ୍ଧି ଉପରେ ସହମତ ବ୍ୟକ୍ତ କରିଛନ୍ତି । ଉଭୟ ପକ୍ଷ ବ୍ରିକ୍ସ ଏବଂ ଆଇଟିୟୁ ସହିତ ବିଭିନ୍ନ ମଂଚରେ ନିଜର ସମର୍ଥନ ତଥା ସମନ୍ୱୟ ଜାରି ରଖିବା ସକାଶେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ।

31. ଉଭୟ ପକ୍ଷ ମାର୍ଚ୍ଚ 2018ରେ ନୂଆଦିଲ୍ଲୀ ଠାରେ ଭାରତର ବାଣିଜ୍ୟ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଏବଂ ରୁଷ ସଂଘର ଆର୍ଥିକ ବିକାଶ ମନ୍ତ୍ରୀ ଶ୍ରୀ ମାକ୍ସିମ ଓରେସଖିନଙ୍କ ଦ୍ୱାରା ‘ଭାରତ –ରୁଷ ଆର୍ଥିକ ସହଯୋଗ- ଭବିଷ୍ୟତର ଦିଗଦିଗନ୍ତ’ ନାମକ ସଂଯୁକ୍ତ ଘୋଷଣାପତ୍ରରେ ହସ୍ତାକ୍ଷର କରାଯିବାକୁ ସ୍ୱାଗତ କରିଛନ୍ତି । ଉଭୟ ପକ୍ଷ ଭାରତୀୟ ଉଦ୍ୟୋଗ ପରିସଂଘ ଏବଂ ସ୍କୋଲକୋଭୋ ଫାଉଣ୍ଡେସନ ଦ୍ୱାରା ଡ଼ିସେମ୍ବର 2018ରେ ପ୍ରଥମ ଥର ଭାରତ –ରୁଷ ଷ୍ଟାର୍ଟ ଅପ ଶିଖର ବୈଠକର ଆୟୋଜନ ପାଇଁ କରାଯାଇଥିବା ସିଦ୍ଧାନ୍ତକୁ ଭୂୟସୀ ପ୍ରଶଂସା କରିଛନ୍ତି । ଉଭୟ ପକ୍ଷ ଅନଲାଇନ ପୋର୍ଟାଲର ଶୁଭାରମ୍ଭ କରିବା ସକାଶେ ବିଚାରକୁ ସ୍ୱାଗତ କରିଛନ୍ତି । ଏହା ଦ୍ୱାର ଉଭୟ ଦେଶର ଷ୍ଟାର୍ଟ ଅପ, ନିବେଶକ, ଇନକ୍ୟୁବେଟର ଏବଂ ଆକାଂକ୍ଷୀ ଉଦ୍ୟମୀମାନଙ୍କ ମଧ୍ୟରେ ସହଯୋଗ ଓ ସହାୟତା ସ୍ଥାପନ ହେବ ଏବଂ ଏହାଦ୍ୱାରା ଷ୍ଟାର୍ଟ ଅପକୁ ବିଶ୍ୱବ୍ୟାପୀ ପ୍ରସାରଣ କରିବା ପାଇଁ ଆବଶ୍ୟକ ସଂସାଧନ ଉପଲବ୍ଧ କରାଯିବ ।

32. ଉଭୟ ପକ୍ଷ ସୁଦୂର ଅନ୍ତରୀକ୍ଷରେ ଦୀର୍ଘ ସମୟ ଧରି ସଫଳ ଏବଂ ପାରସ୍ପରିକ ଫାଇଦା ଲାଗି ଭାରତ-ରୁଷ ସହଯୋଗର ମହତ୍ୱ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । କ୍ରମଶଃ ଭାରତ ଏବଂ ରୁଷ ସଂଘରେ ସ୍ଥାପିତ ଭାରତୀୟ କ୍ଷେତ୍ରୀୟ ନୌବହନ ଉପଗ୍ରହ ପ୍ରଣାଳୀ ନେଭଆଇସି ଏବଂ ରୁଷ ନୌବହନ ଉପଗ୍ରହ ପ୍ରଣାଳୀ ଗ୍ଲୋନାସ ନିରବଚ୍ଛିନ୍ନ ଭାବେ ଡ଼ାଟା ସଂଗ୍ରହ ସମ୍ବନ୍ଧୀୟ ଭୂପୃଷ୍ଠ ଷ୍ଟେସନ ର ଗତିବିଧି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସ୍ୱାଗତ କରିଛନ୍ତି ।ଉଭୟ ପକ୍ଷ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ସୁଦୂର ଅନ୍ତରୀକ୍ଷର ଉପଯୋଗର କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି ଲାଗି ସହମତି ବ୍ୟକ୍ତ କରିଛନ୍ତି । ଏଥିରେ ମାନବୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମ ଓ ବୈଜ୍ଞାନିକ ପରିଯୋଜନା ସାମିଲ । ଏହା ବ୍ରତୀତ ଉଭୟ ପକ୍ଷ ବ୍ରିକ୍ସ ଦୂର ସଂବେଦୀ ଉପଗ୍ରହ ସହଯୋଗର ବିକାଶକୁ ଜାରି ରଖିବା ଉପରେ ମଧ୍ୟ ସହମତି ବ୍ୟକ୍ତ କରିଛନ୍ତି ।

33. ଉଭୟ ପକ୍ଷ ଆଂଟର୍କଟିକ ଏବଂ ଅନ୍ୟ କ୍ଷେତ୍ର ସହିତ ସଂଯୁକ୍ତ ବୈଜ୍ଞାନିକ ଅନୁସନ୍ଧାନ କ୍ଷେତ୍ରରେ ପାରସ୍ପରିକ ଭାବେ ଲାଭପ୍ରଦ ସହଯୋର ବିକାଶ ପ୍ରତି ପ୍ରତିବଦ୍ଧତା ଓ ଋଚି ପ୍ରକଟ କରିଛନ୍ତି । ଉଭୟ ପକ୍ଷ ଆଂଟାର୍କଟିକାରେ ଭାରତ ଏବଂ ରୁଷର ବୈଜ୍ଞାନିକଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଚାଲି ଆସୁଥିବା ସହଯୋଗର ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

34. ଉଭୟ ପକ୍ଷ ବିଶ୍ୱବିଦ୍ୟାଳୟ ସ୍ତରରେ ଭାରତ- ରୁଷ ନେଟୱାର୍କର ଗତିବିଧିରେ ସମ୍ଭାବ୍ୟ ପ୍ରଗତି ପାଇଁ ଉଭୟପକ୍ଷଙ୍କ ଉଚ୍ଚଶିକ୍ଷା ସଂସ୍ଥାନ ମଧ୍ୟରେ ସଂପର୍କର ବିସ୍ତାର ପାଇଁ ଆଲୋଚନା କରିଛନ୍ତି । 2015 ମସିହାରେ ଏହି ନେଟୱାର୍କ ସ୍ଥାପନ କରାଯିବା ପରେ ତିନୋଟି ବୈଠକ ହୋଇସାରିଛି ଏବଂ ପାରସ୍ପରିକ ସହଯୋଗ ସଂଖ୍ୟା 42ରେ ପହଂଚିଛି । ଉଭୟ ପକ୍ଷଙ୍କ ମଧ୍ୟରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଭିତରେ ଶୈଖିକ ଆଦାନପ୍ରଦାନ ତଥା ମିଳିତ ବୈଜ୍ଞାନିକ ଓ ଶୈଖିକ ପରିଯୋଜନା ପ୍ରତି ଉଭୟ ପ୍ରବଳ ରୁଚି ପ୍ରକଟ କରିଛନ୍ତି ।

35. ଉଭୟ ପକ୍ଷ ପ୍ରାକୃତିକ ବାଷ୍ପ ସହିତ ରୁଷର ଶକ୍ତି ସମ୍ପତି ଓ ଅକ୍ଷୟଶକ୍ତି ସ୍ରୋତ କ୍ଷେତ୍ରରେ ସମ୍ଭାବ୍ୟ ସଂଯୁକ୍ତ ପରିଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଭାରତର ଆଗ୍ରହକୁ ଦେଖି ଭାରତ ଓ ରୁଷ ମଧ୍ୟରେ ଶକ୍ତି ସହଯୋଗକୁ ଆହୁରି ବିସ୍ତାର କରିବାର ମହତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଛି ।

36. ଉଭୟ ପକ୍ଷ ଶକ୍ତି କ୍ଷେତ୍ରରେ ପାରସ୍ପରିକ ଲାଭ ଜନିତ ସହଯୋଗର ସମ୍ଭାବନାକୁ ସ୍ୱୀକାର କରିଛନ୍ତି ଏବଂ ନିଜ ନିଜ ଦେଶର କମ୍ପାନୀମାନଙ୍କୁଏଥିପାଇଁ ପ୍ରୋତ୍ସାହିତ କରିଛନ୍ତି । ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ଦୀର୍ଘସ୍ଥାୟୀ ଅନୁବନ୍ଧନ, ଯୁଗ୍ମ କାର୍ଯ୍ୟକ୍ରମ ଏବଂ ଶକ୍ତି ଅଧିଗ୍ରହଣ ସହିତ ତୃତୀୟ ପକ୍ଷ ରାଷ୍ଟ୍ରଙ୍କ ସମ୍ଭାବ୍ୟ ସହଯୋଗ କ୍ଷେତ୍ରର ଅପାର ସମ୍ଭାବନା ଥିବା ଉପରେ ବିଚାର କରିଛନ୍ତି ।

37. ଉଭୟ ପକ୍ଷ ରୁଷର ଭାନକାନେଫ୍ଟ ଏବଂ ଟାକ୍ସ- ୟୁଆଖନେଫ୍ଟ ଗୋଜୋଡୋଭିଚାରେ ଭାରତୀୟ କମ୍ପାନୀମାନଙ୍କ ପୁଞ୍ଜିନିବେଶ ଏବଂ ଏସଆର୍ ତୈଳ କ୍ୟାପିଟାଲ ପକ୍ଷରୁ ପିଜେଏସ୍ସି ରୋଜ୍ନେଫ୍ଟ ଅଏଲ କମ୍ପାନୀର ଭାଗୀଦାରୀତା ସହିତ ଭାରତ ଓ ରୁଷର ତୈଳ କମ୍ପାନୀଙ୍କ ମଧ୍ୟରେ ଜାରି ସହଯୋଗକୁ ସ୍ୱାଗତ କରାଯାଇଛି । ଉଭୟପକ୍ଷ କମ୍ପାନୀଙ୍କ ତରଫରୁ ସମଗ୍ର ସହଯୋଗର ବିକାଶ ଦିଗରେ ହୋଇଥିବା ପ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ବଙ୍କର କ୍ଲଷ୍ଟର ଉପରେ ଆରମ୍ଭ ହୋଇଥିବା ବୁଝାମଣା କଥାବାର୍ତ୍ତାକୁ ଶୀଘ୍ର ସଂପୂର୍ଣ୍ଣ କରିବାକୁ ଆଶା ପ୍ରକଟ କରିଛନ୍ତି ।

38. ଉଭୟ ପକ୍ଷ ଏଲଏନଜି କ୍ଷେତ୍ରରେ ରୁଷ ଏବଂ ଭାରତୀୟ କମ୍ପାନୀମାନଙ୍କ ରୁଚି ଥିବା ସ୍ୱୀକାର କରିଛନ୍ତି । ଏବଂ ଗାଜପ୍ରୋମ ସମୂହ ଓ ଗେଲ୍ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ଦୀର୍ଘକାଳୀନ ରାଜିନାମା ଅନୁସାରେ ଏଲଏନଜି ଆମଦାନୀ ଆରମ୍ଭ ହେବାକୁ ସ୍ୱାଗତ କରିଛନ୍ତି ।

39. ଉଭୟ ପକ୍ଷ ପିଜେଏସ୍ସି ନୋଭାଟେକ୍ ଏବଂ ଭାରତୀୟ କମ୍ପାନୀଙ୍କ ଭିତରେ ଆଲୋଚନାର ବିସ୍ତାରଣକୁ ଆଗକୁ ଜାରି ରଖିବା ସକାଶେ ସମର୍ଥନ ଜଣାଇଛନ୍ତି ଓ ଏଲଏନଜି କ୍ଷେତ୍ରରେ ସହଯୋଗକୁ ବିକଶିତ କରିବା ପାଇଁ ସଂଯୁକ୍ତ କାର୍ଯ୍ୟକ୍ରମକୁ ସ୍ୱାଗତ କରିଛନ୍ତି ।

40. ଉଭୟ ପକ୍ଷ ଦୁଇଦେଶର କମ୍ପାନୀମାନଙ୍କ ମଧ୍ୟରେ ସହଯୋଗର ବିକାଶ ଘଟାଇବା ଏବଂ ରୁଷର ଆର୍କଟିକ୍ କ୍ଷେତ୍ର ସହିତ ରୁଷର ତୈଳ କ୍ଷେତ୍ରକୁ ସଂଯୁକ୍ତ କରିବା ଲାଗି ବିକାଶ ନିମନ୍ତେ ପଚୋରା ଓ ଓଖୋତସ୍କ ସମୁଦ୍ର ପଟି ପରିଯୋଜନା ଗୁଡ଼ିକର ସଂଯୁକ୍ତ ବିକାଶର ସମ୍ଭାବନା ଖୋଜି ବାହାର କରିବା ଲାଗି ନିଜ ନିଜ ସମର୍ଥନ ଜ୍ଞାପନ ବିଷୟ ପ୍ରକଟ କରିଛନ୍ତି ।

41. ରୁଷ ଏବଂ ଅନ୍ୟ ଦେଶମାନଙ୍କ ଦେଇ ଭାରତ ପର୍ଯ୍ୟନ୍ତ ଗ୍ୟାସ ପାଇପଲାଇନ ସଂଯୋଗ ଉପରେ 2017ରେ ହୋଇଥିବା ମିଳିତ ଅଧ୍ୟୟନକୁ ସ୍ୱାଗତ କରି ଉଭୟ ପକ୍ଷ ଭାରତ ପର୍ଯ୍ୟନ୍ତ ଗ୍ୟାସ ପାଇପଲାଇନ ନିର୍ମାଣର ସମ୍ଭାବନାର କ୍ଷେତ୍ର ଖୋଜିବା ସକାଶେ ଭାରତ ଓ ରୁଷର ମନ୍ତ୍ରଣାଳୟ ଓ କମ୍ପାନୀ ମଧ୍ୟରେ ହୋଇଥିବା ଆଲୋଚନାକୁ ସମର୍ଥନ ଜଣାଇଛନ୍ତି । ଉଭୟ ମନ୍ତ୍ରଣାଳୟ ମଧ୍ୟରେ ରାଜିନାମା ସ୍ୱାକ୍ଷରିତର ସମ୍ଭାବିତ ନିଷ୍କର୍ଷ ଉପରେ ପାରସ୍ପରିକ ସଂପର୍କ ଜାରି ରଖିବା ଲାଗି ସହମତ ହୋଇଛନ୍ତି ।

42. ଭାରତ ଓ ରୁଷ ଭିତରେ ବେସାମରିକ ପରମାଣୁ ରାଜିନାମା, ଜଳବାୟୁ ପରିବର୍ତ୍ତନ ନେଇ ପ୍ୟାରିସ ରାଜିନାମା ଅନୁସାରେ ଭାରତର ଶକ୍ତି ସୁରକ୍ଷା ଓ ଏହାର ପ୍ରତିବଦ୍ଧତା ସାକାର କରିବା ଲାଗି ରଣନୀତିକ ରାଜିନାମାର ଗୁରୁତ୍ୱ ରହିଛି । ଉଭୟ ପକ୍ଷ କୁଡନକୁଲମ୍ ଏନଟିପିରେ ବାକିଥିବା ଶେଷ 6 ବିଦ୍ୟୁତ ୟୁନିଟର ନିର୍ମାଣର ପ୍ରଗତି ଏବଂ ଏହାର ନିର୍ମାଣ ତ୍ୱରିତ କରିବା ଲାଗି ହେଉଥିବା ପ୍ରୟାସ ସଂପର୍କରେ ଆଲୋଚନା କରିଛନ୍ତି । ଉଭୟ ପକ୍ଷ ଭାରତରେ ରୁଷର ଡିଜାଇନ୍ ହୋଇଥିବା ନୂଆ ଏନଟିପି ଏବଂ ପରମାଣୁ ଉପକରଣର ସଂଯୁକ୍ତ ନିର୍ମାଣ ସହିତ ତୃତୀୟ ଦେଶର ସହଯୋଗ ଉପରେ ହୋଇଥିବା ଆଲୋଚନାକୁ ସ୍ୱାଗତ କରିଛନ୍ତି ।

ଉଭୟ ପକ୍ଷ ବାଂଲାଦେଶର ରୁପୁର ପରମାଣୁ ଶକ୍ତି ପରିଯୋଜନା କ୍ରିୟାନ୍ୱୟନରେ ତ୍ରିପାକ୍ଷିକ ସହଯୋଗ ଉପରେ ରାଜିନାମା ସ୍ୱାକ୍ଷର ନିମନ୍ତେ ହୋଇଥିବା ସହମତକୁ ସଂପୂର୍ଣ୍ଣ କରିବା ଲାଗି କଥାବର୍ତ୍ତା କରିଛନ୍ତି । ଉଭୟ ପକ୍ଷ ସଂଯୁକ୍ତ ଭାବେ ପରମାଣୁ କ୍ଷେତ୍ର ଚିହ୍ନଟରେ ସହଯୋଗ ଏବଂ ଏହି କ୍ଷେତ୍ରରେ କିଭଳି ଭାବେ ପ୍ରାଥମିକତା ଭିତିରେ କାର୍ଯ୍ୟ ଯୋଜନା ସାକାର କରାଯାଇପାରିବ ସେଥିଲାଗି ରାଜିନାମାରେ ହସ୍ତାକ୍ଷର କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

43. ଉଭୟ ପକ୍ଷ ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବକୁ କମ୍ କରିବା ସହିତ ଜଳବିଦ୍ୟୁତ ଓ ଅକ୍ଷୟଶକ୍ତିର ସ୍ରୋତ, ଶକ୍ତି କ୍ଷମତା ଉପରେ ଘନିଷ୍ଠ ସହଯୋଗକୁ ଆଗକୁ ବଢାଇବାର ସମ୍ଭାବନା ଖୋଜିବା ଲାଗି ସ୍ଥିର କରିଛନ୍ତି ।

ପ୍ରତିରକ୍ଷା ପ୍ରଯୁକ୍ତି ସହଯୋଗ

44. ଉଭୟ ପକ୍ଷ ଉଲ୍ଲେଖ କରିଛନ୍ତି ଯେ ଦୁଇଦେଶ ଭିତରେ ସୈନ୍ୟ ଓ ପ୍ରତିରକ୍ଷା ପ୍ରଯୁକ୍ତି ସହଯୋଗର ରଣନୀତିକ ଭାଗୀଦାରୀ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ତେଣୁ ଉଭୟ ପକ୍ଷ 2018 ଡିସେମ୍ବରରେ ପ୍ରତିରକ୍ଷା ପ୍ରଯୁକ୍ତି ସହଯୋଗ ଉପରେ ଭାରତ-ରୁଷ ଆନ୍ତଃସରକାରୀ ଆୟୋଗର ଆଗାମୀ ବୈଠକକୁ ସ୍ୱାଗତ କରିଛନ୍ତି । ପ୍ରତିରକ୍ଷା ସହଯୋଗର ରୋଡମେପ୍ ମାଧ୍ୟମରେ ଯବାନମାନଙ୍କ ପ୍ରଶିକ୍ଷଣ, ଉଭୟ ଦେଶର ବରିଷ୍ଠ ସେନା ଅଧିକାରୀମାନଙ୍କ ଆଦାନ ପ୍ରଦାନ ଓ ଅଭ୍ୟାସ ସହ ଦୁଇଦେଶର ସେନା ମଧ୍ୟରେ ପାରସ୍ପରିକ କ୍ରିୟାମାର୍ଗ ଉନ୍ମୁକ୍ତ ହୋଇଛି । ରୁଷରେ ଆର୍ମି ଗେମ୍ସ-2018, ଆର୍ମି-2018 ଓ ଅନ୍ତଃରାଷ୍ଟ୍ରୀୟ ସୁରକ୍ଷା ଉପରେ ମସ୍କୋ ସମ୍ମିଳନୀରେ ଭାରତର ଅଂଶଗ୍ରହଣର ସକାରାତ୍ମକ ରୂପରେଖର ମୂଲ୍ୟାୟନ କରାଯାଇଛି । ଉଭୟ ପକ୍ଷ ଟ୍ରାଇ ସର୍ଭିସେସ୍ ଏକ୍ସରସାଇଜ୍-ଇନ୍ଦ୍ରା-2017ର ସଫଳତା ପୂର୍ବକ ସମାପନକୁ ପ୍ରଶଂସା କରିଛନ୍ତି । ଏବଂ 2018ରେ ନିଜର ସଂଯୁକ୍ତ ସୈନ୍ୟ ଅଭ୍ୟାସ- ଇନ୍ଦ୍ର ନେଭି, ଇନ୍ଦ୍ର ଆର୍ମି ଓ ଏଭିୟା ଇନ୍ଦ୍ର ଆଗକୁ ଜାରି ରଖିବା ଲାଗି ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ।

45. ଉଭୟ ପକ୍ଷ ଭାରତକୁ ସଦାସର୍ବଦା ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ବହୁ ଦୂରଗାମୀ ଏସ୍-400 କ୍ଷେପଣାସ୍ତ୍ର ସିଷ୍ଟମର ରପ୍ତାନି ଲାଗି ହୋଇଥିବା ରାଜିନାମା ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି ।

ଉଭୟ ପକ୍ଷ ଭାରତ ଓ ରୁଷ ମଧ୍ୟରେ ପ୍ରତିରକ୍ଷା ପ୍ରଯୁକ୍ତି ସହଯୋଗକୁ ଆଗକୁ ବଢାଇବା ଉପରେ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଏହି ସଂପର୍କ ଦୀର୍ଘବର୍ଷ ଧରି ପାରସ୍ପରିକ ବିଶ୍ୱାସ ଓ ସହଯୋଗକୁ ଦର୍ଶାଇଥାଏ । ଦୁଇପକ୍ଷ ପ୍ରତିରକ୍ଷା ସହଯୋଗ ଉପରେ ଜାରି ପରିଯୋଜନାର ବିଶେଷ ପ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରି ଉଭୟ ଦେଶ ମଧ୍ୟରେ ସଂଯୁକ୍ତ ଅନୁସନ୍ଧାନ ଓ ପ୍ରତିରକ୍ଷା ଉପକରଣର ସଂଯୁକ୍ତ ଉତ୍ପାଦନ ଦିଗରେ ସକାରାତ୍ମକ ପରିବର୍ତ୍ତନକୁ ପ୍ରଶଂସା କରିଛନ୍ତି । ଏଥିରେ ଭାରତ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ନୀତିକୁ ପ୍ରୋତ୍ସାହନ ଦେବା ସକାଶେ ପ୍ରତିରକ୍ଷା ଔଗ୍ୟୋଗିକ ସମ୍ମିଳନୀର ମୂଲ୍ୟାଙ୍କନ ଏକ ବିଶେଷ ବ୍ୟବସ୍ଥା ଭାବେ ସଂପନ୍ନ କରାଯାଇଛି ।

ଉଭୟ ପକ୍ଷ ଉଚ୍ଚ ପ୍ରାଦ୍ୟୋଗିକୀ କ୍ଷେତ୍ରରେ ସହଯୋଗ ଉପରେ 2017 ନଭେମ୍ବର ମାସରେ ଗଠିତ ଉଚ୍ଚସ୍ତରୀୟ ସମିତିର ବୈଠକକୁ ସକାରାତ୍ମକ ଭାବେ ମୂଲ୍ୟାଙ୍କନ କରିଛନ୍ତି । ଯଦ୍ୱାରା ସଂଯୁକ୍ତ ଅନୁସନ୍ଧାନ ଓ ବିକାଶ ପାଇଁ ପରସ୍ପରର ହିତ ହେବାଭଳି କ୍ଷେତ୍ରର ନିର୍ଦ୍ଦିଷ୍ଟ ପରିଯୋଜନାକୁ ଚିହ୍ନଟ କରାଯାଇଛି ।

ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ

46. ଉଭୟ ପକ୍ଷ ସମାନ, ପାରସ୍ପରିକ ସମ୍ମାନ ଏବଂ କୌଣସି ହସ୍ତକ୍ଷେପ ବିନା ବିଶ୍ୱସ୍ତରରେ ସ୍ୱୀକୃତ ଅନ୍ତରାଷ୍ଟ୍ରୀୟ ଆଇନର ଆଧାରକୁ ସମ୍ମାନ ଜଣାଇ ସଂଯୁକ୍ତ ରାଷ୍ଟ୍ରର ଘୋଷଣାନାମା ଓ ଦେଶ ଦେଶ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ଘୋଷଣାନାମା ଅନୁସାରେ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ଓ ସହଯୋଗ ଯୁଟାଇ ରଖିବା ଲାଗି ଅନ୍ତରାଷ୍ଟ୍ରୀୟ ଆଇନ ଉପରେ 1970ର ଘୋଷଣାନାମାକୁ ପ୍ରଶଂସା କରିଛନ୍ତି ।

47. ଉଭୟ ପକ୍ଷ ଜୁଲାଇ 2018ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଦଶମ ବ୍ରିକ୍ସ ସମ୍ମିଳନୀର ଫଳାଫଳ ଉପରେ ଆଲୋଚନା କରି ଏହି ମତକୁ ସ୍ୱୀକାର କରିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ ଆଇନ ଓ ସଂଯୁକ୍ତ ରାଷ୍ଟ୍ର ଘୋଷଣାନାମା ଅନୁସାରେ ସ୍ୱଚ୍ଛ, ନିସ୍ପକ୍ଷ ଏବଂ ଏକ ବହୁ ଧ୍ରୁବୀୟ ବିଶ୍ୱ ନିର୍ମାଣର ପ୍ରାଥମିକତା ରହିଛି ଓ ଏହାର ସୁରକ୍ଷା ସହ ଆଭ୍ୟନ୍ତରୀଣ ରଣନୀତିକ ଭାଗୀଦାରୀକୁ ଆଗକୁ ବଢାଇ ନିଆଯିବା ଉଚିତ । ଏଥିରୁ ଉତ୍ପନ୍ନ ଅନ୍ତଃକ୍ରୀୟାକୁ ଜାରି ରଖିବାରେ ଭାରତ ଓ ରୁଷ ସେମାନଙ୍କର ନିଷ୍ଠାପର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ।

48. ଉଭୟ ପକ୍ଷ ଆଫଗାନିସ୍ତାନରେ ଏହା ନେତୃତ୍ୱରେ ରାଷ୍ଟ୍ରୀୟ ଶାନ୍ତି ସାମଞ୍ଜସ୍ୟ ପ୍ରକ୍ରିୟା ଦିଗରେ ଆଫଗାନିସ୍ତାନ ସରକାରଙ୍କ ପ୍ରୟାସକୁ ସମର୍ଥନ ଘୋଷଣା କରିଛନ୍ତି । ଆଫଗାନିସ୍ତାନରେ ବାରମ୍ବାର ଘଟୁଥିବା ହିଂସା, ସୁରକ୍ଷା ବ୍ୟବସ୍ଥାର ଦୟନୀୟ ସ୍ଥିତି ଏବଂ ବିଭିନ୍ନ କ୍ଷେତ୍ରରେ ପଡୁଥିବା ପ୍ରତିକୂଳ ପ୍ରଭାବ ନେଇ ଉଦ୍ବେଗ ପ୍ରକଟ କରିଛନ୍ତି । ଉଭୟ ପକ୍ଷ ମଧ୍ୟରେ ଦୀର୍ଘଦିନରୁ ଚାଲି ଆସୁଥିବା ସଂଘର୍ଷ, ଆତଙ୍କବାଦୀ ହିଂସା, ଆତଙ୍କବାଦୀମାନଙ୍କୁ ଦିଆଯାଉଥିବା ସୁରକ୍ଷା ଏବଂ ଚୋରା ମାଦକଦ୍ରବ୍ୟ ସମସ୍ୟାରୁ ନିସ୍ତାର ମିଳିବା ସକାଶେ ମସ୍କୋ ଫର୍ମାଟ, ଆଫଗାନିସ୍ତାନ ଉପରେ ଏସସିଓ ସଂପର୍କ ସମୂହ ଏବଂ ଅନ୍ୟ କିଛି ଭିନ୍ନ ଉପାୟ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଉଭୟ ପକ୍ଷ ଆଫଗାନିସ୍ତାନରେ ବାହ୍ୟ ହସ୍ତକ୍ଷେପକୁ କମ୍ କରିବା ସକାଶେ ବିଶ୍ୱ ସମୁଦାୟ ଏଥିରେ ସାମିଲ ହେବା ଲାଗି ଆହ୍ୱାନ ଜଣାଇଛନ୍ତି । ତାହା ଫଳରେ ସେଠାକାର ଅର୍ଥ ବ୍ୟବସ୍ଥା, ହ୍ରାସ ପାଉଥିବା ଶାନ୍ତି ଓ ଶୃଙ୍ଖଳା, ଏକ ସ୍ଥିର, ସୁରକ୍ଷିତ. ସଂଯୁକ୍ତ. ପ୍ରଗତିଶୀଳ ଏବଂ ସ୍ୱତନ୍ତ୍ର ଆଫଗାନିସ୍ତାନ ଗଠନ କରାଯାଇପାରିବ । ଉଭୟ ପକ୍ଷ ଆଫଗାନିସ୍ତାନରେ ସଂଯୁକ୍ତ ବିକାଶ ଏବଂ କ୍ଷମତା ନିର୍ମାଣ ପରିଯୋଜନା ଆରମ୍ଭ କରିବେ ।

49. ଉଭୟ ପକ୍ଷ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଘୋଷଣାନାମା ସଂଖ୍ୟା 2254 (2015)କୁ ଅନୁପାଳନ କରି ସିରିଆର ସାର୍ବଭୌମତ୍ୱ, ସ୍ଵାତନ୍ତ୍ର୍ୟ ଓ କ୍ଷେତ୍ରୀୟ ଅଖଣ୍ଡତାର ସୁରକ୍ଷା କରୁଛନ୍ତି । ସିରିଆ ନେତୃତ୍ୱରେ ସିରିଆର ପ୍ରଭୂତ୍ୱ ଥିବା ଏକ ସମଗ୍ର ରାଜନୈତିକ ପ୍ରକ୍ରିୟା ମାଧ୍ୟମରେ ସିରିଆରେ ଯୁଦ୍ଧର ରାଜନୈତିକ ସମାଧାନ ପାଇଁ ଭାରତ ଓ ରୁଷ ନିଜ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ସେମାନେ ଜେନେଭା ପ୍ରକ୍ରିୟା, ମିଳିତ ଜାତିସଂଘ ଦ୍ୱାରା ପ୍ରସ୍ତାବ ଦିଆଯାଇଥିବା ମଧ୍ୟସ୍ଥତା ସହିତ ଅସ୍ଥାନା ପ୍ରକ୍ରିୟା ପାଇଁ ନିଜର ସମର୍ଥନକୁ ଦୋହରାଇଛନ୍ତି ଏବଂ ଦୁଇଟି ପ୍ରସଙ୍ଗ ଉପରେ ମଧ୍ୟ ଅନୁରୂପ ପ୍ରସ୍ତାବ ଆରୋପ କରିଛନ୍ତି । ଉଭୟ ପକ୍ଷ ଶାନ୍ତିପୂର୍ଣ୍ଣ, ସ୍ଥିର, ସାର୍ବଭୌମତ୍ୱ ଥିବା ସିରିଆ ରାଷ୍ଟ୍ର ନିର୍ମାଣ କରିବା ଲାଗି ପ୍ରତ୍ୟେକ ଅଂଶୀଦାରଙ୍କ ସକ୍ରିୟ ରୂପେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି । ଏବଂ କୌଣସି ପୂର୍ବ ସର୍ତ୍ତବିନା ବାହ୍ୟ ହସ୍ତକ୍ଷେପ ମୁକ୍ତ ଆନ୍ତଃ ସିରିଆ ବାର୍ତ୍ତାକୁ ସମର୍ଥନ ଜଣାଇଛନ୍ତି । ଉଭୟପକ୍ଷ ସିରିଆ ଜନତାଙ୍କ ସାମ୍ନାରେ ଦୀର୍ଘଦିନରୁ ଚାଲି ଆସୁଥିବା ସମସ୍ୟାଗୁଡ଼ିକର ଯଥାଶୀଘ୍ର ସମାଧାନ କରିବା, ତୁରନ୍ତ ପୁନଃନିର୍ମାଣ କାର୍ଯ୍ୟକୁ ଜରୁରୀ ବୋଲି ସ୍ୱୀକାର କରିଛନ୍ତି । ସେହିଭଳି ଶରଣାର୍ଥୀ ଓ ବିସ୍ଥାପିତ ବ୍ୟକ୍ତିବିଶେଷଙ୍କୁ ଫେରାଇ ନେବାଲାଗି ଆବଶ୍ୟକ ମାନବୀୟ ସହାୟତା ଉପଲବ୍ଧ କରାଇବା ଲାଗି ବିଭିନ୍ନ ଉପାୟ ପାଇଁ ଆହ୍ୱାନ ଜଣାଇଛନ୍ତି ।

50. ଉଭୟ ପକ୍ଷ ପରମାଣୁ ପ୍ରସାର ନିଷେଧ ଚୁକ୍ତିକୁ ମଜବୁତ କରିବା ତଥା ଇରାନ ସହ ଆର୍ଥିକ ସହଯୋଗକୁ ବିକଶିତ କରିବାଲାଗି ଅନ୍ତଃରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷାକୁ ସମର୍ଥନ ଜଣାଇ ଇରାନର ପରମାଣୁ କାର୍ଯ୍ୟକ୍ରମ ସଂପର୍କରେ ଯେକୌଣସି କାର୍ଯ୍ୟ ଲାଗି ସଂଯୁକ୍ତ ବ୍ୟାପକ ଯୋଜନା ଉପରେ ଜୋର ଦେଇଛନ୍ତି । ଉଭୟ ପକ୍ଷ ଆହ୍ୱାନ କରିଛନ୍ତି ଯେ ଇରାନର ପରମାଣୁ କାର୍ଯ୍ୟକ୍ରମ ସହ ସମ୍ବନ୍ଧିତ ସମସ୍ତ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ଓ କଥାବାର୍ତ୍ତା ମାଧ୍ୟମରେ ସମାଧାନର ଉପାୟ ଚିନ୍ତା କରାଯିବ ।

51. ଉଭୟ ପକ୍ଷ କୋରିଆ ଉପଦ୍ୱୀପ କ୍ଷେତ୍ରରେ ସକରାତ୍ମକ ଗତିବିଧିକୁ ସ୍ୱାଗତ କରିଛନ୍ତି ଏବଂ କୂଟନୀତି ଓ କଥାବାର୍ତା ମାଧ୍ୟମରେ ଏହି ଉପକ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସକାଶେ କରାଯାଇଥିବା ପ୍ରୟାସ ପାଇଁ ନିଜର ପୂର୍ଣ୍ଣ ସମର୍ଥନ ଜ୍ଞାପନ ଦୋହରାଇଛନ୍ତି । ଉଭୟ ପକ୍ଷ ଗୁରୁତ୍ୱାରୋପ କରିଛନ୍ତି ଯେ କୋରିଆ ଉପଦ୍ୱୀପ ପ୍ରସଙ୍ଗର ସମାଧାନ ପାଇଁ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରିବାର ସମୟ ଏବେ ଜରୁରୀ ହୋଇପଡ଼ିଛି । କାରଣ ପରମାଣୁ ପ୍ରସାର ସମ୍ବନ୍ଧିତ ଚିନ୍ତା ଓ ଏହାର ସମାଧାନ ଉପରେ ସଭିଏଁ ଧ୍ୟାନକେନ୍ଦ୍ରୀତ କରିବା ବାଂଛନୀୟ ।

52. ଉଭୟ ପକ୍ଷ ବାହ୍ୟ ଅନ୍ତରୀକ୍ଷରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାର ସମ୍ଭାବନା ଓ ବାହ୍ୟ ଅନ୍ତରୀକ୍ଷକୁ ପ୍ରତିରକ୍ଷା ପ୍ରତିଦ୍ୱନ୍ଦ୍ୱିତାର କ୍ଷେତ୍ର ରୂପେ ପରିବର୍ତ୍ତନ କରାଯାଉଥିବା ଆଶଙ୍କାରେ ଗମ୍ଭୀର ଚିନ୍ତାବ୍ୟକ୍ତ କରିଛନ୍ତି । ସେମାନେ ଜୋର ଦେଇଛନ୍ତି ଯେ ବାହ୍ୟ ଅନ୍ତରୀକ୍ଷରେ ଅସ୍ତ୍ରଶସ୍ତ୍ର ଠୁଳ ଓ ମୁତୟନ ଅନ୍ତରାଷ୍ଟ୍ରୀୟ ଶାନ୍ତିପାଇଁ ବିପଦ ସୃଷ୍ଟି କରିବ । ଏହାକୁ ରୋକାଯିବା ଆବଶ୍ୟକ । ଉଭୟ ପକ୍ଷ ବାହ୍ୟ ଅନ୍ତରୀକ୍ଷରେ ଅସ୍ତ୍ରଶସ୍ତ୍ର ନରଖିବା ଲାଗି ପାରସ୍ପରିକ ସହମତ ଓ ଏଥିପାଇଁ ଆଇନ ବ୍ୟବସ୍ଥା ସକାଶେ ବିଚାରବିମର୍ଶ କରିବା ଲାଗି ମିଳିତ ଜାତିସଂଘର ବିଶେଷଜ୍ଞ ସମୂହଦ୍ୱାରା ବିଚାରବିମର୍ଶ କରାଯାଉଥିବା ପ୍ରୟାସକୁ ସ୍ୱାଗତ କରିଛନ୍ତି । ଏହାର କ୍ରିୟାତ୍ମକ ପାରଦର୍ଶିତା ଏବଂ ଆତ୍ମବିଶ୍ୱାସ ନିର୍ମାଣ କରାଯିବା ଭଳି ପ୍ରୟାସରେ ଉଭୟ ପକ୍ଷ ଯୋଗଦାନ କରିପାରିବେ ବୋଲି ସୂଚାଇଛନ୍ତି ।

53. ଉଭୟ ପକ୍ଷ ରସାୟନିକ ଅସ୍ତ୍ରଶସ୍ତ୍ରର ବିକାଶ, ଉତ୍ପାଦନ, ଭଣ୍ଡାରଣ ଓ ଉପଯୋଗର ନିଷେଧ ଉପରେ ଆୟୋଜିତ ସମ୍ମେଳନରେ ରାସାୟନିକ ଅସ୍ତ୍ରଶସ୍ତ୍ରକୁ ନିଷେଧ କରିବା ଲାଗି ସଂଗଠନମାନଙ୍କ ଗତିବିଧିର ରାଜନୀତିକରଣକୁ ନିୟନ୍ତ୍ରଣ କରିବା ସକାଶେ ଆୟୋଜିତ ସମ୍ମେଳନର ଭୂମିକାରେ ସଂରକ୍ଷଣର ଉଦ୍ଦେଶ୍ୟପୂର୍ଣ୍ଣ ପ୍ରୟାସ ଓ ଆଭିମୁଖ୍ୟକୁ ସମର୍ଥନ କରି ନିଜର ନିର୍ଣ୍ଣୟ ବ୍ୟକ୍ତ କରିଛନ୍ତି । ଭାରତୀୟ ପକ୍ଷ ରୁଷ ସଂଘଦ୍ୱାରା ରାସାୟନିକ ହତିଆର ଭଣ୍ଡାରକୁ ନଷ୍ଟ କରିବା କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ ସ୍ୱାଗତ କରିଛନ୍ତି । ଏହି ରାସାୟନିକ ଅସ୍ତ୍ରଶସ୍ତ୍ରରେ ମୁକ୍ତ ବିଶ୍ୱର ନିର୍ମାଣ ପାଇଁ ଉଦ୍ଦେଶ୍ୟ ଅର୍ଜନ କରିବା ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନକୁ ପ୍ରଦର୍ଶିତ କରୁଛି ।

54. ଉଭୟ ପକ୍ଷ ସବୁପ୍ରକାର ଆତଙ୍କବାଦ ଓ ଏହାର ପ୍ରସାରକୁ ନିନ୍ଦା କରିଛନ୍ତି । ଏବଂ କୌଣସି ଦୋହରା ମାପଦଣ୍ଡ ବିନା ନିର୍ଣ୍ଣାୟକ ଓ ସାମୂହିକ ପ୍ରକ୍ରିୟା ସହ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦର ମୁକାବିଲା କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ଉଭୟ ପକ୍ଷ ଆତଙ୍କବାଦୀ ନେଟୱାର୍କ, ଆର୍ଥିକ ସଂସାଧନ, ଅସ୍ତ୍ରଶସ୍ତ୍ର ତଥା ଲଢେଇର ସାମ୍ନା କରିବା ସହ ସେମାନଙ୍କ ଉନ୍ମୁଳନ କରିବା ନିମନ୍ତେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ସେହିଭଳି ଆତଙ୍କବାଦୀ ବିଚାରଧାରା, ପ୍ରଚାର ଓ ସେଥିରେ ସାମିଲକୁ ରୋକିବା ଲାଗି ନିଜର ପ୍ରୟାସକୁ ବୃଦ୍ଧି କରିବା ଉପରେ ଉଭୟ ପକ୍ଷ ସହମତି ବ୍ୟକ୍ତ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ନିୟମାବଳୀର ଅଂଶବିଶେଷ ନିମନ୍ତେ ମିଳିତ ଜାତିସଂଘରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ବ୍ୟାପକ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ସନ୍ଧିକୁ ଗ୍ରହଣ କରିବାର ଗୁରୁତ୍ୱ ଉପରେ ସେମାନେ ଜୋର ଦେଇଛନ୍ତି । ଦୁଇପକ୍ଷ ଏହି ସନ୍ଧିର ତୁରନ୍ତ ନିଷ୍କର୍ସ ବାହାର କରିବା ଲାଗି ନିଜର ପୂର୍ଣ୍ଣ ପ୍ରୟାସ ଜାରି ରଖିବେ ଓ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଏ ଦିଗରେ ଆହ୍ୱାନ ଜଣାଇବାକୁ ଇଛା ପ୍ରକଟ କରିଛନ୍ତି । ସେହିଭଳି ରାସାୟନିକ ଓ ଜୈବିକ ଆତଙ୍କବାଦର ବିପଦରୁ ରକ୍ଷା ପାଇବା ଲାଗି ଉଭୟ ପକ୍ଷ ରାସାୟନିକ ଓ ଜୈବିକ ଆତଙ୍କବାଦୀ ତତ୍ତ୍ଵକୁ ଦମନ କରିବା ସକାଶେ ନିରସ୍ତ୍ରୀକରଣ ଉପରେ ଅନ୍ତରାଷ୍ଟ୍ରୀୟ ସନ୍ଧି ଉପରେ ଆୟୋଜିତ ସମ୍ମିଳନୀରେ ବହୁପକ୍ଷୀୟ ରାଜିନାମା ଲଙ୍କଜ୍ଞର କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ।

55. ଉଭୟ ପକ୍ଷ ଅନ୍ତରାଷ୍ଟ୍ରୀୟ ଆଇନ ବ୍ୟବସ୍ଥାର ସିଦ୍ଧାନ୍ତ ଏବଂ ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧରେ ମିଳିତ ଜାତିସଂଘର ମୁଖ୍ୟ ଭୂମିକା ଉପରେ ନିଜର ପ୍ରତିବଦ୍ଧତାକୁ ପୁଷ୍ଟି କରିଛନ୍ତି । ଦୁଇଦେଶ ଏହି ବିଚାରକୁ ପୁନଃପ୍ରକଟ କରି ସ୍ପଷ୍ଟ ନୀତି ସହ ସାମାନ୍ୟ ମାନ୍ୟତାପ୍ରାପ୍ତ ସିଦ୍ଧାନ୍ତ ଏବଂ ଅନ୍ତରାଷ୍ଟ୍ରୀୟ ଆଇନର ନିୟମାବଳୀକୁ କାର୍ଯ୍ୟାନ୍ୱୟନ କରିବା ସକାଶେ ଏଥିରେ ଦୋମୁହାଁମାନଙ୍କ ଲାଗୁ ନ କରିବା ଏବଂ କେତେକ ରାଷ୍ଟ୍ରଦ୍ୱାରା ନିଜର ଇଛାକୁ ଅନ୍ୟ ରାଷ୍ଟ୍ରମାନଙ୍କ ଉପରେ ଲଦି ଦେବାଭଳି ଅବସର ନ ରଖିବା ସକାଶେ ଆହ୍ୱାନ ଜଣାଇଛନ୍ତି । ଉଭୟ ପକ୍ଷ ଘୋଷଣା କରିଛନ୍ତି ଯେ ଅନ୍ତର୍ଜାତୀୟ ବିଧିବ୍ୟବସ୍ଥା ପାଳନ ନ କରି ଏକତରଫା ଓ ବଳପୂର୍ବକ ଉପାୟରେ କୌଣସି ପ୍ରକାର ବ୍ୟବସ୍ଥା ଲାଗୁ କରାଯିବା ଏହାର ସ୍ପଷ୍ଟ ଉଦାହରଣ । ତେଣୁ ଉଭୟ ପକ୍ଷ ବୈଶ୍ୱିକ ଓ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଆଧାରିତ ଲୋକତାନ୍ତ୍ରିକ ଓ ବୈଶ୍ୱିକ ବ୍ୟବସ୍ଥାକୁ ପ୍ରସାରିତ କରିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସହମତ ହୋଇଛନ୍ତି ।

56. ଉଭୟ ପକ୍ଷ ବର୍ତ୍ତମାନର ବୈଶ୍ୱିକ ବ୍ୟବସ୍ଥାକୁ ଉତ୍ତମ ଭାବେ ପ୍ରତିବିମ୍ବିତ କରିବା ଏବଂ ଉତ୍ତମ ବୈଶ୍ୱିକ ସମସ୍ୟାବଳୀରୁ ବର୍ତ୍ତିବା ସକାଶେ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ଅଧିକ ପ୍ରଭାବୀ କରିବା ନିମନ୍ତେ ଏଥିରେ ସଂସ୍କାରର ଆବଶ୍ୟକତା ରହିଛି ବୋଲି ମତ ପୋଷଣ କରିଛନ୍ତି । ବିସ୍ତାରିତ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟ ପଦ ଦାବିକୁ ରୁଷ ସଦାସର୍ବଦା ସମର୍ଥନ ଜଣାଇ ଆସୁଛି ବୋଲି ଦୋହରାଇଛି । ଉଭୟ ପକ୍ଷ କ୍ଷେତ୍ରୀୟ ଏବଂ ବୈଶ୍ୱିକ ଉଭୟ ସ୍ତରରେ ଶାନ୍ତି, ସୁରକ୍ଷା ଏବଂ ନ୍ୟାୟସଂଗତ ବିକାଶ ସୁନିଶ୍ଚିତ କରିବା ସକାଶେ ପରସ୍ପର ମଧ୍ୟରେ ମିଳିମିଶି କାର୍ଯ୍ୟ କରିବା ଏବଂ ବିଶ୍ୱ ବ୍ୟବସ୍ଥାକୁ ସ୍ଥିରତାର ମାର୍ଗରେ ପରିଚାଳିତ କରି ବିଭିନ୍ନ ଚାଲେଞ୍ଜର ସାମ୍ନା କରିବା ନିମନ୍ତେ ସଂକଳ୍ପ ବ୍ୟକ୍ତ କରିଛନ୍ତି ।

57. ଉଭୟ ପକ୍ଷ ନିରନ୍ତର ବିକାଶ ନିମନ୍ତେ 2030 ଏଜେଣ୍ଡାର ପୂର୍ଣ୍ଣ କାର୍ଯ୍ୟାନ୍ୱୟନ ସକାଶେ ନିଜର ପ୍ରତିବଦ୍ଧତାର ପୁଷ୍ଟି କରିଛନ୍ତି । ଦୁଇଦେଶ ସନ୍ତୁଳିତ ଏବଂ ଏକୀକୃତ ଢଙ୍ଗରେ ଆର୍ଥିକ, ସାମାଜିକ ଏବଂ ପର୍ଯ୍ୟାବରଣ ଭଳି ତିନି ପ୍ରମୁଖ ପ୍ରସଙ୍ଗରେ ସଦାସର୍ବଦା ବିକାଶ ଲକ୍ଷ୍ୟ ପ୍ରତି ନ୍ୟାୟସଂଗତ, ମୁକ୍ତ, ବହୁମୁଖୀ, ନବାଚାର ଆଧାରିତ ଏବଂ ସମାବେଶୀ ବିକାଶ ପାଇଁ କାର୍ଯ୍ୟ କରିବେ । ସେମାନେ 2030 ଏଜେଣ୍ଡାର ବୈଶ୍ୱିକ କାର୍ଯ୍ୟାନ୍ୱୟନରେ ସମନ୍ୱୟର ସହ ସମୀକ୍ଷା ନିମନ୍ତେ ସତତ ବିକାଶ ଉପରେ ଉଚ୍ଚସ୍ତରୀୟ ଫୋରମ ସହିତ ସଂଯୁକ୍ତ ରାଷ୍ଟ୍ରର ପ୍ରମୁଖ ଭୂମିକା ଥିବା ଦୋହରାଇଛନ୍ତି । ସେମାନେ ସଂଯୁକ୍ତ ରାଷ୍ଟ୍ର ବିକାଶ ପ୍ରଣାଳୀରେ ସଂସ୍କାରର ଆବଶ୍ୟକତା ଉପରେ ସହମତି ପ୍ରକଟ କରିଛନ୍ତି । ଯଦ୍ୱାରା 2030 ଏଜେଣ୍ଡାର କାର୍ଯ୍ୟାନ୍ୱୟନରେ ସଦସ୍ୟ ରାଷ୍ଟ୍ରଙ୍କ ସହାୟତା କରିବା ଲାଗି ସେମାନଙ୍କ କ୍ଷମତା ବଢାଯାଇ ପାରିବ । ଉଭୟପକ୍ଷ ବିକଶିତ ଦେଶରୁ ଉଚିତ ସମୟରେ ଏବଂ ପୂର୍ଣ୍ଣ ରୂପରେ ନିଜର ଅଧିକାରୀଙ୍କ ବିକାଶ ସହାୟତା ଦେବା ଲାଗି ପ୍ରତିବଦ୍ଧତା ସଂପୂର୍ଣ୍ଣ କରିବା ସହ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଅଧିକ ବିକାଶ ସଂସାଧନ ଯୋଗାଡ଼ କରିବା ଲାଗି ଅନୁରୋଧ କରିଛନ୍ତି ।

58. ଉଭୟ ପକ୍ଷ ନିରନ୍ତର ବିକାଶ ଏବଂ ଦାରିଦ୍ର୍ୟ ଉନ୍ମୁଳନ ପ୍ରସଙ୍ଗରେ ସବୁଜ ବିକାଶ ଓ ସ୍ୱଳ୍ପ କାର୍ବନ ଉତ୍ସର୍ଜନମୂଳନ ଅର୍ଥ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେବାଭଳି ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ସେମାନେ ସମସ୍ତ ରାଷ୍ଟ୍ରଙ୍କୁ ସାମଗ୍ରିକ ଏବଂ ବିଭିନ୍ନ ଉତ୍ତରଦାୟୀ ଓ ସମନ୍ଧିତ କ୍ଷମତାର ସିଦ୍ଧାନ୍ତ ଉପରେ ଆଧାରିତ ଜଳବାୟୁ ପରିବର୍ତ୍ତନ ଉପରେ ସଂଯୁକ୍ତ ରାଷ୍ଟ୍ର ଫ୍ରେମୱାର୍କ ସମ୍ମେଳନର ସିଦ୍ଧାନ୍ତ ଅନୁସାରେ ଅନୁମୋଦୀତ ପ୍ୟାରିସ ରାଜିନାମାକୁ ସଂପୂର୍ଣ୍ଣ ରୂପେ ରୂପାୟନ କରିବାକୁ ଆହ୍ୱାନ ଜଣାଇଛନ୍ତି । ଉଭୟପକ୍ଷ ବିକଶିତ ରାଷ୍ଟ୍ରମାନଙ୍କଠାରୁ ବିକାଶଶୀଳ ରାଷ୍ଟ୍ରଙ୍କୁ ବିତ୍ତୀୟ, ପ୍ରଯୁକ୍ତିଗତ ଏବଂ କ୍ଷମତା ନିର୍ମାଣ ସହାୟତା ଯୋଗାଇ ଦେବାଲାଗି ଅନୁରୋଧ କରିଛନ୍ତି । ତଦ୍ୱାରା ପ୍ରଦୂଷଣର ମାତ୍ରାକୁ କମ୍ କରାଯାଇପାରିବ ଏବଂ ଅନୁକୂଳନ ସମ୍ବନ୍ଧିତ ସେମାନଙ୍କର କ୍ଷମତା ବୃଦ୍ଧି ପାଇବ ।

59. ଉଭୟ ପକ୍ଷ ବୈଶ୍ୱିକ ସ୍ତରରେ ନାଭିକୀୟ ପ୍ରସାରକୁ ଅଧିକ ମଜବୁତ କରିବା ସକାଶେ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି । ରୁଷ ନାଭିକୀୟ ଉତ୍ପାଦନକାରୀ ସମୂହ ମଧ୍ୟରେ ଭାରତର ସଦସ୍ୟତା ପାଇଁ ନିଜ ଆଡୁ ସମର୍ଥନ ଜ୍ଞାପନ କରିଛି ।

60. ଉଭୟପକ୍ଷ ସୂଚନା ଏବଂ ସଂଚାର ପ୍ରଯୁକ୍ତି (ଆଇସିଟି)ର ଉପଯୋଗରେ ବିଭିନ୍ନ ରାଷ୍ଟ୍ରଙ୍କ ଉତ୍ତରଦାୟୀ ଆଚାରଣର ନିୟମ, ମାନକ ଏବଂ ସିଦ୍ଧାନ୍ତକୁ ଖୁବଶୀଘ୍ର ଗ୍ରହଣ କରିବାର ଆବଶ୍ୟକତା ଉପରେ ବିଶେଷ ଜୋର ଦେଇଛନ୍ତି । ଏଥିସହ ଉଭୟପକ୍ଷ ଅନ୍ତରାଷ୍ଟ୍ରୀୟ ଆଇନ ବ୍ୟବସ୍ଥାର ବିକାଶ କରି ଅପରାଧିକ ଉଦ୍ଦେଶ୍ୟ ଲାଗି ଆଇସିଟିର ଉପଯୋଗ କରାଯାଉଥିବା ସମସ୍ୟାରୁ ବର୍ତ୍ତିବା ଲାଗି ଅନ୍ତରାଷ୍ଟ୍ରୀୟ ସହଯୋଗ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ସମ୍ବର୍ଦ୍ଧନରେ ଉଭୟପକ୍ଷ ସଂଯୁକ୍ତ ରାଷ୍ଟ୍ର ସାଧାରଣ ପରିଷଦର 73ତମ ଅଧିବେଶନ କାଳରେ ପ୍ରାସଙ୍ଗିକ ପ୍ରସ୍ତାବକୁ ସ୍ୱୀକାର କରାଯିବାର ଆବଶ୍ୟକତାକୁ ରେଖାଙ୍କିତ କରିଛନ୍ତି । ଉଭୟ ପକ୍ଷ ଏକଥା ସ୍ୱୀକାର କରିଛନ୍ତି ଯେ ଆଇସିଟିର ଉପଯୋଗ ଏଥିରେ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ବ୍ରିକ୍ସ ସଦସ୍ୟଭୁକ୍ତ ରାଷ୍ଟ୍ରଙ୍କ ମଧ୍ୟରେ ସହଯୋଗର ରୂପରେଖ ସ୍ଥାପନ କରାଯିବା ଜରୁରୀ । ଏଥିସହ ଉଭୟ ପକ୍ଷ ଏ ସମ୍ବନ୍ଧରେ ସହଯୋଗ ଜନିତ ବ୍ରିକ୍ସ ଆନ୍ତଃ ସରକାରୀ ରାଜିନାମାର ସର୍ତ୍ତାବଳୀକୁ ଉପଯୁକ୍ତ ଦିଗରେ କାର୍ଯ୍ୟକାରୀ କରିବାର ଇଛା ପ୍ରକଟ କରିଛନ୍ତି ।

61. ଉଭୟ ପକ୍ଷ ଆଇସିଟିର ଉପଯୋଗ ଲାଗି ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ସାମଗ୍ରିକ ଦୃଷ୍ଟିକୋଣ ଆପଣେଇବାର ଆବଶ୍ୟକତାକୁ ରେଖାଙ୍କିତ କରିଛନ୍ତି । ଏଥିସହ ଉଭୟପକ୍ଷ ସୂଚନା ଏବଂ ସଂଚାର ପ୍ରଯୁକ୍ତିର ଉପଯୋଗରେ ସୁରକ୍ଷା ସୁନିଶ୍ଚିତ କରିବାର କ୍ଷେତ୍ରରେ ସହଯୋଗ ସମ୍ବନ୍ଧୀୟ ଆନ୍ତଃ ସରକାରୀ ରାଜିନାମାକୁ ଆହୁରି ଆଗକୁ ବଢାଇବା ଲାଗି ଦ୍ୱିପକ୍ଷୀୟ ଆନ୍ତଃ ଏଜେନ୍ସୀ ବ୍ୟବହାରିକ ରାଜିନାମାକୁ ସୁଦୃଢ କରିବାର ଇଛା ବ୍ୟକ୍ତ କରିଛନ୍ତି ।

62. ଉଭୟପକ୍ଷ ଏପରି ଏକ କ୍ଷେତ୍ରୀୟ ସୁରକ୍ଷା ବ୍ୟବସ୍ଥାର ସ୍ଥାପନା ପାଇଁ ବିଚାରର ସମର୍ଥନ କରିଛନ୍ତି, ଯାହା ଏସୀୟ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସବୁ ରାଷ୍ଟ୍ର ଏବଂ ଭାରତ ମହାସାଗରରେ ସମାନ ଏବଂ ଅବିଭାଜ୍ୟ ସୁରକ୍ଷା ଉପଲବ୍ଧ କରାଇବ । ଉଭୟ ପକ୍ଷ ପୂର୍ବ ଏସୀୟ ଶିଖର ସମ୍ମିଳନୀ ଏବଂ ଅନ୍ୟ କ୍ଷେତ୍ରୀୟ ଫୋରମର ଉଦାହରଣ ରଖି ଏହି ବିଷୟ ଉପରେ ବହୁପକ୍ଷୀୟ ବ୍ୟବସ୍ଥା ଜାରି ରଖିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ଉଭୟପକ୍ଷ ସହମତ ପ୍ରକଟ କରିଛନ୍ତି ଯେ କ୍ଷେତ୍ରୀୟ ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ କେନ୍ଦ୍ରୀଭୂତ ସମସ୍ତ ନୂଆ ବ୍ୟବସ୍ଥାର ବହୁପକ୍ଷବାଦ, ପାରଦର୍ଶିତା, ସମାବେଶୀ ଓ ପ୍ରଗତି ତଥା ସମୃଦ୍ଧିର ସାମଗ୍ରିକ ପ୍ରୟାସରେ ପାରସ୍ପରିକ ସମ୍ମାନ ତଥା ଏକତାର ସିଦ୍ଧାନ୍ତ କେନ୍ଦ୍ରୀତ ହେବା ଉଚିତ । ଏଥିସହ ଏହିସବୁ ପ୍ରସଙ୍ଗକୁ କୌଣସି ରାଷ୍ଟ୍ରର ବିରୋଧରେ ଉପଯୋଗ କରାଯିବା ଉଚିତ ନୁହେଁ । ଏହି ସମ୍ବନ୍ଧରେ ଉଭୟ ପକ୍ଷ ରୁଷର ଉପ ବିଦେଶ ମନ୍ତ୍ରୀ ଆଇଗର ମୋର୍ଗୋଲୋଭ୍ ଏବଂ ଭାରତର ବିଦେଶ ସଚିବ ବିଜୟ ଗୋଖଲେଙ୍କ ମଧ୍ୟରେ 2018 ଅଗଷ୍ଟ 24 ତାରିଖ ଦିନ ମସ୍କୋଠାରେ ଆୟୋଜିତ ରଚନାତ୍ମକ ପରାମର୍ଶର ସିଦ୍ଧାନ୍ତକୁ ସ୍ୱାଗତ କରିଛନ୍ତି ।

63. ଉଭୟ ପକ୍ଷ କ୍ଷେତ୍ରୀୟ ବହୁପକ୍ଷୀୟ ଫୋରମ ଯଥା- ବ୍ରିକ୍ସ, ଜି-20, ଏସସିଓ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଏଭଳି ପାରସ୍ପରିକ ପ୍ରୟାସରେ ସାମଞ୍ଜସ୍ୟ ଓ ସମନ୍ୱୟ ବୃଦ୍ଧି ପାଇବ ସେଥିଲାଗି ଦୃଢ ସଂକଳ୍ପ ପ୍ରକଟ କରିଛନ୍ତି । ଭାରତ ୟୁରେସିଆନ ଇକୋନୋମିକ ୟୁନିୟନ ଅନ୍ତର୍ଗତ ସହଯୋଗର କ୍ଷେତ୍ର ବୃଦ୍ଧି ନିମନ୍ତେ ଇଛାବ୍ୟକ୍ତ କରିଛି ।

64. ଉଭୟପକ୍ଷ ଏକଥା ଉପରେ ରେଖାଙ୍କିତ କରିଛନ୍ତି ଯେ ଜୁନ୍ 2018ରେ କ୍ୱିଗ୍ଦାଓରେ ଆୟୋଜିତ ଏସସିଓ ରାଷ୍ଟ୍ରାଧ୍ୟକ୍ଷ ପରିଷଦ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଂଶଗ୍ରହଣ ଏକ ପୂର୍ଣ୍ଣକାଳୀକ ସଦସ୍ୟ ରୂପେ ଏ ସଂଗଠନର କାର୍ଯ୍ୟରେ ଭାରତର ସଫଳ ସହଭାଗିତାକୁ ପ୍ରମାଣିତ କରିଛି । ଉଭୟ ପକ୍ଷ ଏସୀୟର ଘୋଷଣାନାମା, ଅନ୍ତରାଷ୍ଟ୍ରୀୟ ଆଇନକାନୁନର ମାନକ ଏବଂ ସିଦ୍ଧାନ୍ତ ପ୍ରତି ନିଜର ପ୍ରତିବଦ୍ଧତା ପ୍ରକଟ କରି ନିଜର ଗତିବିଧିର ସମସ୍ତ ଦିଗକୁ ଏହି ସଂଗଠନର କ୍ଷମତା ଓ ଉପଯୋଗ କରିବା ସକାଶେ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଆତଙ୍କବାଦ, ମାଦକଦ୍ରବ୍ୟର ଚୋରା ଓ ଅବୈଧ କାରବାର ଏବଂ ସଂଗଠିତ ଅପରାଧ ସହିତ ସୁରକ୍ଷା ଓ ସ୍ଥିରତା ସହ ସଂଶ୍ଳିଷ୍ଟ ପ୍ରସଙ୍ଗ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏଥିରେ ଏସସିଓର କ୍ଷେତ୍ରୀୟ ଆତଙ୍କବାଦ ନିରୋଧୀ ସଂରଚନା ଅନ୍ତର୍ଗତ ସହଯୋଗ, ଅଧିକ ପ୍ରଭାବଶାଳୀ ହୋଇପାରିବ ।

ଋୁଷ ଆତଙ୍କବାଦ ନିରୋଧୀ ସମରାଭ୍ୟାସ ‘ଶାନ୍ତି ମିଶନ-2018’ରେ ଭାରତର ଅଂଶଗ୍ରହଣକୁ ସ୍ୱାଗତ କରିଛି । ଉଭୟ ପକ୍ଷ ଏସସିଓର ଏକ ଆର୍ଥିକ ବ୍ୟବସ୍ଥା ବିକାଶ କରିବା ଲକ୍ଷ୍ୟକୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ବିବେଚନା କରନ୍ତି । ସେଥିରେ ଏହି ପରିବହନ ଏବଂ ମୌଳିକ ଢାଂଚାଗତ ପରିଯୋଜନାକୁ ସଂପୂର୍ଣ୍ଣ କରିବା ଲକ୍ଷ୍ୟ ସାମିଲ । ଏହାର ଉଦ୍ଦେଶ୍ୟ ଏସୀୟ ଭିତରେ ଆନ୍ତଃ ସଂପର୍କ ସୁନିଶ୍ଚିତ କରାଯିବା ସହ ପର୍ଯ୍ୟବେକ୍ଷକ, ସାମୂହିକ ରାଷ୍ଟ୍ର ଏବଂ ଆଗ୍ରହୀ ରାଷ୍ଟ୍ରଠାରୁ ଅଧିକ ଉତ୍ତମ ସଂପର୍କ ଉପଲବ୍ଧ ହୋଇପାରିବ । ଉଭୟପକ୍ଷ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗରେ ଏସସିଓର ଭୂମିକା ବଢାଇବା ଉପରେ ବିଶେଷ ଜୋର ଦେଇଛନ୍ତି । ଦୁଇ ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ର ଏବଂ ଏହାର ଅନ୍ୟାନ୍ୟ ସଂଗଠନ ଓ ଅନ୍ୟ ଅନ୍ତରାଷ୍ଟ୍ରୀୟ ତଥା କ୍ଷେତ୍ରୀୟ ସଂଗଠନମାନଙ୍କ ସହ ଏସସିଓର ସଂପର୍କ ଓ ସହଯୋଗ ବୃଦ୍ଧି କରାଯିବା ଆବଶ୍ୟକ ବୋଲି ମନେ କରନ୍ତି । ତେଣୁ ଦୁଇଦେଶ ଏସସିଓ ଅନ୍ତର୍ଗତ ସାଂସ୍କୃତିକ ଏବଂ ମାନବୀୟ ସମ୍ବନ୍ଧକୁ ସୁଦୃଢ କରିବା ଲାଗି ସହମତ ପ୍ରକଟ କରିଛନ୍ତି ।

65. ଉଭୟ ପକ୍ଷ ମୁକ୍ତ, ସମାବେଶୀ, ପାରଦର୍ଶୀ, ଭେଦଭାବ ମୁକ୍ତ ଏବଂ ନିୟମ ଆଧାରିତ ବହୁପକ୍ଷୀୟ ବ୍ୟାପାର ବ୍ୟବସ୍ଥାକୁ ମଜବୁତ କରିବା ଓ ଅନ୍ତରାଷ୍ଟ୍ରୀୟ ବ୍ୟାପାର ସମ୍ବନ୍ଧନକୁ ବିଖଣ୍ଡନ ତଥା ଏହାର ସମସ୍ତ ସ୍ୱରୂପକୁ ବ୍ୟାପାର ସଂରକ୍ଷଣବାଦର ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

66. ଭାରତ ଏକ ବୃହତ ୟୁରେସୀୟ ସାମଗ୍ରୀକ ରାଜିନାମା ସୁନିଶ୍ଚିତ କରିବା ଦିଗରେ ରୁଷ ଦ୍ୱାରା କରାଯାଇଥିବା ପ୍ରୟାସକୁ ସ୍ୱାଗତ କରିଛି । ଏଥିରେ ଅନ୍ତରାଷ୍ଟ୍ରୀୟ ଆଇନ ଓ ସମାନତା ଏବଂ ପାରସ୍ପରିକ ସମ୍ମାନର ସିଦ୍ଧାନ୍ତକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଅନ୍ୟ ପ୍ରତି ରାଷ୍ଟ୍ରୀୟ ପରିପ୍ରେକ୍ଷୀୟକୁ ଧ୍ୟାନ ଦେଇ ରଚନାତ୍ମକ ସହଯୋଗର ପ୍ରଭାବଶାଳୀ ମଞ୍ଚ/ପ୍ଲାଟଫର୍ମ ଗଠନ କରାଯିବାକୁ ସମର୍ଥନ ଜଣାଇଛନ୍ତି । ଏହାଦ୍ୱାରା ରାଷ୍ଟ୍ର ବିକାଶ ରାଜନୀତି ଓ ବହୁପକ୍ଷୀୟ ଏକୀକରଣ ପରିଯୋଜନାର ସଂଯୋଜନ କରିବା ସହଜସାଧ୍ୟ ହୋଇପାରିଛି ।

67. ଉଭୟପକ୍ଷ ଭାରତ-ରୁଷ ଘନିଷ୍ଠ ସଂପର୍କ ଦିଗରେ ହେଉଥିବା ପ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଦ୍ୱିପକ୍ଷୀୟ ଓ ଅନ୍ତରାଷ୍ଟ୍ରୀୟ ମହତ୍ୱ ପ୍ରସଙ୍ଗରେ ନିଜ ହିତ ତଥା ସମାନ ସ୍ଥିତିର ସମୀକ୍ଷା କରିଛନ୍ତି । ଦୁଇଦେଶର ଜନସାଧାରଣ ନିଜ ନିଜର ସମୃଦ୍ଧି ପାଇଁ ଭାରତ ଓ ରୁଷର ବିଶେଷ ତଥା ବିଶେଷାଧିକାରପ୍ରାପ୍ତ ରାଜନୀତିକ ସହଭାଗିତାକୁ ଆଗକୁ ବଢାଇନେବା ସକାଶେ ଘନିଷ୍ଠ ସହଯୋଗ, ସମନ୍ୱୟ ଏବଂ ଲାଭର ସୁଦୃଢୀକରଣକୁ ଜାରି ରଖିବା ସକାଶେ ସହମତ ହୋଇଛନ୍ତି ।

68. ରୁଷର ରାଷ୍ଟ୍ରପତି ଶ୍ରୀ ଭ୍ଲାଦିମିର ପୁଟିନ ଶନିବାର ଆତିଥ୍ୟ ପାଇଁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏବଂ 2019ରେ ଅନୁଷ୍ଠିତ ହେବାକୁ ଥିବା ବିଂଶତମ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ରୁଷ ଆସିବାକୁ ଆମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ନିମନ୍ତ୍ରଣକୁ ସନ୍ତୁଷ୍ଟିର ସହ ସ୍ୱୀକାର କରିଛନ୍ତି ।

 
ଦାନ
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
I-T dept issues tax refunds of Rs 1.57 trillion, up by 27.2% in 2019

Media Coverage

I-T dept issues tax refunds of Rs 1.57 trillion, up by 27.2% in 2019
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 14, 2019
December 14, 2019
ସେୟାର
 
Comments

#NamamiGange: PM Modi visits Kanpur to embark the first National Ganga Council meeting with CMs of Uttar Pradesh, Bihar and Uttarakhand

PM Modi meets the President and Foreign Minister of Maldives to discuss various aspects of the strong friendship between the two nations

India’s foreign reserves exchange touches a new life-time high of $453.422 billion

Modi Govt’s efforts to transform lives across the country has instilled confidence in citizens