PM Narendra Modi meets the President of Indonesia, Mr. Joko Widodo
PM Modi & Prez Widodo hold extensive talks on bilateral, regional & global issues of mutual interest
India & Indonesia agree to hold annual Summit meetings, including on the margins of multilateral events
India & Indonesia welcome submission of a Vision Document 2025 by India-Indonesia Eminent Persons Group
Emphasis to further consolidate the security and defence cooperation between the India & Indonesia
India & Indonesia resolve to significantly enhance bilateral cooperation in combating terrorism
  • ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣରେ ଇଣ୍ଡୋନେସିଆ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଯୋକୋ ୱିଡୋଡୋ ୨୦୧୬ ଡିସେମ୍ବର ୧୧ରୁ ୧୩ତାରିଖ ପର୍ଯ୍ୟନ୍ତ ଭାରତକୁ ଆନୁଷ୍ଠାନିକ ଯାତ୍ରାରେ ଆସିଛନ୍ତି । ରାଷ୍ଟ୍ରପତି ଯୋକୋ ୱିଡୋଡୋଙ୍କ ଭାରତକୁ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ।
  • ରାଷ୍ଟ୍ରପତି ଯୋକୋ ୱିଡୋଡୋ ୨୦୧୬ ଡିସେମ୍ବର ୧୨ ତାରିଖରେ ରାଷ୍ଟ୍ରପତି ଭବନରେ ଭାରତୀୟ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଯୋକୋ ୱିଡୋଡୋ ଦ୍ୱିପାକ୍ଷିକ ସମେତ ଉଭୟ ସ୍ୱାର୍ଥଜଡ଼ିତ ଆଂଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରିଛନ୍ତି । ୨୦୧୫ ନଭେମ୍ବରରେ ଇଣ୍ଡୋନେସିଆ ଯାତ୍ରା କରିଥିବା ଭାରତର ଉପରାଷ୍ଟ୍ରପତି ଏମ୍.ହମିଦ୍ ଅନ୍ସାରୀ ମଧ୍ୟ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ ।
  • ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଯୋକୋ ୱିଡୋଡୋ ଏହା ସ୍ୱୀକାର କରିଛନ୍ତି ଯେ ଭାରତ ଓ ଇଣ୍ଡୋନେସିଆର ଲୋକଙ୍କ ମଧ୍ୟରେ ଗଭୀର ସଭ୍ୟତାମୂଳକ ସମ୍ପର୍କ ସହ ଦୁଇ ସାମୁଦ୍ରିକ ପଡ଼ୋଶୀ । ଏଥିରେ ହିନ୍ଦୁ ଧର୍ମ ସହିତ ବୌଦ୍ଧ ଧର୍ମ ଓ ଇସ୍ଲାମର ମିଳିତ ଐତିହ୍ୟ ସାମିଲ ଅଛି । ଉଭୟ ରାଷ୍ଟ୍ର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ବହୁଳବାଦ, ଗଣତନ୍ତ୍ର ଓ ଆଇନର ଶାସନକୁ ଗୁରୁତ୍ୱକୁ ମୂଲ୍ୟବୋଧ ଭାବେ ରେଖାଙ୍କିତ କରିଛନ୍ତି । ସେମାନେ ଦୁଇ ଦେଶର ରାଜନୀତିକ, ଆର୍ଥିକ ଓ ରଣନୀତିକ ସ୍ୱାର୍ଥରେ ସମାନତାକୁ ସ୍ୱାଗତ କରିଛନ୍ତି ଯାହା ଏକ ଦୀର୍ଘକାଳୀନ ରଣନୀତିକ ଭାଗିଦାରୀ ପାଇଁ ଏକ ସ୍ଥାୟୀ ଆଧାର ପ୍ରଦାନ କରୁଛି ।
  • ଦୁଇ ନେତା ସ୍ୱୀକାର କରିଛନ୍ତି ଯେ ୨୦୦୫ ନଭେମ୍ବରରେ ଏକ ରଣନୀତିକ ଭାଗିଦାରୀ ସ୍ଥାପନା ପରେ ଦୁଇ ଦେଶର ସମ୍ବନ୍ଧ ଏକ ନୂଆ ଗତି ପ୍ରାପ୍ତ କରିଛି । ଇଣ୍ଡୋନେସିଆର ରାଷ୍ଟ୍ରପତି ୨୦୧୧ରେ ଭାରତ ଗସ୍ତରେ ଥିବା ସମୟରେ ଆଗାମୀ ଦଶକରେ ‘ଭାରତ-ଇଣ୍ଡେ।ନେସିଆ ନୂଆ ରଣନୀତିକ ଭାଗିଦାରୀର ଭବିଷ୍ୟ ଦୃଷ୍ଟିକୁ ପରିଭାଷିତ କରିବା ନିମନ୍ତେ ଏକ ମିଳିତ ବିବୃତି ଓ ୨୦୧୩ ଅକ୍ଟୋବରରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ସମୟରେ ସାମରିକ ଭାଗିଦାରୀକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ପଂଚସୂତ୍ରୀ ପଦକ୍ଷେପକୁ ସ୍ୱୀକାର କରାଯିବା ଦ୍ୱାରା ଦୁଇ ଦେଶର ସମ୍ପର୍କ ଏକ ନୂଆ ଦିଗରେ ଅଗ୍ରସର ହୋଇଛି । ଦୁଇ ନେତା ଏସିଆନ୍ ଶିଖର ସମ୍ମିଳନୀ ଅବସରରେ ନାଓ ପି ତାଓରେ ୨୦୧୪ ନଭେମ୍ବର ୧୩ତାରିଖରେ ନିଜର ପ୍ରଥମ ବୈଠକକୁ ମନେ ପକାଇଥିଲେ । ଯେଉଁଥିରେ ସେମାନେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ନିର୍ଦ୍ଦିଷ୍ଟ କ୍ଷେତ୍ର ଉପରେ ଚର୍ଚ୍ଚା ହୋଇଥିଲା ।

ସାମରିକ ଭାଗିଦାରୀ

  • ଇଣ୍ଡୋନେସିଆର ରାଷ୍ଟ୍ରପତି ଓ ଭାରତର ପ୍ରଧାନମନ୍ତ୍ରୀ ବାର୍ଷିକ ଶିଖର ସମ୍ମିଳନୀର ବୈଠକ ଆୟୋଜନ ପାଇଁ ସହମତି ଜଣାଇଛନ୍ତି । ଯେଉଁଥିରେ ବହୁପାକ୍ଷିକ କାର୍ଯ୍ୟକ୍ରମ ମଧ୍ୟ ସାମିଲ ଅଛି । ସେମାନେ ମନ୍ତ୍ରୀସ୍ତରୀୟ ଓ କାର୍ଯ୍ୟକାରୀ ଗୋଷ୍ଠୀ ବ୍ୟବସ୍ଥା ସହିତ ନିୟମିତ ଦ୍ୱିପାକ୍ଷିକ ବିଚାର ବିମର୍ଶ ଜାରି ରଖିବାର ମହତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି ।
  • ୨୦୧୪ ନଭେମ୍ବରରେ ନାୟ ପି ତାଓରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଗତ ବୈଠକ ପରେ କୋଇଲା, କୃଷି, ଆତଙ୍କବାଦର ମୁକାବିଲା, ସ୍ୱାସ୍ଥ୍ୟ, ଡ୍ରଗ୍ସ୍, ମାଦକ ପଦାର୍ଥ ଓ ନାରକୋଟିକ୍ସରେ ଅବୈଧ ଚୋରାଚାଲାଣର ମୁକାବିଲା କରିବାକୁ ନେଇ ଗଠିତ ଆଂଚଳିକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ (ୱାର୍କିଂ ଗ୍ରୁପ୍) ଆଧାରରେ ହୋଇଥିବା ଅଗ୍ରଗତିକୁ ସ୍ୱାଗତ କରିଛନ୍ତି । ବୈଠକରେ ସମସ୍ତ ପ୍ରସଙ୍ଗରେ ହୋଇଥିବା ସହମତିକୁ କାର୍ଯ୍ୟକାରୀ ନିମନ୍ତେ ଦୁଇ ନେତା ଆଗ୍ରହ ବ୍ୟକ୍ତ କରିଛନ୍ତି ।
  • ଦୁଇ ଗଣତନ୍ତ୍ର ମଧ୍ୟରେ ସଂସଦୀୟ ଆଦାନ-ପ୍ରଦାନର ଗୁରୁତ୍ୱକୁ ଦୁଇ ନେତା ଆଶ୍ୱସ୍ତ କରିବା ସହ ଦୁଇ ସଂସଦ ମଧ୍ୟରେ ପ୍ରତିନିଧିମଣ୍ଡଳର ନିୟମିତ ଗସ୍ତ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ସମ୍ବନ୍ଧରେ ସେମାନେ ୨୦୧୬ ଏପ୍ରିଲରେ ଭାରତ ପକ୍ଷରୁ ଇଣ୍ଡୋନେସିଆ ଯାଇଥିବା ସଂସଦୀୟ ସଦ୍ଭାବନା ପ୍ରତିନିଧିମଣ୍ଡଳ ତଥା ୨୦୧୫ ଅକ୍ଟୋବର ଓ ଡିସେମ୍ବରରେ ଭାରତ ଗସ୍ତରେ ଆସିଥିବା ଇଣ୍ଡୋନେସିଆ ଗଣରାଜ୍ୟର ଜନପ୍ରତିନିଧି ତଥା ଆଂଚଳିକ ପରିଷଦର ସଦସ୍ୟଙ୍କ ଭାରତ ଆସିବାକୁ ପ୍ରଶଂସା କରିଥିଲେ ।
  • ଦୁଇ ନେତା ଭାରତ ଓ ଇଣ୍ଡୋନେସିଆର ବିଶିଷ୍ଟ ଜନ ସମୂହ(ଇପିଜି) ଦ୍ୱାରା ‘ଭିଜନ୍-୨୦୨୫’ ପ୍ରଦାନ କରାଯିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଯାହା ଚଳିତବର୍ଷ ଆରମ୍ଭରୁ ନିଜର କାର୍ଯ୍ୟ ପ୍ରାରମ୍ଭ କରିଛି । ଏହି ଦସ୍ତାବିଜରେ ୨୦୨୫ ମସିହା ଓ ତା’ପରେ ଦ୍ୱିପାକ୍ଷିକ ସମ୍ବନ୍ଧର ଭବିଷ୍ୟତର ରୂପରେଖ ଉପରେ ସୁପାରିସ୍ କରାଯାଇଛି ।
  • ଦୁଇ ନେତା ଇସ୍ରୋ ଦ୍ୱାରା ୨୦୧୫ ସେପ୍ଟମ୍ବରରେ ଏଲ୍ଏପିଏଏନ୍ ଏ୨ ଓ ୨୦୧୬ ଜୁନରେ ଏଲ୍ଏପିଏଏନ୍ ଏ୩ ଉପଗ୍ରହର ପ୍ରକ୍ଷେପଣ କରାଯିବାକୁ ସ୍ୱାଗତ କରିଛନ୍ତି । ସେମାନେ ଏଲଏପିଏଏନ୍ ଓ ଇସ୍ରୋ ଦ୍ୱାରା ବାହ୍ୟ ଅନ୍ତରୀକ୍ଷ ଅନ୍ୱେଷଣ କ୍ଷେତ୍ରରେ ସହଯୋଗ ଉପରେ ଆନ୍ତଃସରକାରୀ ବୁଝାମଣାର ରୂପରେଖକୁ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଓ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ଏହାର ଉପଯୋଗ ତଥା ଜଳ, ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା, ଫସଲର ଭବିଷ୍ୟବାଣୀ ଓ ସମ୍ବଳର ମାନଚିତ୍ରର ବୁଝାମଣା ଓ ପ୍ରଶିକ୍ଷଣ କାର୍ଯ୍ୟ ଦୃଷ୍ଟିରୁ ଏକ ପ୍ରାରମ୍ଭିକ ତିଥି ଓ ସଂଯୁକ୍ତ ସମିତିର ବୈଠକ ବୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରକ୍ଷା ଓ ସୁରକ୍ଷା ସହଯୋଗ

  • ରଣନୀତି ଭାଗିଦାରୀ ଓ ସାମୁଦ୍ରିକ ପଡ଼ୋଶୀ ଭାବେ ଦୁଇ ନେତା ଦୁଇ ଦେଶ ମଧ୍ୟରେ ସୁରକ୍ଷା ଓ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ସମ୍ବନ୍ଧରେ ସେମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଲୋଚନା ଓ ମିଳିତ ରକ୍ଷା ସହଯୋଗ ସମିତି(ଜେଡିସିସି)ର ବୈଠକ ମାଧ୍ୟମରେ ପ୍ରାରମ୍ଭିକ ଆୟୋଜନର ସମୀକ୍ଷା କରିବା ଓ ଏକ ଠୋସ୍ ଦ୍ୱିପାକ୍ଷିକ ରକ୍ଷା ସହଯୋଗ ବୁଝାମଣା ପାଇଁ ବର୍ତ୍ତମାନର ‘ରକ୍ଷା କ୍ଷେତ୍ରର ସହଯୋଗ କାର୍ଯ୍ୟ ଉପରେ ବୁଝାମଣା’ ନିମନ୍ତେ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
  • ଦୁଇ ଦେଶର ସେନା ମଧ୍ୟରେ ୨୦୧୬ ଅଗଷ୍ଟ ଓ ନୌସେନା ମଧ୍ୟରେ ୨୦୧୬ ଜୁନରେ ଦ୍ଵିପାକ୍ଷିକ ଆଲୋଚନା ହୋଇଥିବା ନେଇ ଦୁଇ ନେତା ଉଲ୍ଲେଖ କରିଥିଲେ । ଯାହାର ପରିଣାମସ୍ୱରୂପ ଦୁଇ ସଶସ୍ତ୍ର ବଳ ମଧ୍ୟରେ ରକ୍ଷା ସହଯୋଗ ବୃଦ୍ଧି ଓ ବାୟୁସେନା ଷ୍ଟାଫ ଆଲୋଚନା ଏକ ପ୍ରାରମ୍ଭିକ ତିଥିରେ ଆୟୋଜିତ କରିବା ପାଇଁ ସହମତି ହୋଇଥିଲା । ସେମାନେ ଦୁଇ ଦେଶର ରକ୍ଷା ମନ୍ତ୍ରୀଙ୍କୁ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ସହ ଉପକରଣର ମିଳିତ ଉପକରଣ, ଜ୍ଞାନକୌଶଳ ସହାୟତା ଓ ଦକ୍ଷତା ଗଠନରେ ସହଯୋଗ ପାଇଁ ରକ୍ଷା ଉଦ୍ୟୋଗ ମଧ୍ୟରେ ସହଯୋଗକୁ ଚିହ୍ନଟ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।
  • ଦୁଇ ନେତା ବିଶ୍ୱ ଆତଙ୍କବାଦ ଓ ଅନ୍ୟ ଆନ୍ତର୍ଜାତିକ ଅପରାଧର ଆଶଙ୍କା ଉପରେ ଆଲୋଚନା କରିଥିଲେ । ସାଇବର ଅପରାଧ, ଆତଙ୍କବାଦ, ଆତଙ୍କବାଦକୁ ପାଣ୍ଠିଯୋଗାଣ, ଅର୍ଥ ଠକେଇ(ମନି ଲଣ୍ଡେରିଙ୍ଗ), ମାନବ ଚୋରାଚାଲାଣର ମୁକାବିଲା ପାଇଁ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧିର ସଂକଳ୍ପକୁ ଦୋହରାଇଛନ୍ତି । ଦୁଇ ନେତା ଆତଙ୍କବାଦ ଉପରେ ମିଳିତ ୱାର୍କିଂ ଗ୍ରୁପ୍ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଯେଉଁଥିରେ ନିୟମିତ ସାକ୍ଷାତ-ଆଲୋଚନା ଓ ୨୦୧୫ ଅକ୍ଟୋବରରେ ଆୟୋଜିତ ବୈଠକର ଫଳାଫଳକୁ ଅନୁଧ୍ୟାନ କରିଥିଲେ । ସାଇବର ସୁରକ୍ଷା ସମେତ ପରସ୍ପର ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସେମାନେ ଆତଙ୍କବାଦର ମୁକାବିଲା କରିବା, ସ୍ୱାସ୍ଥ୍ୟ, ଡ୍ରଗ୍ସ, ମାଦକ ପଦାର୍ଥ ଓ ନାର୍କୋଟିକ୍ସରେ ବେଆଇନ ଚୋରାଚାଲାଣର ମୁକାବିଲା କରିବାକୁ ନେଇ ଗଠିତ ଆଂଚଳିକ ମିଳିତ ୱାର୍କିଂ ଗ୍ରୁପ୍ ଆଧାରରେ ହୋଇଥିବା ଅଗ୍ରଗତିକୁ ସ୍ୱାଗତ କରିଥିଲେ । ଏ ସମ୍ବନ୍ଧରେ ୨୦୧୬ ଅଗଷ୍ଟରେ ବୈଠକ ହୋଇଥିଲା । ଉଭୟ ପକ୍ଷ ଏହି ଅଂଚଳରେ ସହଯୋଗକୁ ନିବିଡ଼ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ।
  • ଦୁଇ ନେତା ନୂଆଦିଲ୍ଲୀରେ ‘ବିପର୍ଯ୍ୟୟ ଆଶଙ୍କା ପ୍ରଶମନର ଏସୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀ’ର ସଫଳ ଆୟୋଜନକୁ ସ୍ୱାଗତ କରିଥିଲେ । ଏହି ଅଂଚଳରେ ସହଯୋଗ ପାଇଁ ସମ୍ଭାବନାକୁ ଚିହ୍ନଟ କରିଛନ୍ତି । ଏହା ସହିତ ନିଜ ସମ୍ବନ୍ଧିତ ପକ୍ଷକୁ ଚୟନ କରି ସଂଯୁକ୍ତ ଅଭ୍ୟାସ ଓ ପ୍ରଶିକ୍ଷଣର ସହଯୋଗ ତଥା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରତିକ୍ରିୟାଶୀଳ କରାଇବା ନିମନ୍ତେ ଏପ୍ରକାରର କ୍ଷମତାର ବୃଦ୍ଧିକୁ ସଂସ୍ଥାଗତ ରୂପରେ ବିପର୍ଯ୍ୟୟ ପରିଚାଳନାର ସହଯୋଗକୁ ପୁନଜୀର୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
  • ଦୁଇ ନେତା ବିଶ୍ୱ ଓ ନିଜ ନିଜ ଦେଶର ଆଖପାଖ ଅଚଂଳ ପାଇଁ ସାମୁଦ୍ରିକ କ୍ଷେତ୍ରର ମହତ୍ୱ ଉପରେ ରେଖାଙ୍କିତ କରିଥିଲେ । ସେମାନେ ନିଜର ସାମୁଦ୍ରିକ ସହଯୋଗକୁ ନିବିଡ଼ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଏହି ଗସ୍ତ ସମୟରେ ଏକ ସ୍ୱତନ୍ତ୍ର ‘ସାମୁଦ୍ରିକ ସହଯୋଗ ଉପରେ ବିବୃତି’ ଜାରି କରିଥିଲେ । ଏଥିରେ ଏକ ବ୍ୟାପକ କ୍ଷେତ୍ର ସାମିଲ, ଯେଉଁଥିରେ ସାମୁଦ୍ରିକ ସୁରକ୍ଷା, ସାମୁଦ୍ରିକ ଉଦ୍ୟୋଗ, ସାମୁଦ୍ରିକ ନିରାପତ୍ତା ଓ ନେଭିଗେସନ୍ ଏବଂ ଦୁଇ ଦେଶ ଦ୍ୱାରା ଚିହ୍ନିତ ଦ୍ୱିପାକ୍ଷିକ ସହଯୋଗର ଅନ୍ୟ ଏକ କ୍ଷେତ୍ର ସମ୍ମିଳିତ ଅଛି ।
  • ଅବୈଧ, ଅନିୟମିତ ଓ ଅପ୍ରକାଶିତ(ଆଇୟୁୟୁ) ମାଛଧରାକୁ ସମାପ୍ତ କରିବା ପାଇଁ ତତ୍କାଳ ଆବଶ୍ୟକତାକୁ ଜାହିର କରିଛନ୍ତି । ଆଇୟୁୟୁରେ ସ୍ୱାକ୍ଷର କରାଯିବା ଓ ଇଣ୍ଡୋନେସିଆ-ଭାରତ ମଧ୍ୟରେ ସ୍ଥାୟୀ ମତ୍ସ୍ୟ ପ୍ରଶାସନକୁ ପ୍ରୋତ୍ସାହନ ଦେବାକୁ ସ୍ୱାଗତ କରିଛନ୍ତି । ଆନ୍ତର୍ଜାତିକସ୍ତରରେ ସଂଗଠିତ ହେଉଥିବା ମତ୍ସ୍ୟ ଅପରାଧ ଯାହା ବିଶ୍ୱ ପାଇଁ ଏକ କ୍ରମବର୍ଦ୍ଧିଷ୍ଣୁ ଅପରାଧ ପାଲଟିଛି ତାକୁ ଦୁଇ ନେତା ଏକ ସଂଗଠିତ ଅପରାଧର ମାନ୍ୟତା ଦେଇଛନ୍ତି ।

ବ୍ୟାପକ ଆର୍ଥିକ ଭାଗିଦାରୀ

  • ଦୁଇ ନେତା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବ୍ୟବସାୟ ଓ ନିବେଶ ବୃଦ୍ଧି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଆଶାନୁରୂପ ଉନ୍ମୁକ୍ତ ଓ ସ୍ୱଚ୍ଛ ଆର୍ଥିକ ନୀତି ଢାଂଚାର ଗୁରୁତ୍ୱକୁ ସ୍ୱୀକାର କରିଛନ୍ତି । ଯେଉଁଥିରେ ଉଭୟପଟୁ ବ୍ୟବସାୟ, ନିବେଶ ଓ ଘରୋଇ କ୍ଷେତ୍ର ନେତୃତ୍ୱାଧୀନ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ମିଳୁଛି ।
  • ଦୁଇ ଦେଶର ନେତା ଦ୍ୱିବାର୍ଷିକ ବାଣିଜ୍ୟ ମନ୍ତ୍ରୀଙ୍କ ଫୋରମ୍(ବିଟିଏମ୍ଏଫ୍) ବୈଠକ ଶୀଘ୍ର ଡାକିବାକୁ ଚାହୁଁଛନ୍ତି । ଫୋରମ୍ ବାଣିଜ୍ୟ ଓ ନିବେଶର ପ୍ରତିବନ୍ଧକକୁ ଦୂର କରିବା ଉଦ୍ଦେଶ୍ୟ ସହ ଆର୍ଥିକ ନୀତି ଓ ଆବଶ୍ୟକ ଆଲୋଚନାରେ ସକ୍ଷମ ହେବ ।
  • ପ୍ରଧାନମନ୍ତ୍ରୀ ମୋଦୀ ନିଜ ସରକାର ପକ୍ଷରୁ ଭାରତରେ ପରିବର୍ତ୍ତନ ପାଇଁ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ରାଷ୍ଟ୍ରପତି ୱିଡୋଡୋଙ୍କୁ ଅବଗତ କରିଛନ୍ତି । ଏଥିରେ ‘ମେକ୍ ଇନ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ସ୍ମାର୍ଟ ସିଟି, ଷ୍ଟାର୍ଟ ଅପ୍ ଇଣ୍ଡିଆ ଓ ସ୍ୱଚ୍ଛ ଭାରତ’ ସହ ଅବଗତ କରାଇଛନ୍ତି । ଏହା ସହିତ ଉକ୍ତ ସୁଯୋଗର ଫାଇଦା ଉଠାଇବା ପାଇଁ ଇଣ୍ଡୋନେସିଆ ବ୍ୟବସାୟୀଙ୍କୁ ଆମନ୍ତ୍ରଣ କରିଛନ୍ତି । ରାଷ୍ଟ୍ରପତି ୱିଡୋଡୋ ମଧ୍ୟ ଇଣ୍ଡୋନେସିଆରେ ନିକଟରେ ସୁଧାର ପାଇଁ ନିଆଯାଇଥିବା ପଦକ୍ଷେପ ଓ କାରବାରକୁ ସୁଗମ କରିବା ଦିଗରେ ହୋଇଥିବା ପ୍ରୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ କରାଇଥିଲେ । ସେ ଭାରତୀୟ କମ୍ପାନୀକୁ ଇଣ୍ଡୋନେସିଆରେ ଔଷଧ ପ୍ରସ୍ତୁତି, ଭିତ୍ତିଭୂମି ଢାଂଚା, ଆଇଟି, ଶକ୍ତି ଓ ବିନିର୍ମାଣ ଉଦ୍ୟୋଗ କ୍ଷେତ୍ରରେ ନିବେଶ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି ।
  • ଭାରତ ଓ ଇଣ୍ଡୋନେସିଆର ପ୍ରମୁଖ ଉଦ୍ୟୋଗପତିଙ୍କ ଫୋରମ୍ ରେ ୨୦୧୬ ଡିସେମ୍ବର ୧୨ତାରିଖରେ ନୂଆଦିଲ୍ଳୀରେ ହୋଇଥିବା ବୈଠକକୁ ଦୁଇ ନେତା ସ୍ୱାଗତ କରି ଏଭଳି ବୈଠକକୁ ନିୟମିତ କରାଯିବାକୁ ପ୍ରୋତ୍ସାହନ ଦେବାକୁ କହିଛନ୍ତି । ଏହା ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ସହଯୋଗକୁ ଆଗେଇ ନେବାରେ ସହାୟକ ହେବ । ଇଣ୍ଡୋନେସିଆ ଓ ଭାରତର ବଛାବଛା ସିଇଓଙ୍କ ୨୦୧୬ ଡିସେମ୍ବର ୧୩ତାରିଖ ଓ ଦୁଇ ଦେଶର ପ୍ରମୁଖ ଉଦ୍ୟୋଗପତିଙ୍କ ଫୋରମ୍ ରେ ୨୦୧୬ ଡିସେମ୍ବର ୧୨ତାରିଖରେ ନୂଆଦିଲ୍ଲୀରେ ହୋଇଥିବା ବୈଠକର ରିପୋର୍ଟ ରାଷ୍ଟ୍ରପତି ଯୋକୋ ୱିଡୋଡୋଙ୍କୁ ପ୍ରଦାନ କରାଯାଇଛି ।
  • ଦୁଇ ନେତା ସ୍ୱୀକାର କରିଛନ୍ତି ଯେ ଦୁଇ ଦେଶର ଆର୍ଥିକ ବିକାଶ ପାଇଁ ବିଶ୍ୱସନୀୟ, ସ୍ୱଚ୍ଛ ଓ ଶସ୍ତା ଶକ୍ତିର ଆବଶ୍ୟକତା ମହତ୍ୱପୂର୍ଣ୍ଣ । ଏ ଦିଗରେ ନବୀକରଣ ଓ ଅକ୍ଷୟ ଶକ୍ତି ପାଇଁ ୨୦୧୫ ନଭେମ୍ବରରେ କରାଯାଇଥିବା ଚୁକ୍ତିକୁ ସ୍ୱାଗତ କରିଛନ୍ତି । ଏହା ସହିତ ନୂଆ ଓ ଅକ୍ଷୟ ଶକ୍ତି ଉପରେ ଗଠିତ ମିଳିତ ୱାର୍କିଂ ଗ୍ରୁପ୍ର ବୁଝାମଣାକୁ କାର୍ଯ୍ୟକାରିତାକୁ ପ୍ରଶଂସା କରିଛନ୍ତି । ସେମାନେ ଏ ଦିଗରେ ଦ୍ୱିପାକ୍ଷିକ ସ୍ତରର ଠୋସ୍ କାର୍ଯ୍ୟ ଯୋଜନାକୁ ଆଗେଇ ନେବା ପାଇଁ ମିଳିତ ୱାର୍କିଂ ଗ୍ରୁପ୍ର ଶୀଘ୍ର ବୈଠକ ଡାକିବାକୁ କହିଛନ୍ତି ।
  • ରାଷ୍ଟ୍ରପତି ୱିଡୋଡୋ ଅକ୍ଷୟ ଶକ୍ତି ବିଶେଷକରି ଆନ୍ତର୍ଜାତିକ ସୌର ମେଂଟର ସ୍ଥାପନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ୨୦୧୫ ନଭେମ୍ବରରେ କୋଇଲା ଉପରେ ଆୟୋଜିତ ମିଳିତ ୱାର୍କିଂ ଗ୍ରୁପ୍ ବୈଠକର ଫଳାଫଳକୁ ଦୁଇ ନେତା ଉଲ୍ଲେଖ କରିଥିଲେ । ଦୁଇ ନେଶ ମିଳିତ ଆଶା ସହ ଶକ୍ତି ବିକାଶ ପ୍ରଯୁକ୍ତିବିଦ୍ୟା, ନୂଆ ଓ ଅକ୍ଷୟ ଶକ୍ତି ପ୍ରଯୁକ୍ତିବଦ୍ୟାକୁ ପ୍ରୋତ୍ସାହନ ଦେବାରେ ସହଯୋଗ କରିବା ପାଇଁ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ସହ ସମ୍ବନ୍ଧିତ ଜଳବାୟୁ ପରିବର୍ତନର ଲକ୍ଷ୍ୟକୁ ହାସଲ କରିବାରେ ସହମତ ହୋଇଛନ୍ତି ।
  • ଭବିଷ୍ୟତରେ ଶକ୍ତିର ଚାହିଦାକୁ ପୂରଣ କରିବା ଦିଗରେ ଦୁଇ ଦେଶର ନେତା ତୈଳ ଓ ଗ୍ୟାସ କ୍ଷେତ୍ରରେ ସହଯୋଗକୁ ନେଇ ଅକ୍ଷୟ ଶକ୍ତି ଏମ୍ଓୟୁ ସ୍ୱାକ୍ଷର ପାଇଁ ପ୍ରୋତ୍ସାହନ କରିଛନ୍ତି । ଏ ଦିଗରେ ସମ୍ପ୍ରସାରଣ ପାଇଁ ମିଳିତ ୱାର୍କିଂ ଗ୍ରୁପ୍ କାର୍ଯ୍ୟ କରୁଛି ।
  • ଦୁଇ ନେତା ସାଧାରଣ ସ୍ୱାସ୍ଥ୍ୟ ଚାଲେଞ୍ଜର ମୁକାବିଲାରେ ନିବିଡ଼ ସହଯୋଗର ମାର୍ଗ ପ୍ରଶସ୍ତ କରିବା ପାଇଁ ସ୍ୱାସ୍ଥ୍ୟ ସହଯୋଗ ଉପରେ ଏମ୍ଓୟୁ ସ୍ୱାକ୍ଷର କରିବା ନିମନ୍ତେ ଉଭୟ ପକ୍ଷକୁ ପ୍ରୋତ୍ସାହନ ମଧ୍ୟ କରିଛନ୍ତି ।
  • ଦୁଇ ଦେଶର ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷାର ମହତ୍ୱକୁ ଦୁଇ ନେତା ରେଖାଙ୍କିତ କରିଛନ୍ତି । ଏହି କ୍ଷେତ୍ରରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଦିଗରେ ମିଳିତ ଭାବେ କାମ କରିବାକୁ ସହମତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆର ଆବଶ୍ୟକତାକୁ ପୂରଣ କରିବା ପାଇଁ ଚାଉଳ, ଚିନି ଓ ସୋୟାବିନ ଯୋଗାଣ ପାଇଁ ଭାରତ ପ୍ରସ୍ତୁତ ଥିବାର ସୂଚନା ଦେଇଥିଲେ ।
  • ସୂଚନା ଓ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସୃଷ୍ଟି ହେଉଥିବା ସୁଯୋଗ ଓ ଚାଲେଞ୍ଜକୁ ସ୍ୱୀକାର କରି ଦୁଇ ନେତା ଉଦ୍ଭାବନ ଓ ଡିଜିଟାଲ ଅର୍ଥବ୍ୟବସ୍ଥାର ସମର୍ଥନ କରିବା ପାଇଁ ସୂଚନା ଓ ସଂଚାର ପ୍ରଯୁକ୍ତିବିଦା କ୍ଷେତ୍ରରେ ସହଯୋଗକୁ ବିକଶିତ କରିବା ପାଇଁ ନିଜର ପ୍ରତିବଦ୍ଧତା ଜାହିର କରିଛନ୍ତି । ବାଣିଜ୍ୟ,ପର୍ଯ୍ୟଟନ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଁ ସଂଯୋଗର ମହତ୍ୱକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଦୁଇ ନେତା କହିଛନ୍ତି । ସେମାନେ ୨୦୧୬ ଡିସେମ୍ବରରୁ ଜକର୍ତ୍ତା ଓ ମୁମ୍ବାଇ ମଧ୍ୟରେ ଗରୁଡ ଇଣ୍ଡୋନେସିଆର ଉଡ଼ାଣ ଆରମ୍ଭକୁ ସ୍ୱାଗତ କରିଛନ୍ତି । ଭାରତୀୟ ଏୟାରଲାଇନ୍ସ ଦ୍ୱାରା ଇଣ୍ଡୋନେସିଆ ପାଇଁ ଭାରତରୁ ସିଧାସଳଖ ଉଡ଼ାଣକୁ ପ୍ରୋତ୍ସାହିତ କରାଯାଉଛି । ଦୁଇ ଦେଶ ପ୍ରତ୍ୟକ୍ଷ ବନ୍ଦର ଓ ବିମାନ ବନ୍ଦର ପ୍ରକଳ୍ପରେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିଛନ୍ତି । ଏଥିରେ ସାର୍ବଜନୀନ-ଘରୋଇ ଭାଗିଦାରୀ ଅବା ଅନ୍ୟ ସବ୍ସିଡି ଯୋଜନା ସାମିଲ ଅଛି ।
  • ଗୁଣାତ୍ମକ ମାନକ ଆଧାରିତ ଦ୍ୱିପାକ୍ଷିକ ସହଯୋଗ ଦୁଇ ଦେଶର ବ୍ୟବସାୟକୁ ସୁବିଧାଜନକ କରିବାରେ ମହତ୍ୱପୂର୍ଣ୍ଣ ହେବ ବୋଲି ଦୁଇ ନେତା ଗୁରୁତ୍ୱ ଦେଇ କହିଛନ୍ତି । ଏ ସମ୍ବନ୍ଧରେ ମାନକକରଣ ସହଯୋଗ ପାଇଁ ଇଣ୍ଡୋନେସିଆ ରାଷ୍ଟ୍ରୀୟ ମାନକକରଣ ଏଜେନ୍ସି(ବିଏସ୍ଏନ୍) ଓ ଭାରତୀୟ ମାନକ ବ୍ୟୁରୋ( ବିଆଇଏସ୍ ) ମଧ୍ୟରେ ଏମ୍ଓୟୁରେ ସ୍ୱାକ୍ଷର କରାଯିବାକୁ ସ୍ୱାଗତ କରୁଛନ୍ତି ।

ସଂସ୍କୃତି ଓ ଲୋକଙ୍କ ମଧ୍ୟରେ ସମ୍ପର୍କ

  • ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ୨୦୧୫-୨୦୧୮ ଆଧାରରେ କଳା,ସାହିତ୍ୟ,ସଙ୍ଗୀତ, ନୃତ୍ୟ ଓ ପ୍ରତ୍ନତତ୍ତ୍ଵ ମାଧ୍ୟମରେ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ସ୍ଥାପିତ କରିବା ପାଇଁ ଦୁଇ ନେତା ପ୍ରତିବଦ୍ଧତା ଜାହିର କରିଥିଲେ । ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାରେ ଯୁବବର୍ଗଙ୍କ ଉପରେ ଫିଲ୍ମର ପ୍ରଭାବ ଓ ତା’ର ଲୋକପ୍ରିୟତାକୁ ସ୍ୱୀକାର କରି ଦୁଇ ପକ୍ଷ ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ ପାଇଁ ଏକ ଏମ୍ଓୟୁକୁ ଚୂଡାନ୍ତ ରୂପ ଦେବାକୁ ସହମତ ହୋଇଛନ୍ତି ।
  • ଭାରତ ଓ ଇଣ୍ଡୋନେସିଆରେ ଯୁବପୀଢ଼ିକୁ ସଶକ୍ତ କରିବା ପାଇଁ ଶିକ୍ଷା ଓ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ନିବେଶର ମହତ୍ୱକୁ ଦୁଇ ନେତା ରେଖାଙ୍କିତ କରିଛନ୍ତି । ଦୁଇ ପକ୍ଷ ଅଧ୍ୟାପକ ଆଦାନପ୍ରଦାନ, ଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଡବଲ ଡିଗ୍ରୀ କାର୍ଯ୍ୟକ୍ରମ ପାଇଁ ବିଶ୍ୱବିଦ୍ୟାଳୟସ୍ତରୀୟ ସମ୍ବନ୍ଧକୁ ସଂସ୍ଥାଗତ ରୂପ ଦେବା ଦିଗରେ ସହଯୋଗକୁ ଉଲ୍ଲେଖ କରିଛନ୍ତି । ସେମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ତୁରନ୍ତ ଏକ ବୁଝାମଣା ପତ୍ର ଉପରେ ଗୁରୁତ୍ୱ ଦେବା ସହ ସମ୍ବନ୍ଧିତ ଅଧିକାରୀମାନଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
  • ଦୁଇ ନେତା ଇଣ୍ଡୋନେସିଆର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ କେନ୍ଦ୍ର ଖୋଲାଯିବାକୁ ସ୍ୱାଗତ କରିବା ସହ ଭାରତୀୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ଇଣ୍ଡୋନେସୀୟ ଅଧ୍ୟୟନ କେନ୍ଦ୍ର ଖୋଲିବା ଉପରେ ସହମତି ହୋଇଛି ।
  • ଉଭୟ ନେତା ଯୁବ ମାମଲା ଓ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ରାଜି ହୋଇଛନ୍ତି । ଏସମ୍ବନ୍ଧରେ ଏମ୍ଓୟୁ ସ୍ୱାକ୍ଷର କରାଯିବାକୁ ସ୍ୱାଗତ କରିଛନ୍ତି ।

ସାଧାରଣ ଚାଲେଞ୍ଜର ମୁକାବିଲାରେ ସହଯୋଗ

  • ଆତଙ୍କବାଦର ସମସ୍ତ ସ୍ୱରୂପକୁ ଦୁଇ ନେତା କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି ତଥା ଆତଙ୍କବାଦୀ ଗତିବିଧିକୁ ନେଇ ‘ଜିରୋ ଟଲେରେନ୍ସ’ ନୀତି ଅର୍ଥାତ୍ ବରଦାସ୍ତ ନକରିବା ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି । ଆତଙ୍କବାଦ ଓ ହିଂସାତ୍ମକ ଉଗ୍ରବାଦ ବୃଦ୍ଧି ଓ ଏହାର ବିଶ୍ୱସ୍ତରରେ ବ୍ୟାପିବାକୁ ଦୁଇ ନେତା ଚିନ୍ତା ବ୍ୟକ୍ତ କରିଛନ୍ତି । ସେମାନେ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ୧୯୬୭କୁ ଲାଗୁ କରିବା ପାଇଁ ସମସ୍ତ ରାଷ୍ଟ୍ରକୁ ଆହ୍ୱାନ କରିଛନ୍ତି । ସେମାନେ ସମସ୍ତ ଦେଶକୁ ଆତଙ୍କବାଦୀଙ୍କ ସୁରକ୍ଷିତ ଠିକଣାକୁ ମୂଳପୋଛ ଓ ଏହାର ଭିତ୍ତିଭୂମିକୁ ନଷ୍ଟ କରିବା ଦିଗରେ କାମ କରିବା ପାଇଁ ଆହ୍ୱାନ କରିଛନ୍ତି । ଯାହାଫଳରେ ଆତଙ୍କବାଦୀ ନେଟୱାର୍କ ଓ ପାଣ୍ଠି ସଂଗ୍ରହକୁ ସମାପ୍ତ କରାଯାଇପାରିବ । ଏହା ସହିତ ସୀମାପାର ଆତଙ୍କବାଦକୁ ରୋକିବାକୁ ମଧ୍ୟ ଆହ୍ୱାନ କରିଛନ୍ତି । ସେମାନେ ନିଜ ଅଂଚଳରେ ଉତ୍ପନ୍ନ ହେଉଥିବା ରାଷ୍ଟ୍ରୀୟ ଆତଙ୍କବାଦର ମୁକାବିଲା ପାଇଁ ସମସ୍ତ ରାଷ୍ଟ୍ରକୁ ପ୍ରଭାବଶାଳୀ ଅପରାଧିକ ନ୍ୟାୟ ପ୍ରକ୍ରିୟା ସ୍ଥାପିତ କରିବାର ଆବଶ୍ୟକତା ଉପରେ ରେଖାଙ୍କିତ କରିଥିଲେ । ଏହି ସନ୍ଦର୍ଭରେ ଦୁଇ ନେତା ଉଭୟ ପକ୍ଷ ମଧ୍ୟରେ ଅଧିକରୁ ଅଧିକ ଗୁଇନ୍ଦା ସୂଚନାର ଆଦାନପ୍ରଦାନ ମାଧ୍ୟମରେ ସହଯୋଗ ବୃଦ୍ଧିର ଆହ୍ୱାନ କରିଥିଲେ ।
  • ଦୁଇ ନେତା ନୌପରିବହନର ସ୍ୱାଧୀନତାର ସମ୍ମାନ କରିବା ଓ ବିମାନ ଉଡ଼ାଣରେ ନିୟମକୁ ପାଳନ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଯାହା ଜାତିସଂଘ ସମ୍ମିଳନୀ ସାମୁଦ୍ରିକ ଚୁକ୍ତିନାମାରେ ବିଶେଷତା ପରିଲକ୍ଷିତ ହେଉଛି । ଏ ସମ୍ବନ୍ଧରେ ସମସ୍ତ ପକ୍ଷ ଶାନ୍ତିପୂର୍ଣ୍ଣ ସାଧନ ମାଧ୍ୟମରେ ବିବାଦର ସମାଧାନ ନିମନ୍ତେ ଦୁଇ ନେତା ଆହ୍ୱାନ କରିଛନ୍ତି । ଯେଉଁଥିରେ ଗତିବିଧି ସଂଚାଳନରେ ଆତ୍ମସଂଯମ ଓ ଏକତରଫା କାର୍ଯ୍ୟାନୁଷ୍ଠାନରୁ ବିରତ ରହିବାକୁ କୁହାଯାଇଛି । ଯାହାଫଳରେ ଅନାବଶ୍ୟକ ଉତ୍ତେଜନାରୁ ଦୂରେଇ ରହିହେବ । ଜାତିସଂଘ ସମ୍ମିଳନୀ ସାମୁଦ୍ରିକ ଚୁକ୍ତିନାମାର ସଦସ୍ୟ ରାଷ୍ଟ୍ର ଭାବେ ଦୁଇ ନେତା ଦୃଢ଼ ଭାବେ କହିଛନ୍ତି ଯେ ସମସ୍ତ ପକ୍ଷକୁ ୟୁଏନ୍ସିଏଲ୍ଓଏସ୍ ପାଇଁ ଅତ୍ୟନ୍ତ ସମ୍ମାନ ପ୍ରଦର୍ଶନ କରିବା ଉଚିତ୍ । ଯାହାଫଳରେ ସମୁଦ୍ର ଓ ମହାସାଗରର ଆନ୍ତର୍ଜାତିକ ଆଇନ ସ୍ଥାପିତ ହୋଇପାରିବ । ଦକ୍ଷିଣ ଚୀନ ସାଗର ସମ୍ପର୍କରେ ଦୁଇ ନେତା ୟୁଏନ୍ସିଏଲ୍ଓଏସ୍ ଅନୁସାରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି ।
  • ଉଭୟ ପକ୍ଷ ବ୍ୟାପକ ଆଂଚଳିକ ଆର୍ଥିକ ଭାଗିଦାରୀକୁ ଆଗେଇ ନେବା ପାଇଁ ଆଲୋଚନାର ଫଳାଫଳର ମହତ୍ୱକୁ ଦୋହରାଇଛନ୍ତି ।
  • ଦୁଇ ନେତା ଜାତିସଂଘ ଓ ଏହାର ପ୍ରମୁଖ ସଂସ୍ଥାରେ ସୁଧାର ପାଇଁ ଚାଲିଥିବା କାର୍ଯ୍ୟକ୍ରମକୁ ନିଜର ସମର୍ଥନ ଦେବାର ଉଦ୍ଦେଶ୍ୟକୁ ଦୋହରାଇଛନ୍ତି । ଯେଉଁଥିରେ ସୁରକ୍ଷା ପରିଷଦରେ ସୁଧାର ସାମିଲ ଅଛି । ଏବେ ବିଶ୍ୱର ଚାଲେଞ୍ଜକୁ ଅଧିକ ପ୍ରଭାବୀ ଢଙ୍ଗରେ ମୁକାବିଲା ପାଇଁ ଜାତିସଂଘକୁ ଅଧିକ ଗଣତାନ୍ତ୍ରିକ, ପାରଦର୍ଶୀ ଓ କୁଶଳ କରାଇବାକୁ ପଡ଼ିବ । ପରିଷଦକୁ ଏଭଳି ଭାବେ ପୁନର୍ଗଠନ କରାଯିବା ଉଚିତ୍ ଯେଉଁଥିରେ ବିକାଶଶୀଳ ରାଷ୍ଟ୍ରକୁ ପର୍ଯ୍ୟାପ୍ତ ଭାବେ ପରିଷଦରେ ସ୍ଥାୟୀ ସଦସ୍ୟତା ମାଧ୍ୟମରେ ପ୍ରତିନିଧିତ୍ୱ ମିଳିପାରିବ । ଉଭୟ ନେତା ଜାତିସଂଘରେ ସୁଧାର ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗ ଉପରେ ସହମତି ଜଣାଇଥିଲେ ।
  • ବିଶ୍ୱ ଆର୍ଥିକ ସୁଧାର ଓ ଜଳବାୟୁ ପରିବର୍ତ୍ତନର ଗତିକୁ ଆଗେଇ ନେବାର ମିଳିତ ଚାଲେଞ୍ଜର ଏବେ ଆନ୍ତର୍ଜାତିକ ସମୁଦାୟ ସମ୍ମୁଖୀନ ହୋଇଥିବାକୁ ଦୁଇ ନେତା ଅନୁଭବ କରିଛନ୍ତି । ଆନ୍ତର୍ଜାତିକ ସମୁଦାୟର ପ୍ରମୁଖ ସଦସ୍ୟ ଭାବେ ଦୁଇ ପକ୍ଷ ସହମତି ଜଣାଇଛନ୍ତି ଯେ ଭାରତ ଓ ଇଣ୍ଡୋନେସିଆ ମିଳିତ ଭାବେ ବହୁପାକ୍ଷିକ ମଂଚରେ ଏକାଠି ପ୍ରଭାବୀ ଢଙ୍ଗରେ କାମ କରିବା ଉଚିତ୍ ।
  • ଦୁଇ ନେତା ଗତ ୨୪ବର୍ଷ ମଧ୍ୟରେ ଏସିଆନ୍-ଭାରତ ଆଲୋଚନା ସମ୍ବନ୍ଧରେ ହେଉଥିବା କ୍ରମାଗତ ପ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏସିଆନ୍-ଭାରତ ଆଲୋଚନା ସମ୍ବନ୍ଧରେ ୨୫ତମ ବାର୍ଷିକୀ ଓ ସାମରିକ ଭାଗିଦାରୀ ୨୦୧୭ର ପଂଚମ ବାର୍ଷିକୀ ପାଳନ ପାଇଁ ଚାଲିଥିବା ପ୍ରସ୍ତୁତିକୁ ସ୍ୱାଗତ କରିଛନ୍ତି । ଏଥିରେ ଭାରତରେ ଅତ୍ୟନ୍ତ ସଫଳ ଶିଖର ସମ୍ମିଳନୀ ସମେତ ମନ୍ତ୍ରିସ୍ତରୀୟ ବୈଠକ, ବ୍ୟାପାର ସମ୍ମିଳନୀ, ସାଂସ୍କୃତିକ ସମାରୋହ ଓ ଅନ୍ୟ ଗତିବିଧି ସାମିଲ ଅଛି । ଯେଉଁଥିରେ ଲୋକଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇପାରିବ । ଉଭୟ ପକ୍ଷ ଏଭଳି ଭାବେ ପୂର୍ବ ଏସିଆ ଶିଖର ସମ୍ମିଳନୀ(ଇଏଏସ୍), ଏସିଆନ୍ ଆଂଚଳିକ ଫୋରମ୍(ଏଆରଏଫ୍) ଓ ଏସୀୟ ରକ୍ଷା ମନ୍ତ୍ରୀଙ୍କ ବୈଠକ(ଏଡିଏମ୍ଏମ୍) ଭାବେ ଏସୀୟ ସମ୍ବନ୍ଧିତ ବ୍ୟବସ୍ଥାରେ ଘନିଷ୍ଠ ସମନ୍ୱୟ ରଖିବାକୁ ସହମତ ହୋଇଛନ୍ତି ।
  • ଦୁଇ ନେତା ସ୍ୱୀକାର କରିଛନ୍ତି ଯେ ଏକ ବଡ଼ ଦେଶ ଭାବେ ଭାରତ ଓ ଇଣ୍ଡୋନେସିଆ ହିନ୍ଦ ମହାସାଗରରେ ନିଜର ସମ୍ପ୍ରସାରଣ କରୁଛନ୍ତି । ଦୁଇ ଦେଶକୁ ହିନ୍ଦ ମହାସାଗର ରିମ୍ ସଂଘ(ଆଇଓଆରଏ) ଓ ସଂଗଠନ ଦ୍ୱାରା ଚିହ୍ନଟ ଆଂଚଳିକ ସହଯୋଗକୁ ବୃଦ୍ଧି ଓ ହିନ୍ଦ ମହାସାଗର ନୌସୈନିକ ସଂଗୋଷ୍ଠୀ(ଆଇଓଏନ୍ଏସ୍)ରେ ଭାଗିଦାରୀ କରିବା ଉଚିତ୍ । ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାବର୍ଷ ହେବାକୁ ଥିବା ଆଇଓଏନ୍ଏସ୍ ଓ ଆଇଓଆରଏ ସମ୍ମିଳନୀର ନେତତ୍ୱ ନେଉଥିବାରୁ ଇଣ୍ଡୋନେସିଆ ରାଷ୍ଟ୍ରପତି ୱିଡୋଡାଙ୍କୁ ଅଭିନନ୍ଦନ ଜଣାଇଥିଲେ ।
  • ଦୁଇ ନେତା ଏହି ଗସ୍ତ ଅବସରରେ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା କଲେ ତାକୁ ଆଗେଇ ନେବା ପାଇଁ ସହମତ ହୋଇଛନ୍ତି । ଏହା ସହିତ ବୈଠକର ଆୟୋଜନ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ବନ୍ଧକୁ ଆଗେଇ ନେବାକୁ ମଧ୍ୟ ସହମତି ହୋଇଛି । ଏଥିପାଇଁ ୨୦୧୭ ସୁଦ୍ଧା ନିମ୍ନଲିଖିତ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି ।

୧- ମନ୍ତ୍ରିସ୍ତରୀୟ ମିଳିତ ଆୟୋଗ ଗଠନ

୨- ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଲୋଚନା ଓ ମିଳିତ ରକ୍ଷା ସହଯୋଗ ସମିତି

୩- ଦ୍ୱିବାର୍ଷିକ ବାଣିଜ୍ୟ ମନ୍ତ୍ରୀଙ୍କ ଫୋରମ୍(ବିଟିଏମ୍ଏଫ୍)

୪- ଶକ୍ତି କ୍ଷେତ୍ରରେ ସହଯୋଗର ରୂପରେଖ ପ୍ରସ୍ତୁତ କରିବା ପାଇଁ ଶକ୍ତି ଫୋରମ୍ ବୈଠକ ଡାକିବାକୁ ପ୍ରସ୍ତୁତି

୫- ସୁରକ୍ଷା ସହଯୋଗ ଉପରେ ଏକ ବ୍ୟାପକ କାର୍ଯ୍ୟଯୋଜନା ବିକଶିତ କରିବା ସାମରିକ ଆଲୋଚନାର ପ୍ରସ୍ତୁତି

ରାଷ୍ଟ୍ରପତି ୱିଡୋଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇଣ୍ଡୋନେସିଆ ଗସ୍ତ ପାଇଁ ନିମନ୍ତ୍ରଣ ଜଣାଇଥିଲେ, ଯାହାକୁ ଭାରତୀୟ ପ୍ରଧାନମନ୍ତ୍ରୀ ଗ୍ରହଣ କରିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"