All political parties stand united to ensure Nation’s safety and security: PM Narendra Modi
Thank all parties for supporting the Government in bringing historic economic reforms like preponing of Budget Session & GST: PM
Urge all parties to extend their support in fighting corruption: PM Modi at all party meet
PM Modi urges all parties to extend their support the issue of communal violence in the name of cow protection

• ଆସନ୍ତାକାଲି ଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ବର୍ତ୍ତମାନ ସମୟର ଆହ୍ୱାନ ହେଉଛି, କିଭଳି ସମୟର ଅଧିକରୁ ଅଧିକ ଉପଯୋଗ ହୋଇପାରିବ  । ଗୋଟିଏ-ଦୁଇଟି ଅପବାଦକୁ ଛାଡ଼ି ଗତ ତିନି ବର୍ଷରେ ପାଖାପାଖି ପ୍ରତ୍ୟେକ ଅଧିବେଶନରେ Parliamentary Productivity ବେଶ ବୃଦ୍ଧି ଘଟିଛି  । ମୁଁ ଏଥିପାଇଁ ପ୍ରତ୍ୟେକ ରାଜନୈତିକ ଦଳକୁ ଧନ୍ୟବାଦ ଜଣାଉଛି  ।

•ମୋର ବିଶ୍ୱାସ ଯେ ମୌସୁମୀ ଅଧିବେଶନରେ ମଧ୍ୟ ସମୟର ସଦୁପଯୋଗ କରାଯିବ ଏବଂ ଏହି ଅଧିବେଶନ Parliamentary Productivity ମାମଲାରେ ରେକର୍ଡ କରିବ । ଏଥିପାଇଁ ସବୁ ଦଳର ସହଭାଗୀତା ଆବଶ୍ୟକ  ।

• ସମୟ, ସମ୍ବଳ ଏବଂ ସଂସଦର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ସାର୍ଥକ ବିଚାର-ଆଲୋଚନା ଦ୍ୱାରା ଆମେ ସମସ୍ତେ ନିଜ ଉତରଦାୟିତ୍ୱକୁ ଭଲ ଭାବେ ପାଳନ କରିପାରିବା ।

ଜିଏସଟି ପାଇଁ ଧନ୍ୟବାଦ

•ଜିଏସଟି ସମୟରେ ଯେପରି ସମସ୍ତ ରାଜନୈତିକ ଦଳ ମିଳିତ ଭାବେ ଆଗେଇ ଆସିଥିଲେ, ସେଥିପାଇଁ ପୁଣିଥରେ ଆପଣ ସମସ୍ତଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି ।

• ଜିଏସଟି ଲାଗୁ ହେବାର 15 ଦିନରୁ ଅଧିକ ହୋଇଗଲାଣି ଏବଂ ଏହି 15 ଦିନରେ ସକାରାତ୍ମକ ପରିଣାମ ଦେଖିବାକୁ ମିଳିଛି । କେତେକ ରାଜ୍ୟର ସୀମାରୁ ପଣ୍ୟ ଶୁଳ୍କ ହଟିଯାଇଛି ଏବଂ ଟ୍ରକ୍ ଯାତାୟାତ ସହଜ ହୋଇଛି  ।

• ରାଜ୍ୟ ସରକାରମାନଙ୍କ ସହଯୋଗ ବଳରେ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି ଯେ ଯେଉଁ ବ୍ୟବସାୟୀ ଏବେ ସୁଦ୍ଧା ଜିଏସଟି ପାଇଁ ରେଜିଷ୍ଟ୍ରେସନ୍ କରାଇନାହାନ୍ତି, ସେମାନେ ଶୀଘ୍ର ଏହି ପ୍ରକ୍ରିୟା ପୂରଣ କରନ୍ତୁ ।

 

ବଜେଟ ଅଧିବେଶନର ପରିଣାମ

• ଗତ ବଜେଟ ଅଧିବେଶନ ପାଖାପାଖି ଏକ ମାସ ପୂର୍ବରୁ ଆୟୋଜନ କରାଯାଇଥିଲା । ସମସ୍ତ ରାଜନୈତିକ ଦଳ ଏଥିରେ ସହଯୋଗ କରିଥିଲେ  । ମୁଁ ଆପଣ ସମସ୍ତଙ୍କୁ ଏହାର ସକାରାତ୍ମକ ପରିଣାମ କହିବାକୁ ଚାହୁଁଛି  ।

• ବଜେଟର ସମ୍ପୂର୍ଣ୍ଣ ପ୍ରକ୍ରିୟା ଏକ ମାସ ପୂର୍ବରୁ କରିବାର ଫଳ ଏୟା ହେଲା ଯେ ମୌସୁମୀ ପୂର୍ବରୁ ଅଧିକାଂଶ ବିଭାଗ ନିକଟରେ ସେମାନଙ୍କ ଯୋଜନା ପାଇଁ ନିର୍ଦ୍ଧାରିତ ଅର୍ଥ ପହଂଚିଗଲା । ପୂର୍ବରୁ ଏହା ହେଉଥିଲା ଯେ ବିଭାଗ ପାଇଁ ଆବଣ୍ଟିତ ରାଶି ପହଂଚିବା ଲାଗି ଦୁଇ-ତିନି ମାସ ଲାଗିଯାଉଥିଲା  । ମୌସୁମୀ କାରଣରୁ ଆହୁରି ବିଳମ୍ବ ହେଉଥିଲା  । ଏଥର ସେପରି ହୋଇନାହିଁ ଏବଂ ମାର୍ଚ୍ଚ ପରେ ଖର୍ଚ୍ଚ କ୍ଷେତ୍ରରେ ଯେଉଁ ବିଳମ୍ବ ଘଟୁଥିଲା, ସେପରି ସ୍ଥିତି ଉତ୍ପନ୍ନ ହେଲା ନାହିଁ  । ଏହି କାରଣରୁ ଭିତ୍ତିଭୂମି ସହିତ ଜଡ଼ିତ କାର୍ଯ୍ୟ ପୂରଣ କରିବା ଲାଗି ତିନି ମାସର ଅତିରିକ୍ତ ସମୟ ମିଳିଗଲା ।

•କଂଟ୍ରୋଲର ଜେନେରାଲ୍ ଅଫ୍ ଏକାଉଣ୍ଟ୍ସରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ବର୍ଷ ଏପ୍ରିଲ-ଜୁନ୍ ମାସ ତୁଳନାରେ ଏଥର 30 ପ୍ରତିଶତ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି ।

• ଭିତ୍ତିଭୂମ ସହିତ ଜଡ଼ିତ ପ୍ରକଳ୍ପରେ ଏଥର ମୂଳଧନୀ ବିନିଯୋଗ/ଖର୍ଚ୍ଚ (Capital Expenditure)ଗତ ବର୍ଷ ତୁଳନାରେ 48 ପ୍ରତିଶତ ବଢ଼ିଛି  ।

• ଯୋଜନାରେ ଅର୍ଥ ଖର୍ଚ୍ଚ କରିବାର ଯେଉଁ ଧାରା ସାମ୍ନାକୁ ଆସିଛି, ସେଥିରୁ ଏହା ସ୍ପଷ୍ଟ ହେଉଛି ଯେ ଏବେ ସାରା ବର୍ଷ ପର୍ଯ୍ୟନ୍ତ ଏକ ସନ୍ତୁଳିତ ଉପାୟରେ ଯୋଜନା ଉପରେ ଧାର୍ଯ୍ୟ ଅର୍ଥ ଖର୍ଚ୍ଚ ହେବ । ଯେତେବେଳେ କି ପୂର୍ବରୁ ମୌସୁମୀ ଶେଷ ହେବା ପରେ ଖର୍ଚ୍ଚ ଆରମ୍ଭ ହେଉଥିଲା ଏବଂ ଏହାପରେ ସେହି ଅର୍ଥକୁ ମାର୍ଚ୍ଚ ପୂର୍ବରୁ ଶେଶ କରିବା ଲାଗି ଚାପ ବଢ଼ିଯାଉଥିଲା । ଏହାଦ୍ୱାରା ବ୍ୟବସ୍ଥାରେ ଅନେକ ପ୍ରକାରରର ଅନିୟମିତତା ମଧ୍ୟ ହେଉଥିଲା ।

ତ୍ତର-ପୂର୍ବ ରାଜ୍ୟରେ ବନ୍ୟା ପ୍ରସଙ୍ଗରେ

•ଦେଶର ଅନେକ ସ୍ଥାନରେ ଏବଂ ବିଶେଷ କରି ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ଏବଂ ବର୍ଷା କାରଣରୁ ସଂକଟଜନକ ସ୍ଥିତି ଉତ୍ପନ୍ନ ହୋଇଛି । କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହ ଯୋଗାଯୋଗ କରୁଛନ୍ତି ଏବଂ ଏହା ଉପରେ ଲଗାତାର ଦୃଷ୍ଟି ରଖିଛନ୍ତି  ।ଏନଡିଆରଏଫ୍ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଏଜେନ୍ସୀ ବନ୍ୟା ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ସେମାନେ ଯେକୌଣସି ପ୍ରକାରର ଆବଶ୍ୟକତା ପଡ଼ିଲେ ତୁରନ୍ତ କେନ୍ଦ୍ର ସରକାରଙ୍କୁ କୁହନ୍ତୁ  ।

 

ଆତଙ୍କବାଦ ପ୍ରତି କଠୋର ମନୋଭାବ

 

•କିଛିଦିନ ପୂର୍ବରୁ ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେବାରୁ ସାରା ଦେଶ ବ୍ୟଥିତ ଓ ମର୍ମାହତ ହୋଇଥିଲା । ମୁଁ ଏହି ଆକ୍ରମଣରେ ପ୍ରାଣହରାଇଥିବା ଶ୍ରଦ୍ଧାଳୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଏବଂ ମୋର ସମବେଦନା ପୀଡ଼ିତଙ୍କ ପରିବାର ସହିତ ରହିଛି  । ସରକାର ଏହି ଘଟଣାରେ ସମ୍ପୃକ୍ତ ଆକ୍ରମଣକାରୀଙ୍କୁ ନିଶ୍ଚିତ ଭାବେ ଦଣ୍ଡଦେବେ  ।

• ଜାମ୍ମୁ-କଶ୍ମୀରରେ ଶାନ୍ତି ବଜାୟ ରଖିବା ପାଇଁ ଦେଶବିରୋଧୀ ଶକ୍ତିକୁ ମୂଳରୁ ଶେଷ କରିବା ଲାଗି ଆମେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ନୀତିକୁ ନେଇ ଅଟଳଜୀ ଯେଉଁ ମାର୍ଗ ନିର୍ଦ୍ଧାରଣ କରିଥିଲେ, ଏହି ସରକାର ସେହି ମାର୍ଗରେ ଚାଲୁଛି  ।



ଗୋରକ୍ଷା ନାମରେ ହିଂସା କରୁଥିବା ଲୋକମାନଙ୍କ ପ୍ରତି କଠୋର ହୁଅନ୍ତୁ ରାଜ୍ୟ ସରକାର

• ଗୋରକ୍ଷାକୁ କିଛି ଅସାମାଜିକ ତତ୍ତ୍ଵ ଅରାଜକତା ସୃଷ୍ଟି କରିବାର ମାଧ୍ୟମ କରିନେଇଛନ୍ତି । ଦେଶର ସୌହାର୍ଦ୍ଦ୍ୟ ନଷ୍ଟ କରୁଥିବା ଲୋକମାନେ ଏହାର ଫାଇଦା ଉଠାଉଛନ୍ତି  ।

• ଦେଶର ଛବି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି । ରାଜ୍ୟ ସରକାରମାନଙ୍କୁ ଏପରି ଅସାମାଜିକ ତତ୍ତ୍ଵ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ ।

•ଗାଈକୁ ଆମ ଏଠି ମାତାଙ୍କ ଭଳି ସମ୍ମାନ ଦିଆଯାଇଥାଏ । ଲୋକଙ୍କ ଭାବନା ଗାଈ ସହିତ ଯୋଡ଼ି ହୋଇ ରହିଛି  । କିନ୍ତୁ ଲୋକମାନେ ଏହା ମଧ୍ୟ ମନେ ରଖିବା ଉଚିତ୍ ଯେ ଗୋରକ୍ଷା ପାଇଁ ଆଇନ ଅଛି ଏବଂ ଆଇନ ଭାଙ୍ଗିବା କୌଣସି ବିକଳ୍ପ ନୁହେଁ  ।

• ଆଇନଶୃଙ୍ଖଳା ବଜାୟ ରଖିବା ରାଜ୍ୟ ସରକାରଗୁଡ଼ିକର ଗୁରୁଦାୟିତ୍ୱ ଏବଂ ଏଠାରେ ମଧ୍ୟ ଏପରି ଘଟଣା ଘଟୁଛି, ରାଜ୍ୟ ସରକାର ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ । ରାଜ୍ୟ ସରକାରମାନଙ୍କୁ ଏହା ମଧ୍ୟ ଦେଖିବା ଉଚିତ୍ ଯେ କିଛି ଲୋକ ଗୋରକ୍ଷା ନାମରେ ନିଜର ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେଉନାହାନ୍ତି ତ’!

•ସବୁ ରାଜନୈତିକ ଦଳ ଗୋରକ୍ଷା ନାମରେ ହେଉଥିବା ଏପରି ଗୁଣ୍ଡାଗର୍ଦିର କଡ଼ା ଭର୍ତ୍ସନା କରିବା ଉଚିତ୍ ।

ଭ୍ରଷ୍ଟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ

• ଗତ କିଛି ଦଶନ୍ଧୀ ହେଲା ରାଜନେତାଙ୍କ ସମ୍ମାନ ଆମ ଭିତରୁ କିଛି ରାଜନେତାଙ୍କ କାରଣରୁ କାଠଗଡ଼ାରେ ଛିଡ଼ା ହେଉଥିଲା । ଜନତାଙ୍କୁ ଏହି ଭରସା ଦେବାକୁ ହେବ ଯେ ସବୁନେତା ଦାଗୀ ନୁହନ୍ତି, ପ୍ରତ୍ୟେକ ନେତା ଟଙ୍କା ପଛରେ ଗୋଡ଼ାଇ ନ’ଥାନ୍ତି ।

• ସେଥିପାଇଁ ସାଧାରଣ ଜୀବନରେ ସ୍ୱଚ୍ଛତା ସହିତ ଭ୍ରଷ୍ଟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ।

 

• ପ୍ରତ୍ୟେକ ରାଜନୈତିକ ଦଳର ଉତ୍ତରଦାୟିତ୍ୱ ଯେ ସେମାନେ ନିଜ ଭିତରେ ଥିବା ଏପରି ନେତାଙ୍କୁ ଚିହ୍ନିବା ଏବଂ ସେମାନଙ୍କୁ ନିଜ ରାଜନୈତିକ ଯାତ୍ରାରୁ ବାହାର କରିଚାଲିବା ଉଚିତ୍ ।

• ଆଇନ ଯଦି ନିଜ କାମ କରୁଛି ତା’ହେଲେ କ୍ଷମତାର ଷଡ଼ଯନ୍ତ୍ର କଥା କହି ବର୍ତ୍ତିଯିବାର ରାସ୍ତା ଦେଖୁଥିବା ଲୋକଙ୍କ ପ୍ରତି ଆମକୁ ଏକଜୁଟ୍ ହୋଇ କାମ କରିବାକୁ ପଡ଼ିବ ।

• ଯେଉଁ ଲୋକମାନେ ଦେଶକୁ ଲୁଟିଛନ୍ତି, ସେମାନଙ୍କ ସହିତ ଛିଡ଼ା ହେଲେ ଦେଶକୁ କିଛି ଲାଭ ମିଳିବ ନାହିଁ ।

• 9 ଅଗଷ୍ଟରେ ଭାରତ ଛାଡ଼ ଆନ୍ଦୋଳନର 75 ବର୍ଷ ପୂରଣ ହେଉଛି, ଆମେ ଏହା ଉପରେ ସଂସଦରେ ଆଲୋଚନା କରିବା ଉଚିତ୍ ।

• ରାଷ୍ଟ୍ରପତି ନିର୍ବାଚନ ଆପୋଷ ସହମତି ଭିତ୍ତିରେ ହୋଇଥିଲେ ଭଲ ହୋଇଥାନ୍ତା । ଏହା ସତ୍ତ୍ୱେ ନିର୍ବାଚନ ଅଭିଯାନର ଗରିମା ଏବଂ ଶାଳୀନତା ସହିତ ହେବା ସନ୍ତୋଷଜନକ । ଏଥିପାଇଁ ସବୁ ଦଳ ପ୍ରଶଂସାର ପାତ୍ର । ସମସ୍ତ ଦଳ ସାଂସଦ-ବିଧାୟକମାନଙ୍କୁ ମତଦାନ ନିମନ୍ତେ ପ୍ରଶିକ୍ଷିତ/ସଚେତନ କରାନ୍ତୁ ଯାହାଦ୍ୱାରା ଗୋଟିଏ ମଧ୍ୟ ଭୋଟ ଯେପରି ନଷ୍ଟ ହେବ ନାହିଁ ।.

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hold talks with Myanmar President U Min Aung Hlaing
June 01, 2026

The Prime Minister, Shri Narendra Modi, today held productive talks with the President of Myanmar, U Min Aung Hlaing.

The Prime Minister noted that India is honoured that President U Min Aung Hlaing chose India for his first foreign visit as President. He also expressed happiness that the President began his programme in India from Bodh Gaya with the blessings of Lord Buddha.

During the talks, the two leaders reviewed the full range of India-Myanmar relations and discussed ways to further strengthen bilateral cooperation.

The discussions covered avenues to deepen cooperation in trade, rare earths, healthcare, connectivity, heritage restoration and capacity building. The two sides also agreed to work closely in areas such as maritime security, cyber security and other sectors of mutual interest.

The Prime Minister underlined that Myanmar is vital to India’s ‘Neighbourhood First’, ‘Act East’ and Indo-Pacific policies, reaffirming the importance India attaches to its relations with Myanmar.

The Prime Minister wrote on X;

“Had a productive meeting with President U Min Aung Hlaing of Myanmar. We in India are honoured that he has chosen India for his first foreign visit as President. Equally gladdening is the fact that he began the visit from Bodh Gaya, with the blessings of Lord Buddha. We reviewed the full range of India-Myanmar relations. Myanmar is vital to India’s policies of ‘Neighbourhood First’, ‘Act East’ and Indo-Pacific.”

“Our talks covered ways to deepen cooperation in trade, rare earths, healthcare, connectivity, heritage restoration and capacity building. We also agreed to work closely in areas such as maritime security, cyber security and more.”