ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଜନତାଙ୍କୁ ସମ୍ବୋଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ହରିଦ୍ୱାରର ହିତାଧିକାରୀ ଗୁରୁଦେବ ସିଂହଜୀଙ୍କୁ 'ହର ହର ଗଙ୍ଗେ' କହି ଅଭିନନ୍ଦନ ଜଣାଇଥିଲେ ଏବଂ ଉପସ୍ଥିତ ସମାବେଶ ତାଙ୍କୁ 'ହର ହର ଗଙ୍ଗେ' କହି ସ୍ୱାଗତ କରିଥିଲେ । ଶ୍ରୀ ସିଂହ ଜଣେ କୃଷକ ଏବଂ ମତ୍ସ୍ୟ ଚାଷ ସହ ଜଡ଼ିତ।

ସେ ପ୍ରଧାନମନ୍ତ୍ରୀଙ୍କୁ ମତ୍ସ୍ୟ ସମ୍ପଦ ଯୋଜନାର ଲାଭ କିପରି ନେଇଥିଲେ ଯାହା ଫଳରେ ତାଙ୍କ ଆୟ ଦ୍ୱିଗୁଣିତ ହୋଇଥିଲା ସେ ବିଷୟରେ କହିଥିଲେ । ସେ ତାଙ୍କର ଏକ ଏକର ଜମିରୁ ୬୦ ହଜାର ଟଙ୍କା ରୋଜଗାର କରୁଥିଲେ, ଏବେ ମତ୍ସ୍ୟଚାଷ ଦ୍ୱାରା ସେ ସେହି ଜମିରୁ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ସରକାରୀ ଯୋଜନାଗୁଡ଼ିକର ଅଧ୍ୟୟନ କରିବା ସମୟରେ ଅଭିନବତା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ ।

ପଶୁପାଳନ, ମତ୍ସ୍ୟଚାଷ, ମହୁ ଉତ୍ପାଦନ ଦ୍ୱାରା କୃଷି ଆୟ ବୃଦ୍ଧିର ଉପଯୋଗୀତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସବୁଜ ତଥା ଶ୍ବେତ ବିପ୍ଳବ ସହିତ ମଧୁ ବିପ୍ଳବ ଓ ନୀଳ ବିପ୍ଳବର ଗୁରୁତ୍ୱ ଉପରେ ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 30, 2026
June 30, 2026

Turning Challenges into Opportunities: PM Modi’s Vision for National Progress