ଆଜି ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତରୁ ଫେରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ପରେ ଗ୍ରୀସ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସ୍ଥାନୀୟ ନେତାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ବୈଠକ ଏବଂ ଆଲୋଚନା କରିଥିଲେ। ସେ ଉଭୟ ଦେଶର ଭାରତୀୟ ଗୋଷ୍ଠୀ ସହିତ ମଧ୍ୟ ସାକ୍ଷାତ କରିଥିଲେ। ଭିସି ମାଧ୍ୟମରେ ଚନ୍ଦ୍ରଯାନ -3 ମୁନ ଲ୍ୟାଣ୍ଡର ଅବତରଣକୁ ଦେଖିଥିବା ପ୍ରଧାନମନ୍ତ୍ରୀ ପରେ ଇସ୍ରୋ ଟିମ ସହ ସାକ୍ଷତ କରିବାକୁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। 

ହାଲ ବିମାନବନ୍ଦର ବାହାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ଜନସାଧାରଣଙ୍କୁ ଜୟ ଜୱାନ, ଜୟ କିସାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ କହି ସମ୍ବୋଧିତ କରିଥିଲେ। ଶ୍ରୀ ମୋଦୀ କହିଛନ୍ତି ଯେ ଭାରତର ଏହି ଉଲ୍ଲେଖନୀୟ ସଫଳତା ଉପରେ ସେ ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସରେ ମଧ୍ୟ ସମାନ ଉତ୍ସାହକୁ ଦେଖିବାକୁ ପାଇଛନ୍ତି।  

ଇସ୍ରୋ ଟିମ୍ ସହିତ ସାକ୍ଷାତ କରିବାକୁ ତାଙ୍କର ଆଗ୍ରହ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଫେରିବା ପରେ ପ୍ରଥମେ ବେଙ୍ଗାଲୁରୁ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରୋଟୋକଲ ସହ ଜଡିତ କୌଣସି ସମସ୍ୟା ନକରି ତାଙ୍କ ଅନୁରୋଧ ରକ୍ଷା କରିଥିବାରୁ ସେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଜନ ସାଧାରଣଙ୍କ ମଧ୍ୟରେ ଉତ୍ସାହକୁ ଲକ୍ଷ୍ୟ କରି ରୋଡ ସୋରେ ଚନ୍ଦ୍ରଯାନ ଟିମ୍ ସହିତ ସାକ୍ଷାତ କରିବାକୁ ଇସ୍ରୋ କୁ ଯାଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts