ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ଶକ୍ତି କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି କହିଛନ୍ତି ।
କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେଙ୍କ ଏକ ଟୁଇଟ୍ର ଜବାବରେ ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେଉଁଥିରେ ସେ ଫେମ୍-୨ ଯୋଜନା ଅନ୍ତର୍ଗତ ବୈଦ୍ୟୁତିକ ଯାନଗୁଡିକ ୨୨.୯ କୋଟି ଲିଟର ଇନ୍ଧନ ସଞ୍ଚୟ କରିବା ସହିତ ୩୩.୯ କୋଟି କିଲୋଗ୍ରାମ ସିଓ୨ ହ୍ରାସ କରିଥିବା ଦର୍ଶାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ସବୁଜ ଶକ୍ତି କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧୟ ।”
ग्रीन एनर्जी के क्षेत्र में सतत विकास के लिए हमारी सरकार पूरी तरह से प्रतिबद्ध है। https://t.co/Kx9oDa5CL7
— Narendra Modi (@narendramodi) February 23, 2023


