Our freedom was not only about our country. It was a defining moment in ending colonialism in other parts of the world too: PM
The menace of corruption has adversely impacted our country's development journey: PM Modi
Poverty, lack of education and malnutrition are big challenges that our nation faces today, says PM Modi
In 1942, the clarion call was 'Karenge Ya Marenge' - today it is 'Karenge Aur Kar Ke Rahenge.'
From 2017-2022, these five years are about 'Sankalp Se Siddhi’, says PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ଭାରତ ଛାଡ଼ ଆନ୍ଦୋଳନର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସଭାର ସ୍ୱତନ୍ତ୍ର ଅଧିବେଶନରେ ଉଦ୍ବୋଧନ ଦେଇଥିଲେ  ।

ସେ କହିଥିଲେ ଯେ ଭାରତ ଛାଡ଼ ଆନ୍ଦୋଳନ ଭଳି ଆନ୍ଦୋଳନର ସ୍ମୃତିଚାରଣ, ସବୁବେଳେ ପ୍ରେରଣାର ଉତ୍ସ । ସେ କରିଥିଲେ ଯେ ବର୍ତ୍ତମାନର ପିଢ଼ି ପାଖରେ ଏପରି ଆନ୍ଦୋଳନର ଉତରାଧିକାରକୁ ପରବର୍ତ୍ତୀ ପିଢ଼ି ପାଇଁ ଆଗେଇ ନେବାର ଉତ୍ତରଦାୟିତ୍ୱ ରହିଛି  ।

ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ଭଳି ବରିଷ୍ଠ ନେତାମାନେ ଭାରତ ଛାଡ଼ ଆନ୍ଦୋଳନର ଆରମ୍ଭରେ କାରାବରଣ କରିବା ସତ୍ତ୍ଵେ ନୂଆ ପିଢ଼ିର ନେତାମାନେ ଆଗକୁ ଆସି ସେହି ଶୂନ୍ୟସ୍ଥାନ ପୂରଣ କରିବା ସହ ଆନ୍ଦୋଳନକୁ ଆଗେଇ ନେଇଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସ୍ୱାଧୀନତା ସଂଗ୍ରାମ ଭିନ୍ନ ଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଛି ଏବଂ 1857 ପର ଠାରୁ ବିଭିନ୍ନ ନେତା ଏବଂ ଆନ୍ଦୋଳନ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଣ୍ଡ ଟେକିଥିବା କହିଥିଲେ  । ସେ ଆହୁରି କହିଥିଲେ ଯେ 1942ର ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା, ଏହା ଏକ ବିରାଟ ଆନ୍ଦୋଳନ ଥିଲା । ଗାନ୍ଧୀଜୀଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ କର ଅବା ମର ଡାକରାରେ ସବୁ ବର୍ଗର ଲୋକ ଏଥିରେ ସାମିଲ ହୋଇଥିଲେ । ସେ କହିଥିଲେ ଯେ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା, ପ୍ରତ୍ୟେକ ଲୋକ ଏହି ଉତ୍ସାହରେ ପୂରି ଉଠିଥିଲେ  । ସାରା ଦେଶ ଏହି ସଂକଳ୍ପ ନେବା ପରେ, ସ୍ୱାଧୀନତାର ଲକ୍ଷ୍ୟ ହାସଲ କରିବା ଲାଗି 5 ବର୍ଷ ଲାଗିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।

ସେ ସମୟରେ ଲୋକମାନଙ୍କ ଭାବନା ବିଷୟରେ ବର୍ଣ୍ଣନା କରିବା ଲାଗି ପ୍ରଧାନମନ୍ତ୍ରୀ ଲେଖକ ରାମବୃକ୍ଷ ବେଣିପୁରୀ ଏବଂ କବି ସୋହନନାଲ୍ ଦ୍ୱିବେଦୀଙ୍କ ଉକ୍ତି ସମ୍ପର୍କରେ ଉଲ୍ଲେଖ କରିଥିଲେ  ।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଦୁର୍ନୀତି, ଦାରିଦ୍ର୍ୟ, ଅଶିକ୍ଷା, କୁପୋଷଣା ଆଦି ସମସ୍ୟାର ମୁକାବିଲା କରିବା ଏବେ  ଭାରତ ପାଇଁ ବଡ଼ ଆହ୍ୱାନ  । ସେ କହିଥିଲେ ଯେ ଏଥିପାଇଁ ଏକ ସକାରାତ୍ମକ ପରିବର୍ତ୍ତନ ଏବଂ ଏକ ସଂକଳ୍ପର ଆବଶ୍ୟକତା ରହିଛି  । ସେ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ମହିଳାମାନେ ଆଜି ମଧ୍ୟ ଆମ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଦୃଢ଼ ଯୋଗଦାନ ଦେଇପାରିବେ  ।

ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଆମେ ଭଲ ଭାବେ ଆମ ଅଧିକାର ସମ୍ପର୍କରେ ଅବଗତ, ଆମକୁ ଆମ କର୍ତ୍ତବ୍ୟ ବିଷୟରେ ଭୁଲିଯିବା ଉଚିତ୍ ନୁହେଁ ଏବଂ ଏହାମଧ୍ୟ ଆମ ଜୀବନର ଅଂଶବିଶେଷ ହେବା ଉଚିତ୍  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପନିବେଶବାଦ ଭାରତରେ ଆରମ୍ଭ ହୋଇଥିଲା ଏବଂ ଏହା ଶେଷ ମଧ୍ୟ ହୋଇଥିଲା, ଭାରତର ସ୍ୱାଧୀନତା ସହିତ, ଏହାପରେ ଏସିଆ ଏବଂ ଆଫ୍ରିକାରେ ଉପନିବେଶବାଦର ପତନ ହୋଇଥିଲା  ।

1942ରେ ସ୍ୱାଧୀନତା ହାସଲ କରିବା ପାଇଁ ଭାରତ ପକ୍ଷରେ ଅନୁକୂଳ ବାତାବରଣ ରହିଥିଲା, ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ମଧ୍ୟ ଜାଗତିକ/ବୈଶ୍ୱିକ ପରିସ୍ଥିତି ଭାରତ ପାଇଁ ଅନୁକୂଳ ରହିଛି  । ସେ କହିଥିଲେ ଯେ 1857ରୁ 1947 ପର୍ଯ୍ୟନ୍ତ ସ୍ୱାଧୀନତା ଦିଗରେ ଯାତ୍ରା ଅଭିବୃଦ୍ଧିଶୀଳ ଥିଲା, କିନ୍ତୁ 1942ରୁ 1947 ମଧ୍ୟରେ ଏଥିରେ ରୂପାନ୍ତରଣ ଆସିଥିଲା ଏବଂ ଲକ୍ଷ୍ୟ ପ୍ରାପ୍ତି ହୋଇଥିଲା  । 2022ରେ ଦେଶ ସ୍ୱାଧୀନତାକୁ 75ବର୍ଷ ପୂରଣ ହେବ, 2017ରୁ 2022 ପର୍ଯ୍ୟନ୍ତ ଏହି ପାଂଚ ବର୍ଷ ମଧ୍ୟରେ ରାଜନୈତିକ ଭେଦଭାବକୁ ଭୁଲି ଏକ ନୂତନ ଭାରତ ନିର୍ମାଣର ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦମାନଙ୍କୁ ଆହ୍ୱାନ କରିଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି 1942 ରେ ଯଦି ଡାକରା ଥିଲା କରେଙ୍ଗେ ୟା ମରେଙ୍ଗେ”, ଆଜିର ଆହ୍ୱାନ କରେଙ୍ଗେ ଔର କରକେ ରହେଙ୍ଗେ ହେବା ଆବଶ୍ୟକ  । ସେ କହିଥିଲେ ଯେ ଆସନ୍ତା 5 ବର୍ଷ ସଂକଳ୍ପରୁ ସିଦ୍ଧିର ବର୍ଷ ହେବା ଉଚିତ – ଏକ ସଂକଳ୍ପ ଯାହା ଆମକୁ ସଫଳତା ଦିଗରେ ଆଗେଇ ନେବ  ।

ଦୁର୍ନୀତି ଦୂର କରିବା, ଗରିବମାନଙ୍କୁ ସେମାନଙ୍କ ଅଧିକାର ଦେବା, ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବା, କୁପୋଷଣର ଶେଷ କରିବା, ମହିଳା ସଶକ୍ତିକରଣ କ୍ଷେତ୍ରରେ ସୃଷ୍ଟ ବାଧା ଦୂର କରିବା ଏବଂ ଅଶିକ୍ଷା ଦୂର କରିବା ଲାଗି ନିମ୍ନୋକ୍ତ ସଂକଳ୍ପ ନେବା ଲାଗି ଆହ୍ୱାନ କରି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ —

ଆମେ ସମସ୍ତେ ମିଶି ଭ୍ରଷ୍ଟାଚାର ଦୂର କରିବାଏବଂ ନିଶ୍ଚିତ ରୂପେ ଦୂର କରିବା –

ଆମେ ସମସ୍ତେ ମିଶି ଗରିବଙ୍କୁ ସେମାନଙ୍କ ଅଧିକାର ଦେବା ଏବଂ ନିଶ୍ଚିତ ରୂପେ ଦେବା –

ଆମେ ସମସ୍ତେ ମିଶି ଯୁବକମାନଙ୍କୁ ସ୍ୱରୋଜଗାର ଏବଂ  ସୁଯୋଗ ଦେବା ଏବଂ ନିଶ୍ଚିତ ରୂପେ ଦେବା –

ଆମେ ସମସ୍ତେ ମିଶି ଦେଶରୁ କୁପୋଷଣ ସମସ୍ୟା ଶେଷ କରିବା ଏବଂ ନିଶ୍ଚିତ ରୂପେ ଶେଷ କରିବା –

ଆମେ ସମସ୍ତେ ମିଶି ମହିଳାମାନଙ୍କୁ ଆଗକୁ ବଢ଼ିବାରେ ସୃଷ୍ଟି ହେଉଥିବା ବାଧା ଦୂର କରିବା ଏବଂ ନିଶ୍ଚିତ ରୂପେ ଦୂର କରିବା –

ଆମେ ସମସ୍ତେ ମିଶି ଦେଶରୁ ଅଶିକ୍ଷା ଦୂର କରିବା ଏବଂ ନିଶ୍ଚିତ ରୂପେ କରିବା

Click here to read the full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives due to a mishap in Badaun, Uttar Pradesh
June 17, 2026

The Prime Minister, Shri Narendra Modi has expressed deep grief over the loss of lives due to a mishap in Badaun, Uttar Pradesh. Shri Modi also wished speedy recovery for those injured in the mishap.

The Prime Minister’s Office posted on X;

“The loss of lives due to a mishap in Badaun, Uttar Pradesh, is deeply painful. I extend my condolences to the bereaved families. Praying for the speedy recovery of the injured: PM @narendramodi”