ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ରୋମ ସ୍ଥିତ ( FAO) ମୁଖ୍ୟାଳୟରେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ଦ୍ୱାରା 2026 ପାଇଁ ପ୍ରତିଷ୍ଠିତ ଏଗ୍ରିକୋଲା ପଦକ ପ୍ରଦାନ କରାଯାଇଛି। ଭାରତରେ ଏବଂ ବିଶ୍ୱ ସ୍ତରରେ ଖାଦ୍ୟ ସୁରକ୍ଷା, ସ୍ଥାୟୀ କୃଷି ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ଥିବା ତାଙ୍କର ଅସାଧାରଣ ନେତୃତ୍ୱକୁ ମାନ୍ୟତା ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ FAOର ମହାନିର୍ଦ୍ଦେଶକ ଡକ୍ଟର କ୍ୟୁ ଡୋଙ୍ଗ୍ୟୁଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସେ ଏହି ସମ୍ମାନ ଭାରତୀୟ କୃଷକ ଏବଂ ଭାରତୀୟ କୃଷି ବୈଜ୍ଞାନିକ ସମ୍ପ୍ରଦାୟକୁ ଉତ୍ସର୍ଗ କରିଛନ୍ତି, ଯେଉଁମାନେ ଭାରତ ଏବଂ ସମଗ୍ର ବିଶ୍ୱର ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟି ସୁନିଶ୍ଚିତ କରିବା ପାଇଁ ଯେଉଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ସେ କହିଛନ୍ତି ଯେ ଏହି ସମ୍ମାନ ମାନବ କଲ୍ୟାଣ, ଖାଦ୍ୟ ସୁରକ୍ଷା ଏବଂ ସ୍ଥାୟୀ ବିକାଶ ପ୍ରତି ଭାରତର ପ୍ରତିବଦ୍ଧତା ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ଭାରତର କୃଷି ଜୀବନର କେନ୍ଦ୍ରବିନ୍ଦୁ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ତ୍ବ ଦେଇ କହିଥିଲେ ଯେ, କୃଷି ଧରିତ୍ରୀ ମାତା ଏବଂ ଭାରତୀୟ ଲୋକଙ୍କ ମଧ୍ୟରେ ଏକ ପବିତ୍ର ବନ୍ଧନ ଅଟେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି ପ୍ରତି ଭାରତର ବୈଜ୍ଞାନିକ ଏବଂ ନବସୃଜନ-ଆଧାରିତ ଆଭିମୁଖ୍ୟ ଏକ ସ୍ଥାୟୀ, ଜଳବାୟୁ-ପ୍ରତିରୋଧୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରୁଛି। ଏହି ଦିଗରେ, ସେ କହିଥିଲେ ଯେ 'ପ୍ରତି ବୁନ୍ଦା ଅଧିକ ଫସଲ' ଏବଂ ସୂକ୍ଷ୍ମ-ଜଳସେଚନ ଏବଂ ସଠିକ୍ କୃଷି ପାଇଁ ମିଶନ-ଆଧାରିତ ଆଭିମୁଖ୍ୟ ଏହାର କୃଷି ନୀତିକୁ ମାର୍ଗଦର୍ଶନ କରୁଛି। ପ୍ରଯୁକ୍ତି-ଆଧାରିତ କୃଷିର ସମାଧାନ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ସେ କହିଥିଲେ ଯେ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଏଆଇ-ଆଧାରିତ ପରାମର୍ଶଦାତା ପ୍ରଣାଳୀ, ଡ୍ରୋନ୍, ରିମୋଟ୍ ଆଧାରିତ ସୋସିଂଗ୍ ପ୍ରଯୁକ୍ତିବିଦ୍ୟା ଏବଂ ସେନ୍ସର-ଆଧାରିତ ଯନ୍ତ୍ରପାତି ଭାରତୀୟ ଚାଷୀମାନଙ୍କୁ ପ୍ରଚୁର ଫସଲ ଏବଂ ଅଧିକ କୃଷି ଆୟ ଅମଳ କରିବାରେ ସାହାଯ୍ୟ କରୁଛି। ସେ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ, ଭାରତ ପ୍ରାୟ ୩,୦୦୦ ଜଳବାୟୁ-ପ୍ରତିରୋଧୀ ଫସଲ କିସମ ବିକଶିତ କରିଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତର ବିଜ୍ଞାନ-ଆଧାରିତ କୃଷି ବିଶେଷକରି ବିଶ୍ୱ ଦକ୍ଷିଣର ଦେଶଗୁଡ଼ିକ ପାଇଁ,ବିଶ୍ୱ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରୁଛି,

ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ FAOର ପ୍ରତିଷ୍ଠାତା ସଦସ୍ୟ ଭାବରେ, ଭାରତ ବିଶ୍ୱ ଖାଦ୍ୟ ସୁରକ୍ଷା, ସ୍ଥାୟୀ କୃଷି ଏବଂ ଏକ କ୍ଷୁଧାମୁକ୍ତ ବିଶ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ସଂଗଠନ ସହିତ କାମ କରିବାର ସୌଭାଗ୍ୟ ପାଇଛି। ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ପାଳନ ମାଧ୍ୟମରେ ସୁସ୍ଥ ଖାଦ୍ୟ ପସନ୍ଦକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସହିତ କାମ କରିବା ପାଇଁ ସେ FAOକୁ ଧନ୍ୟବାଦ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ FAO ମୁଖ୍ୟାଳୟ ଗସ୍ତ ଗତ 30 ବର୍ଷ ମଧ୍ୟରେ ଜଣେ ଭାରତୀୟ ରାଷ୍ଟ୍ରଧ୍ୟକ୍ଷଙ୍କ ପ୍ରଥମ ଗସ୍ତ ଥିଲା ।
हमारे शानदार स्वागत और ‘एग्री-कोला मेडल’ से सम्मानित करने के लिए... मैं FAO के Director General का ह्रदय से आभार व्यक्त करता हूं: PM @narendramodi
— PMO India (@PMOIndia) May 20, 2026
यह भारत के करोड़ों किसानों, पशुपालकों, मत्स्य पालकों, कृषि वैज्ञानिकों और श्रमिकों का सम्मान है।
— PMO India (@PMOIndia) May 20, 2026
यह भारत की उस अटूट प्रतिबद्धता का भी सम्मान है, जिसके केंद्र में मानव कल्याण, खाद्य सुरक्षा और Sustainable Development है: PM @narendramodi
हम सिर्फ Production बढ़ाने के लिए ही नहीं, एक ऐसा Farming Ecosystem बनाने के लिए भी काम कर रहे हैं, जो Sustainable भी हो, Climate-Resilient भी हो…और Future-Ready भी हो।
— PMO India (@PMOIndia) May 20, 2026
और इसीलिए पूरे भारत में Scientific Agriculture को Mission Mode में आगे बढ़ाया जा रहा है: PM @narendramodi
Technology आज Indian Agriculture की नई ताकत बन रही है: PM @narendramodi
— PMO India (@PMOIndia) May 20, 2026
हम मानते हैं कि Future Of Farming केवल “Produce More” में नहीं…बल्कि “Produce Better” में है: PM @narendramodi
— PMO India (@PMOIndia) May 20, 2026
भारत Food-Surplus Nation होने के साथ-साथ वैश्विक Food Security में भी महत्वपूर्ण योगदान दे रहा है।
— PMO India (@PMOIndia) May 20, 2026
मिल्क और स्पाइस प्रोडक्शन में भारत सबसे आगे है।
चावल, गेहूं, Fruits, Vegetables और Cotton के उत्पादन में भी भारत अग्रणी देशों में शामिल है: PM @narendramodi
हमारे लिए Food Security केवल Policy Matter नहीं है, यह मानवता के प्रति हमारी जिम्मेदारी है: PM @narendramodi
— PMO India (@PMOIndia) May 20, 2026


