୨୧ ସେପ୍ଟେମ୍ବର ୨୦୨୪ରେ ରାଷ୍ଟ୍ରପତି ଯୋଶେଫ ଆର.ବାଇଡେନଙ୍କ ଅଧ୍ୟକ୍ଷତାରେ ୱିଲମନ୍ଟନ୍‌, ଡେଲୱେୟାରଠାରେ ଅନୁଷ୍ଠିତ ଚତୁର୍ଥ କ୍ୱାଡ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ, ଜାପାନର ପ୍ରଧାନମନ୍ତ୍ରୀ କିସିଦା ଫୁମିଓ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।

ବିଶ୍ୱ ହିତ ପାଇଁ ଶକ୍ତି ଭାବେ ଛିଡ଼ା କରିବାକୁ କ୍ୱାଡ ଗଠନ ହୋଇଥିଲା । ଚଳିତ ବର୍ଷ କ୍ୱାଡ ପାସିଫିକ୍ (ପ୍ରଶାନ୍ତ) ସମେତ ଇଣ୍ଡୋ-ପାସିଫିକ୍ (ହିନ୍ଦ-ପ୍ରଶାନ୍ତ), ଦକ୍ଷିଣ-ପୂର୍ବ ଏସିଆ ଏବଂ ଭାରତ ମହାସାଗରୀୟ ଅଞ୍ଚଳ ତଥା ସହଯୋଗୀ ରାଷ୍ଟ୍ରଗୁଡ଼ିକ ପାଇଁ କ୍ୱାଡ ଗର୍ବର ସହ ଅନେକ ଗୁଡ଼ିଏ ସୁପ୍ତ ପ୍ରାୟ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରୁଛି । ଇଣ୍ଡୋ-ପାସିଫିକ୍ ସହଯୋଗୀ ରାଷ୍ଟ୍ର ଗୁଡ଼ିକର ପ୍ରାଥମିକତାକୁ ଲକ୍ଷ୍ୟ ରଖି କ୍ୱାଡ୍ ସାମୂହିକ ଭାବେ ବିସ୍ତାରିତ ଭାବେ କାମ କରୁଛି । ମିଳିତ ଭାବେ କ୍ୱାଡ ଆକାଂକ୍ଷୀ ପ୍ରକଳ୍ପ ଗୁଡ଼ିକୁ ଗୁରୁତ୍ୱ ଦେଉଛି, ଯାହାଦ୍ୱାରା ସହଯୋଗୀ ରାଷ୍ଟ୍ର ଗୁଡ଼ିକ ମହାମାରୀ ଓ ରୋଗର ମୁକାବିଲା କରିପାରିବେ, ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରିବେ, ସାମୁଦ୍ରିକ କ୍ଷେତ୍ରରେ ସଚେତନତା ଏବଂ ସାମୁଦ୍ରିକ ନିରାପତ୍ତା, ଉଚ୍ଚ ମାନର ଫିଜିକାଲ ଓ ଡିଜିଟାଲ ମୌଳିକ ଢାଞ୍ଚା ପ୍ରସ୍ତୁତି, ଗୁରୁତ୍ୱପୂର୍ଣ୍ଣ ତଥା ଅଭ୍ୟୁତ୍ଥିତ ପ୍ରଯୁକ୍ତିବିଦ୍ୟାରେ ନିବେଶ ଏବଂ ଲାଭ ଉଠାଇବା, ଜଳବାୟୁ ପରିବର୍ତ୍ତନ ଭୟର ମୁକାବିଲା କରିବା, ସାଇବର ସୁରକ୍ଷାକୁ ମଜବୁତ୍ କରିବା ଏବଂ ପ୍ରଯୁକ୍ତି ଦୁନିଆରେ ପରବର୍ତ୍ତୀ ପିଢ଼ି ଛିଡ଼ା କରିବା ଆଦି କରିପାରିବେ ।

ଇଣ୍ଡୋ-ପାସିଫିକର ସ୍ଥାୟୀ ସହଯୋଗୀ

ବିଗତ ଚାରି ବର୍ଷ ମଧ୍ୟରେ କ୍ୱାଡ ନେତାମାନେ ଛଅ ଥର ବୈଠକରେ ଏକାଠି ହୋଇଛନ୍ତି । ଏହା ମଧ୍ୟରେ ଦୁଇ ଥର ଆଭାସୀ ମାଧ୍ୟମରେ ଭେଟ ହୋଇଛନ୍ତି । ନିକଟରେ ଗତ ଜୁଲାଇ ମାସରେ ଟୋକିଓ ବୈଠକକୁ ମିଶାଇ କ୍ୱାଡ ବିଦେଶ ମନ୍ତ୍ରୀମାନେ ମୋଟ ଆଠ ଥର ବୈଠକ କରିଛନ୍ତି । କ୍ୱାଡ ଦେଶସମୂହର ପ୍ରତିନିଧିମାନେ ଭିନ୍ନ ଭିନ୍ନ ସ୍ତରରେ ନିୟମିତ ବ୍ୟବଧାନରେ ସାକ୍ଷାତ କରୁଛନ୍ତି । ଏହି ସାକ୍ଷାତରେ ପରସ୍ପର ମଧ୍ୟରେ ଆଲୋଚନା, ପ୍ରାଥମିକତା ଦିଆଯାଉଥିବା ପ୍ରସଙ୍ଗରେ ମତର ଆଦାନପ୍ରଦାନ ଏବଂ ସମଗ୍ର ଇଣ୍ଡୋ-ପାସିଫିକ୍ ଅଞ୍ଚଳର ସହଯୋଗୀମାନଙ୍କୁ ଲାଭ ପହଞ୍ଚାଇବା ଏହି ସାକ୍ଷାତର ଉଦ୍ଦେଶ୍ୟ । ସମସ୍ତ କ୍ୱାଡ ସରକାର ମାନେ ସେମାନଙ୍କ ବିଭିନ୍ନ ବିଭାଗ ଓ ଏଜେନ୍ସି ଗୁଡ଼ିକରେ କ୍ୱାଡକୁ ସକ୍ରିୟ କରିଛନ୍ତି । ଆଜି କ୍ୱାଡ ନେତାମାନେ ସହଯୋଗ ଦୃଢ଼ କରିବାକୁ ଏବଂ ଦୀର୍ଘସ୍ଥାୟୀ କରିବାକୁ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି ।

ପ୍ରତ୍ୟେବ କ୍ୱାଡ ସରକାର ସେମାନଙ୍କ ବଜେଟ ମଧ୍ୟରେ ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ କ୍ୱାଡ ପ୍ରାଥମିକତା ପାଇଁ ମଜଭୁତ ଆର୍ଥିକ ବ୍ୟବସ୍ଥା କରିବାକୁ ଏବଂ ସହଯୋଗମୂଳକ ପ୍ରଭାବ ପକାଇବାକୁ ପ୍ରତିବଦ୍ଧ ।

କ୍ୱାଡ ସରକାର ଗୁଡ଼ିକ ମଧ୍ୟ ସେମାନଙ୍କ ବ୍ୟବସ୍ଥାପିକା ସଭା ସହ କାର୍ଯ୍ୟ କରିବା ସହ ଆନ୍ତଃସଂସଦୀୟ ଭାବ ବିନିମୟ ଏବଂ କ୍ୱାଡ ସହଯୋଗୀମାନଙ୍କ ସହ ସମ୍ପର୍କ ବଢ଼ାଇବା ଲାଗି ଅନ୍ୟ ଅଂଶୀଦାରମାନଙ୍କୁ ପ୍ରୋତ୍ସାହିତ କରିବାକୁ ଇଚ୍ଛା ରଖିଛନ୍ତି । ଗତକାଲି କଂଗ୍ରେସର ସଦସ୍ୟମାନେ ଦୁଇ ଦଳୀୟ, ଦୁଇ ସଦନୀୟ କଂଗ୍ରେସ କ୍ୱାଡ କକସ୍ ଘୋଷଣା କରିଛନ୍ତି ।

ଆଗାମୀ ମାସ ମଧ୍ୟରେ କ୍ୱାଡ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀମାନେ ପ୍ରଥମ ଥର ପାଇଁ ବୈଠକରେ ଏକାଠି ହେବେ ।

ଇଣ୍ଡୋ-ପାସିଫିକର ଚାରୋଟି ଦେଶ ସହ ସ୍ୱାସ୍ଥ୍ୟ ନିରାପତ୍ତା, ଖାଦ୍ୟ ନିରାପତ୍ତା, ସ୍ୱଚ୍ଛ ଜାଳେଣି ଏବଂ ଗୁଣବତ୍ତାର ମୌଳିକ ଢାଞ୍ଚା କ୍ଷେତ୍ରରେ ଭବିଷ୍ୟତରେ ନିବେଶ ସ୍ଥିର କରିବାକୁ କ୍ୱାଡ ନେତୃବୃନ୍ଦ ମଧ୍ୟ କ୍ୱାଡ ଡେଭଲପମେଣ୍ଟ ଫାଇନାନ୍ସ ଇନଷ୍ଟିଚ୍ୟୁସନ ଏବଂ ଏଜେନ୍ସିଗୁଡ଼ିକୁ ସ୍ୱାଗତ କରିଥିଲେ । ୨୦୨୨ ମସିହାରେ ଏକ୍ସପୋର୍ଟ ଫାଇନାନ୍ସ ଅଷ୍ଟ୍ରେଲିଆ, ଦ ଅଷ୍ଟ୍ରେଲିଆନ ଇନଫ୍ରାଷ୍ଟ୍ରକଚର ଫାଇନାନ୍ସିଙ୍ଗ ଫେସିଲିଟି ଫର ଦ ପାସିଫିକ୍‌, ଇଣ୍ଡିଆ ଏକ୍ସପୋର୍ଟ ଇମ୍ପୋର୍ଟ ବ୍ୟାଙ୍କ, ଜାପାନ ବ୍ୟାଙ୍କ ଫର ଇଣ୍ଟରନ୍ୟାସନାଲ କୋ-ଅପରେସନ ଏବଂଆମେରିକାର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ (ଡିଏଫସି)ର ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକର ଫଳସ୍ୱରୂପ ଏହି ନିଷ୍ପତ୍ତି ହୋଇଥିଲା ।

ଯୁକ୍ତରାଷ୍ଟ୍ର ଆମେରିକା ୨୦୨୫ରେ କ୍ୱାଡ ବିଦେଶ ମନ୍ତ୍ରୀଙ୍କ ସମ୍ମିଳନୀ ଆୟୋଜନ କରିବ ଏବଂ ୨୦୨୫ରେ ଭାରତ କ୍ୱାଡ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀ ଆୟୋଜନ କରିବ ।

ବିଶ୍ୱ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟ ନିରାପତ୍ତା

ଇଣ୍ଡୋ-ପାସିଫିକରେ ସ୍ୱାସ୍ଥ୍ୟ ନିରାପତ୍ତା କ୍ଷେତ୍ରରେ ସହଯୋଗ ଓ ସମନ୍ୱୟକୁ ଦୃଢ଼ କରିବା ପାଇଁ ୨୦୨୩ ମସିହାରେ କ୍ୱାଡ ଘୋଷଣା କରିଥିଲା କ୍ୱାଡ ସ୍ୱାସ୍ଥ୍ୟ ସୁରକ୍ଷା ଭାଗିଦାରୀ । ବିଭିନ୍ନ ରୋଗ ସହ ମହାମାରୀ ବ୍ୟାପିବା କିମ୍ବା ମହାମାରୀର ସମ୍ଭାବନାକୁ ଚିହ୍ନଟ କରି ତାହାର ମୁକାବିଲା ସକାଶେ ଇଣ୍ଡୋ-ପାସିଫିକର ଦକ୍ଷତା ବୃଦ୍ଧି ଦିଗରେ କ୍ୱାଡ ସ୍ୱାସ୍ଥ୍ୟ ସୁରକ୍ଷା ଭାଗିଦାରୀ ତାହାର ପ୍ରତିବଦ୍ଧତାକୁ ପୁରା କରୁଛି । ଏଥିସହ ଅନେକ ଗୁଡ଼ିଏ ନୂତନ ପଦକ୍ଷେପ ଆଜି ଘୋଷଣା କରାଯାଇଛି ।

କ୍ୱାଡ କ୍ୟାନ୍ସର ମୁନସଟ୍

କ୍ୱାଡ ଐତିହାସିକ କ୍ୱାଡ କ୍ୟାନ୍ସର ମୁନସଟର ଶୁଭାରମ୍ଭ କରୁଛି । ସରକାରୀ ଓ ଘରୋଇ ସମ୍ଭବ ସହାୟତାରେ ଇଣ୍ଡୋ-ପାସିଫିକ ଅଞ୍ଚଳରେ ହେଉଥିବା କ୍ୟାନ୍ସର ମୃତ୍ୟୁକୁ ହ୍ରାସ କରିବା ଦିଗରେ ଏହା ଏକ ସାମୁହିକ ପ୍ରଚେଷ୍ଟା । ବିଶେଷ କରି ସର୍ଭିକାଲ କ୍ୟାନ୍ସରକୁ ଏହା ଗୁରୁତ୍ୱ ଦେଉଛି । ମୋଟ ଉପରେ ଆଜି ଘୋଷଣା ହୋଇଥିବା କ୍ୱାଡ କ୍ୟାନ୍ସର ମୁନସଟ ଯୋଗୁ ଆଗାମୀ ଦିନରେ ହଜାର ହଜାର ଜୀବନ ବଞ୍ଚିବା ଆଶା କରାଯାଉଛି । ଅଧିକ ସୂଚନା ଏହିଠାରେ ମିଳିପାରିବ ।

ମହାମାରୀର ମୁକାବିଲା

ଅଞ୍ଚଳରେ ମହାମାରୀ ପାଣ୍ଠି ସହ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ମୁକାବିଲା ପ୍ରଚେଷ୍ଟାକୁ ସହାୟତା କରିବାକୁ କ୍ୱାଡ ଦେଶସମୂହ ପ୍ରତିବଦ୍ଧ ।

ଇଣ୍ଡୋ-ପାସିଫିକ ଅଞ୍ଚଳରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଢ଼ କରିବା ଦିଗରେ କ୍ୱାଡ ତାର ପ୍ରତିବଦ୍ଧତାକୁ ଦୋହରାଉଛି । ୨୦୨୪ରେ ଦ୍ୱିତୀୟ ମହାମାରୀ ମୁକାବିଲା ଟେବଲଟପ୍ ଏକ୍ସରସାଇଜ ଦ୍ୱାରା କ୍ୱାଡ ସ୍ୱାସ୍ଥ୍ୟ ସୁରକ୍ଷା ଭାଗିଦାରୀ ଅଗ୍ରସର ହୋଇଛି । ରୋଗ ବ୍ୟାପିବାର ସମ୍ଭାବନାର ପ୍ରତିଷେଧକ, ଶୀଘ୍ର ଚିହ୍ନଟ ଏବଂ ଏହାର ମୁକାବିଲା ଦିଗରେ କ୍ୱାଡ ଟିକା ଭାଗିଦାରୀତା ଏହା ସଫଳତା । ମହାମାରୀର ମୁକାବିଲା ପାଇଁ ମଧ୍ୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁର (ମାନକ ସଞ୍ଚାଳନ ପ୍ରକ୍ରିୟା)ର ବିକାଶ କରାଯାଉଛି । ଆଞ୍ଚଳିକ ଭିତ୍ତିରେ ସ୍ୱାସ୍ଥ୍ୟ ଜରୁରୀକାଳିନ ସ୍ଥିତି ସମୟରେ ଇଣ୍ଡୋ-ପାସିଫିକର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ମଧ୍ୟ କ୍ୱାଡର ସାମୁହିକ ପ୍ରଚେଷ୍ଟା ମଧ୍ୟରେ ଅନ୍ତର୍ଭୁକ୍ତ ।

ମହାମାରୀ ମୁକାବିଲା ଦିଗରେ ଭାରତ ଏକ କର୍ମଶାଳାର ଆୟୋଜନ କରିବ ଏବଂ ଜରୁରୀ ଜନସ୍ୱାସ୍ଥ୍ୟ ପଦକ୍ଷେପକୁ ଗୁରୁତ୍ୱ ଦେଇ ଏକ ଶ୍ୱେତପତ୍ର ପ୍ରକାଶ କରିବ ।

ଅଷ୍ଟ୍ରେଲିଆ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଏକ ଟିମର କଳେବର ବଢ଼ାଉଛି, ଯେଉଁମାନଙ୍କୁ କି ମହାମାରୀର ସମ୍ଭାବନା ସମୟରେ ବିଭିନ୍ନ ଦେଶ ଓ ଅଞ୍ଚଳରେ ମୁତୟନ ପାଇଁ ପ୍ରସ୍ତୁତ କରାଯିବ । ଆଗାମୀ ଦିନରେ ଅଷ୍ଟ୍ରେଲିଆର ଡାରୱିନଠାରେ ଏହାର ପ୍ରଥମ କର୍ମଶାଳା ଅନୁଷ୍ଠିତ ହେଉଛି ।

କ୍ୱାଡ ସହଯୋଗୀମାନଙ୍କ ସହ ସମନ୍ୱୟ ରକ୍ଷା କରି ଯୁକ୍ତରାଷ୍ଟ୍ର ଆମେରିକା ଇଣ୍ଡୋ-ପାସିଫିକ ଅଞ୍ଚଳରେ ସଂକ୍ରାମକ ରୋଗର ପ୍ରତିଷେଧକ, ଚିହ୍ନଟ ଏବଂ ମୁକାବିଲା ଦିଗରେ ଦକ୍ଷତା ବଢ଼ାଇବାକୁ ୮୪.୫ ନିୟୁତ ଡଲାର ଖର୍ଚ୍ଚ ପାଇଁ ନିଷ୍ପତ୍ତି ନେଇଛି ।

ଏମପକ୍ସ

ବର୍ତ୍ତମାନର ୧ ଏମପକ୍ସର ପ୍ରକୋପ ଏବଂ ୨ ଏମପକ୍ସର ପ୍ରକୋପକୁ ଦୃଷ୍ଟିରେ ରଖି କ୍ୱାଡ ସୁରକ୍ଷିତ, ପ୍ରଭାବୀ ଓ ଗୁଣବତ୍ତାକୁ ସୁନିଶ୍ଚିତ କରିବା ଭଳି ଏମପକ୍ସ ଟିକାକୁ ପ୍ରୋତ୍ସାହିତ କରିବା ସହ ସ୍ୱଳ୍ପ ଓ ମଧ୍ୟମ ଆୟ ବର୍ଗର ଦେଶ ଗୁଡ଼ିକରେ ଟିକା ନିର୍ମାଣକୁ ବିସ୍ତାର କରିବାକୁ ଯୋଜନା ରଖିଛି ।

ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ (ଏଚଏଡିଆର)

୨୦ବର୍ଷ ତଳେ ୨୦୦୪ ମସିହାରେ ଭାରତ ମହାସାଗରରେ ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପ ଓ ସୁନାମୀ ଦ୍ୱାରା ପ୍ରଭାବିତ ଦେଶ ଗୁଡ଼ିକରେ ମାନବୀୟ ସହାୟତା ଯୋଗାଇ ଦେବାକୁ କ୍ୱାଡ ପ୍ରଥମ ଥର ମିଳିତ ଭାବେ ଆଗେଇ ଆସିଥିଲା । ୨୦୨ରେ କ୍ୱାଡ ବିଦେଶ ମନ୍ତ୍ରୀମାନେ ଇଣ୍ଡୋ-ପାସିଫିକରେ ଏଚଏଡିଆର ସମୟରେ କ୍ୱାଡ ସହଯୋଗୀତା ନିମେନ୍ତେ ଏକ ମାର୍ଗଦର୍ଶିକାରେ ଦସ୍ତଖତ କରିଥିଲେ । ୨୦୨୪ ମେ ମାସରେ ପପୁଆ ନିଉ ଗୁଏନାରେ ଏକ ଭୟାନକ ଭୂସ୍ଖଳନ ପରେ କ୍ୱାଡ ଦେଶ ଗୁଡ଼ିକ ଏହି ମାର୍ଗଦର୍ଶିକା ଅନୁସାରେ ସହାୟତା କରିଥିଲେ । ମାନ୍ୱୀୟ ସହାୟତା ରୂପେ କ୍ୱାଡ ଦେଶ ଗୁଡ଼ିକ ୫ ନିୟୁତ ଡଲାରରୁ ଅଧିକ ପ୍ରଦାନ କରିଥିଲେ । ଦୀର୍ଘ କାଳୀନ ସୂତ୍ରରେ ପପୁଆ ନିଉ ଗୁଏନାକୁ କ୍ୱାଡ ସହଯୋଗୀମାନେ ସହାୟତା ଜାରି ରଖିଛନ୍ତି । ଦୀର୍ଘକାଳୀନ ଭାବେ ଏଚଏଡିଆର ସମନ୍ୱୟରେ କ୍ୱାଡ ଅଞ୍ଚଳରେ ସହଯୋଗୀ ଦେଶ ଗୁଡ଼ିକୁ ସହାୟତା କରୁଛି ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦ୍ରୁତ ଗତିରେ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ପୂର୍ବରୁ ତାହାକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମହଜୁଦ୍ ରଖିବାକୁ ନିଶ୍ଚିତ କରୁଛନ୍ତି କ୍ୱାଡ ସରକାରମାନେ । ଏହା ଭାରତ ମହାସାଗରୀୟ ଅଞ୍ଚଳରୁ ଦକ୍ଷିଣପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗର ଅଞ୍ଚଳକୁ ଦୃଷ୍ଟିରେ ରଖି କରାଯାଉଛି ।

ଅଞ୍ଚଳରେ ଭବିଷ୍ୟତରେ ହେବାକୁ ଥିବା ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଆଗାମୀ ମାସଗୁଡ଼ିକରେ କ୍ୱାଡ ଏଚଏଡିଆର ବିଶେଷଜ୍ଞମାନେ ଟେବଲଟପ୍ ଏକ୍ସରସାଇଜ କରିବେ ।

ସାମୁଦ୍ରିକ ଝଡ଼ ୟାଗି ଯୋଗୁ ଭିଏତନାମରେ ହୋଇଥିବା ବିଧ୍ୱଂସକାରୀ କ୍ଷତିକୁ ଦୃଷ୍ଟିରେ ରଖି ମାନବୀୟ ସହାୟତା ଭାବେ ୪ ନିୟୁତ ଡଲାର ଦେବାକୁ କ୍ୱାଡ ସହଯୋଗୀ ମାନେ କାର୍ଯ୍ୟ କରୁଛନ୍ତି ।

ସାମୁଦ୍ରିକ ନିରାପତ୍ତା

ଅଞ୍ଚଳରେ ସାମୁଦ୍ରିକ ନିରାପତ୍ତା ବୃଦ୍ଧି, ସାମୁଦ୍ରିକ ଡୋମେନ ଜାଗରୁକତା ପାଇଁ ତଥା ମୁକ୍ତ ଓ ଅବାଧ ଇଣ୍ଡୋ-ପାସିଫିକ ସୃଷ୍ଟି କରିବାକୁ କ୍ୱାଡ ସହଯୋଗୀ ରାଷ୍ଟ୍ରମାନେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।

ସାମୁଦ୍ରିକ ଡୋମେନ ଜାଗରୁକତା  ସାମୁଦ୍ରିକ ପ୍ରଶିକ୍ଷଣ ପାଇଁ ଇଣ୍ଡୋ-ପାସିଫିକ ସହଯୋଗ

୨୦୨୨ରେ ଟୋକିଓରେ ହୋଇଥିବା କ୍ୱାଡ ନେତୃବୃନ୍ଦଙ୍କ ବୈଠକରେ କ୍ୱାଡ ନେତାମାନେ ଇଣ୍ଡୋ-ପାସିଫିକ ସାମୁଦ୍ରିକ ଡୋମେନ ଜାଗରୁକତା ସହଯୋଗ (ଆଇପିଏମଡିଏ)ର ଶୁଭାରମ୍ଭ କରିଥିଲେ । ଏହି ପଦକ୍ଷେପ ସଦସ୍ୟ ରାଷ୍ଟ୍ରମାନଙ୍କୁ ରିଅଲ-ଟାଇମ, ସ୍ୱଳ୍ପ ଖର୍ଚ୍ଚ, ଅତ୍ୟାଧୁନିକ ରେଡିଓ ଫ୍ରିକ୍ୱେନ୍ସି ଡାଟା ଏବଂ ସେମାନଙ୍କ ଜଳରାଶି ଉପରେ ନଜର ରଖିବା ଲାଗି ସହାୟ ହୋଇଥିଲା । ବେଆଇନ, ବିନା ସୂଚନାରେ ତଥା ଅନିୟନ୍ତ୍ରିତ ମାଛଧରା, ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ସେମାନଙ୍କ ଜଳରାଶିରେ ନିଜସ୍ୱ ଆଇନ ଲାଗୁ ପାଇଁ ମଧ୍ୟ ସୁବିଧା ଦେଇଥିଲା ।

ଘୋଷଣା ପରଠାରୁ କ୍ୱାଡ ସଫଳତାର ସହ ସହଯୋଗୀମାନଙ୍କ ସହ ଆଲୋଚନା କରି ଇଣ୍ଡୋ-ପାସିଫିକ ଅଞ୍ଚଳରେ ଏହାକୁ ଲାଗୁ କରିପାରିଛି । ପାସିଫିକ୍ ଆଇଲାଣ୍ଡ ଫୋରମ ଫିସେରିଜ୍ ଏଜେନ୍ସି, ଦକ୍ଷିଣପୂର୍ବ ଏସିଆର ସହଯୋଗୀ, ଗୁରୁଗ୍ରାମର ଇନଫର୍ମେସନ ଫ୍ୟୁଜନ ସେଣ୍ଟର-ଇଣ୍ଡିଆନ ଓସନ ରିଜନ ମାଧ୍ୟମରେ ଏହା କାର୍ଯ୍ୟକାରୀ ହୋଇପାରିଛି । ଏହାଦ୍ୱାରା ଦୁଇ ଡଜନରୁ ଅଧିକ ରାଷ୍ଟ୍ରଙ୍କୁ କ୍ୱାଡ ସାମୁଦ୍ରିକ ଡୋମେନ ଜାଗରୁକତା ଡାଟା ପ୍ରଦାନ କରିପାରୁଛି ଏବଂ ସେମାନେ ସେମାନଙ୍କ ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ବେଆଇନ କାର୍ଯ୍ୟକଳାପ ସହ ବିନା ସୂଚନାରେ ଜାହାଜ ଚଳାଚଳକୁ ରୋକି ପାରିଛନ୍ତି ।

ଆଜି ଘୋଷଣା ହୋଇଥିବା ପରବର୍ତ୍ତୀ ପର୍ଯ୍ୟାୟରେ କ୍ୱାଡ ଆଇଏମପିଡିଏରେ ଏକ ନୂତନ ପ୍ରଯୁକକ୍ତି ବିଦ୍ୟା ଓ ଡାଟାର ବ୍ୟବହାର ଆଗାମୀ ଦିନରେ କରିବାକୁ ଯାଉଛି । ଏହାଦ୍ୱାରା ସମଗ୍ର ଅଞ୍ଚଳକୁ ଅତ୍ୟାଧୁନିକ ଡାଟା ଉପଲବ୍ଧ ହୋଇପାରିବ ।

ଆଜି କ୍ୱାଡ ନୂତନ ମାରିଟାଇମ ଇନିସିଏଟିଭ୍ ଫର ଟ୍ରେନିଂ ଇନ ଦ ଇଣ୍ଡୋ-ପାସିଫିକ(ମୈତ୍ରୀ)ର ଘୋଷଣା କରିଛି । ଏହାଦ୍ୱାରା ଇଣ୍ଡୋ-ପାସିଫିକ ସହଯୋଗୀ ରାଷ୍ଟ୍ରମାନେ ଆଇଏମପିଡିଏର ସମସ୍ତ ସୁବିଧାକୁ ବ୍ୟବହାର କରିପାରିବେ ଏବଂ ସେମାନଙ୍କ ଜଳରାଶିରେ ବେଆଇନ କାରବାରକୁ ରୋକିପାରିବେ । ୨୦୨୫ରେ ଭାରତ ମୈତ୍ରୀ କର୍ମଶାଳାର ଆୟୋଜନ କରିବ ଏବଂ କ୍ୱାଡ ସଦସ୍ୟ ରାଷ୍ଟ୍ରମାନେ ଏହାକୁ ଅପେକ୍ଷା କରିଛନ୍ତି ।

କ୍ୱାଡ ଦେଶ ଗୁଡ଼ିକ ପ୍ରଯୁକ୍ତିଗତ ସାମୁଦ୍ରିକ ସୁରକ୍ଷା ଓ ଆଇନ ପ୍ରବର୍ତ୍ତନ ଜ୍ଞାନ ଡୋମେନକୁ ବ୍ୟାପକ ପ୍ରଶିକ୍ଷଣକୁ ଗୁରୁତ୍ୱ ଦେଉଛନ୍ତି । ଆଞ୍ଚଳିକ ସାମୁଦ୍ରିକ ଆଇନକୁ ଲାଗୁ କରିବା ଏବଂ ସାମୁଦ୍ରିକ କ୍ଷେତ୍ରରେ ବେସାମରିକ ସହଯୋଗକୁ ବୃଦ୍ଧି କରିବା ଦିଗରେ ସମନ୍ୱୟ ରକ୍ଷା ନିମନ୍ତେ କ୍ୱାଡ ଦେଶ ଗୁଡ଼ିକ ଗୁରୁତ୍ୱ ଦେଇଛନ୍ତି ।

ଇଣ୍ଡୋ-ପାସିଫିକ ପରିବହନ ନେଟୱର୍କ

କ୍ୱାଡ ଆଜି କ୍ୱାଡ ଇଣ୍ଡୋ-ପାସିଫିକ ଲଜିଷ୍ଟିକ୍ସ ନେଟୱର୍କ ପାଇଲଟ ପ୍ରୋଜେକ୍ଟର ଶୁଭାରମ୍ଭ କରିଛନ୍ତି । ପରିବହନ ଦକ୍ଷତା ବୃଦ୍ଧି କରିବାକୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାରିଟି ଦେଶ ମଧ୍ୟରେ ଏୟାରଲିଫ୍ଟ ସୁବିଧାର ବ୍ୟବହାରରେ ଭାଗିଦାରୀ ପାଇଁ ନିଷ୍ପତ୍ତି ହୋଇଛି । ଇଣ୍ଡୋ-ପାସିଫିକ ଦେଶ ଗୁଡ଼ିକ ମଧ୍ୟରେ ଏବେ ଥିବା ବ୍ୟବସ୍ଥାକୁ ଏହା ଅଧିକ ଦୃଢ଼ କରିବ ।

ତଟରକ୍ଷୀ ସହଯୋଗ

ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଥିବା ଅନ୍ତରରେ ବିକାଶ ପାଇଁ ୟୁଏସ୍ କୋଷ୍ଟଗାର୍ଡ,ଜାପାନ କୋଷ୍ଟଗାର୍ଡ, ଅଷ୍ଟ୍ରେଲିଆନ ବର୍ଡର ଫୋର୍ସ ଏବଂ ଭାରତୀୟ ତଟରକ୍ଷୀ ବାହିନୀ ପ୍ରଥମ ଥର ପାଇଁ କ୍ୱାଡ-ଆଟ-ସି ସିପ୍ ଅବଜର୍ଭର ମିସନ ୨୦୨୫ରେ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ବ୍ୟବସ୍ଥାରେ ଇଣ୍ଡୋ-ପାସିଫିକ ଅଞ୍ଚଳରେ ପ୍ରହରା ଦେଉଥିବା ଆମେରିକା କୋଷ୍ଟଗାର୍ଡର ଜାହାଜରେ ଜାପାନ କୋଷ୍ଟଗାର୍ଡ, ଅଷ୍ଟ୍ରେଲିଆନ ବର୍ଡର ଫୋର୍ସ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ସଦସ୍ୟମାନେ ମୁତୟନ ରହିବେ । ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଅଧିକ ମିସନ ପାଇଁ କ୍ୱାଡ ଯୋଜନା ରଖିଛି ।

ଗୁଣମାନର ମୌଳିକ ଢାଞ୍ଚା

ଯୋଗାଯୋଗର ସୁବିଧା, ଆଞ୍ଚଳିକ ଦକ୍ଷତା ବୃଦ୍ଧି ଏବଂ ଜରୁରୀ ସମୟରେ ସହାୟତା ଆଦିକୁ ଦୃଷ୍ଟି ଦେଇ କ୍ୱାଡ ଉତ୍ତମ ଗୁଣମାନର ମୌଳିକ ଢାଞ୍ଚା ପ୍ରଦାନ କରୁଛି ।

ଚଳିତ ବର୍ଷ କ୍ୱାଡ ଦେଶ ସମୂହ ଏକ୍ସପୋର୍ଟ କ୍ରେଡିଟ ଏଜେନ୍ସିସ (ଇସିଏ)ରେ ଦସ୍ତଖତ କରିଛନ୍ତି ଏବଂ ସହଯୋଗର ଜ୍ଞାପନ ପ୍ରଣୟନ କରୁଛନ୍ତି । ଯାହାକି ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଯୋଗାଣ ଶୃଙ୍ଖଳ, ଗୁରୁତ୍ୱପୂର୍ଣ୍ଣ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା, ନବୀକରଣ ଉର୍ଜା ଏବଂ ଉଚ୍ଚ ମାନର ପ୍ରକଳ୍ପକୁ ସହାୟତା କରିବ । ଇଣ୍ଡୋ-ପାସିଫିକ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପକୁ ଆର୍ଥିକ ସହାୟତାର ସୂଚନା ଓ ବ୍ୟବସ୍ଥାକୁ ଦୃଢ଼ କରୁଛି କ୍ୱାଡ ଇସିଏ । ଉଦ୍ୟୋଗ ବିଶେଷଜ୍ଞ, ପ୍ରକଳ୍ପ ବିକାଶକାରୀ ଏବଂ ବଜାର ବ୍ୟବସ୍ଥାର ଅନ୍ୟ ଅଂଶୀଦାରମାନଙ୍କୁ ନେଇ ମିଳିତ ଭାବେ ବ୍ୟାବସାୟିକ ପ୍ରୋତ୍ସାହନକୁ ଗୁରୁତ୍ୱ ଦିଆଯିବ ।

ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚରର ବିକାଶ ଓ ନିୟୋଜନ ପାଇଁ କ୍ୱାଡ ଯୁଗ୍ମ ଘୋଷଣାନାମା ପ୍ରକାଶ କରିଛି । ସମାବେଶୀ, ମୁକ୍ତ, ସ୍ଥିର, ନିଷ୍ପକ୍ଷ, ସୁରକ୍ଷିତ, ବିଶ୍ୱସନୀୟ ଏବଂ ନିରାପଦ ଡିଜିଟାଲ ଭବିଷ୍ୟତ ପାଇଁ ତଥା ସମୃଦ୍ଧି ଓ ଶତତ ବିକାଶ ପାଇଁ କ୍ୱାଡ ପ୍ରତିବଦ୍ଧ ।

ମିଳିତ ବିପର୍ଯ୍ୟୟ ପ୍ରତିରୋଧୀ ଢାଞ୍ଚା ପକ୍ଷରୁ ଭାରତରେ ଏକ କର୍ମଶାଳାର ଆୟୋଜନ କରାଯାଇଛି । ଶକ୍ତି କ୍ଷେତ୍ରର ନମନୀୟତାକୁ ଦୃଢ଼ କରିବାକୁ ଇଣ୍ଡୋ-ପାସିଫିକର ସହଯୋଗୀମାନଙ୍କୁ ସଶକ୍ତ କରିବା ଏହାର ଉଦ୍ଦେଶ୍ୟ ।

କ୍ୱାଡ ବନ୍ଦର ସମୂହ ଏବଂ ଭବିଷ୍ୟତର ସହଯୋଗିତା

ଇଣ୍ଡୋ-ପାସିଫିକ ଅଞ୍ଚଳରେ ଆଞ୍ଚଳିକ ସହଯୋଗୀଙ୍କ ସହାୟତାରେ ବନ୍ଦର ଗୁଡ଼ିକର ମୌଳିକ ଢାଞ୍ଚାରେ ବିକାଶ ପ୍ରକ୍ରିୟାକୁ କ୍ୱାଡ ବନ୍ଦରସମୂହ ଓ ଭବିଷ୍ୟତର ସହଯୋଗିତା ଦୃଢ଼ କରିପାରିବ ।

୨୦୨୫ର ଭାରତର ମୁମ୍ବାଇଠାରେ ରିଜିଓନାଲ ପୋର୍ଟସ ଆଣ୍ଡ ଟ୍ରାନ୍ସପୋର୍ଟେସନ କନଫରେନ୍ସ ଆୟୋଜନ ପାଇଁ କ୍ୱାଡ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଇଚ୍ଛା ପ୍ରକାଶ କରିଛନ୍ତି ।

ଏହି ନୂତନ ସହଭାଗିତା ଜରିଆରେ କ୍ୱାଡ ଦେଶ ଗୁଡ଼ିକ ଇଣ୍ଡୋ-ପାସିଫିକ ଅଞ୍ଚଳରେ ବନ୍ଦର ଗୁଡ଼ିକର ମୌଳିକ ଢାଞ୍ଚାରେ ସରକାରୀ ଓ ବେସରକାରୀ ନିବେଶ ଯୋଗାଡ଼ କରିବା ସହ ସଂଯୋଜନା, ସୂଚନା ଆଦାନପ୍ରଦାନ, ଉନ୍ନତ ପଦ୍ଧତି ବିନିମୟ ପାଇଁ ଆଶା ରଖିଛନ୍ତି ।

କ୍ୱାଡ ଇନଫ୍ରାଷ୍ଟ୍ରକଚର ଫେଲୋଜ

ମୌଳିକ ଢାଞ୍ଚାର ପ୍ରକଳ୍ପ ଗୁଡ଼ିକ ପାଇଁ ନିବେଶ ଆକୃଷ୍ଟ କରିବା ସହ ପେସାଦାର ନେଟୱର୍କର ଦକ୍ଷତା ବୃଦ୍ଧି ସକାଶେ ୨୦୨୩ରେ କ୍ୱାଡ ଶିଖର ସମ୍ମିଳନୀରେ କ୍ୱାଡ ଇନଫ୍ରାଷ୍ଟ୍ରକଚର ଫେଲୋ ଘୋଷଣା କରାଯାଇଥିଲା । ବିଗତ ବର୍ଷ ମାନଙ୍କରେ ଏହା ୨୨୦୦ ବିଶେଷଜ୍ଞକୁ ବିସ୍ତାରିତ ହୋଇଥିବା ବେଳେ କ୍ୱାଡ ସହଯୋଗୀମାନେ ୨୩୦୦ ରୁ ଅଧିକ ଫେଲୋସିପ୍ ପ୍ରଦାନ କରିଛନ୍ତି ।

ସମୁଦ୍ରତଳ କେବଲ  ଡିଜିଟାଲ କନେକ୍ଟିଭିଟି

ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ସମୁଦ୍ର ତଳ କେବଲ ଓ ଡିଜିଟାଲ କନେକ୍ଟିଭିଟିକୁ ସୁଦୃଢ଼ କରିବା ପାଇଁ କ୍ୱାଡ୍ ସହଯୋଗୀ ରାଷ୍ଟ୍ରମାନେ ପ୍ରଚେଷ୍ଟା କରି ଆସୁଛନ୍ତି । ଇଣ୍ଡୋ-ପାସିଫିକ୍ ଅଞ୍ଚଳ ତଥା ସମଗ୍ର ବିଶ୍ୱର ସୁରକ୍ଷା ଓ ସମୃଦ୍ଧି ପାଇଁ ଏହି କେବଳର ଗୁରୁତ୍ୱ ଥିବାରୁ ଏହାର କ୍ଷମତା, ସ୍ଥାୟିତ୍ୱ, ବିଶ୍ୱସନୀୟତାକୁ ଜୋର୍ ଦିଆଯାଉଛି ।

ଏହି ପ୍ରଚେଷ୍ଟାକୁ ସମର୍ଥନ କରି ଗତ ଜୁଲାଇ ମାସରେ ଅଷ୍ଟ୍ରେଲିଆ କେବଲ କନେକ୍ଟିଭିଟି ଆଣ୍ଡ ରିଜିଲିଏକ୍ସ ସେଣ୍ଟର ଖୋଲିଛି । ଏହା ସଂପୃକ୍ତ ଅଞ୍ଚଳରେ କର୍ମଶାଳା ଆୟୋଜନ କରିବା ସହ ନୀତି ନିୟାମକ ପ୍ରସ୍ତୁତ କରୁଛି, ଯାହାକି ସହଯୋଗୀ ରାଷ୍ଟ୍ରମାନଙ୍କୁ ସହାୟତା କରୁଛି ।

ବିଭିନ୍ନ ସ୍ୱତନ୍ତ୍ର ସଂସ୍ଥା ଓ ଆନ୍ତର୍ଜାତିକ ସଙ୍ଗଠନର ସହଯୋଗ ଜରିଆରେ କନେକ୍ଟିଭିଟି ବଢ଼ାଇବାକୁ ଜାପାନ ଦକ୍ଷତା ନିର୍ମାଣ କର୍ମଶାଳା ଆୟୋଜନ କରୁଛି । ଆଗାମୀ ଦିନରେ ଜାପାନ ନାରୁଆ ଓ କିରିବାଟିରେ ସମୁଦ୍ର ତଳ କେବଳ ବିଛାଇବା ଦିଗରେ ପ୍ରଯୁକ୍ତିଗତ ସହଯୋଗ ଏବଂ କମ୍ୟୁନିକେସନ ଟେକ୍ନୋଲୋଜି ଇନଫ୍ରାଷ୍ଟ୍ରକଚର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି ।

ଇଣ୍ଡୋ-ପାସିଫିକ ଅଞ୍ଚଳର ୨୫ଟି ଦେଶର ସଞ୍ଚାର ଅଧିକାରୀ ଓ ଏକଜିକ୍ୟୁଟିଭ୍ ମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଯୁକ୍ତରାଷ୍ଟ୍ର ଆମେରିକା ୧୩ଶହରୁ ଅଧିକ କର୍ମଶାଳାର ଆୟୋଜନ କରିଛି । ଏହି ଦିଗରେ କଂଗ୍ରେସ ସହ ମିଶି ଅତିରିକ୍ତ ୩.୪ ନିୟୁତ ଡଲାର ନିବେଶ କରିବାକୁ ଆଜି ଆମେରିକା ଘୋଷଣା କରିଛି ।

କ୍ୱାଡ ସହଯୋଗୀଙ୍କ ଦ୍ୱାରା କେବଲ ପ୍ରକଳ୍ପରେ ନିବେଶ ଯୋଗୁ ୨୦୨୫ ମସିହା ଶେଷ ସୁଦ୍ଧା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସମସ୍ତ ଦେଶ କେବଲ ସଂଯୋଗ ସୁବିଧା ପାଇପାରିବେ । କ୍ୱାଡର ଶେଷ ବୈଠକ ପରଠାରୁ ଏ ପର୍ଯ୍ୟନ୍ତ ସହଯୋଗୀ ରାଷ୍ଟ୍ରମାନେ ସମୁଦ୍ର ତଳ କେବଲ ପ୍ରକଳ୍ପ ପାଇଁ ୧୪୦ ନିୟୁତ ଡଲାର ନିବେଶ ଘୋଷଣା କରିସାରିଛନ୍ତି ଏବଂ ସମାନ ଭାବନା ରଖିଥିବା ଅନ୍ୟ କେତେକ ଦେଶ ମଧ୍ୟ ନିବେଶ କରିଛନ୍ତି ।

ନୂତନ ସମୁଦ୍ର ତଳ କେବଲ ପ୍ରକଳ୍ପରେ ନିବେଶକୁ ଦୃଷ୍ଟିରେ ରଖି ଭାରତ ଇଣ୍ଡୋ-ପାସିଫିକରେ ଏହି କେବଲର ରକ୍ଷଣାବେକ୍ଷଣ ଓ ମରାମତି କାମର ବିସ୍ତାର ସକାଶେ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରୁଛି ।

କ୍ରିଟିକାଲ ଆଣ୍ଡ ଏମର୍ଜିଂ ଟେକ୍ନୋଲୋଜି

ଇଣ୍ଡୋ-ପାସିଫିକର ଜନସାଧାରଣଙ୍କ ହିତ ପାଇଁ ଏବଂ ଅର୍ଥନୈତିକ ସମୃଦ୍ଧି ଓ ଯୋଗାଯୋଗରେ ବିକାଶ ସକାଶେ କ୍ୱାଡ ପ୍ରାଦ୍ୟୋଗିକୀ ନବାଚାର ଏବଂ ନୂତପ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଦିଗରେ ପ୍ରତିବଦ୍ଧ ।

ଓପନ ରେଡିଓ ଆକ୍ସେସ ନେଟୱର୍କ (ଆରଏଏନଏବଂ ୫ଜି

ପାରସ୍ପରିକ ଦୂରସଞ୍ଚାର ତନ୍ତ୍ରକୁ ଦୃଢ଼ କରିବା ସକାଶେ ୨୦୨୩ରେ କ୍ୱାଡ ସହଯୋଗୀମାନେ ପ୍ରଥମ ଥର ପାସିଫିକ ଅଞ୍ଚଳରେ ଆରଏଏନ୍ ନିୟୋଜନ ପାଇଁ ନିଷ୍ପତ୍ତି ନେଇଥିଲେ । ସେହିଦିନରୁ କ୍ୱାଡ୍ ଏହି କ୍ଷେତ୍ରରେ ୨୦ ନିୟୁତ ଡଲାର ଖର୍ଚ୍ଚ ପାଇଁ ଘୋଷଣା କରିସାରିଛି । ଭରସା ଯୋଗ୍ୟ ପ୍ରଯୁକ୍ତିବିଦ୍ୟା ସହାୟତାରେ ଓପନ ଆରଏଏନର ବିସ୍ତାର ପାଇଁ କ୍ୱାଡ ପଦକ୍ଷେପ ନେଇଛି ।

କ୍ୱାଡ ଏବେ ଓପନ ଆରଏଏନର ଫିଲ୍ଡ ଟ୍ରାଏଲ ଏବଂ ଫିଲିପାଇନ୍ସସ୍ଥିତ ଓପନ ଆରଏଏନ ଏକାଡେମୀ (ଏଓଆରଏ) ପାଇଁ କ୍ୱାଡ ସହାୟତା ଯୋଗାଇବାକୁ ନିଷ୍ପତ୍ତି ନେଇଛି । ଚଳିତ ବର୍ଷ ଏଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଓ ଜାପାନ ୮ ନିୟୁତ ଡଲାର ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି ।

ଏଥିସହ ଏଓଆରଏର ବିଶ୍ୱବ୍ୟାପୀ ବିସ୍ତାର ଦିଗରେ ଆମେରିକା ୭ ନିୟୁତ ଡଲାର ଖର୍ଚ୍ଚ କରିବ । ଭାରତୀୟ ସଂସ୍ଥା ସହ ମିଶି ଦକ୍ଷିଣ ଏସିଆରେ ଏକ ପ୍ରଥମ ଥର ପାଇଁ ଓପନ ଆରଏଏନ ୱାର୍କଫୋର୍ସ ପ୍ରଶିକ୍ଷଣ ପଦକ୍ଷେପ ନିଆଯିବ ।

ଦକ୍ଷିଣପୂର୍ବ ଏସିଆରେ ଏହି ଅତିରିକ୍ତ ପଦକ୍ଷେପକୁ କ୍ୱାଡ ପ୍ରଶଂସା କରିଛି ।

କ୍ୱାଡ ସହଯୋଗୀ ରାଷ୍ଟ୍ରମାନେ ଟୁଭାଲୁ ଟେଲିକମ୍ୟୁନିକେସନ୍ସ କର୍ପୋରେସନ ସହ ମିଶି ଦେଶବ୍ୟାପୀ ୫ଜି ପ୍ରବର୍ତ୍ତନ ପାଇଁ ପଦକ୍ଷେପ ନେବେ ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)

୨୦୨୩ରେ କ୍ୱାଡ ନେତାଙ୍କ ବୈଠକରେ ଆଡଭାନ୍ସିଙ୍ଗ ଇନୋଭେସନସ ଫର ଏମପାୱାରିଙ୍ଗ ନେକ୍ସଟଜେନ ଏଗ୍ରିକଲଚର (ଏଆଇ-ଏନଗେଜ) ପଦକ୍ଷେପର ଘୋଷଣା ହୋଇଥିଲା । ଇଣ୍ଡୋ-ପାସିଫିକ ଅଞ୍ଚଳରେ କୃଷକମାନଙ୍କୁ ସଶକ୍ତ କରିବାକୁ କ୍ୱାଡ ରାଷ୍ଟ୍ରମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ ଏବଂ ସେନ୍ସିଂର ବ୍ୟବହାର କରୁଛନ୍ତି । ଏ ଦିଗରେ ମିଳିତ ଭାବେ ଅଧିକ ଗବେଷଣା କରିବାକୁ କ୍ୱାଡ ପ୍ରାରମ୍ଭିକ ଭାବେ ୭.୫ ନିୟୁତ ଡଲାରରୁ ଅଧିକ ପାଣ୍ଠି ପାଇଁ ଘୋଷଣା କରିଛି । ଗବେଷଣା କରୁଥିବା ସଂସ୍ଥା ଏବଂ ଗବେଷଣାର ନୀତି ଆଧାରରେ ଚାରୋଟି ଦେଶର ସାଇନ୍ସ ଏଜେନ୍ସି ଗୁଡ଼ିକୁ ଯୋଡ଼ିବାକୁ ଇତି ମଧ୍ୟରେ ଏବ ବୁଝାମଣାପତ୍ର ସ୍ୱାକ୍ଷର ହୋଇସାରିଛି ।

ସୁରକ୍ଷିତ, ନିରାପଦ ଓ ବିଶ୍ୱାସଯୋଗ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଆନ୍ତର୍ଜାତିକ ସ୍ତରରେ ଗ୍ରହଣୀୟତାର ଗୁରୁତ୍ୱକୁ କ୍ୱାଡ ଚିହ୍ନଟ କରିଛି । ଏଥିସହ ହିରୋସୀମା ଏଆଇ ପ୍ରୋସେସ, ୨୦୨୩ ଜିପିଏଆଇ ନୂଆଦିଲ୍ଲୀ ମନ୍ତ୍ରୀସ୍ତରୀୟ ଘୋଷଣାନାମା ଏବଂ ଜାତିସଂଘ ସାଧାରଣ ପରିଷଦ ଘୋଷଣାନାମା (୭୮/୬୨୫)ରେ ମଧ୍ୟ ଏହାକୁ ଗୁରୁତ୍ୱ ଦିଆଯାଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବସ୍ଥା ଏବଂ ଆର୍ଟିଫିସିଆଲ ଗଭର୍ଣ୍ଣାନ୍ସ ଢାଞ୍ଚାକୁ ଅଧିକ ସୁଦୃଢ଼ କରିବାକୁ କ୍ୱାଡ ଇଚ୍ଛା ପ୍ରକାଶ କରିଛି ।

କ୍ୱାଡ ଦେଶଗୁଡ଼ିକ ସେମାନଙ୍କ ସବ୍ ଗ୍ରୁପ୍ ମାଧ୍ୟମରେ ଏଆଇ ଏବଂ ଆଡଭାନ୍ସଡ କମ୍ୟୁନିକେସନ୍ସ ଟେକ୍ନୋଲୋଜି ମାଧ୍ୟମରେ ଏଆଇ ଅନୁରୂପନ ମୂଲ୍ୟାଙ୍କନ ସକାଶେ ଆନ୍ତର୍ଜାତିକ ମାନକୀକରଣ ସହଯୋଗ ପାଇଁ ଦୁଇ ପର୍ଯ୍ୟାୟ ୧.୫ ଆଲୋଚନା ଆରମ୍ଭ କରିଛନନ୍ତି ।

ଜୈବ ପ୍ରାଦ୍ୟୋଗିକୀ (ବାୟୋଟେକ୍ନୋଲୋଜି)

କ୍ୱାଡ ସଦସ୍ୟ ଚାରୋଟି ଦେଶରେ ବାୟୋଲୋଜିକାଲ ଇକୋ ସିଷ୍ଟମ ବାବଦରେ ଏଆଇ ଟେକ୍ନୋଲୋଜି ସହାୟତାରେ ଅଧିକ ଗବେଷଣା ପାଇଁ ୨ ନିୟୁତ ଡଲାର ସହାୟତାରେ ବାୟୋଏକ୍ସପ୍ଲୋର ଇନିସିଏଟିଭ୍ ଆରମ୍ଭ କରିବାକୁ କ୍ୱାଡ ପ୍ରସ୍ତୁତ ହୋଇଛି । ଏହି ପଦକ୍ଷେପ ବିବିଧ କ୍ଷମତାର ଉପଯୋଗ କରି ନୂଆ ଉତ୍ପାଦ ସୃଷ୍ଟି, ରୋଗ ଚିହ୍ନଟର ଦକ୍ଷତା ବୃଦ୍ଧି, ନମନୀୟ ଶସ୍ୟର ବିକାଶ, ସ୍ୱଚ୍ଛ ଶକ୍ତି ସୃଷ୍ଟି ଇତ୍ୟାଦି ଦିଗରେ ସହାୟତା କରିବ । ଏହି ପଦକ୍ଷେପ ମଧ୍ୟ ଦେଶବ୍ୟାପୀ ପ୍ରାଦ୍ୟୋଗିକୀ ଦକ୍ଷତା ବୃଦ୍ଧି କରିବ ।

ଏହି ପ୍ରକଳ୍ପ କ୍ୱାଡ ଦେଶ ସମେତ ସଂପୃକ୍ତ ଅଞ୍ଚଳରେ କ୍ରିଟିକାଲ ଓ ଏମଜିଂ ଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା ଓ ବିକାଶରେ ସହଯୋଗ କରିବା ସହ ବାୟୋଟେକ୍ନୋଲୋଜିରେ ମଧ୍ୟ ସ୍ଥିର, ଦାୟିତ୍ୱବାନ, ସୁରକ୍ଷିତ ଓ ସଂରକ୍ଷିତ ସହଯୋଗ ପ୍ରଦାନ କରିବ ।

ସେମିକଣ୍ଡକ୍ଟରସ

ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳକୁ ସୁବ୍ୟବସ୍ଥିତ କରିବା ପାଇଁ ସେମିକଣ୍ଡକ୍ଟର ସପ୍ଲାଏ ଚେନ୍ସ କଣ୍ଟିଜେନ୍ସି ନେଟୱର୍କ ସକାଶେ ଏକ ସହଯୋଗର ବୁଝାମଣା ଚୂଡ଼ାନ୍ତକୁ ସ୍ୱାଗତ କରିଛନ୍ତି କ୍ୱାଡ ଦେଶସମୂହ ।

କ୍ୱାଡ ଇନଭେଷ୍ଟର୍ସ ନେଟୱର୍କ

କ୍ୱାଡ ଇନଭେଷ୍ଟର୍ସ ନେଟୱର୍କ (କ୍ୟୁୟୁଆଇଏନ) ଏକ ଅଣଲାଭଜନକ ପଦକ୍ଷେପ ଯାହାକି ୨୦୨୩ ମସିହାରେ କ୍ୱାଡ ନେତାଙ୍କ ବୈଠକ ପରେ ଶୁଭାରମ୍ଭ ହୋଇଥିଲା । ଏହାର ଉଦ୍ଦେଶ୍ୟ ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ କ୍ରିଟିକାଲ ଏବଂ ଏମର୍ଜିଂ ଟେକ୍ନୋଲୋଜିରେ ନିବେଶ ବୃଦ୍ଧି କରିବା । କ୍ୱାଡ ଦେଶମାନଙ୍କର ଆର୍ଥିକ ଅଭିବୃଦ୍ଧି, ନମନୀୟତା, ଆଞ୍ଚଳିକ ସ୍ଥିରତାକୁ ଦୃଷ୍ଟିରେ ରଖି ନବାଚାରକୁ ସମର୍ଥନ ସକାଶେ ନିବେଶକ, ଉଦ୍ୟୋଗୀ, ପ୍ରଯୁକ୍ତିବିତ୍ ଏବଂ ସରକାରୀ ସଂସ୍ଥା ଗୁଡ଼ିକୁ ଏକାଠି କରିବା ମଧ୍ୟ ଏହାର ଉଦ୍ଦେଶ୍ୟ । ଚଳିତ ବର୍ଷ ଗୁରୁତ୍ୱପୂର୍ଣ୍ଣ ଖଣିଜ, ନବୀକରଣ ଶକ୍ତି, ସାଇବର ନିରାପତ୍ତା ଏବଂ ମହାକାଶ କ୍ଷେତ୍ରରେ ଦଶଟି ଗୁରୁତ୍ୱପୂର୍ଣ୍ଣ ନିବେଶକୁ କ୍ୟୁୟୁଆଇଏନ୍ ସମର୍ଥନ କରିଛି ।

ଅଭ୍ୟୁତ୍ଥିତ ଷ୍ଟାର୍ଟଅପ୍ ଗୁଡ଼ିକ ସକାଶେ ନୂତନ ଟେକ୍ନୋଲୋଜିର ବିକାଶ ପାଇଁ କ୍ୟୁୟୁଆଇଏନର ଉନ୍ନତ ଅତିରିକ୍ତ ଢାଞ୍ଚା ଏବଂ ଅତିରିକ୍ତ ନିବେଶ ସୁଯୋଗ ରହିଛି । ଏଥିସହ କ୍ୟୁୟୁଆଇଏନ୍ ଏବଂ ଚିବା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ସେଣ୍ଟର ଫର ରାଡିକାଲ ଟ୍ରାନ୍ସଫର୍ମେସନ ସହାୟତାରେ ଟୋକିଓରେ ଏକ ଷ୍ଟାର୍ଟଅପ୍ କ୍ୟାମ୍ପସ୍ ପ୍ରତିଷ୍ଠା ପାଇଁ ମଧ୍ୟ ବୁଝାମଣା ହୋଇଛି ।

ୟୁନିଭର୍ସିଟି ଅଫ ଟୋକିଓ, ନର୍ଥଇଷ୍ଟର୍ଣ୍ଣ ୟୁନିଭର୍ସିଟି ଏବଂ କ୍ୟୁୟୁଆଇଏନ ମଧ୍ୟରେ ସହଯୋଗ ଭିତ୍ତିରେ ଟୋକିଓରେ ଏକ ନୂତନ ଉଦ୍ୟୋଗ ପାଇ ଯୋଜନା ରଖିଛି କ୍ୟୁୟୁଆଇଏନ । ଏହି ବୁଝାମଣା କେବଳ ଟେକ୍ନୋଲୋଜି ନୁହେଁ କ୍ୱାଡ ଦେଶକୁ ଆର୍ଥିକ ସମୃଦ୍ଧି ମଧ୍ୟ ଆଣିବ, ଯାହାକି ଇଣ୍ଡୋ-ପାସିଫିକ୍ ଅଞ୍ଚଳକୁ ସମୃଦ୍ଧ କରିବ ।

ଶେଷରେ କ୍ୟୁୟୁଆଇଏନ ଏକ କ୍ୱାଣ୍ଟମ ଉତ୍କର୍ଷ କେନ୍ଦ୍ରର ବିକାଶ କରୁଛି ଯାହାକି ଏକ ରିପୋର୍ଟ ପ୍ରକାଶ କରିଛି । ବିଭିନ୍ନ ଦେଶର କ୍ୱାଣ୍ଟମ ଇକୋସିଷ୍ଟମ ମିଳିତ ଭାବେ ପୁଞ୍ଜି ଓ ବିଶେଷଜ୍ଞତାର ଲାଭ ଉଠାଇପାରିବେ ।

ଜଳବାୟୁ ଏବଂ ସ୍ୱଚ୍ଛ ଏନର୍ଜି

ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ତଥା ଇଣ୍ଡୋ-ପାସିଫିକ୍ ପ୍ରତି ଥିବା ବିପଦ ନେଇ କ୍ୱାଡ ଅବଗତ ଅଛି । ବିଶେଷ କରି ପ୍ରଶାନ୍ତ ମହାସାଗରୀୟ ଦ୍ୱୀପାଞ୍ଚଳ ଏବଂ ଭାରତ ମହାସାଗର ଅଞ୍ଚଳରେ ବିପଦ ରହିଛି । ତେଣୁ କ୍ୱାଡ ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା, ସ୍ୱଚ୍ଛ ଏନର୍ଜି ନବାଚାର ଏବଂ ଏହା ଗ୍ରହଣୀୟତାକୁ ପ୍ରୋତ୍ସାହନ ଏବଂ ସ୍ଥିର ବିକାଶକୁ ସମର୍ଥନ କରୁଛି ।

ଜଳବାୟୁ ଅନୁକୂଳନ

୨୦୦୩ କ୍ୱାଡ ସମ୍ମିଳନୀରେ ଘୋଷଣା ହୋଇଥିବା ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ଏବଂ ଜଳବାୟୁ ସେବା ସୂଚନା ପ୍ରଣାଳୀ (ସିଆଇଏସ୍‌)କୁ ସମ୍ପ୍ରସାରିତ କରିବାକୁ କ୍ୱାଡ ଯୋଜନା କରୁଛି । ଏହାଦ୍ୱାରା ପ୍ରଶାନ୍ତ ମହାସାଗରୀୟ ଦ୍ୱୀପାଞ୍ଚଳ ଉଚ୍ଚମାନର ଜଳବାୟୁ ତଥ୍ୟ ଓ ସେବା ପାଇପାରିବେ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା କରିପାରିବେ ।

୨୦୨୫ରେ ପାସିଫିକ୍ ଅଞ୍ଚଳକୁ ଥ୍ରୀଡି ପ୍ରିଣ୍ଟେଡ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଦେବାକୁ ଆମେରିକା ଯୋଜନା କରିଛି । ଏହାଦ୍ୱାରା ପାଣିପାଗ ଓ ଜଳବାୟୁ ପୂର୍ବ ସୂଚନା ମିଳିପାରିବ । ଏଥିସହ ଫିଜିରେ ପାଣିପାଗ ସମ୍ପର୍କିତ ଏକ ଆଞ୍ଚଳିକ କେନ୍ଦ୍ରରେ ଏହି ଟେକ୍ନୋଲୋଜି ପ୍ରୟୋଗ ପାଇଁ ବିଶେଷଜ୍ଞମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ଅଷ୍ଟ୍ରେଲିଆ ମଧ୍ୟ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀକୁ ସୁଦୃଢ଼ କରୁଛି । ୨୦୨୧ରେ ପାସିଫିକ୍ ଆଇଲାଣ୍ଡସ ଫୋରମ ନେତାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୱେଦର ରେଡି ପାସିଫିକ୍ ମାଧ୍ୟମରେ ଏହି ପ୍ରଣାଳୀ ସକ୍ରିୟ ରହିଛି ।

ଜାପାନ ମଧ୍ୟ ଏହାର ଯୋଜନା ‘ପାସିଫିକ କ୍ଲାଇମେଟ ରିଜିଲିଏନ୍ସ ଇନିସିଏଟିଭ୍‌’ ମାଧ୍ୟମରେ ପାସିଫିକ୍ ଦ୍ୱୀପ ଗୁଡ଼ିକ ସହ ସହଯୋଗ ବଢ଼ାଉଛି । ସାଟେଲାଇଟ ଟେକ୍ନୋଲୋଜି ମାଧ୍ୟମରେ ବିପର୍ଯ୍ୟୟ ବିପଦ ହ୍ରାସ ଓ ପ୍ରସ୍ତୁତିକୁ ଦୃଢ଼ କରିବା ସହ ନବୀକରଣୀୟ ଉର୍ଜା ସ୍ଥାପନା ଓ କ୍ଷମତା ନିର୍ମାଣ ଦ୍ୱାରା ସ୍ୱଚ୍ଛ ଏନର୍ଜିକୁ ପ୍ରୋତ୍ସାହିତ କରାଯାଉଛି ।

କ୍ୱାଡ ମଧ୍ୟ କିିରିବାଟି,ସାମୋଆ,ସୋଲୋମୋନ ଦ୍ୱୀପାଞ୍ଚଳ, ଟୋଙ୍ଗା ଓ ଭାନୁଆତୁରେ ବିଶେଷଜ୍ଞମାନଙ୍କୁ ଆକସ୍ମିକ ବନ୍ୟାର ପୂର୍ବ ସୂଚନା ଓ ସମୟ ଅନୁଯାୟୀ ସଠିକ ଚେତାବନୀ ପ୍ରଦାନ କରି ବନ୍ୟାରେ ମାନବ ମୃତ୍ୟୁ ଓ ଆର୍ଥିକ କ୍ଷତିକୁ ହ୍ରାସ କରିବା ନେଇ ପ୍ରଶିକ୍ଷଣ ପ୍ରଦାନ ଯୋଜନା କରିଛି ।

ସ୍ୱଚ୍ଛ ଏନର୍ଜି

ଆମ ଦେଶଗୁଡ଼ିକ ଉଚ୍ଚ ଗୁଣବତ୍ତା, ବିବିଧକୃତ ସ୍ୱଚ୍ଛ ଉର୍ଜାର ଯୋଗାଣ ଶୃଙ୍ଖଳ ଚାହାନ୍ତି, ଯାହାକି ଆମର ଉର୍ଜା ନିରାପତ୍ତା, ଅଞ୍ଚଳରେ ନୂତନ ଆର୍ଥିକ ସୁଯୋଗ ସୃଷ୍ଟି, ଇଣ୍ଡୋ-ପାସିଫିକ ସମେତ ସମଗ୍ର ବିଶ୍ୱରେ ସ୍ଥାନୀୟ ଶ୍ରମିକ ଓ ସମୁଦାୟଙ୍କୁ ଲାଭ ପହଞ୍ଚାଇପାରିବ । ଏଥିପାଇଁ ନୀତି, ପ୍ରୋତ୍ସାହନ, ମାନକ ଓ ନିବେଶକୁ ସହଯୋଗ ଭିତ୍ତିରେ ଦୃଢ଼ କରିବା ଜରୁରି । ସ୍ୱଚ୍ଛ ଏନର୍ଜି ଯୋଗାଣ ଶୃଙ୍ଖଳରେ ଉଚ୍ଚମାନର ଘରୋଇ ନିବେଶକୁ ସମର୍ଥନ କରିବା ପାଇଁ ଆମର ପ୍ରତିବଦ୍ଧ ନୀତି ରହିବା ଆବଶ୍ୟକ । ବିଶେଷ ଭାବେ କ୍ୱାଡ ଦେଶଗୁଡ଼ିକ ବ୍ୟାଟେରୀ ଯୋଗାଣ ଶୃଙ୍ଖଳକୁ ସେୟାର କରୁଛନ୍ତି । ଏହା ଖଣିଜ ଉତ୍ପାଦନ, ରିସାଇକ୍ଲିଂ, ବ୍ୟାଟେରୀ ନିର୍ମାଣକୁ ସୁଦୃଢ଼ କରୁଛି ।

କ୍ୱାହ ନେତାମାନେ ଗତବର୍ଷ କ୍ୱାଡ କ୍ଲିନ ଏନର୍ଜି ସପ୍ଳାଏ ଚେନ୍ ଡାଇଭର୍ସିଫିକେସନ ପ୍ରୋଗ୍ରାମର ଘୋଷଣା କରିଥିଲେ । ଯାହାକି ଇଣ୍ଡୋ-ପାସିଫିକରେ ନିରାପଦ ତଥା ବିବିଧତା ସ୍ୱଚ୍ଛ ଏନର୍ଜି ଯୋଗାଣ ଶୃଙ୍ଖଳକୁ ସମର୍ଥନ କରୁଛି । ଏହି ପ୍ରୋଗ୍ରାମ ପାଇଁ ଅଷ୍ଟ୍ରେଲିଆ ନଭେମ୍ବର ମାସରେ ଆପ୍ଲିକେସନ ଆରମ୍ଭ କରିବ ଏବଂ ୫୦ ନିୟୁତ ଅଷ୍ଟ୍ରେଲୀୟ ଡଲାରର ସହାୟତା ପ୍ରଦାନ କରିବ । ଏହା ବିବିଧ ସୌର ପ୍ୟାନେଲ, ହାଇଡ୍ରୋଜେନ ଇଲେକ୍ଟ୍ରୋଲାଇଜର ଏବଂ ବ୍ୟାଟେରୀ ଯୋଗାଣ ଶୃଙ୍ଖଳକୁ ଉନ୍ନତ କରିବ । ନିରାପଦ ଏବଂ ବିବିଧ ସ୍ୱଚ୍ଛ ଏନର୍ଜି ଯୋଗାଣ ଶୃଙ୍ଖଳ ଇଣ୍ଡୋ-ପାସିଫିକ୍ ପାଇଁ ମିଳିତ ଏନର୍ଜି ନିରାପତ୍ତା, ଉତ୍ସର୍ଜନ ହ୍ରାସ ଲକ୍ଷ୍ୟ ପୂରଣ ଏବଂ ଶୁଦ୍ଧ ଶୂନ୍ୟ ଭବିଷ୍ୟ ସକାଶେ ଏକ ଅଭିନ୍ନ ଅଙ୍ଗ ।

ଫିଜି, କୋମୋରୋସ, ମାଡାଗାସ୍କର ଏବଂ ସିସିଲ୍ସରେ ନୂତନ ସୌର ପ୍ରକଳ୍ପ ପାଇଁ ୨ ନିୟୁତ ଡଲାର ଦେବାକୁ ଭାରତ ପ୍ରତିଶ୍ରୁତି ଦେଇଛି ।

ଇଣ୍ଡୋ-ପାସିଫିକରେ ନବୀକରଣ ଏନର୍ଜି ପ୍ରକଳ୍ପ ପାଇଁ ଉଭୟ ସରକାରୀ ଓ ଘରୋଇ ଭାବେ ଜାପାନ ୧୨୨ ନିୟୁତ ଡଲାର ଅନୁଦାନ ଓ ଋଣ ଦେବାକୁ ପ୍ରତିଶ୍ରୁତି ଦେଇଛି ।

ଭାରତରେ ଏକ ସୌର ସେଲ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ ଟାଟା ପାୱାର ସୋଲାରକୁ ୨୫୦ ନିୟୁତ ଡଲାର ଏବଂ ସୋଲାର ମଡ୍ୟୁଲ ମାନୁଫାକଚରିଂ ୟୁନିଟ ପ୍ରତିଷ୍ଠା ପାଇଁ ଫାର୍ଷ୍ଟ ସୋଲାରକୁ ୫୦୦ ନିୟୁତ ଡଲାର ଡିଏଫସି ମାଧ୍ୟମରେ ଆମେରିକା ଦେବ । ଏଥିସହ ସୋଲାର, ପବନ, କୁଲିଂ, ବ୍ୟାଟେରୀ ଏବଂ କ୍ରିଟିକାଲ ମିନେରାଲ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ବିବିଧ ଯୋଗାଣ ଶୃଙ୍ଖଳ ପାଇଁ ଘରୋଇ ନିବେଶ ମଧ୍ୟ ଅଣାଯିବ ।

ବିଦ୍ୟୁତ ଗ୍ରୀଡରୁ ଚାପ ହ୍ରାସ ଏବଂ ଜଳବାୟୁ ଅସୁରକ୍ଷିତ ସମ୍ପ୍ରଦାୟଙ୍କ ପାଇଁ ତାପମାତ୍ରା ବୃଦ୍ଧି, ଉଚ୍ଚ ଦକ୍ଷତା, କୁଲିଂ ସିଷ୍ଟମ ଆଦି ପାଇଁ ଉର୍ଜା ଦକ୍ଷତା ବୃଦ୍ଧି କରିବା ସହ ମୁତୟନ ଓ ସହଜ ବିନିର୍ମାଣ ଭଳି ପଦକ୍ଷେପ ଘୋଷଣା କରିଛି କ୍ୱାଡ । ଏହି ଦିଗରେ ପ୍ରାରମ୍ଭିକ ଭାବେ ଟେକ୍ନୋଲୋଜି ସହାୟତା ଦେବାକୁ ୧.୨୫ ନିୟୁତ ଡଲାର ଖର୍ଚ୍ଚ କରିବାକୁ ଆମେରିକା ଘୋଷଣା କରିଛି ।

ସାଇବର ସିକୁ୍ୟରିଟି

କ୍ୱାଡ ଦେଶ ଓ ସହଯୋଗୀମାନଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ସୁରକ୍ଷିତ ସାଇବର ସିକୁ୍ୟରିଟି ପରିବେଶ ସୃଷ୍ଟି କରିବା ଦିଗରେ କ୍ୱାଡ ମିଳିତ ଭାବେ କାର୍ଯ୍ୟ କରୁଛି ।

ବାଣିଜି୍ୟକ ସମୁଦ୍ର ତଳ ସଞ୍ଚାର କେବଲକୁ ସୁରକ୍ଷିତ ରଖିବାକୁ କ୍ୱାଡ ଏକ କ୍ୱାଡ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି । ଭବିଷ୍ୟତର ଡିଜିଟାଲ କନେକ୍ଟିଭିଟି, ବୈଶ୍ୱିକ ବାଣିଜ୍ୟ ଏବଂ ସମୃଦ୍ଧି ପାଇଁ ଏହି କେବଲକୁ ବ୍ୟବହାର ସକାଶେ କ୍ୱାଡର ଲକ୍ଷ୍ୟ ରହିଛି ।

କ୍ୱାଡର ୨୦୨୩ ସୁରକ୍ଷିତ ସଫ୍ଟୱେର ଯୁଗ୍ମ ନୀତି ଅନୁଯାୟୀ ସୁରକ୍ଷିତ ସଫ୍ଟୱେର ବିକାଶ ମାନକ ଓ ପ୍ରମାଣନକୁ ନିଶ୍ଚିତ କରିବା ପାଇଁ କ୍ୱାଡ ଦେଶଗୁଡ଼ିକ ସଫ୍ଟୱେର ନିର୍ମାତା, ଔଦ୍ୟୋଗିକ ବାଣିଜ୍ୟ ଗୋଷ୍ଠୀ ଏବଂ ଗବେଷଣା କେନ୍ଦ୍ର ଗୁଡ଼ିକର ସହାୟତା ନେଉଛନ୍ତି ।

କ୍ୱାଡ ଦେଶ ଗୁଡ଼ିକ କେବଳ ସରକାରୀ ନେଟୱର୍କର ସଫ୍ଟୱେର ବିକାଶ କିମ୍ବା ଗ୍ରହଣ ପାଇଁ ଏହି ମାନକ ବ୍ୟବସ୍ଥା କରୁଛନ୍ତି ତାହାନୁହେଁ, ଯୋଗାଣ ଶୃଙ୍ଖଳ, ଡିଜିଟାଲ ଅର୍ଥନୀତି ଏବଂ ସାମାଜିକ ସ୍ଥିତିରେ ଥିବା ସାଇବର ନମନୀୟତାକୁ ମଧ୍ୟ ଦୃଢ଼ କରିବା ବ୍ୟବସ୍ଥା କରାଯାଉଛି ।

ଏହି କ୍ରମରେ ପ୍ରତ୍ୟେକ କ୍ୱାଡ ଦେଶ ଦାୟିତ୍ୱବାନ ସାଇବର ଇକୋସିଷ୍ଟମ, ସାଧାରଣ ସମ୍ବଳ ଏବଂ ସାଇବର ସିକୁ୍ୟରିଟି ସଚେତନତାକୁ ପ୍ରୋତ୍ସାହିତ କରିବାକୁ ବାର୍ଷିକ କ୍ୱାଡ ସାଇବର ଚାଲେଞ୍ଜ କାର୍ଯ୍ୟକ୍ରମ କରୁଛନ୍ତି । ଚଳିତ ବର୍ଷର ସାଇବର ଚାଲେଞ୍ଜ ଅଭିଯାନ ବିବିଧ ବୈଶ୍ୱିକ ସାଇବର ସିକୁ୍ୟରିଟି ପେସାଦାର ସୃଷ୍ଟି, ମହିଳାଙ୍କ ଭାଗିଦାରିତା ବୃଦ୍ଧିକୁ ଗୁରୁତ୍ୱ ଦେବ । ଗତ ବର୍ଷର କ୍ୱାଡ ସାଇବର ଚାଲେଞ୍ଜ କାର୍ଯ୍ୟକ୍ରମରେ ଇଣ୍ଡୋ-ପାସିଫିକ ଅଞ୍ଚଳରେ ୮୫ ହଜାରରୁ ଅଧିକ ଅଂଶ ଗ୍ରହଣ କରିଥିଲେ ।

ଇଣ୍ଡୋ-ପାସିଫିକ ଅଞ୍ଚଳରେ ସାଇବର ସିକୁ୍ୟରିଟି ଏବଂ ଶ୍ରମଶକ୍ତିର ବିକାଶ ପାଇଁ କ୍ୱାଡ ସାଇବର ବୁଟକ୍ୟାମ୍ପ ଏବଂ ଫିଲିପାଇନ୍ସରେ ସାଇବର କାପାସିଟି ବିଲ୍ଡିଂ ଉପରେ ଆନ୍ତର୍ଜାତିକ ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ରାଷ୍ଟ୍ରୀୟ ନିରାପତ୍ତା କ୍ଷେତ୍ରରେ ଥିବା ଦୁର୍ବଳତାକୁ ଚିହ୍ନଟ କରି ଦୂର କରିବା ଦିଗରେ କ୍ୱାଡ ମିଳିତ ଭାବେ କାମ କରୁଛି । ଗୁରୁତ୍ୱପୂର୍ଣ୍ଣ ମୌଳିକ ଢାଞ୍ଚାର ନେଟୱର୍କର ସୁରକ୍ଷା, ସାଇବର ବିପଦ ଏବଂ ଗୁରୁତ୍ୱପୂର୍ଣ୍ଣ ସାଇବର ସିକୁ୍ୟରିଟି ଘଟଣା ବାବଦରେ ସୂଚନା ଦେବା ମଧ୍ୟ ଏହା ଅନ୍ତର୍ଭୁକ୍ତ ।

ଅପ୍ରପଚାରର ପ୍ରତିକାର

ଏକ ଦୃଢ଼ ସୂଚନା ପରିବେଶ ସୃଷ୍ଟି ଦିଗରେ କ୍ୱାଡ କାମ କରୁଛି । ସ୍ୱାଧୀନ ଗଣମାଧ୍ୟମକୁ ମାଧ୍ୟମ କରି ଅପପ୍ରଚାର ପ୍ରତିକାର ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି । ବିଦେଶୀ ସୂଚନା ଅପପ୍ରଚାର ଏବଂ ହସ୍ତକ୍ଷେପ, ଏବଂ ଆନ୍ତର୍ଜାତିକ ସମୁଦାୟରେ ବିଦ୍ୱେଷ ସୃଷ୍ଟି କରୁଥିବା ପ୍ରଚାରକୁ ପ୍ରତିହତ କରାଯାଉଛି ।

ଲୋକଙ୍କ ସହ ଲୋକଙ୍କ ସମ୍ପର୍କ

କ୍ୱାଡ ଦେଶଗୁଡ଼ିକ ସେମାନଙ୍କ ଜନସାଧାରଣଙ୍କ ମଧ୍ୟରେ ସ୍ଥାୟୀ ସମ୍ବନ୍ଧ ସୃଷ୍ଟି କରୁଛନ୍ତି । କ୍ୱାଡ ଦେଶ ଗୁଡ଼ିକର ପ୍ରତିନିଧିମାନେ ଇଣ୍ଟଣନ୍ୟାସନାଲ ଭିଜିଟର୍ସ ଲିଡରସିପ୍ ପ୍ରୋଗ୍ରାମରେ ଭାଗ ନେଇଛନ୍ତି । ସାଇବର ସିକୁ୍ୟରିଟି, କ୍ରିଟିକାଲ ଏବଂ ଏମର୍ଜିଂ ଟେକ୍ନୋଲୋଜି ପାଇଁ ଶ୍ରମଶକ୍ତି ବିକାଶ, ଏସଟିଇଏମରେ ମହିଳା, ସରକାରରେ ସ୍ୱଚ୍ଛତା ଏବଂ ଦାୟିତ୍ୱବଦ୍ଧତା, ଅପପ୍ରଚାରର ପ୍ରତିକାର ଏବଂ ଆଞ୍ଚଳିକ ସାମଦ୍ରିକ ପ୍ରଶାସନ ପ୍ରସଙ୍ଗରେ ସେମାନେ ଆଲୋଚନା କରିଛନ୍ତି ।

କ୍ୱାଡ ଫେଲୋସିପ୍

କ୍ୱାଡ ଦେଶମାନଙ୍କ ସହ ମିଶି ଇନଷ୍ଟିଚ୍ୟୁଟ ଅଫ ଇଣ୍ଟରନ୍ୟାସନାଲ ଏଜୁକେସନ ପକ୍ଷରୁ କ୍ୱାଡ ଫେଲୋସିପ୍ ପ୍ରଦାନ କରାଯାଉଛି । ଏହାର ଦ୍ୱିତୀୟ ପର୍ଯ୍ୟାୟ ଏବେ ଆରମ୍ଭ ହେଉଥିବାରୁ ଏବଂ ପ୍ରଥମ ଥର ପାଇଁ ଏହାକୁ ସମ୍ପ୍ରସାରଣ କରି ଏସିଆନ ଦେଶଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଉଥିବାରୁ ଏହାକୁ ସ୍ୱାଗତ କରାଯାଇଛି । କ୍ୱାଡ ଫେଲୋ ମାନଙ୍କୁ ଜାପାନରେ ପଢ଼ିବାକୁ ସୁଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଜାପାନ ସରକାର ସହାୟତା କରୁଛନ୍ତି । ଗୁଗଲ, ଦ ପ୍ରାଟ ଫାଉଣ୍ଡେସନ ଏବଂ ୱେଷ୍ଟର୍ଣ୍ଣ ଡିଜିଟାଲ ଭଳି ଘରୋଇ ସଂସ୍ଥା ମଧ୍ୟ ଏହି ଫେଲୋ କାର୍ଯ୍ୟକ୍ରମକୁ ସ୍ୱତଃ ସହାୟତା କରିବାକୁ ଆଗେଇ ଆସିଥିବାରୁ କ୍ୱାଡ ଦେଶ ଗୁଡ଼ିକ ସ୍ୱାଗତ କରିଛନ୍ତି ।

ଇନଷ୍ଟିଚ୍ୟୁଟ ଅଫ ଇଣ୍ଟରନ୍ୟାସନାଲ ଏଜୁକେସନ ପକ୍ଷରୁ ଆସନ୍ତା ଅକ୍ଟୋବର ମାସରେ ୱାଶିଂଟନ ଡିସି ଠାରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ଫେଲୋସିପ ସମିଟକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ଜନସାଧାରଣଙ୍କ ସହ ଜନସାଧାରଣଙ୍କର ଅତିରିକ୍ତ ପଦକ୍ଷେପ

ଭାରତ ୫୫୦,୦୦୦ ଡଲାର ମୂଲ୍ୟର ୫୦ଟି କ୍ୱାଡ ସ୍କଲାରସିପ୍ ପ୍ରଦାନ କରିବାକୁ ଘୋଷଣା କରିଛି । ଏହାଦ୍ୱାରା ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ବୈଷୟିକ ଶିକ୍ଷାନୁଷ୍ଠାନରେ ଇଣ୍ଡୋ-ପାସିଫିକର ଛାତ୍ରଛାତ୍ରୀ ୪ ବର୍ଷିଆ ପାଠ୍ୟକ୍ରମ ପଢ଼ିପାରିବେ ।

ଅନ୍ତରୀକ୍ଷ

ଇଣ୍ଡୋ-ପାସିଫିକରେ ଅନ୍ତରୀକ୍ଷ ଜନିତ ଟେକ୍ନୋଲୋଜି ଓ ଆପ୍ଲିକେସନର ଆବଶ୍ୟକତାକୁ କ୍ୱାଡ ଗୁରୁତ୍ୱ ଦେଇଛି । ଇଣ୍ଡୋ-ପାସିଫିକର ଦେଶ ଗୁଡ଼ିକୁ ପ୍ରାରମ୍ଭିକ ଜଳବାୟୁ ସୂଚନା ପଦ୍ଧତି ଏବଂ ଆକସ୍ମିକ କଠିନ ପାଣିପାଗ ସ୍ଥିତିର ମୁକାବିଲା ପାଇଁ ପୃଥ୍ୱୀ ଅବଲୋକନ ତଥ୍ୟ ଏବଂ ଅନ୍ତରୀକ୍ଷ ଜନିତ ଅନ୍ୟାନ୍ୟ ଆପ୍ଲିକେସନ ଉପଲବ୍ଧ ଜାରି ରଖିବାକୁ ଚାରୋଟି ଦେଶ ଯୋଜନା କରିଛନ୍ତି ।

ଜଳବାୟୁ ଜନିତ ପ୍ରଭାବ ଏବଂ ଆକସ୍ମିକ ପାଣିପାଗ ସ୍ଥିତିର ମୁକାବିଲା ପାଇଁ ଅନ୍ତରୀକ୍ଷଜନିତ ମନିଟରିଂ ତଥ୍ୟ ପ୍ରଦାନ ଲାଗି ମରିସସରେ ଭାରତ ପକ୍ଷରୁ ଅନ୍ତରୀକ୍ଷ ଭିତ୍ତିକ ୱେବ ପୋର୍ଟାଲ ପ୍ରତିଷ୍ଠା ପଦକ୍ଷେପକୁ କ୍ୱାଡ ପ୍ରଶଂସା କରିଛି ।

ଅନ୍ତରୀକ୍ଷ ସ୍ଥିତି ଜନିତ ଜାଗରୁକତା

କ୍ୱାଡ ସହଯୋଗୀମାନେ ଅନ୍ତରୀକ୍ଷ ସ୍ଥିତିଜନିତ ଜାଗରୁକତା (ଏସଏସଏ) କ୍ଷେତ୍ରରେ ସେମାନଙ୍କ ଅଭିଜ୍ଞତା ବାଣ୍ଟିବା ସହ ଅନ୍ତରୀକ୍ଷ ପରିବେଶର ସ୍ଥିରତା ପ୍ରତି ଦୀର୍ଘସ୍ଥାୟୀ ଅବଦାନ ସକାଶେ ଯୋଜନା କରିଛନ୍ତି । ଅନ୍ତରୀକ୍ଷ ଟ୍ରାଫିକରେ ସମନ୍ୱୟ ରଖିବା ସହ ଆଉଟର ସ୍ପେସରେ ଧକ୍କା କିମ୍ବା ବର୍ଜ୍ୟ ପରିଚାଳନା ଦିଗରେ ଏହା ସହାୟକ ହୋଇପାରିବ ।

ଆତଙ୍କବାଦର ମୁକାବିଲା

୨୦୨୩ରେ କ୍ୱାଡ ପ୍ରଥମ କାଉଣ୍ଟର ଟେରରିଜମ ୱାର୍କିଂ ଗ୍ରୁପ୍ (ସିଟିଡବ୍ଲୁଜି) ଗଠନ କରିଥିଲା ଏବଂ ଆତଙ୍କବାଦ ମୁକାବିଲା ପାଇଁ ପ୍ରତିବର୍ଷ ଏହା ବସିବ । ଏଥିସହ କ୍ୱାଡ ଆତଙ୍କବାଦ ମୁକାବିଲା ଉତ୍ତମ ପଦ୍ଧତି, ସୂଚନା ବିନିମୟ ଦ୍ୱାରା କିପରି ମିଳିତ ଭାବେ କ୍ୱାଡ ଆତଙ୍କବାଦ ବିପଦର ମୁକାବିଲା କରିପାରିବ ଏବଂ ଗୁରୁତ୍ୱପୂର୍ଣ୍ଣର୍ ବାର୍ତ୍ତା ପ୍ରଦାନ ଉପରେ ମଧ୍ୟ ଆଲୋଚନାକୁ ଜୋର୍ ଦିଆଯିବ । ଆତଙ୍କବାଦ କାର୍ଯ୍ୟରେ ମାନବ ବିହୀନ ଏରିଅଲ ସିଷ୍ଟମ (ସି-ୟୁଏଏସ୍‌), କେମିକାଲ, ବାୟୋଲୋଜିକାଲ, ରେଡିଓଲୋଜିକାଲ ଏବଂ ନ୍ୟୁକ୍ଲିଅର ଡିଭାଇସ (ସିବିଆରଏନ) ଓ ଇଣ୍ଟର;ନଟ ବ୍ୟବହାର ଉପରେ କ୍ୱାଡ ସିଟିଡବ୍ଲୁଜି ଏବେ ନଜର ରଖିଛି । କ୍ୱାଡ ସିଟିଡବ୍ଲୁଜି ଏବେ କ୍ୱାଡର ଆତଙ୍କବାଦ ମୁକାବିଲା ବିଶେଷଜ୍ଞମାନେ କିପରି ଅଣ-କ୍ୱାଡ ଦେଶ ଗୁଡ଼ିକୁ ସହାୟତା କରିପାରିବେ ତାହା ଉପରେ ଜୋର୍ ଦେବା ସହ ଟେକ୍ନିକାଲ ୱାର୍କସପ୍ ଆଦି ଆୟୋଜନ କରାଯାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
India-Myanmar Joint Statement during the Official Visit of the President of Myanmar to India
June 01, 2026

At the invitation of H.E. Shri Narendra Modi, Prime Minister of India, H.E. U Min Aung Hlaing, President of the Republic of the Union of Myanmar paid his first Official Visit to India from 30 May to 3 June 2026.

The President was accompanied by the Union Ministers for President’s Office, Foreign Affairs, Finance & Revenue, Agriculture, Livestock & Irrigation, and Industry & MSME Business Development, and Governor of the Central Bank of Myanmar. A business delegation from diverse sectors including agriculture, pharmaceuticals, energy, banking, construction, IT, communications, trading and logistics, as well as members of the Myanmar-India Friendship Association, were part of the Myanmar delegation.

The Prime Minister of India and the President of Myanmar held talks on 1 June 2026, during which they reviewed bilateral, regional and global issues of mutual interest and charted the way forward for the relationship. The Prime Minister hosted a luncheon in honour of the visiting dignitary. Hon’ble President of India Smt. Droupadi Murmu received the President of Myanmar on the same day. Earlier, External Affairs Minister Dr. S. Jaishankar and National Security Adviser Shri Ajit Doval separately called on the President of Myanmar.

At the commencement of the visit, the President visited Bodh Gaya on 30 May 2026, where he offered prayers at Mahabodhi Temple, Mahabodhi Meditation Centre and Sujata Temple. These visits to deeply revered sites underscored the enduring spiritual and Buddhist ties, as well as the people-to-people links, between the two countries.

The President delivered a keynote speech at the India-Myanmar Business Conclave, jointly organised by the UMFCCI and CII, in New Delhi on 31 May 2026, where business heads from both sides discussed avenues for further strengthening and expanding bilateral trade and commercial opportunities. The President also toured the NTPC Energy Technology Research Alliance (NETRA) complex in Greater Noida to observe advanced R&D work, including in clean energy innovation, energy efficiency, renewable energy integration and grid resilience.

In his interaction with the President, the Prime Minister stated that Myanmar lies at the confluence of India’s Neighbourhood First, Act East and MAHASAGAR (Mutual and Holistic Advancement for Security and Growth Across Regions) policies. The discussions underscored the importance of strengthening bilateral cooperation, including trade and economic ties, defence and security, border management, development assistance and cultural exchanges. Both sides noted ongoing discussions on various bilateral Agreements and Memoranda of Understanding and looked forward to their early conclusion.

The Prime Minister underlined that enhanced connectivity would foster mutually beneficial economic linkages and shared prosperity in the region. In this regard, both sides shared the importance of working closely towards the completion of Kaladan Multi-Modal Transit Transport project and the India-Myanmar-Thailand trilateral highway.

The Prime Minister conveyed that the Mekong Ganga ICCR scholarships for Myanmar students would be enhanced from 36 to 100 from 2026 onwards.

Both sides agreed to facilitate and enhance bilateral trade including through the Rupee-Kyat settlement mechanism, and appreciated the steady growth in the volume of transactions recorded since its operationalisation in May 2024. Both sides also expressed support for closer trade and investment cooperation in the areas of mutual interest such as agro-processing, petroleum, energy, mining sectors, in accordance with their respective national laws and regulations.

The Prime Minister reaffirmed India’s support for the sovereignty and territorial integrity of the Republic of the Union of Myanmar. Both sides underscored the importance of preventing the misuse of sovereign territory for activities inimical to their security interests. The President reiterated Myanmar’s assurance that its territory would not be permitted to be used against India’s security interests. The Prime Minister affirmed that India, as a steadfast and trusted partner of Myanmar, remained committed to deepening security cooperation between the two countries.

The Prime Minister conveyed support for Myanmar-led efforts towards achieving peace, stability, national reconciliation and socio-economic development. He also offered continued assistance and cooperation, based on mutual respect and friendly relations between the two countries. The President appreciated India’s constructive support and cooperation.

The Prime Minister expressed confidence that the meetings of the President with the Governor of Maharashtra and the Chief Minister, as well as his business engagements during his upcoming visit to Mumbai on 02 - 03 June 2026 would further strengthen existing bilateral cooperation and economic ties.

The official visit of President U Min Aung Hlaing reaffirmed the long-standing friendship and close partnership between Myanmar and India and the shared commitment of both countries to further strengthen cooperation for the mutual benefit of the two countries. Both sides agreed to continue close engagement at all levels.

President U Min Aung Hlaing expressed his sincere appreciation to Prime Minister Shri Narendra Modi for the warm hospitality extended to him and to the members of his delegation during their stay in India. The President also extended an invitation to the Prime Minister of India to visit Myanmar at mutually convenient dates.