Our efforts are aimed at transforming India and ensuring everything in our nation matches global standards: PM 
India has always contributed to world peace; our contingent in the UN Peacekeeping Forces is among the biggest, says Prime Minister Modi 
India is the land of Mahatma Gandhi; peace is integral to our culture: PM 
We must make efforts to ensure 21st century becomes India’s century: PM Narendra Modi

ନମସ୍କାର,

ଯଦି ଆପଣମାନଙ୍କୁ ଦେଖା ନ କରି ଯାଇଥାଆନ୍ତି ତ ମୋର ଯାତ୍ରା ଅସଂମ୍ପୂର୍ଣ୍ଣ ରହି ଯାଇ ଥାଆନ୍ତା । ଭିନ୍ନ-ଭିନ୍ନ  ସ୍ଥାନରୁ ଆପଣମାନେ ସମୟ ବାହାର କରି ଆସିଛନ୍ତି । ତାହା ପୁଣି କାର୍ଯ୍ୟ ଦିବସ ହୋଇ ମଧ୍ୟ ଆସିଛନ୍ତି । ଏହା ଭିତରେ ଭାରତ ପ୍ରତି ଆପଣମାନଙ୍କର ଯେଉଁ ଭଲ ପାଇବା ରହିଛି, ଭାରତ ପ୍ରତି ଆପଣମାନଙ୍କର ଯେଉଁ ଆନ୍ତରିକତା ରହିଛି ତାହାର ହିଁ ପରିଣାମ ହେଉଛି କି ଆମେ ସମସ୍ତେ ଆଜି ଗୋଟିଏ ଛାତ ତଳେ ଏକାଠି ହୋଇଛେ । ମୁଁ ସର୍ବ ପ୍ରଥମେ ତ ଆପଣମାନଙ୍କୁ ବିଶେଷ ଭାବେ ଶୁଭେଚ୍ଛା ଜଣାଇବାକୁ ଚାହିଁବି । କାରଣ ମୁଁ ଭାରତ ବାହାରକୁ ଯେଉଁଠାକୁ ମଧ୍ୟ ଯାଉଛି ତ, ଭାରତୀୟ ସମୁଦାୟର ଦର୍ଶନ ପାଇଁ ନିଶ୍ଚିତ ଭାବେ ପ୍ରୟାସ କରୁଛି । କିନ୍ତୁ ଆଜି ଆପଣମାନେ ଯେଉଁ ଶୃଙ୍ଖଳା ଦେଖାଇଛନ୍ତି ସେଥିପାଇଁ ମୋ ତରଫରୁ ବହୁତ-ବହୁତ ଶୁଭେଚ୍ଛା । ଏହା ହେଉଛି ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ଶକ୍ତି ତା’ ନହେଲେ ଏତେ ବଡ଼ ସଂଖ୍ୟା ଆଉ ଏତେ ସୁରୁଖୁରୁରେ ମୁଁ ସମସ୍ତଙ୍କ ସହିତ ଦେଖା କରି ପାରୁଛି ଏହା ନିଜକୁ ନିଜେ ମୋ ପାଇଁ ହେଉଛି ବହୁତ ଖୁସିର ଅବସର, ଆଉ ଏଥିପାଇଁ ଆପଣ ସମସ୍ତେ ହେଉଛନ୍ତି ଶୁଭେଚ୍ଛାର ପାତ୍ର, ଅଭିନନ୍ଦନର ପାତ୍ର ।

ଏହି ଦେଶକୁ ମୋର ଆସିବା ପ୍ରଥମ ଥର ପାଇଁ ହୋଇଛି କିନ୍ତୁ ଭାରତ ପାଇଁ ଏହି ଭୂଭାଗ ହେଉଛି ବହୁତ ମହତ୍ୱପୂର୍ଣ୍ଣ । ଆଉ ଯେବେ ଠାରୁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାପାଇଁ ଆପଣମାନେ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି । ଆରମ୍ଭରୁ ହିଁ ଆମେ ଏକ୍ଟ ଇଷ୍ଟ ନୀତି – ଏହା ଉପରେ ଗୁରୁତ୍ୱ ଦେଇଛୁ । କାରଣ ଗୋଟିଏ ପ୍ରକାରରେ ଆମେ ଏହି ଦେଶମାନଙ୍କ ସହିତ ବହୁତ ନିକଟତର ଅନୁଭବ କରୁ । ସହଜ ରୂପରେ ନିଜତ୍ୱଭାବ ଅନୁଭବ କରୁ । କିଛି ନା କିଛି କାରଣ ବଶତଃ, କିଛି ନା କିଛି ମାତ୍ରାରେ, କିଛି ନା କିଛି ପରମ୍ପରା କାରଣରୁ ଆମମାନଙ୍କ ମଧ୍ୟରେ ଏକ ଭାବନାତ୍ମକ ବନ୍ଧନ ରହିଛି । ହୁଏତ ଏଠାକାର କୌଣସି ଦେଶ ଏଭଳି ଥିବ ଯାହାଙ୍କ ବିଷୟରେ ରାମାୟଣ ଅପରିଚିତ ଥିବ, ରାମ ଅପରିଚିତ ଥିବେ, ବୋଧହୁଏ ଏଭଳି ବହୁତ କମ ଦେଶ ଥିବେ କି ଯାହାଙ୍କର ବୁଦ୍ଧଙ୍କ ପ୍ରତି ଶ୍ରଦ୍ଧା ନଥିବ । ଏହା ନିଜକୁ ନିଜ ମଧ୍ୟରେ ହେଉଛି ଏକ ବହୁତ ବଡ଼ ପରମ୍ପରା ଆଉ ଏହି ପରମ୍ପରାକୁ ସାଉଁଟିବାର, ସଜାଇବାର କାମ ଭାରତୀୟ ସମୁଦାୟ ଯିଏ ଏଠାରେ ରହନ୍ତି ସେମାନେ ବହୁତ ସୁନ୍ଦର ଭାବେ କରିପାରିବେ । ଗୋଟିଏ କାମ ଗୋଟିଏ ଦୂତାବାସ କରନ୍ତି । ତାହାଠାରୁ ଅନେକ ଗୁଣ କାମ ଜଣେ ସାଧାରଣ ଭାରତୀୟ କରି ପାରିବେ । ଆଉ ମୁଁ ଅନୁଭବ କରିଛି କି ସାରା ଦୁନିଆରେ ଆଜି ପ୍ରତ୍ୟେକ ଭାରତୀୟ ଗୌରବର ସହିତ ମୁଣ୍ଡ ଉପରକୁ କରି ଆଖିରେ ଆଖି ମିଶାଇ ଗୌରବର ସହିତ ଭାରତୀୟ ହେବାର କଥା କହନ୍ତି । କୌଣସି ଦେଶ ପାଇଁ ଏହା ହେଉଛି ଏକ ବହୁତ ବଡ଼ ପୁଞ୍ଜି । ଆଉ ସାରା ବିଶ୍ୱରେ ଖେଳାଇ ହୋଇ ରହିଥିବା ଭାରତୀୟ ସମୁଦାୟ ଆଉ ଭାରତର ଲୋକମାନେ ଶତାବ୍ଦୀ ଶତାବ୍ଦୀ ଧରି ଦେଶାଟନ କରିବାର ବୃତି ପ୍ରବୃତିରେ  ରହି ଆସିଛନ୍ତି । ଶତାବ୍ଦୀ ପୂର୍ବରୁ ଆମର ପୂର୍ବପୁରୁଷ ବାହାରିଛନ୍ତି । ଆଉ ଭାରତର ଗୋଟିଏ ବିଶେଷତ୍ୱ ରହି ଆସିଛି । ଆମେ ଯେଉଁଠିକୁ ଗଲୁ ଯାହାଙ୍କ ସହିତ ଦେଖା କଲୁ ତାଙ୍କୁ ନିଜର କରି ନେଲୁ । ଏହା ଛୋଟିଆ କଥା ନୁହେଁ ନିଜର କରିବା ପଣିଆକୁ ଜୀବନ୍ତ ରଖି ପ୍ରତ୍ୟେକଙ୍କୁ ନିଜର କରି ନେବା ଏହା ସେତିକି ବେଳେ ସମ୍ଭବ  ହୋଇଥାଏ ଯେତେବେଳେ ଆମ ଭିତରେ ଏକ ଦୃଢ଼ ଆତ୍ମବିଶ୍ୱାସ ରହିଥାଏ । ଆଉ ଆପଣମାନେ ଯେଉଁଠାକୁ ଯାଇଛନ୍ତି ସେହିଠାରେ ସେହି ଦୃଢ଼ ଆତ୍ମବିଶ୍ୱାସର ପରିଚୟ ଦେଖାଇଛନ୍ତି । ଆପଣ କେଉଁଠାରେ ମଧ୍ୟ ରହିଥିବେ କେତେ ବର୍ଷରୁ ବାହାରେ ଥିବେ କେତେ ହିଁ ପିଢିରୁ ବାହାରେ ରହିଥିବେ ହୋଇପାରେ, ଭାଷାର ସମ୍ପର୍କ ଭାଙ୍ଗି ମଧ୍ୟ ଯାଇଥିବ, କିନ୍ତୁ ଭାରତରେ ଯଦି କିଛି ଖରାପ କଥା ହୁଏ ତ ଆପଣଙ୍କୁ ମଧ୍ୟ ନିଦ ଆସେ ନାହିଁ । ଆଉ କିଛି ଭଲ ହେଲା ତ ଆପଣଙ୍କର ମଧ୍ୟ ଖୁସିର କଳନା ରହେ ନାହିଁ । ଆଉ ଏଥିପାଇଁ ବର୍ତ୍ତମାନ ସରକାରଙ୍କର ଏକ କ୍ରମାଗତ ପ୍ରୟାସ ହେଉଛି କି ଦେଶକୁ ବିକାଶର ସେହି ଶିଖରକୁ ନେଇଯିବା ଯାହାଦ୍ୱାରା ଆମେ ବିଶ୍ୱର ସମକକ୍ଷ ହୋଇ ପାରିବା ଆଉ ଯଦି ଥରେ ସମକକ୍ଷ ହେବାର ସାମର୍ଥ୍ୟ ପ୍ରାପ୍ତ କରି ନେଲେ ମୁଁ ଭାବୁନାହିଁ କି ହିନ୍ଦୁସ୍ଥାନକୁ ଆଗକୁ ବଢ଼ିବା ପାଇଁ କେହି ଅଟକାଇ ପାରିବେ । ଯେଉଁ କଷ୍ଟ ରହିଥାଏ ତାହା ଏକ ସମକକ୍ଷ ସ୍ତର ପହଁଚିବା ଯାଏଁ ରହିଥାଏ । ଆଉ ଯଦି ଥରେ ସେହି କଷ୍ଟ ସ୍ତରକୁ ଅତିକ୍ରମ କରି ନେଲେ ତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପଡ଼ିଆ ମିଳିଯାଏ, ପରିବେଶ ସୃଷ୍ଟି ହୋଇଥାଏ । ଆଉ ଭାରତୀୟଙ୍କ ହୃଦୟ, ମସ୍ତିଷ୍କ, ବାହୁରେ ସେହି ଶକ୍ତି ରହିଛି କି ପୁଣି ତାକୁ ଆଗକୁ ଯିବା ପାଇଁ କେହି ଅଟକାଇ ପାରିବେ ନାହିଁ । ଆଉ ଏଥିପାଇଁ ବିଗତ ତିନି-ସାଢ଼େ-ତିନି ବର୍ଷରୁ ସରକାରଙ୍କର କ୍ରମାଗତ ଏହି ଚେଷ୍ଟା ରହି ଆସିଛି କି ଭାରତର ଯେଉଁ ସାମର୍ଥ୍ୟ ରହିଛି ଶହେ ପଚିଶ କୋଟି ଦେଶବାସୀଙ୍କର ଯେଉଁ ଶକ୍ତି ରହିଛି, ଭାରତ ପାଖରେ ଯେଉଁ ପ୍ରାକୃତିକ ସଂସାଧନ ରହିଛି, ଭାରତ ପାଖରେ ଯେଉଁ ସାଂସ୍କୃତିକ ପରମ୍ପରା ରହିଛି; ଭାରତର ଲୋକ ଯେଉଁମାନେ କେଣସି ମଧ୍ୟ ଯୁଗରୁ ଗୋଟିଏ ଯୁଗକୁ ବାହାର କରି ଦିଅନ୍ତୁ । ଶହେ ବର୍ଷ ପୂର୍ବେ, ପାଂଚ ଶହ ବର୍ଷ ପୂର୍ବେ, ହଜାରେ ବର୍ଷ ପୂର୍ବରୁ, ପାଂଚ ହଜାର ବର୍ଷ ପୂର୍ବରୁ, ଇତିହାସରେ ଗୋଟିଏ ମଧ୍ୟ ଘଟଣା ନଜରକୁ ଆସି ନଥାଏ କି ଆମେ କାହାର ଅନିଷ୍ଟ କରିଛୁ ।

ଯେଉଁ ଦେଶ ପାଖରେ ଯେବେ ମୁଁ ଦୁନିଆର ବିଭିନ୍ନ ଦେଶର ଲୋକଙ୍କ ସହିତ ଦେଖା କରୁଛି ଆଉ ଯେବେ ମୁଁ ତାଙ୍କୁ କହୁଛି କି ପ୍ରଥମ ବିଶ୍ୱଯୁଦ୍ଧ ଆଉ ଦ୍ୱିତୀୟ ବିଶ୍ୱଯୁଦ୍ଧ ନା ଆମକୁ କାହାର ଭୂମି ନେବାର ଥିଲା ନା ଆମକୁ କେଉଁଠାରେ ପତାକା ଉଡ଼ାଇବାର ଥିଲା । ନା ଆମକୁ ଦୁନିଆ ଦଖଲ କରିବାର ଥିଲା କିନ୍ତୁ ଶାନ୍ତିର ଅନୁସନ୍ଧାନରେ ମୋ ଦେଶର ଦେଢ଼ ଲକ୍ଷରୁ ଅଧିକ ଯବାନ ଶହୀଦ ହୋଇ ଯାଇଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ଆଉ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶାନ୍ତି ଲାଗି ନେବାର-ଦେବାର କିଛି ନାହିଁ ଶାନ୍ତି ପାଇଁ ଦେଢ଼ ଲକ୍ଷ ହିନ୍ଦୁସ୍ଥାନୀ ବଳିଦାନ ଦେଲେ; କେହି ହେଲେ ମଧ୍ୟ ଭାରତୀୟ ଛାତି ଫୁଲାଇ କହି ପାରିବେ ଯେ ଆମେ ହେଉଛୁ ଦୁନିଆକୁ ଦେଉଥିବା ଲୋକ ନେଲାବାଲା ଲୋକ ନୁହେଁ ଆଉ ଟାଣି ନେଲାବାଲା ତ କେବେ ମଧ୍ୟ ନୁହେଁ ।

ଆଜି ବିଶ୍ୱରେ ମିଳିତ ଜାତିସଂଘ ଶାନ୍ତି ରକ୍ଷା ବାହିନୀ ସହିତ ଯୋଡ଼ି ହୋଇଥିବା କେହି ହେଲେ ହିନ୍ଦୁସ୍ଥାନୀ ଗର୍ବ କରି ପାରିବେ ଯେ ଆଜି ଦୁନିଆରେ ପ୍ରତିଟି ସ୍ଥାନରେ କେଉଁଠି ଅଶାନ୍ତି ସୃଷ୍ଟି ହେଉଛି ତ ମିଳିତ ଜାତିସଂଘ ଦ୍ୱାରା ଶାନ୍ତି ରକ୍ଷା ବାହିନୀ ଯାଇ ସେଠାରେ ଶାନ୍ତି ବଜାୟ ରଖିବା ପାଇଁ ନିଜର ଭୂମିକା ତୁଲାଇ ଥାଆନ୍ତି । ସମଗ୍ର ବିଶ୍ୱରେ ଶାନ୍ତି ରକ୍ଷା ବାହିନୀରେ ସବୁଠାରୁ ଅଧିକ ଯୋଗଦାନ କରିଲାବାଲା କେହି ଅଛନ୍ତି ତ ସେ ହେଉଛନ୍ତି ହିନ୍ଦୁସ୍ଥାନର ସିପାହୀ । ଆଜି ମଧ୍ୟ ଦୁନିଆର ଅନେକ ଏଭଳି ଅଶାନ୍ତ କ୍ଷେତ୍ରରେ ଭାରତର ଜବାନ ମୁତୟନ ଅଛନ୍ତି । ବୁଦ୍ଧ ଆଉ ଗାନ୍ଧୀଙ୍କର ମାଟି ସେମାନଙ୍କ ପାଇଁ ଶାନ୍ତିକୁ ଛାଡ଼ି ଅନ୍ୟ କେଉଁ ଶବ୍ଦ ନାହିଁ । ଆମେ ହେଉଛୁ ସେହି ଲୋକ ଯିଏ ଶାନ୍ତିକୁ ଜୀଇଁକରି ଦେଖାଇଛୁ । ଶାନ୍ତିକୁ ଆମେ ହଜମ କରିଛୁ । ଶାନ୍ତି ଆମ ଶିରା-ପ୍ରଶିରାରେ ରହିଛି । ଆଉ ସେଥିପାଇଁ ତ ଆମ ପୂର୍ବ ପୁରୁଷ ବସୁଧୈବ କୁଟୁମ୍ବକମ୍ – ବିଶ୍ୱ ହେଉଛି ଏକ ପରିବାର, ଏହି ମନ୍ତ୍ର ଆମକୁ ଦେଇଛନ୍ତି । ଯେଉଁ ମନ୍ତ୍ରକୁ ଆମେ ଜୀଇଁ କରି ଦେଖାଇଛୁ । କିନ୍ତୁ ଏ ସମସ୍ତ କଥାର ସାମର୍ଥ୍ୟ ଦୁନିଆ ସେତେବେଳେ ସ୍ୱୀକାର କରିବ ଯେତେବେଳେ ଭାରତ ମଜବୁତ ହେବ, ଭାରତ ସାମର୍ଥ୍ୟବାନ ହେବ, ଭାରତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନୂତନ ଶିଖରକୁ ପ୍ରାପ୍ତ କରିବାବାଲା ଗତିଶୀଳ ହେବ । ତେବେ ଯାଇ ବିଶ୍ୱ ସ୍ୱୀକାର କରିବ । ତତ୍ୱଜ୍ଞାନ କେତେ ଉଚ୍ଚ କାହିଁକି ନ ହେଇଥାଉ, ଇତିହାସ କେତେ ଭବ୍ୟ କାହିଁକି ନ ହେଇଥାଉ, ପରମ୍ପରା କେତେ ମଧ୍ୟ ମହାନ କାହିଁକି ନ ହୋଇଥାଉ, ବର୍ତ୍ତମାନ ସେତିକି ହିଁ ଉଜ୍ଜ୍ୱଳ, ତେଜସ୍ୱୀ ଆଉ ପରାକ୍ରମୀ ହେବା ଦରକାର ତେବେ ଯାଇ ଦୁନିଆ ଜିତି ହେବ । ଆଉ ଏଥିପାଇଁ ଆମର ଭବ୍ୟଷ୍ୟତ ଓ ଅତୀତରୁ ପ୍ରେରଣା ନେବା ତାହାଠାରୁ ପାଠ ପଢ଼ିବା ତାହା ଯେତିକି ହିଁ ମହତ୍ୱପୂର୍ଣ୍ଣ ସେତିକି ହିଁ ଏକବିଂଶ ଶତାବ୍ଦୀ ଯଦି ଏସିଆର ଶତାବ୍ଦୀ ବୋଲି ଗ୍ରହଣ କରାଯାଏ । ତ ଏହା ଆମମାନଙ୍କର କର୍ତ୍ତବ୍ୟ ହୋଇଯାଏ କି ଏକବିଂଶ ଶତାବ୍ଦୀ ହିନ୍ଦୁସ୍ଥାନର ଶତାବ୍ଦୀ ହେଉ । ଆଉ ମୋତେ ଏହା କଷ୍ଟ ବୋଲି ଲାଗୁନାହିଁ । ତିନି ବର୍ଷ, ସାଢ଼େ ତିନି ବର୍ଷର ଅନୁଭବ ପରେ ମୁଁ କହୁଛି । ଏହା ମଧ୍ୟ ସମ୍ଭବ ଅଟେ । ବିଗତ ଦିନମାନଙ୍କରେ ଆପଣମାନେ ଦେଖିଥିବେ ଭାରତ ସହିତ ଯେପର୍ଯ୍ୟନ୍ତ ସରକାରଙ୍କର ସମ୍ବନ୍ଧ ରହିଛି । ସକରାତ୍ମକ ଖବର ଆସି ଚାଲିଛି ଏବେ ଡର ରହେ ନାହିଁ କି ହଁ କୌଣସି ନକାରାତ୍ମକ ଖବର ଆସିଯିବ ତ କାର୍ଯ୍ୟାଳୟକୁ ଗଲେ ତ ଲୋକମାନେ କ’ଣ ପଚାରିବେ । ଏବେ ଘରୁ ବାହାରିବା ପରେ ହିଁ ବିଶ୍ୱାସ, ନା ନା – ହିନ୍ଦୁସ୍ଥାନରୁ ଭଲ ଖବର ହିଁ ଆସିବ । ଶହେ ପଚିଶ କୋଟିର ହେଉଛି ଦେଶ । ତାହାର ଯାହା ହେଉଛି ମୁଖ୍ୟଧାରା । ସମାଜର ମୁଖ୍ୟଧାରା ହେଉ, ସରକାରଙ୍କର ମୁଖ୍ୟଧାରା ହେଉ । ତାହା ସକାରାତ୍ମକତାର ଚାରିକଡ଼ରେ ହିଁ ଚାଲିଛି । ପ୍ରତ୍ୟେକ ଥର ନିଷ୍ପତ୍ତି ଦେଶ ହିତରେ ନିଆ ଯାଉଛି ବିକାଶକୁ ଧ୍ୟାନରେ ରଖି ନିଆ ଯାଉଛି । ଶହେ ପଚିଶ କୋଟିର ଦେଶ ସ୍ୱାଧୀନତାର 70 ବର୍ଷ ପରେ ଯଦି 30 କୋଟି ପରିବାର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ବାହାରେ ଥିବେ । ତ ଦେଶର ଅର୍ଥବ୍ୟବସ୍ଥା କିପରି ଚାଲିବ ।

ଆମେ ଦାୟିତ୍ୱ ନେଲୁ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ କଲୁ ଆଉ ଶୂନ ଜମାରେ ରହିଲେ ତାହେଲେ ମଧ୍ୟ ବ୍ୟାଙ୍କ ଖାତା ଖୋଲିବାର ଅଛି, ବ୍ୟାଙ୍କବାଲାଙ୍କୁ ଅସୁବିଧା ହେଉଥିଲା । ଆଉ ମାନିଲାରେ ତ ବ୍ୟାଙ୍କର କ’ଣ ହେଉଛି, ସମସ୍ତଙ୍କୁ ଜଣା ଅଛି । ବ୍ୟାଙ୍କବାଲା ମୋ ସହିତ ଝଗଡ଼ା କରୁଥିଲେ କି ସାହେବ ଅତି କମ୍ ରେ ଷ୍ଟେସନାରୀର ପଇସା ତ ନେବାକୁ ଦିଅନ୍ତୁ । ମୁଁ କହିଲି ଏହା ହେଉଛି ଦେଶର ଗରିବଙ୍କର ହକ୍ । ତାଙ୍କୁ ବ୍ୟାଙ୍କରେ ସମ୍ମାନର ସହିତ ପ୍ରବେଶ ମିଳିବା ଦରକାର । ସେ ବିଚରା ଚିନ୍ତା କରୁଥିଲା । ସେ ବିଚରା ଚିନ୍ତା କରୁଥିଲା । ଏହି ବ୍ୟାଙ୍କ ଶୀତତାପ ନିୟନ୍ତ୍ରଣ ବାହାରେ ସେହି ଦୁଇ ବନ୍ଧୁକବାଲା ଠିଆ ହୋଇଛନ୍ତି ସେହି ଗରିବ ଯାଇ ପାରିବ କି ଯାଇ ପାରିବ ନାହିଁ । ଆଉ ପୁଣି ସାହୁକାର ପାଖକୁ ଚାଲି ଯାଉଥିଲା । ଆଉ ସାହୁକାର କ’ଣ କରୁଛି ଏହା ଆମେ ସମସ୍ତେ ଜାଣୁ । 30 କୋଟି ଦେଶବାସୀଙ୍କର ଶୂନ ଜମାରେ ଖାତା ଖୋଲିଲୁ ଆଉ କେବେ-କେବେ ଆପଣ ଧନୀ ଦେଶ ଦେଖିଥିବେ । ମୁଁ ଧନୀମାନଙ୍କୁ ମଧ୍ୟ ଦେଖିଛି, ଧନୀମାନଙ୍କର ଗରିବପଣିଆକୁ ମଧ୍ୟ ଦେଖିଛି । ଆପଣ ଗରିବଙ୍କୁ ମଧ୍ୟ ଦେଖିଥିବେ କିନ୍ତୁ ମୁଁ ଗରିବମାନଙ୍କର ଧନୀପଣିଆକୁ ଦେଖିଛି । ଶୂନ ଜମାରେ ବ୍ୟାଙ୍କଖାତା ଖୋଲିଥିଲୁ । କିନ୍ତୁ ଆଜି ମୁଁ ଗର୍ବର ସହିତ କହି ପାରିବି କି ସେହି ଜନଧନ ଖାତାରେ ଆଜି ସେହି ଗରିବଙ୍କୁ ସଂଚୟର ଅଭ୍ୟାସ ହୋଇଛି । ଆଗରୁ ବିଚରାମାନେ ଗହମ ଭିତରେ ପଇସା ଲୁଚାଇ ରଖୁଥିଲେ, ଗଦି ତଳେ ରଖୁଥିଲେ ଆଉ ତାହା ମଧ୍ୟ ଯଦି ସ୍ୱାମୀଙ୍କର ଅଭ୍ୟାସ ଖରାପ ଥିବ ତାହେଲେ ଆଉ କେଉଁଠାରେ ଖର୍ଚ୍ଚ କରି ଦେଉଥିଲେ । ସେହି ମାଆମାନେ ଡରୁଥିଲେ । ଆପଣ ଜାଣି ଖୁସି ହେବେ । ଏତେ କମ୍ ସମୟରେ ସେହି ଜନଧନ ଖାତାରେ 67 ହଜାର କୋଟି ଟଙ୍କା ଗରିବଙ୍କର ସଂଚୟ ହୋଇଛି । ଦେଶର ଅର୍ଥ ବ୍ୟବସ୍ଥାର ମୂଳଧାରାରେ ଗରିବ ସକ୍ରିୟ ଭାଗିଦାର ହୋଇଛି । ଏବେ ଏହା ଏକ ଛୋଟ ପରିବର୍ତ୍ତନ ନୁହେଁ, ଯେଉଁ ଶକ୍ତି, ସାମର୍ଥ୍ୟ, ବ୍ୟବସ୍ଥା ବାହାରେ ଥିଲା ତାହା ଆଜି ବ୍ୟବସ୍ଥାର କେନ୍ଦ୍ର ବିନ୍ଦୁକୁ ଆସି ଯାଇଛି ।

ଏଭଳି ଅନେକ ପଦକ୍ଷେପ ଅଛି ଯାହା କେବେ ଚର୍ଚ୍ଚା ମଧ୍ୟରେ ରହୁ ନଥିଲେ, କାହାର କଳ୍ପନା ମଧ୍ୟରେ ରହୁ ନଥିଲେ, କିଛି ଲୋକଙ୍କୁ ତ ଏହା ମଧ୍ୟ ଅସୁବିଧା କି ଭାଇ ଏମିତି ମଧ୍ୟ ହୋଇ ପାରେ କି? ଆମ ଲୋକମାନଙ୍କୁ  ସ୍ଥିର କରି ରଖି ଦିଆଯାଇଥିଲା । ଦେଶ ହେଉଛି ନିଜର, ଯେମିତି ଅଛି, ସେମିତି ହିଁ ଚାଲିବ, କାହିଁକି ଚାଲିବ ଭାଇ, ଯଦି ସିଙ୍ଗାପୁର ସ୍ୱଚ୍ଛ ହୋଇପାରେ, ଫିଲିପାଇନ୍ସ ସ୍ୱଚ୍ଛ ହୋଇପାରେ, ମାନିଲା ସ୍ୱଚ୍ଛ ହୋଇପାରେ ତ ହିନ୍ଦୁସ୍ଥାନ ସ୍ୱଚ୍ଛ ହୋଇ ପାରି ନାହିଁ କି? ଦେଶର କେଉଁ ନାଗରିକ ଥିବ ଯିଏ ଅଳିଆ ଆବର୍ଜନାରେ ରହିବାକୁ ପସନ୍ଦ କରୁଥିବ । କେହି ଚାହାଁନ୍ତି ନାହିଁ । କିନ୍ତୁ କାହାକୁ ପଦକ୍ଷେପ ନେବାକୁ ପଡ଼ିଥାଏ । କାହାକୁ ଦାୟିତ୍ୱ ଉଠାଇବାକୁ ପଡ଼ିଥାଏ । ସଫଳତା ବିଫଳତାର ଚିନ୍ତା ନ କରି କାମ ହାତକୁ ନେବାକୁ ପଡ଼ିଥାଏ । ମହାତ୍ମା ଗାନ୍ଧି ଯେଉଁଠାରୁ ଛାଡ଼ିଥିଲେ ସେହିଠାରୁ ଆମେ ଆଗକୁ ନେବାର ପ୍ରୟାସ କରିଛୁ । ଆଉ ମୁଁ କହୁଛି ଆଜି ପାଖାପାଖି ହିନ୍ଦୁସ୍ଥାନରେ 2.25 ଲକ୍ଷରୁ ଅଧିକ ଗାଁ ଖୋଲା ମଳମୁକ୍ତ ଗ୍ରାମ ହୋଇ ଯାଇଛନ୍ତି । ତ ଗୋଟିଏ ପଟେ ସମାଜର ସାଧାରଣ ନାଗରିକର ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆସିଛି ।

ଏବେ ଆମ ଦେଶରେ ଆପଣମାନଙ୍କ ମଧ୍ୟରୁ ଯେଉଁ ଲୋକ ବିଗତ 20, 25, 30 ବର୍ଷ ହେବ ଭାରତରୁ ଏଠାକୁ ଆସିଥିବେ । କିମ୍ବା ଏବେ ମଧ୍ୟ ଭାରତ  ସହିତ ସଂପର୍କରେ ଥିବେ ତ ଆପଣଙ୍କୁ ଜଣାଥିବ । କି ଆମର ସେଠାରେ ଗ୍ୟାସ ସିଲିଣ୍ଡର ନେବା ଘରକୁ ଗ୍ୟାସ ସଂଯୋଗ ନେବା, ଏହାକୁ ବହୁତ ବଡ଼ କାମ ବୋଲି ଧରାଯାଉଥିଲା ଏବଂ ଘରକୁ ଯଦି ଗ୍ୟାସ ସଂଯୋଗ ଆସି ଯାଏ, ସିଲିଣ୍ଡର ଆସିଯାଏ ତ ସାହି ପଡିଶାରେ ଏପରି ପରିବେଶ ହୋଇଯାଏ କି ଯେପରି ମର୍ସିଡିଜ ଗାଡି ଆସିଯାଇଛି । ଅର୍ଥାତ ବହୁତ ବଡ ଉପଲବ୍ଧୀ ବୋଲି ଧରାଯାଉଥିଲା । କି ଆମ ଘରକୁ ଏବେ ଗ୍ୟାସ ସଂଯୋଗ ଆସିଗଲା ଆଉ ଗ୍ୟାସ ସଂଯୋଗ ଏତେ ବଡ଼ ଜିନିଷ ହେଉଥିଲା କି ଆମ ଦେଶରେ ସଂସଦ ସଦସ୍ୟଙ୍କୁ 25ଟି କୁପନ ମିଳୁଥିଲା । ଏଥିପାଇଁ କି ଆପଣଙ୍କ ସଂସଦୀୟ କ୍ଷେତ୍ରରେ ଆପଣ ବର୍ଷକୁ 25ପରିବାରକୁ ଉପକୃତ କରିପାରିବେ । ପରେ ସେ କ’ଣ କରୁଥିଲେ ତାହା କହିବାକୁ ଚାହୁଁନାହିଁ ଖବରକାଗଜରେ ଆସୁଥିଲା । ଅର୍ଥାତ ଗ୍ୟାସ ସିଲିଣ୍ଡର ସଂଯୋଗ ଆପଣମାନଙ୍କର ମନେ ଥିବ 2014 ରେ ଯେତେବେଳେ ପାର୍ଲାମେଣ୍ଟ ନିର୍ବାଚନ ହେଲା ତ ସେହି ସମୟରେ ଗୋଟିଏ ପଟେ ବିଜେପି ଥିଲା ତ ଅନ୍ୟ ପଟେ କଂଗ୍ରେସ ପାର୍ଟି ଥିଲା । ଭାରତୀୟ ଜନତା ପାର୍ଟି ମତେ ଦାୟିତ୍ୱ ଦେଲା ନେତୃତ୍ୱ ନେବା ପାଇଁ । ସେଠାରେ କଂଗ୍ରେସ ପାର୍ଟିର ଗୋଟିଏ ବୈଠକ ହେଉଥିଲା ଆଉ ଦେଶ ପ୍ରତିକ୍ଷା କରି ରହିଥିଲା କି ସେଠାରେ କ’ଣ ସ୍ଥିର ହେବ କାହା ନେତୃତ୍ୱରେ ନିର୍ବାଚନ ଳଢିବେ । ସନ୍ଧ୍ୟାରେ ବୈଠକ ପରେ ସାମ୍ବାଦିକ ସମ୍ମିଳନୀ ହେଲା । ସେହି ସାମ୍ବାଦିକ ସମ୍ମିଳନୀରେ କ’ଣ କୁହାଗଲା, ଏହା କୁହାଗଲା କି ଯଦି ଆମ ସରକାର 2014ରେ ଆମେ ନିର୍ବାଚନ ଜିତିବୁ ତ ଆମେ ବର୍ଷକୁ ଏବେ ଯେଉଁ 9 ସିଲିଣ୍ଡର ଦେଉଛୁ ପରେ 12ଟି  ସିଲିଣ୍ଡର ଦେବୁ । ମନେ ଅଛି ନା ନାହିଁ ଆପଣମାନଙ୍କର ଅର୍ଥାତ 9 ସିଲିଣ୍ଡରୁ  12ଟି ସିଲିଣ୍ଡର ଏହି ପ୍ରସଙ୍ଗରେ କଂଗ୍ରେସ ପାର୍ଟି ନିର୍ବାଚନ ଲଢୁଥିଲା । ଏହା ବେଶି ଦିନର କଥା ନୁହେଁ ଅର୍ଥାତ 2014 ପର୍ଯ୍ୟନ୍ତ ଚିନ୍ତା କରିବାର ଏଭଳି ପରିସର ଥିଲା, ଆଜ୍ଞା ।  ଆଉ ଦେଶ ମଧ୍ୟ ତାଳି ବଜାଉ ଥିଲା ଭଲ ଭଲ 9 ରୁ 12 ମିଳିଯିବ ।

ମୋଦୀ ସ୍ଥିର କଲେ କି ତାହାକୁ ମୁଁ ଗରିବଙ୍କୁ ଦେଇଦେବି ଆଉ 3 କୋଟି ପରିବାରକୁ ମାଗଣାରେ ଗ୍ୟାସ ସଂଯୋଗ ଦେବା ଦିଗରେ ଆମେ ସଫଳତା ପୂର୍ବକ ଆଗକୁ ବଢିଲୁ । 3 କୋଟି ପରିବାର ପାଖରେ ପହଂଚାଇଦେଲୁ । ମୋର ପ୍ରତିଶ୍ରୁତି 5 କୋଟି ଗରିବ ପରିବାର ପାଇଁ ଅଛି । ଭାରତର ସମୁଦାୟ ପରିବାର ହେଉଛି 25 କୋଟି  । 25 କୋଟି ପରିବାର ସେଥି ମଧ୍ୟରୁ 5 କୋଟିର ପ୍ରତିଶ୍ରୃତି ଅଛି, ଏବେ ସୁଦ୍ଧା 3 କୋଟିଙ୍କୁ ଯୋଗାଇ ଦିଆଯାଇଛି । ଆଚ୍ଛା ଏଥିରେ ମଧ୍ୟ କିଛି ଚମତ୍କାର ରହିଛି ଆଜ୍ଞା ନିଜ ଘର ଲୋକଙ୍କୁ ତ କିଛି କଥା କହିପାରିବି । କେବେ କେବେ ସରକାରଙ୍କ ରିହାତି ଯାଇଥାଏ ତ ଲାଗିଥାଏ କି ଲୋକଙ୍କର ଭଲ ହେଉଥିବ । ତ ମୁଁ କ’ଣ କଲି କି ତାକୁ ଆଧାର ସହିତ ଯୋଡି ଦେଲି । ବାୟୋମେଟ୍ରିକ ପରିଚୟ ତ ସେହି କାରଣରୁ ଜଣାପଡିଲା କି ଏପରି ସବୁ ଲୋକଙ୍କ ନାମରେ ଗ୍ୟାସ ରିହାତି ଯାଉଥିଲା ଯାହାଙ୍କର ଜନ୍ମ ହିଁ ହୋଇ ନ ଥିଲା । ଅର୍ଥାତ କେଉଁଠାକୁ ଯାଉଥିଲା । ମୋତେ କୁହନ୍ତୁ କେଉଁଠାକୁ ଯାଉଥିଲା । କାହାର ନା କାହାର ପକେଟକୁ ତ ଯାଉଥିବ ନା, ଏବେ ମୁଁ ତାହା ଉପରେ ଅଙ୍କୁଶ ଲଗାଇ ଦେଲି  ବନ୍ଦ ହୋଇଗଲା ।  ଖାଲି ଏହି ପ୍ରକାରର ରିହାତି ପ୍ରକୃତ ଲୋକଙ୍କୁ ମିଳୁ, ମିଛୁଆ ଭୁତଉଥିବା ଲୋକ ଯେଉଁମାନେ ଜନ୍ମ ହିଁ ହୋଇ ନାହାନ୍ତି । ସେମାନଙ୍କୁ ନ ମିଳୁ ଏତିକି ଟିକେ କାମ କଲି ବଡ଼ କାମ କଲି ନାହିଁ । ଏତିକି ମାତ୍ର କାମ କଲି ପରିଣାମ କ’ଣ ହେଲା ଜଣା ଅଛି । 57ହଜାର କୋଟି ଟଙ୍କା ବଞ୍ଚି ଗଲା  । ଆଉ ଏହା ଥରେ ବଞ୍ଚି ନାହିଁ ଏହା ପ୍ରତିବର୍ଷ 57 ହଜାର କୋଟି ଯାଉଥିଲା । ଏବେ କୁହନ୍ତୁ କେଉଁଠାକୁ ଯାଉଥିଲା । ଏବେ ଯାହା ପକେଟକୁ ଯାଉଥିଲା ସେମାନଙ୍କୁ ମୋଦୀ କିପରି ଲାଗିବେ, ସେ କେବେ ଫଟୋ ଉଠାଇବାକୁ ଆସିବେ କି? ଆସିବେ କି? ସେମାନେ ମୋଦୀଙ୍କୁ ପସନ୍ଦ କରିବେ କି? ମତେ କୁହନ୍ତୁ ଏହି କାମ କରିବା ଦରକାର କି କରିବା ଦରକାର ନାହିଁ? ଦେଶରେ ପରିବର୍ତ୍ତନ ଆସିବା ଦରକାର କି ଦରକାର ନାହିଁ? କଠୋର ନିଷ୍ପତ୍ତି କରିବା ଦରକାର ନା ଦରକାର ନାହିଁ  । କଠୋର ନିଷ୍ପତ୍ତି କରିବା ଦରକାର ନା ଦରକାର ନାହିଁ? ଦେଶକୁ ଆଗକୁ ନେଇଯିବା ଦରକାର କି ନେଇଯିବା ଦରକାର ନାହିଁ?

ଆପଣମାନେ ଆସି ମତେ ଆଶୀର୍ବାଦ ଦେଉଛନ୍ତି ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଇଛି । ଯେଉଁ ଉଦ୍ଦେଶ୍ୟ ପାଇଁ ଦେଶ ମୋତେ କାମ ଦେଇଛି ସେହି ଉଦ୍ଦେଶ୍ୟକୁ ପୂରଣ କରିବା ଦିଗରେ ମୁଁ କେବେ ଅଭାବ ରଖିବି ନାହିଁ । 2014 ପୂର୍ବରୁ କ’ଣ ଖବର ଆସୁଥିଲା, କେତେ ଗଲା, କୋଇଲାରେ ଗଲା, ଟୁ-ଜିରେ ଗଲା, ଏପରି ଆସୁଥିଲା ନା । 2014 ପରେ  ମୋଦୀଙ୍କୁ କ’ଣ ପଚରାଯାଉଛି  ମୋଦୀ ମହାଶୟ କୁହନ୍ତୁ କେତେ ଆସିଲା? ଦେଖନ୍ତୁ ଏହା ହେଉଛି ପରିବର୍ତ୍ତନ । ତାହା ଗୋଟିଏ ସମୟ ଥିଲା ଯେତେବେଳେ ଦେଶ ଅସୁବିଧାରେ ଥିଲା କେତେ ଗଲା । ଆଜି ସମୟ ହେଉଛି ଦେଶ ଖୁସିର ଖବର ଶୁଣିବା ପାଇଁ ପଚାରି ଚାଲିଛନ୍ତି, ମୋଦୀ ମହାଶୟ କୁହନ୍ତୁ ନା କେତେ ଆସିଲା?

ଆମ ଦେଶରେ କିଛି ଅଭାବ ନାହିଁ ବନ୍ଧୁ, ଦେଶକୁ ଆଗକୁ ବଢାଇ ନେବାରେ ସମସ୍ତ ପ୍ରକାର ସମ୍ଭାବନା ଓ ସୁଯୋଗ ଅଛି, ସମସ୍ତ ପ୍ରକାର ସାମର୍ଥ୍ୟ ଅଛି, ସେହି କଥାକୁ ନେଇ ଅନେକ ମହତ୍ୱପୂର୍ଣ୍ଣ ନୀତିକୁ ନେଇ ଆମେ ଆଗକୁ ଚାଲିଛୁ ।  ଦେଶ ବିକାଶର ନୂତନ ଶିଖରକୁ ଅତିକ୍ରମ କରୁଛି ଆଉ ଜନ ସହଯୋଗରେ ଆଗକୁ ବଢୁଛି । ସାଧାରଣରୁ ସାଧାରଣ ମଣିଷକୁ ସାଙ୍ଗରେ ନେଇ ଚାଲୁଛୁ ଆଉ ତା’ର ପରିଣାମ ଏତେ ଭଲ ମିଳୁଛି କି ଆପଣ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଏଠାରେ ରହିବାକୁ ପସନ୍ଦ କରିବେ ନାହିଁ । ତ ମତେ ଭଲ ଲାଗିଲା ଏତେ ବଡ଼ ସଂଖ୍ୟାରେ ଆସି ଆପଣମାନେ ଆଶୀର୍ବାଦ ଦେଲେ ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi