ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ୟୁରୋପୀୟ ଉଚ୍ଚ ପ୍ରତିନିଧି (HRVP) ଉପସଭାପତି ମହାମହୀମ ଯୋଶେପ ବୋରେଲ ଫ୍ରଣ୍ଟିଲେସ ସାକ୍ଷାତ କରିଛନ୍ତି । ମି. ବୋରେଲ ଜାନୁଆରୀ 16 ରୁ 18 ଭାରତ ଗସ୍ତରେ ଅଛନ୍ତି । ସେ ଗତ କାଲି ରାଇସିନା ଆଲୋଚନା 2020ରେ ଉଦଯାପନୀ ଅଭିଭାଷଣ ପ୍ରଦାନ କରିଛନ୍ତି । 1 ଡିସେମ୍ବର 2019ରେ ଏଚଆରଭିପିର ଦାୟିତ୍ୱ ଗ୍ରହଣ କରିବା ପରେ ୟୁରୋପୀୟ ୟୁନିଅନ ବାହାରକୁ ଏହା ତାଙ୍କର ପ୍ରଥମ ଗସ୍ତ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବୋରେଲଙ୍କୁ ଏଚଆରଭିପିର ଦାୟିତ୍ୱ ଗ୍ରହଣ କରିଥିବାରୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଏକ ସଫଳ ପାଳି ଲାଗି ତାଙ୍କୁ ଶୁଭକାମନା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ରାଇସିନା ଆଲୋଚନାରେ ଏଚଆରଭିପିର ନିୟମିତ ଯୋଗଦାନକୁ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଏବଂ ୟୁରୋପୀୟ ୟୁନିଅନ ଉତ୍ତମ ସହଯୋଗୀ । ଆଗାମୀ ମାର୍ଚ୍ଚ 2020ରେ ଏକ ସଫଳ ଭାରତ-ୟୁରୋପୀୟ ୟୁନିଅନ ସମିତିକୁ ସେ ପ୍ରତୀକ୍ଷା କରିଛନ୍ତି । ସେ ଜଳବାୟୁ ପରିବର୍ତ୍ତନ, ବ୍ୟବସାୟ ଏବଂ ଅର୍ଥନୈତିକ ସହଯୋଗ କ୍ଷେତ୍ରରେ ଭାରତ-ୟୁରୋପୀୟ ୟୁନିଅନ ମଧ୍ୟରେ ସହଯୋଗକୁ ଆହୁରି ଦୃଢ଼ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ଏହି ଅବସରରେ ସେ ୟୁରୋପୀୟ କମିସନ ଏବଂ ୟୁରୋପୀୟ କାଉନସିଲ ନେତୃମଣ୍ଡଳୀଙ୍କ ସହ ତାଙ୍କ ପୂର୍ବ ବାର୍ତ୍ତାଳାପକୁ ସ୍ମରଣ କରିଥିଲେ ।
ବୋରେଲ କହିଥିଲେ ଯେ, ବ୍ରୁସେଲ୍ସରେ ଆଗାମୀ ଭାରତ-ୟୁରୋପୀୟ ୟୁନିଅନ ସମିତି ଆୟୋଜନ କରିବା ଲାଗି ୟୁରୋପୀୟ ୟୁନିଅନ ନେତୃବୃନ୍ଦ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଭାରତ-ୟୁରୋପୀୟ ୟୁନିଅନ ଉଭୟ ବିବିଧ, ଗଣତାନ୍ତ୍ରିକ ଓ ବହୁପକ୍ଷୀୟ ବୈଶ୍ୱିକ ନୀତି ପ୍ରତି ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches $1.5 billion maritime insurance pool, issues first covers

Media Coverage

India launches $1.5 billion maritime insurance pool, issues first covers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 13, 2026
May 13, 2026

Leadership That Leads by Example: PM Modi's Push for Mindful Growth, Innovation & Infrastructure