ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣ କ୍ରମେ ଚତୁର୍ଦ୍ଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ୨୩-୨୪ ଜୁନ୍‌, ୨୦୨୪ରେ ଚୀନ୍‌ ଦ୍ବାରା ଭର୍ଚୁଆଲ ମାଧ୍ୟମରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରାଯିବ । ସମ୍ମିଳନୀ ଅବସରରେ ଜୁନ 24 ତାରିଖରେ ଅତିଥି ରାଷ୍ଟ୍ରମାନଙ୍କୁ ନେଇ ବିଶ୍ବ ଘଟଣାକ୍ରମ ଉପରେ ଏକ ଉଚ୍ଚସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ ।

ସବୁ ବିକାଶଶୀଳ ରାଷ୍ଟ୍ରର ଆପୋସ ସମସ୍ୟା ଆଧାରିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ବ୍ରିକ୍ସ ଏକ ମଞ୍ଚ ଭାବେ କାର୍ଯ୍ୟ କରି ଆସୁଛି । ବହୁପକ୍ଷୀୟ ବ୍ୟବସ୍ଥାରେ ସଂସ୍କାର ଆଣିବା ନିମନ୍ତେ ବ୍ରିକ୍ସ ରାଷ୍ଟ୍ରମାନେ ନିୟମିତ ଭାବେ ଆହ୍ବାନ କରି ଆସୁଛନ୍ତି, ଯାହାଫଳରେ ଏହି ବ୍ୟବସ୍ଥା ଅଧିକ ପ୍ରତିନିଧିମୂଳକ ଓ ସମାବେଶୀ ହୋଇପାରିବ।

ଚତୁର୍ଦ୍ଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବାଣିଜ୍ୟ, ସ୍ବାସ୍ଥ୍ୟ, ପାରମ୍ପରିକ ଚିକିତ୍ସା, ପରିବେଶ, ଏସଏଣ୍ଡଟି ଏବଂ ନବୋନ୍ମେଷ, କୃଷି, ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା, ପ୍ରଶିକ୍ଷଣ ଏବଂ ଏମଏସଏମଇ ଆଦି କ୍ଷେତ୍ରରେ ଆନ୍ତଃବ୍ରିକ୍ସ ସହଯୋଗ ବଢ଼ାଇବା ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି । ବହୁପକ୍ଷୀୟ ମଞ୍ଚରେ ସଂସ୍କାର, କୋଭିଡ-୧୯ ମହାମାରୀ ମୁକାବିଲା ଏବଂ ବିଶ୍ବ ଆର୍ଥିକ ସୁଧାର ଆଦି ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଶିଖର ସମ୍ମିଳନୀ ଆୟୋଜନ ହେବା ପୂର୍ବରୁ ୨୨ ଜୁନ୍‌ ୨୦୨୨ରେ ବ୍ରିକ୍ସ ବ୍ୟବସାୟ ମଞ୍ଚର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିବେ, ଏଥିରେ ସେ ଦୀକ୍ଷାନ୍ତ ଭାଷଣ ଦେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hold talks with Myanmar President U Min Aung Hlaing
June 01, 2026

The Prime Minister, Shri Narendra Modi, today held productive talks with the President of Myanmar, U Min Aung Hlaing.

The Prime Minister noted that India is honoured that President U Min Aung Hlaing chose India for his first foreign visit as President. He also expressed happiness that the President began his programme in India from Bodh Gaya with the blessings of Lord Buddha.

During the talks, the two leaders reviewed the full range of India-Myanmar relations and discussed ways to further strengthen bilateral cooperation.

The discussions covered avenues to deepen cooperation in trade, rare earths, healthcare, connectivity, heritage restoration and capacity building. The two sides also agreed to work closely in areas such as maritime security, cyber security and other sectors of mutual interest.

The Prime Minister underlined that Myanmar is vital to India’s ‘Neighbourhood First’, ‘Act East’ and Indo-Pacific policies, reaffirming the importance India attaches to its relations with Myanmar.

The Prime Minister wrote on X;

“Had a productive meeting with President U Min Aung Hlaing of Myanmar. We in India are honoured that he has chosen India for his first foreign visit as President. Equally gladdening is the fact that he began the visit from Bodh Gaya, with the blessings of Lord Buddha. We reviewed the full range of India-Myanmar relations. Myanmar is vital to India’s policies of ‘Neighbourhood First’, ‘Act East’ and Indo-Pacific.”

“Our talks covered ways to deepen cooperation in trade, rare earths, healthcare, connectivity, heritage restoration and capacity building. We also agreed to work closely in areas such as maritime security, cyber security and more.”