ମହାମହିମ ରାଷ୍ଟ୍ରପତିଙ୍କ ଶିଶୀ

ଉଭୟ ଦେଶର ମନ୍ତ୍ରୀ ଓ ପ୍ରତିନିଧିଗଣ 

ବନ୍ଧୁଗଣ ଓ ଗଣମାଧ୍ୟମ 

ପ୍ରଥମେ ମୁଁ ରାଷ୍ଟ୍ରପତି ଶିଶୀ ଓ ତାଙ୍କ ପ୍ରତିନିଧିଦଳଙ୍କ ଭାରତ ଆଗମନ ପାଇଁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ରାଷ୍ଟ୍ରପତି ଶିଶୀ ଆମର ସାଧାରଣତନ୍ତ୍ର ଦିବସ ସମାରୋହରେ ଆସନ୍ତାକାଲି ମୁଖ୍ୟ ଅତିଥିଭାବେ ଯୋଗଦେବେ । ଏହା ସମଗ୍ର ଭାରତ ବର୍ଷ ନିମନ୍ତେ ଗର୍ବ ଓ ଆନନ୍ଦର ବିଷୟ । ମୁଁ ଖୁସି ଯେ ଇଜିପ୍ଟର ଏକ ସାମରିକ ବାହିନୀ ଆମ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରି ଏହାର ଶୋଭାବର୍ଦ୍ଧନ କରିବେ । 

ବନ୍ଧୁଗଣ, 

ଇଜିପ୍ଟ ଓ ଭାରତ ବିଶ୍ୱର ପ୍ରାଚୀନ ସଭ୍ୟତା ମଧ୍ୟରେ ପରିଗଣିତ ହୋଇଥାନ୍ତି । ଆମର ହଜାର ହଜାର ବର୍ଷ ଧରି ସମ୍ପର୍କ ରହିଆସିଛି । ଗୁଜରାଟର ଲୋଥାଲ ବନ୍ଦର ଜରିଆର ଚାରିହଜାର ବର୍ଷ ପୂର୍ବରୁ ଆମର ବାଣିଜ୍ୟ କାରବାର ଚାଲୁଥିଲା । ବିଶ୍ୱରେ ଅନେକ ପରବର୍ତ୍ତନ ସତ୍ତ୍ୱେ ଆମର ସମ୍ପର୍କ ସ୍ଥିର ରହିବା ସହ ଆମର ସହଯୋଗ ମଧ୍ୟ ନିରବଚ୍ଛିନ୍ନ ଭାବେ ମଜବୁତ ହୋଇଛି ।

 ଗତ କିଛିବର୍ଷ ମଧ୍ୟରେ ଆମର ସହଯୋଗ ଆହୁରି ନିବିଡ ହୋଇଛି ଏବଂ ସେଥିପାଇଁ ଏକ ବିରାଟ ଶ୍ରେୟ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ଶିଶୀଙ୍କୁ ଦେଉଛି । 

ଚଳିତବର୍ଷ ଭାରତ ଇଜିପ୍ଟକୁ ଅତିଥି ରାଷ୍ଟ୍ରଭାବେ ଏହାର ଜି-୨୦ ସଭାପତିତ୍ୱ କାଳରେ ଆମନ୍ତ୍ରଣ କରିଛି । ଏହା ଦ୍ୱାରା ଆମର ନିଆର? ବନ୍ଧୁ୍‌ତ୍ୱ ପ୍ରତିଫଳିତ ହୋଇଥାଏ । 

ବନ୍ଧୁଗଣ,

 ଆରବ ସାଗରର ଗୋଟିଏ ପଟରେ ଭାରତ ଓ ଅନ୍ୟ ପଟରେ ଇଜିପ୍ଟ ରହିଛି । ଦୁଇ ଦେଶ ମଧ୍ୟରେ ରଣନୀତିକ ସହଯୋଗ ଯୋଗୁଁ ସମଗ୍ର ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ବଜାୟ ରହିବ । ସେଥିପାଇଁ ଆଜିର ବୈଠକରେ ମୁଁ ଓ ରାଷ୍ଟ୍ରପତି ଶିଶୀ ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୀତିକ ଭାଗିଦାରିତା ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛୁ । ଭାରତ-ଇଜିପ୍ଟ ରଣନୀତିକ ଭାଗିଦାରିତାରେ ଆମେ ରାଜନୀତିକ, ସୁରକ୍ଷା, ଆର୍ଥିକ ଓ ବୈଜ୍ଞାନିକ କ୍ଷେତ୍ରରେ ଦୀର୍ଘମିଆଦି ଓ ବ୍ୟାପକ ସହଯୋଗ ରକ୍ଷା କରିବୁ । 

ବିଶ୍ୱରେ ଆତଙ୍କବାଦର ପ୍ରସାର ନିମନ୍ତେ ଉଭୟ ଭାରତ ଓ ଇଜିପ୍ଟ ବ୍ୟଥିତ । ମାନବତା ପାଇଁ ଆତଙ୍କବାଦ ଯେ ସବୁଠାରୁ ଗୁରୁତର ସୁରକ୍ଷା ବାବଦ ବିପଦ ଏଥିରେ ଆମେ ଦୁଇ ଦେଶ ଏକମତ ପୋଷଣ କରୁ । ସୀମାପାର ଆତଙ୍କବାଦର ପରିସମାପ୍ତି ପାଇଁ ମିଳିତ କାର୍ଯ୍ୟାନୁଷ୍ଠାନ ନେଇ ଉଭୟ ଦେଶ ମଧ୍ୟ ସହମତ ପ୍ରକାଶ କରିଛି । ସେଥିପାଇଁ ଆମେ ଉଭୟ ଆର୍ନ୍ତଜାତିକ ଗୋଷ୍ଠୀକୁ ମଧ୍ୟ ସତର୍କ କରାଇବୁ ।

ଆମ ମଧ୍ୟରେ ସୁରକ୍ଷା ଓ ପ୍ରତିରକ୍ଷ।। ସହଯୋଗ ବୃଦ୍ଧି ପାଇଁ ଯଥେଷ୍ଟ ସାମର୍ଥ୍ୟ ରହିଛି । ଉଭୟ ସେନା ଗତ କିଛିବର୍ଷ ମଧ୍ୟରେ ମିଳିତ ତାଲିମ ଓ ସାମର୍ଥ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଆମର ପ୍ରତିରକ୍ଷା ଶିଳ୍ପ ସହ ଆହୁରି ଅଧିକ ସହଯୋଗ ପାଇଁ ଆମେ ଆଜି ସ୍ଥିର କରିିଛୁ ଯେ ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମଧ୍ୟ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ଅଧିକ କରିବୁ । 

ଉଗ୍ରବାଦୀ କାର୍ଯ୍ୟକଳାପ ଓ ଉଗ୍ରବାଦୀ ମତବାଦର ପ୍ରସାର ନିମନ୍ତେ ସାଇବର ସ୍ପେଶ ଅପବ୍ୟବହର ଏକ ଆତଙ୍କ ସୃଷ୍ଟି କରୁଛି । ଆମେ ଏହା ବିରୁଦ୍ଧରେ ସହଯୋଗର ହାତ ବଢାଇବୁ । 

ବନ୍ଧୁଗଣ, 

ବୈଶିକ କୋଭିଡ ମହାମାରୀ କାଳରେ ଆମେ ସ୍ୱାସ୍ଥ୍ୟସେବା ଯତ୍ନ ଭିତ୍ତିଭୂମି ଉପରେ ଖରାପ ପ୍ରଭାବ ସହ ବୈଶ୍ୱିକ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ଖୁବ୍ ନିକଟରୁ ଦେଖିଛୁ । ଏହି ଆହ୍ୱାନମୂଳକ ପରିସ୍ଥିତି କାଳରେ ମୁଁ ଓ ରାଷ୍ଟ୍ରପତି ଶିଶୀ ଯୋଗାଯୋଗରେ ରହିଥିଲୁ ଓ ଉଭୟେ ପରସ୍ପରକୁ ଆବଶ୍ୟକସ୍ଥଳେ ତୁରନ୍ତ ସହାୟତା ପଠାଇଥିଲୁ ।

 କୋଭିଡ ଓ ୟୁକ୍ରେନ ପରିସ୍ଥିତି ଯୋଗୁଁ ଘୋର ବାଧାପ୍ରାପ୍ତ ଖାଦ୍ୟ ଓ ଔଷଧପତ୍ର ଯୋଗାଣ ସ୍ଥିତି ନେଇ ଆମେ ଆଜି ବିଶଦ ଆଲୋଚନା କରିଛୁ । ଏହି କ୍ଷେତ୍ରରେ ପାରସ୍ପାରିକ ବିନିଯୋଗ ଓ ବାଣିଜ୍ୟ ଉପରେ ଆମେ ସହମତ ହୋଇଛୁ । ଉଭୟେ ଆମର ଦ୍ୱିପାକ୍ଷିକ ବାଣିଜ୍ୟ ଆଗାମୀ ପାଂଚ ବର୍ଷ ମଧ୍ୟରେ ୧୨ବିଲିୟନ ଡଲାର ପର୍ଯ୍ୟନ୍ତ ନେବାକୁ ସ୍ଥିର କରାଯାଇଛି ।

ବନ୍ଧୁଗଣ,

ଆମେ ସଫଳତାର ସହ ସିଓପି-୨୭ ଆୟୋଜନ କରିବା ତଥା ବିକାଶମୁଖୀ ଦେଶ ସମୂହ ଜଳବାୟୁ କ୍ଷେତ୍ରରେ ଯେପରି ସହଯୋଗ କରିବେ ତାକୁ ସୁନିଶ୍ଚିତ କରିବା ନିମନ୍ତେ ଇଜିପ୍ଟକୁ ପ୍ରଶଂସା କରୁଛୁ । 

ଭାରତ ଓ ଇଜିପ୍ଟ ଜାତିସଂଘ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ମଂଚ ସହ ବହୁଦିନରୁ ଉତ୍ତମ ସମ୍ପର୍କ ରହିଆସିଛି । ଉଭୟେ ଆମେ ଆର୍ନ୍ତଜାତିକ ବିବାଦକୁ କୂଟନୀତି ଓ କଥାବାର୍ତ୍ତା ଜରିଆରେ ସମାଧାନ କରିବା ପାଇଁ ସହମତ ହୋଇଛୁ ।

ମହାମହିମଗଣ,

ମୁଁ ପୁନର୍ବାର ଭାରତକୁ ଆସିଥିବାରୁ ଆପଣ ଓ ଆପଣଙ୍କ ପ୍ରତିନିଧି ଦଳକୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ମୁଁ ଆପଣ ଓ ଇଜିପ୍ଟ ବାସୀଙ୍କ ମଧ୍ୟ ଶୁଭ ନବ ବର୍ଷ କାମନା କରୁଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi, Guterres Stress Multipolarity, Need To Reform UN Institutions Including UNSC

Media Coverage

PM Modi, Guterres Stress Multipolarity, Need To Reform UN Institutions Including UNSC
NM on the go

Nm on the go

Always be the first to hear from the PM. Get the App Now!
...
Prime Minister offers prayers to Bhagwan Shri Ganesh during Ganpati Darshan at Union Minister Piyush Goyal’s residence
September 14, 2026

The Prime Minister, Shri Narendra Modi has visited the residence of Union Minister Shri Piyush Goyal for Ganpati Darshan.

The Prime Minister prayed for the blessings of Bhagwan Shri Ganesh for everyone.

The Prime Minister wrote on X;

“Went for Ganpati Darshan at the residence of Union Minister Shri Piyush Goyal Ji.

May Bhagwan Shri Ganesh bless everyone!

@PiyushGoyal”