“ବିକଶିତ ଭାରତର ଏହି ରୋଡମ୍ୟାପରେ ଆଧୁନିକ ଭିତ୍ତିଭୂମିର ବଡ ଭୂମିକା ରହିଛି”
“ଆମେ ଭାରତୀୟ ରେଳବାଇର ସମ୍ପୂର୍ଣ୍ଣ ପରିବର୍ତ୍ତନ କରୁଛୁ । ଆଜି ଦେଶର ରେଳଷ୍ଟେସନଗୁଡିକୁ ବିମାନ ବନ୍ଦର ଭଳି ବିକଶିତ କରାଯାଉଛି”
“କୃଷି ଠାରୁ ଶିଳ୍ପ ପର୍ଯ୍ୟନ୍ତ ଆଧୁନିକ ଭିତ୍ତିଭୂମି କେରଳରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ”
“ଅମୃତ କାଳରେ ପର୍ଯ୍ୟଟନର ବିକାଶ ଦେଶର ବିକାଶ କ୍ଷେତ୍ରରେ ବେଶ ସହାୟକ ହେବ”
​​​​​​​“ମୁଦ୍ରା ଋଣ ଯୋଜନାରେ କେରଳର ଲକ୍ଷ ଲକ୍ଷ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କୁ ୭୦ ହଜାର କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରାଯାଇଛି”

କେରଳର ରାଜ୍ୟପାଳ ଶ୍ରୀମାନ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ପିନାରାଇ ବିଜୟନ ମହାଶୟ, କେରଳ ସରକାରଙ୍କର ମନ୍ତ୍ରୀଗଣ, ଅନ୍ୟ ମହାନୁଭବ, କୋଚିର ମୋର ଭାଇ ଓ ଭଉଣୀମାନେ !

ଆଜି କେରଳର କୋଣ- ଅନୁକୋଣ ପବିତ୍ର ଓଣମ ଉତ୍ସବର ଖୁସି ସହିତ ନିଜେ ମଜ୍ଜି ଯାଇଛନ୍ତି। ଉତ୍ସାହର ଏହି ଅବସରରେ କେରଳକୁ ଯୋଗାଯୋଗ ସହିତ ଜଡ଼ିତ 4600 କୋଟିରୁ ମଧ୍ୟ ଅଧିକ ଟଙ୍କାର ପ୍ରକଳ୍ପଗୁଡ଼ିକର ଉପହାର ମିଳିଛି । ସହଜରେ ସହାବସ୍ଥାନ ଏବଂ ବ୍ୟବସାୟ ସୁଗମତାକୁ ପ୍ରୋତ୍ସାହନ ଦେଉଥିବା ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି।

ଆମେ ଭାରତବାସୀମାନେ, ସ୍ବାଧୀନତାର ଅମୃତକାଳ ଅର୍ଥାତ ଆଗାମୀ 25 ବର୍ଷ ମଧ୍ୟରେ ବିକଶିତ ଭାରତର ନିର୍ମାଣ କରିବାର ବିରାଟ ସଂକଳ୍ପ ନେଇଛୁ । ବିକଶିତ ଭାରତର ଏହି ରୋଡ଼ମ୍ୟାପରେ ଆଧୁନିକ ଭିତିଭୂମିର ବହୁତ ବଡ଼ ଭୂମିକା ରହିଛି । ଆଜି କେରଳର ଏହି ମହାନ ଧରଣୀରୁ ବିକଶିତ ଭାରତ ପାଇଁ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।

ସାଥୀଗଣ,

ମୋର ସ୍ମରଣ ଅଛି, 2017 ଜୁନରେ ମୋତେ କୋଚି ମେଟ୍ରୋର ଅଲୁୱାରୁ ପଲାରିୱଟୋମ ପର୍ଯ୍ୟନ୍ତର ସେକ୍ସନର ଉଦଘାଟନ କରିବାର ସୁଯୋଗ ମିଳିଥିଲା । ଆଜି କୋଚି ମେଟ୍ରୋ ଫେଜ୍- ୱାନ୍ ସଂପ୍ରସାରିତ ଭାଗ ଉଦଘାଟନ ହୋଇଛି । ଏହା ସହିତ, କୋଚି ମେଟ୍ରୋର ଦ୍ୱିତୀୟ ଫେଜ୍ ପାଇଁ ଶିଳାନ୍ୟାସ ମଧ୍ୟ ହୋଇଛି । କୋଚି ମେଟ୍ରୋର ଦ୍ୱିତୀୟ ଫେଜ ଜେ.ଏଲ.ଏନ. ଷ୍ଟାଡିୟମରୁ ଇନଫୋ ପାର୍କ ପର୍ଯ୍ୟନ୍ତ ଯିବ । ଏହି ଏସଇଜେଡ଼୍- କୋଚି ସ୍ମାର୍ଟ ସିଟିକୁ କକ୍କାନାଡ଼ା ସହିତ ମଧ୍ୟ ଯୋଡ଼ିବ। ଅର୍ଥାତ କୋଚି ମେଟ୍ରୋର ଦ୍ୱିତୀୟ ଫେଜ୍, ଆମର ଯୁବକମାନଙ୍କ ପାଇଁ, ବୃତ୍ତିଧାରୀ ବା ପେସାଦାର ମାନଙ୍କ ପାଇଁ, ବହୁତ ବଡ଼ ବରଦାନ ଭାବେ ସାବ୍ୟସ୍ତ ହେବାକୁ ଯାଉଛି ।

କୋଚିରେ ସାରା ଦେଶର ସହରାଂଚଳ ବିକାଶ, ପରିବହନ ବିକାଶକୁ ନୂତନ ଦିଗ ପ୍ରଦାନ କରିବାର ଭଳି କାର୍ଯ୍ୟ ଆରମ୍ଭ ହୋଇଛି । କୋଚିରେ ୟୁନିଫାଏଡ଼୍ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ ଅଥରିଟି, ତାହାକୁ ଲାଗୁ କରାଯାଇଛି । ଏହି ଅଥରିଟି, ପରିବହନର ଯେତେ ମଧ୍ୟ ସାଧନ ରହିଛି, ଯେପରିକି ମେଟ୍ରୋ, ବସ, ୱାଟରୱେ, ସବୁଗୁଡ଼ିକୁ ସମନ୍ୱିତ କରିବାର କାର୍ଯ୍ୟ କରିବ।

ମଲ୍ଟି ମଡେଲ ଯୋଗାଯୋଗର ଏହି ମଡେଲ ଦ୍ୱାରା, କୋଚି ସହରକୁ ସିଧାସଳଖ ତିନୋଟି ଲାଭ ହେବ । ଏହି ସହରର ଲୋକମାନଙ୍କୁ ଯେକୌଣସି ସ୍ଥାନକୁ ଯିବା ଆସିବା କରିବାରେ ଲାଗୁଥିବା ସମୟ ହ୍ରାସ କରିବ, ସଡ଼କରେ ଟ୍ରାଫିକ କମ୍ କରିବ ଏବଂ ସହରର ପ୍ରଦୂଷଣ ମଧ୍ୟ କମ କରିବ। ପର୍ଯ୍ୟାବରଣର ରକ୍ଷା ପାଇଁ ଭାରତ ଯେଉଁ ନେଟ ଜିରୋର ବିରାଟ ସଂକଳ୍ପ ନେଇଛି, ଏହା ସେଥିରେ ମଧ୍ୟ ସାହାଯ୍ୟ କରିବ, ଏହାଦ୍ୱାରା କାର୍ବନ ଫୁଟପ୍ରିଣ୍ଟ କମ ହେବ।

ବିଗତ ଆଠ ବର୍ଷରେ କେନ୍ଦ୍ର ସରକାର ମେଟ୍ରୋକୁ ସହରାଞ୍ଚଳ ପରିବହନର ସବୁଠାରୁ ପ୍ରମୁଖ ସାଧନ କରିବା ପାଇଁ କ୍ରମାଗତ ଭାବେ କାର୍ଯ୍ୟ କରିଛନ୍ତି । କେନ୍ଦ୍ର ସରକାର ମେଟ୍ରୋକୁ ରାଜଧାନୀରୁ ବାହାର କରି ରାଜ୍ୟର ଅନ୍ୟାନ୍ୟ ବଡ଼ ସହରମାନଙ୍କୁ ମଧ୍ୟ ସଂପ୍ରସାରିତ କରିଛନ୍ତି । ଆମ ଦେଶରେ ପ୍ରଥମ ମେଟ୍ରୋ, ପ୍ରାୟତଃ 40 ବର୍ଷ ପୂର୍ବେ ଚାଲିଥିଲା। ଏହା ପରର 30 ବର୍ଷରେ ଦେଶରେ 250 କିଲୋମିଟରରୁ ମଧ୍ୟ କମ୍ ମେଟ୍ରୋ ନେଟୱର୍କ ପ୍ରସ୍ତୁତ ହୋଇ ପାରିଥିଲା । ବିଗତ ଆଠ ବର୍ଷ ମଧ୍ୟରେ ଦେଶରେ ମେଟ୍ରୋର 500 କିଲୋମିଟରରୁ ଅଧିକ ନୂତନ ରୁଟ୍ ପ୍ରସ୍ତୁତ ହୋଇଛି ଆଉ ଏକ ହଜାର କିଲୋମିଟରରୁ ଅଧିକ ନୂତନ ରୁଟ୍ ପ୍ରସ୍ତୁତ ନେଇ କାର୍ଯ୍ୟ ଚାଲୁ ରହିଛି।

ଆମେ ଭାରତୀୟ ରେଳକୁ ସମ୍ପୂର୍ଣ୍ଣ ଭାବେ ପାରଦର୍ଶୀ କରୁଛୁ । ଆଜି ଦେଶରେ ରେଳ ଷ୍ଟେସନଗୁଡ଼ିକୁ ମଧ୍ୟ ବିମାନବନ୍ଦର ଗୁଡ଼ିକ ଭଳି ବିକଶିତ କରାଯାଉଛି । ଆଜି କେରଳକୁ ଯେଉଁ ସବୁ ପ୍ରକଳ୍ପଗୁଡ଼ିକ ଉପହାର ସ୍ୱରୂପ ମିଳିଛି, ସେଥିରେ କେରଳର 3 ବଡ଼ ରେଳ ଷ୍ଟେସନକୁ ପୁନଃବିକଶିତ କରି ସେଗୁଡ଼ିକୁ ଅନ୍ତରାଷ୍ଟ୍ରୀୟ ସ୍ତରର କରିବାର ଯୋଜନା ମଧ୍ୟ ରହିଛି। ଏବେ ଏର୍ଣ୍ଣାକୁଲମ ଜଙ୍କସନ୍ ଏବଂ କୋଲ୍ଲମ ଷ୍ଟେସନରେ ମଧ୍ୟ ଆଧୁନିକ ସୁବିଧା ସବୁର ନିର୍ମାଣ ହେବ।

କେରଳର ରେଳ ଯୋଗାଯୋଗ ଆଜି ଏକ ନୂତନ କୀର୍ତ୍ତୀମାନରେ ପହଂଚିଛି । ତିରୁଅନନ୍ତପୁରମ୍ ଠାରୁ ନେଇ ମେଙ୍ଗାଲୁରୁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରେଳପଥର ଦୋହରୀକରଣ ହୋଇ ସାରିଛି । ଏହା କେରଳର ସାଧାରଣ ଯାତ୍ରୀମାନଙ୍କ ସହିତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମଧ୍ୟ ହେଉଛି ବହୁତ ବଡ଼ ସୁବିଧା। ଏଟ୍ଟୁମନୁର- ଚିଙ୍ଗାୱନମ- କୋଟ୍ଟାୟମ ରେଳପଥର ଦୋହରୀକରଣ ଦ୍ୱାରା ଭଗବାନ ଅୟପ୍ପାଙ୍କ ଦର୍ଶନରେ ବହୁତ ସୁବିଧା ହେବ । ଲକ୍ଷ- ଲକ୍ଷ ଶ୍ରଦ୍ଧାଳୁଙ୍କର ଦୀର୍ଘ ସମୟ ଧରି ଏହି ଦାବୀ ରହି ଆସିଥିଲା, ଯାହା ଏବେ ପୂରଣ ହୋଇଛି । ସବରୀମାଳା ଆସିବା ପାଇଁ ଇଚ୍ଛା କରୁଥିବା ଦେଶ ଏବଂ ବିଶ୍ୱର ଭକ୍ତମାନଙ୍କ ପାଇଁ ଏହା ହେଉଛି ଖୁସିର ଅବସର । କୋଲ୍ଲମ- ପୁନଲୁର ସେକ୍ସନର ବିଜୁଳୀକରଣ ଦ୍ୱାରା ଏହି ସମଗ୍ର କ୍ଷେତ୍ରରେ ପ୍ରଦୂଷଣ ରହିତ, ଦ୍ରୁତ ରେଳ ଯାତ୍ରାର ସୁବିଧା ମିଳି ପାରିବ । ଏହାଦ୍ୱାରା ସ୍ଥାନୀୟ ଲୋକମାନଙ୍କର ସୁବିଧା ସହିତ ଏହି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀର ଆକର୍ଷଣ ମଧ୍ୟ ଆହୁରି ବୃଦ୍ଧି ହେବ। କେରଳରେ ଭିତିଭୂମିର ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଭିନ୍ନ-ଭିନ୍ନ ପ୍ରକଳ୍ପ ଗୁଡ଼ିକ ଉପରେ କାର୍ଯ୍ୟ ଚାଲୁ ରହିଛି । ଏହି ଆଧୁନିକ ଭିତ୍ତିଭୂମି, କେରଳରେ ରୋଜଗାରର ନୂତନ ସୁଯୋଗ ସୃଷ୍ଟି କରିବ, ଚାଷବାସରୁ ନେଇ ଉଦ୍ୟୋଗ ପର୍ଯ୍ୟନ୍ତ, ତାହାକୁ ଉର୍ଜ୍ଜା ପ୍ରଦାନ କରିବ।

କେରଳର ଯୋଗାଯୋଗ ଉପରେ କେନ୍ଦ୍ର ସରକାର ବହୁତ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଆମ ସରକାର କେରଳର ଜୀବନ ରେଖା କୁହାଯାଉଥିବା ଜାତୀୟ ରାଜପଥ- 66 କୁ 6 ଲେନରେ ମଧ୍ୟ ପରିବର୍ତିତ କରୁଛନ୍ତି । ଏହା ଉପରେ 55 ହଜାର କୋଟିରୁ ଅଧିକ ଟଙ୍କାର ଖର୍ଚ୍ଚ କରାଯାଉଛି। ଆଧୁନିକ ଏବଂ ଉନ୍ନତ ଯୋଗାଯୋଗର ସବୁଠାରୁ ଅଧିକ ଲାଭ ପର୍ଯ୍ୟଟନ ଏବଂ ବାଣିଜ୍ୟକୁ ମିଳିଥାଏ । ପର୍ଯ୍ୟଟନ ହେଉଛି ଏଭଳି ଶିଳ୍ପ, ଯେଉଁଥିରେ ଗରିବ ହୁଅନ୍ତୁ, ମଧ୍ୟବିତ ହୁଅନ୍ତୁ, ଗାଁର ହୁଅନ୍ତୁ, ସହରର ହୁଅନ୍ତୁ, ସମସ୍ତେ ଯୋଡ଼ି ହୁଅନ୍ତି, ସମସ୍ତେ ରୋଜଗାର କରନ୍ତି। ସ୍ବାଧୀନତାର ଅମୃତକାଳରେ ପର୍ଯ୍ୟଟନର ବିକାଶ, ଦେଶର ବିକାଶକୁ ବହୁତ ବଡ଼ ସାହାଯ୍ୟ କରିବ।

କେନ୍ଦ୍ର ସରକାର ପର୍ଯ୍ୟଟନ କ୍ଷେତ୍ରରେ ଉଦ୍ୟମୀ ପାଇଁ ମଧ୍ୟ ବହୁତ ପ୍ରୋତ୍ସାହନ ଦେଉଛନ୍ତି । ମୁଦ୍ରା ଯୋଜନା ମାଧ୍ୟମରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଗ୍ୟାରେଣ୍ଟି ବିନା ଉପଲବ୍ଧ ହୋଇ ପାରୁଛି। କେରଳରେ ଏହି ଯୋଜନା ମାଧ୍ୟମରେ 70 ହଜାର କୋଟିରୁ ଅଧିକ ଟଙ୍କାର ସାହାଯ୍ୟ ଲକ୍ଷ- ଲକ୍ଷ ଛୋଟ ଉଦ୍ୟମୀମାନଙ୍କୁ ଦିଆ ଯାଇଛି । ସେଥିମଧ୍ୟରୁ ଅନେକ ହେଉଛନ୍ତି ପର୍ଯ୍ୟଟନ କ୍ଷେତ୍ରର । 

 

ଏହା ହେଉଛି କେରଳର ବିଶେଷତ୍ୱ ଯେ​​, ଏଠାରେ ଥିବା ଲୋକମାନଙ୍କର ବିଶେଷତ୍ୱ ରହିଛି ଯତ୍ନନେବା ଏବଂ ଚିନ୍ତା କରିବା ଏଠାକାର ସମାଜ ଜୀବନର ହେଉଛି ଏକ ଅଂଶ । କିଛି ଦିନ ପୂର୍ବରୁ ମୋତେ ହରିୟାଣାରେ ମା ଅମୃତାନନ୍ଦମୟୀଙ୍କର ଅମୃତା ହସ୍ପିଟାଲର ଉଦଘାଟନ କରିବାର ସୁଯୋଗ ମିଳିଲା । କରୁଣାରେ ଭରପୁର ଅମୃତାନନ୍ଦମୟୀ ଆମ୍ମାଙ୍କ ଆଶୀର୍ବାଦ ପାଇ ମୁଁ ଧନ୍ୟ ହୋଇଗଲି।  ଆଜି କେରଳର ମାଟିରେ ମୁଁ ପୁଣି ଥରେ ତାଙ୍କୁ  କୃତଜ୍ଞତା ଜଣାଉଛି।

ସାଥୀଗଣ, ଆମ ସରକାର ସମସ୍ତଙ୍କ ସହିତ, ସମସ୍ତଙ୍କ ବିକାଶ, ସମସ୍ତଙ୍କ ବିଶ୍ବାସ ଏବଂ ସମସ୍ତଙ୍କ ପ୍ରୟାସ (ସାବକା ସାଥ, ସାବକା ବିକାଶ, ସାବକା ବିଶ୍ୱାସ ଏବଂ ସାବକା ପ୍ରୟାସ)ର ମୂଳ ମନ୍ତ୍ର ଉପରେ କାର୍ଯ୍ୟ କରି ଦେଶର ବିକାଶ ସାଧନ କରୁଛି । ସ୍ବାଧୀନତାର ଏହି ଅମୃତକାଳରେ ଆମେ ସମସ୍ତେ  ମିଳିମିଶି ଏକ ବିକଶିତ ଭାରତର ପଥକୁ ସଶକ୍ତ କରିବା, ଏହି କାମନା ସହିତ, ପୁଣି ଥରେ ଆପଣ ସମସ୍ତଙ୍କୁ ବିକାଶମୂଳକ ପ୍ରକଳ୍ପ ପାଇଁ ଅନେକ ଅନେକ ଅଭିନନ୍ଦନ । ପୁଣି ଥରେ ସମସ୍ତଙ୍କୁ ଓଣମର ଶୁଭକାମନା ।

ବହୁତ- ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
10 Years of UPI: From 18 mln to 219 bln transactions, volumes jump 12,000x

Media Coverage

10 Years of UPI: From 18 mln to 219 bln transactions, volumes jump 12,000x
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends his best wishes to Shri Harivansh upon his nomination to the Rajya Sabha
April 10, 2026

Prime Minister Shri Narendra Modi today extended his heartiest best wishes to Shri Harivansh for his upcoming parliamentary tenure following his nomination to the Rajya Sabha by the Hon'ble President.

The Prime Minister remarked that Shri Harivansh has made an invaluable contribution to both journalism and public life, establishing himself as a respected intellectual and thinker. Shri Modi pointed out that his profound thoughts and insights have significantly enriched the proceedings of the House over the past few years. The Prime Minister expressed his sincere pleasure regarding the nomination, affirming that Shri Harivansh's continued presence will further benefit the parliamentary discourse.

The Prime Minister wrote on X:

"हरिवंश जी ने पत्रकारिता और सार्वजनिक जीवन में अमूल्य योगदान दिया है। वे एक सम्मानित बुद्धिजीवी और विचारक हैं। उन्होंने अपने गहन विचारों और अंतर्दृष्टि से पिछले कुछ वर्षों में सदन की कार्यवाही को समृद्ध किया है। मुझे प्रसन्नता है कि माननीय राष्ट्रपति जी ने उन्हें राज्यसभा के लिए मनोनीत किया है। आगामी संसदीय कार्यकाल के लिए उन्हें मेरी बहुत-बहुत शुभकामनाएं!"