ବିଶିଷ୍ଟ ମାଲାୟାଲି ସାହିତ୍ୟିକଙ୍କ ଏକ ଗୋଷ୍ଠୀ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି କେରଳର ନାମ ପରିବର୍ତ୍ତନ କରି କେରଳମ୍ କରାଯାଇଥିବା ନେଇ କୃତଜ୍ଞତା ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶିଷ୍ଟ ମାଲାୟାଲି ସାହିତ୍ୟିକମାନଙ୍କୁ ସ୍ୱାଗତ କରି ସେ ଅତ୍ୟନ୍ତ ଖୁସି ଏବଂ ଏହି ବାର୍ତ୍ତାଳାପ ଅତ୍ୟନ୍ତ ଅନ୍ତର୍ଦୃଷ୍ଟିସମ୍ପନ୍ନ ଥିଲା। ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଥିଲେ ଯେ, କେରଳମ୍ ଏବଂ ମାଲୟାଲମ ପ୍ରତି ସାହିତ୍ୟିକମାନଙ୍କ ଆବେଗପୂର୍ଣ୍ଣ ପ୍ରତିବଦ୍ଧତାକୁ ଏହି ବୈଠକ ପ୍ରତିଫଳିତ କରିଛି।
ପ୍ରଧାନମନ୍ତ୍ରୀ ଏକ୍ସ ରେ ସେୟାର କରିଛନ୍ତି;
କେରଳର ନାମ ପରିବର୍ତ୍ତନ କରି 'କେରଳମ୍’ ରଖିଥିବାରୁ କୃତଜ୍ଞତା ଜଣାଇବାକୁ ଆସିଥିବା ବିଶିଷ୍ଟ ମାଲାୟାଲି ସାହିତ୍ୟିକଙ୍କ ଏକ ଦଳକୁ ସ୍ୱାଗତ କରି ମୁଁ ଅତ୍ୟନ୍ତ ଖୁସି।
ଏହି ବାର୍ତ୍ତାଳାପ ଅତ୍ୟନ୍ତ ଅନ୍ତର୍ଦୃଷ୍ଟିସମ୍ପନ୍ନ ଥିଲା ଏବଂ ଏହା କେରଳମ୍ ଏବଂ ମାଲାୟାଲମ୍ ପ୍ରତି ସେମାନଙ୍କର ଆବେଗପୂର୍ଣ୍ଣ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।
Very happy to receive a group of eminent Malayali litterateurs who came to express their gratitude for renaming Kerala to Keralam.
— Narendra Modi (@narendramodi) February 27, 2026
The interaction was extremely insightful and it reflected their passionate commitment to Keralam and Malayalam. pic.twitter.com/aAbdFZPTAr
സംസ്ഥാനത്തിൻ്റെ പേര് ‘കേരള’ എന്നതിൽനിന്ന് ‘കേരളം’ എന്ന് പുനർനാമകരണം ചെയ്തതിൽ നന്ദി അറിയിക്കാനെത്തിയ പ്രമുഖ മലയാളി സാഹിത്യകാരന്മാരുടെ സംഘത്തിന് ആതിഥ്യമരുളാൻ കഴിഞ്ഞതിൽ ഏറെ സന്തോഷമുണ്ട്.
— Narendra Modi (@narendramodi) February 27, 2026
അവരുമായുള്ള ആശയവിനിമയം അങ്ങേയറ്റം ഉൾക്കാഴ്ചയുള്ളതായിരുന്നു; കേരളത്തോടും മലയാളത്തോടുമുള്ള… pic.twitter.com/oVc4xahiZW


