1980ରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଖ୍ୟାତି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘରେ ବୃଦ୍ଧିପାଇବା ଓ 1990ର ପ୍ରାରମ୍ଭରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେବାର ସମୟ ସ୍ୱାଧୀନ ଭାରତର ଏକ କଠିନ ସମୟ ସହ ମେଳ ଖାଇଯାଉଥିଲା । ଭାରତବ୍ୟାପୀ ଏହି ସମୟରେ ସଂଘର୍ଷ ଚାଲିଥିଲା ଏବଂ କେନ୍ଦ୍ର ଏହି ବିଭେଦକୁ ଦେଖିପାରୁଥିଲେ ମଧ୍ୟ ନିରୁପାୟ ହୋଇ ଚାହିଁରହିଥିଲା । ପଞ୍ଜାବ ଓ ଆସାମରେ ଏହି ସଙ୍ଘର୍ଷ ଥିଲା ବ୍ୟାପକ । ଏହାଫଳରେ ମାତୃଭୂମିର ସଂହତି ଓ ସାର୍ବଭୌମତ୍ୱ ସଙ୍କଟରେ ପଡିଥିଲା । ଦେଶଭିତରେ ମଧ୍ୟ ବିଭେଦର ରାଜନୀତି ବ୍ୟାପକ ହେଉଥିଲା । ଗୁଜୁରାଟର ଘରୋଇ ଶବ୍ଦକୋଷରେ କର୍ଫ୍ୟୁ ଏକ ସାଧାରଣ ଶବ୍ଦରେ ପରିଣତ ହୋଇଥିଲା । ଭୋଟବ୍ୟାଙ୍କ ରାଜନୀତି ପାଇଁ ଭାଇ-ଭାଇ ମଧ୍ୟରେ ଓ ସମ୍ପ୍ରଦାୟ-ସମ୍ପ୍ରଦାୟ ମଧ୍ୟରେ ଲଢ଼େଇ ଲାଗିଥିଲା ।

ଏସବୁ ବିରୋଧରେ ତଥା ସର୍ଦ୍ଦାର ପଟେଲଙ୍କ ଦୁରଦୃଷ୍ଟିକୁ ଆଖିଆଗରେ ରଖି ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବାକ୍ ସ୍ୱାଧୀନତାର ସଂକଳ୍ପବଦ୍ଧତାକୁ ନେଇ ଆଗକୁ ବାହାରିଥିଲେ ଶ୍ରୀ ନରେନ୍ଦ୍ର ମୋଦୀ । ଜାତୀୟ ଅନ୍ଧକାରାଛନ୍ନ ପରିସ୍ଥିତି ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦେଶାତ୍ମବୋଧକୁ ଜାଗ୍ରତ କରିଥିଲା । ଏହି ଆଦର୍ଶବାଦର ଯୁଦ୍ଧରେ ସେ ଆରଏସଏସ ଓ ବିଜେପି ପାଇଁ ନିଜର ସର୍ବୋତ୍ତମ ଶକ୍ତି ଖଟାଇ କଠିନ ପରିଶ୍ରମ କରିଥିଲେ । ଅତି ଛୋଟବେଳରୁ ସେ ନିଜକୁ କେବଳ ଜଣେ ଉତ୍ସର୍ଗୀକୃତ କର୍ମୀ ଭାବେ ନୁହେଁ ବରଂ ଜଣେ ଦକ୍ଷ ସଂଗଠକ ଭାବେ ମଧ୍ୟ ପ୍ରତିଷ୍ଠିତ କରିପାରିଥିଲେ । ତେଣୁ ଅସ୍ୱସ୍ତିକର ପରିସ୍ଥିତିକୁ ସେ ଦୃଢ଼ତାର ସହ ସମ୍ମୁଖୀନ ହେବା ସ୍ୱାଭାବିକ ଥିଲା ।

ଅହମଦାବାଦରେ ଏକତା ଯାତ୍ରା ବେଳେ ଶ୍ରୀ ନରେନ୍ଦ୍ର ମୋଦୀ 

1980 ଶେଷ ବେଳକୁ ଭୁସ୍ୱର୍ଗ ଭାବେ ଜଣାଶୁଣା ଦେଶର ଉତ୍ତର ପ୍ରାନ୍ତରେ ଥିବା ରାଜ୍ୟ ଜାମ୍ମୁ-କାଶ୍ମୀର ଏକପ୍ରକାର ବଡ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଯାଇଥିଲା । କେନ୍ଦ୍ରର ସୁବିଧାବାଦୀ ରାଜନୀତି ସହିତ 1987 ରାଜ୍ୟ ନିର୍ବାଚନ ଗୁଡ଼ିକରେ ଗଣତନ୍ତ୍ରର ଖୋଲାଖୋଲି ଉଲ୍ଲଙ୍ଘନ ହେବା ପରେ ଜାମ୍ମୁକାଶ୍ମୀରରେ ଭାରତ ବିରୋଧି କାର୍ଯ୍ୟକଳାପ ବୃଦ୍ଧିପାଇବାରେ ଲାଗିଲା । ଯେଉଁ ଉପତ୍ୟାକାକୁ ଏକଦା ବିଶ୍ୱର ଏକ ସୁନ୍ଦରତମ ସ୍ଥାନ କୁହାଯାଉଥିଲା, ତାହା ଦୃତବେଗରେ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହେଉଥିଲା । ରାସ୍ତାରେ ରକ୍ତର ସୁଅ ଛୁଟିଥିଲା । ଘଟଣା ଏପରି ସ୍ଥରକୁ ଚାଲିଗଲା ଯେ ଏପରିକି କାଶ୍ମୀରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ମଧ୍ୟ ନିଷିଦ୍ଧ ହୋଇଗଲା । ଏସବୁ ଦୂର କରିବା ନେଇ କାର୍ଯ୍ୟପନ୍ଥା ଗ୍ରହଣ କରିବା ପରିବର୍ତ୍ତେ, କେନ୍ଦ୍ର ଅସହାୟ ଭାବେ ଘଟଣାବଳୀକୁ ଖାଲି କେବଳ ଦୃଷ୍ଟିପାତ କରୁଥିଲା ।

1989 ମସିହାରେ କେନ୍ଦ୍ର ଗୃହମନ୍ତ୍ରୀ ମୁଫ୍ତି ମହମ୍ମଦ ସୟଦଙ୍କ ଝିଅ ରୁବେୟା ସଇଦଙ୍କୁ କେତେଜଣ ଜାତୀୟତା ବିରୋଧି ବ୍ୟକ୍ତି ଅପହରଣ କରିନେଲେ । ମାତ୍ର ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ, ନୂଆଦିଲ୍ଲୀରେ ଅବସ୍ଥାପିତ ସରକାର ଶସ୍ତାବାଟ ବାଛିନେଇ ଭାରତ ବିରୋଧି ମନ୍ତବ୍ୟ ଦେଉଥିବା କେତେଜଣ ଜଣାଶୁଣା ଚରମପନ୍ଥୀଙ୍କୁ ତୁରନ୍ତ ଛାଡିଦେଇଥିଲା । ଏହାଫଳରେ ଜାତୀୟତା ବିଦ୍ୱେଷୀ ଏହି ଗୋଷ୍ଠୀଗୁଡ଼ିକୁ ଖୋଲା ଛାଡି ଦିଆଯାଇଥିଲା ।

ଏହିପରି ଯୋଜନାବଦ୍ଧ ଭାବେ ଭାରତୀୟ ସାର୍ବଭୌମତ୍ୱର ଗୁରୁତ୍ୱକୁ ହ୍ରାସ କରାଯିବାକୁ ବିଜେପି ଏକ ନୀରବ ଦର୍ଶକ ଭଳି ଦେଖିପାରିଲା ନାହିଁ । କାଶ୍ମୀର ଗସ୍ତ ସମୟରେ ଶ୍ରୀ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଜୀବନ ଦେବାକୁ ପଡିଥିଲା । ଏହାର ଏକ ଦଶନ୍ଧିପରେ ଜାତୀୟ ଏକତା ସମ୍ବନ୍ଧରେ ସ୍ୱର ଉତ୍ତୋଳିତ କରିବାର ଦାୟିତ୍ୱ ପଡିଲା ବିଜେପି ଉପରେ । ଏପରି ଅପ୍ରତ୍ୟାଶିତ ପରିସ୍ଥିତିକୁ ସାମନା କରିବାକୁ ଯାଇ, ତତ୍କାଳୀନ ଦଳୀୟ ସଭାପତି ଡଃ ମୁରଲୀ ମନହୋର ଯୋଶୀ ଜାତୀୟ ଏକତାକୁ ଦୃଢ଼ କରିବା ପାଇଁ ‘ଏକତାଯାତ୍ରା’ର ଆରମ୍ଭ କଲେ । ଏହି ଯାତ୍ରା ସ୍ୱାମୀ ବିବେକାନନ୍ଦ ଜୀବନର ଉଦେ୍ଦଶ୍ୟ ବୁଝିପାରିଥିବା ସ୍ଥାନ କନ୍ୟାକୁମାରିରୁ ଆରମ୍ଭ ହୋଇ ଶ୍ରୀନଗରର ଲାଲଚୌକଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇ ଶେଷ କରାଯିବା ପାଇଁ ସ୍ଥିର କରାଗଲା ।

ଶ୍ରୀ ନରେନ୍ଦ୍ର ମୋଦୀଙ୍କର ସୁପ୍ରତିଷ୍ଠିତ ସାଙ୍ଗଠନିକ ଦକ୍ଷତାକୁ ବିଚାରକୁ ନିଆଯାଇ ଯାତ୍ରାର ପ୍ରସ୍ତୁତି ଭାର ତାଙ୍କ କାନ୍ଧରେ ନ୍ୟସ୍ତ କରାଗଲା । ଏହି ଦାୟିତ୍ୱବୋଧକୁ ତାଙ୍କ ମାନସିକ ଶକ୍ତି, ସାଙ୍ଗଠନିକ ଦକ୍ଷତା ଓ ଶ୍ରମଝାଳ ଦେଇ ଖୁବଶୀଘ୍ର ସେ ସଫଳତାର ସହ ପୂରଣ କରିଥିଲେ । ଅନେକ ବିପଦକୁ ଦୂର କରି ଖୁବକମ ସମୟ ମଧ୍ୟରେ ସେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲେ । ସେ ଏହି ଯାତ୍ରା ସମୟରେ ନିର୍ଭୟରେ ସବୁ ସ୍ଥାନକୁ ଯାଉଥିଲେ ଓ ଦଳର କର୍ମକର୍ତ୍ତାଙ୍କୁ ଭେଟୁଥିଲେ ।

ସେ ଦଳୀୟ କର୍ମକର୍ତ୍ତାଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ମଧ୍ୟରେ ଦେଶାତ୍ମବୋଧର ଭାବନା ସୃଷ୍ଟିକରିଥିଲେ । ଏହିପରି ଭାବେ ସେ ଯାତ୍ରାର ସଫଳତା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ । ଏହି ପ୍ରକ୍ରିୟା ମାଧ୍ୟମରେ ସେ ନିଜକୁ କେବଳ ଏକ ଦୃଢ଼ ସଙ୍ଗଠକ ଭାବେ ପ୍ରମାଣିତ କରିନଥିଲେ, ବରଂ ଯେକୌଣସି ପରିସ୍ଥିତିରେ ଦୃତଗତିରେ କାର୍ଯ୍ୟ ସମ୍ପନ୍ନ କରିବାରେ ସକ୍ଷମ ବୋଲି ଦେଖାଇଦେଇଥିଲେ । ନିଶ୍ଚିତ୍ତ ଭାବେ ଏହା ସାଧାରଣ ଜୀବନରେ ଏକ ବିରଳ କର୍ତ୍ତୁତ୍ୱ । ପ୍ରତିକୂଳ ପରିସ୍ଥିତିରେ ଦୃତ ନିଷ୍ପତ୍ତି ଗ୍ରହଣ କରିବାରେ ପାରଙ୍ଗମ ବୋଲି ମୋଦୀ ନିଜକୁ ପ୍ରମାଣିତ କଲେ । ତାଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାର ସାମର୍ଥ୍ୟ ତାଙ୍କ ପାଖରେ ରହିଥିବାର ମଧ୍ୟ ସେ ପ୍ରମାଣିତ କରିଥିଲେ ।

ଏକତା ଯାତ୍ରା ବେଳେ ଶ୍ରୀ ନରେନ୍ଦ୍ର ମୋଦୀ 

1991 ଡିସେମ୍ବର 11ରେ ଏକତାଯାତ୍ରା ଆରମ୍ଭ ହୋଇଥିଲା । ଏହି ଦିନ ମଧ୍ୟ ଥିଲା ସୁବ୍ରମଣ୍ୟ ଭାରତୀଙ୍କ ଜନ୍ମବାର୍ଷିକ ଓ ଗୁରୁ ତେଗବାହାଦୁରଙ୍କ ‘ବଳିଦାନ ଦିବସ’ । ବିଭେଦ ତଥା ହିଂସାତ୍ମକ ରାଜନୀତିକୁ ବନ୍ଦ କରି କାଶ୍ମୀରରେ ସନ୍ତ୍ରାସବାଦର ସଙ୍କଟକୁ ଦୂର କରିବା ପାଇଁ ଦେଶବ୍ୟାପୀ ବ୍ୟାପକ ମତପ୍ରକାଶ ପାଇଥିଲା ।

ଶ୍ରୀ ମୋଦୀ ଯୁଆଡେ ଗଲେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବାର୍ତ୍ତାକୁ ପ୍ରତିଧ୍ୱନୀତ କରି କହିଲେ- ଦେଶର ଏକତା ସବୁକିଛିର ଉଦ୍ଧ୍ୱର୍ରେ ଏବଂ ସମାଜର ଭିନ୍ନଭିନ୍ନ ସ୍ତର ପାଇଁ ଭିନ୍ନଭିନ୍ନ ନିୟମ ଓ ମାପକାଠିରେ ସେ ବିଶ୍ୱାସ କରନ୍ତି ନାହିଁ ।

ଜାତୀୟତା ବିରୋଧି ଗୋଷ୍ଠୀମାନଙ୍କୁ ସମୁଚିତ ଜବାବ ଦେବା ଥିଲା ସମୟର ଆହ୍ୱାନ ଏବଂ ଏଥିପାଇଁ ଯେତବେଳେ ସଠିକ ସମୟ ଉପନୀତ ହେଲା, ସେତବେଳେ ମୋଦୀ ଆଗୁଆ ହୋଇ ଏହାର ନେତୃତ୍ୱ ନେଲେ । ଯେଉଁଠାକୁ ଗଲେ ସେଠାରେ ଏକତାଯାତ୍ରାକୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ମିଳିଲା । ଡଃ ଯୋଶୀ ଏକ ଜାତୀୟ ପୁନର୍ଜନ୍ମର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କଲେ ଓ ଏହାକୁ ଭାରତର ଜନସାଧାରଣ ଗ୍ରହଣ କଲେ ।

ଦିଲ୍ଲୀରେ ଅବସ୍ଥାପିତ ଅନ୍ଧ କଂଗ୍ରେସ ସରକାରର ଆଖି ଖୋଲିଦେଲା ଭଳି ‘ଏକତାଯାତ୍ରା’ଠାରୁ ବଡ ଘଟଣା ଆଉ କିଛି ନଥିଲା । କହିବା ବାହୁଲ୍ୟ ଯେ ଏହି ଯାତ୍ରାର ସଫଳତା ହିଁ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ମାଇଲଖୁଣ୍ଟ ଥିଲା । ଯାତ୍ରାର ପ୍ରଗତି ସହିତ ନରେନ୍ଦ୍ର ମୋଦୀଙ୍କ ସାଙ୍ଗଠନିକ ଦକ୍ଷତା ମୂଲ୍ୟବାନ ସାବ୍ୟସ୍ତ ହୋଇଥିଲା । ଛଦ୍ମ ଧର୍ମନିରପେକ୍ଷତାବାଦ ଓ ଭୋଟବ୍ୟାଙ୍କ ରାଜନୀତିକୁ ଶେଷ କରିବା ପାଇଁ ଶ୍ରୀ ମୋଦୀ ନିଜେ ଜନସାଧାରଣଙ୍କୁ ପ୍ରେରିତ କରିଥିଲେ । 1992 ଜାନୁଆରୀ 26 ତାରିଖରେ ଶ୍ରୀ ନଗରରେ ଯେତବେଳେ ତ୍ରିରଙ୍ଗା ପତାକା ଫରଫର ହୋଇ ଉଡିଲା, ମୋଦୀ ଭାବପ୍ରବଣ ହୋଇ ଆନନ୍ଦର ସହିତ ତାହାକୁ ଦେଖିଥିଲେ । ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଏହି ବିରଳ ଜାତୀୟ ଲକ୍ଷ୍ୟ ସଫଳତାର ସହିତ ସାଧିତ ହେବା ମୋଦୀଙ୍କ ସାମର୍ଥ୍ୟ ପ୍ରତି ଏକ ସମ୍ମାନ ଓ କୃତଜ୍ଞତା ଥିଲା । ମୋଦୀ ଅତ୍ୟନ୍ତ ସାହସ, ଦକ୍ଷତା ଓ ଦୂରଦୃଷ୍ଟିର ସହିତ ଜାତୀୟତା ବିରୋଧି ଗୋଷ୍ଠୀମାନଙ୍କୁ ସଠିକ ଜବାବ ଦେଇଥିଲେ ଏବଂ ଭାରତମାତାର ଶକ୍ତି ଆଉଥରେ ଭାରତ ବିରୋଧି ଗୋଷ୍ଠୀମାନଙ୍କର ନିର୍ବୋଧତାକୁ ଧ୍ୱଂସ କରିଦେଇଥିଲା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
AI will augment, create new jobs in India: World Bank

Media Coverage

AI will augment, create new jobs in India: World Bank
NM on the go

Nm on the go

Always be the first to hear from the PM. Get the App Now!
...
ଏକ ସରଳ ପଦଯାତ୍ରା ଯାହା କାର୍ଯ୍ୟକର୍ତ୍ତାଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗଭୀର ସମ୍ମାନକୁ ପ୍ରକାଶ କରିଥିଲା :ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଜୀ ମନେ ପକାଇଲେ
January 21, 2026

During the National Executive meeting of the Bharatiya Janata Party in Patna, an incident left a lasting impression on the now BJP President Shri Nitin Nabin Ji and offered a quiet yet powerful lesson in leadership.

Senior leaders from across the country were arriving in Patna for a major rally. Nitin Nabin Ji was part of the team responsible for receiving leaders at the airport and escorting them according to protocol. As leaders arrived, they followed the standard process and proceeded directly to their vehicles.

When PM Modi arrived, he was welcomed and requested to move towards the car. Before doing so, he paused and asked whether the karyakartas were waiting outside. On being informed that many karyakartas were standing there, he immediately said that he would like to meet them first.

Instead of sitting in the vehicle, the PM chose to walk on foot. As the car followed behind, he personally greeted the workers, accepted garlands with his own hands, folded his hands in respect and acknowledged each karyakarta present. Only after meeting everyone did he proceed to his vehicle and depart.

Though the conference itself was brief, the gesture left a deep and lasting impact. PM Modi could have easily remained in the car and waved, but he chose to walk alongside the workers and personally honour them. This moment reflected his sensitivity and his belief that every worker, regardless of position, deserves respect.

Nitin Nabin Ji explains that this incident taught him the true meaning of leadership. For Narendra Modi Ji, leadership is rooted in humility, emotional connection and constant engagement with the grassroots. Respect for workers and open communication are not symbolic acts, but core values of all the karyakartas, leaders and the entire Party.

This ethos, where karyakartas are treated with dignity and warmth, defines the BJP’s organisational culture. It is this tradition that strengthens the Party’s roots and prepares ordinary people to shoulder national responsibilities.