ମଲ୍ଲିକାର୍ଜୁନ ରେଡ୍ଡୀ ଚାଷ କରିବା ପୂର୍ବରୁ ଏକ ସଫ୍ଟୱେର କମ୍ପାନୀରେ କାମ କରୁଥିଲେ
ଆପଣ ହେଉଛନ୍ତି କୃଷି କ୍ଷେତ୍ରରେ ସମ୍ଭାବନାର ଏକ ଦୃଢ଼ ଉଦାହରଣ : ପ୍ରଧାନମନ୍ତ୍ରୀ

୧୮ ଜାନୁଆରୀ ୨୦୨୪ , ଅପରାହ୍ନ ୩:୪୩ , ପିଆଇବି , ଦିଲ୍ଲୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କର ପ୍ରଥମେ ତେଲେଙ୍ଗାନାର କରିମନଗରର ଶ୍ରୀ ଏମ୍‌. ମଲ୍ଲିକାର୍ଜୁନ ରେଡ୍ଡୀଙ୍କ ସହ କଥାବାର୍ତ୍ତା କରିଥିଲେ, ଯିଏ ହେଉଛନ୍ତି ପଶୁପାଳନ ଏବଂ ଉଦ୍ୟାନ କୃଷି ସହିତ ଜଡିତ ଜଣେ କୃଷକ । ଶ୍ରୀ ରେଡ୍ଡୀ ବିଟେକ୍ ସ୍ନାତକ ଏବଂ ଏକ ସଫ୍ଟୱେର କମ୍ପାନୀର ପୂର୍ବତନ କର୍ମଚାରୀ । ନିଜ ଯାତ୍ରା ବିଷୟରେ ବର୍ଣ୍ଣନା କରି ଶ୍ରୀ ରେଡ୍ଡୀ କହିଛନ୍ତି ଯେ ଶିକ୍ଷା ତାଙ୍କୁ ଜଣେ ଉତ୍ତମ କୃଷକ ହେବାରେ ସାହାଯ୍ୟ କରିଛି । ସେ ଏକ ସମନ୍ୱିତ ବ୍ୟବସ୍ଥା ଅନୁସରଣ କରୁଛନ୍ତି , ଯେଉଁଠାରେ ସେ ପଶୁପାଳନ, ଉଦ୍ୟାନ କୃଷି ଏବଂ ପ୍ରାକୃତିକ ଚାଷ କରୁଛନ୍ତି । ଏହି ପଦ୍ଧତିର ମୁଖ୍ୟ ଫାଇଦା ହେଉଛି ତାଙ୍କ ପାଇଁ ନିୟମିତ ଦୈନନ୍ଦିନ ରୋଜଗାର । ସେ ଔଷଧୀୟ ଚାଷ ମଧ୍ୟ କରୁଛନ୍ତି ଏବଂ ପାଞ୍ଚଟି ଉତ୍ସରୁ ରୋଜଗାର କରୁଛନ୍ତି । ସମନ୍ୱିତ ପଦ୍ଧତିରେ ସେ ଏବେ ପାରମ୍ପରିକ ମନୋ ପଦ୍ଧତିରେ ୬ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ସେ ବାର୍ଷିକ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି , ଯାହା କି ତାଙ୍କ ପୂର୍ବ ଆୟର ଦୁଇ ଗୁଣ ଅଟେ ।

ଶ୍ରୀ ରେଡ୍ଡୀଙ୍କୁ ଆଇସିଏଆର ସମେତ ଅନେକ ସଂଗଠନ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କିୟା ନାଇଡୁ ମଧ୍ୟ ପୁରସ୍କୃତ କରିଛନ୍ତି । ସେ ସମନ୍ୱିତ ଏବଂ ପ୍ରାକୃତିକ ଚାଷର ପ୍ରଚାର ପ୍ରସାର କରିବା ସହ ଆଖପାଖ ଅଞ୍ଚଳର କୃଷକ ମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି । ସେ କିଷାନ କ୍ରେଡିଟ୍ କାର୍ଡ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ଡ୍ରିପ୍ ଜଳସେଚନ  ରିହାତିି ଏବଂ ଫସଲ ବୀମାର ଲାଭ ଉଠାଇଥିଲେ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସୁଧ ରିହାତି ପ୍ରଦାନ କରୁଥିବାରୁ କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ନିଆଯାଇଥିବା ଋଣ ଉପରେ ତାଙ୍କର ସୁଧ ହାର ଯାଞ୍ଚ କରିବାକୁ ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ ।

ଛାତ୍ରଛାତ୍ରୀଙ୍କୁ ଭେଟି ଶିକ୍ଷିତ ଯୁବକଯୁବତୀ ମାନଙ୍କୁ କୃଷି କ୍ଷେତ୍ରରେ ପ୍ରବେଶ ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଦୁଇ ଝିଅଙ୍କ ସହ ମଧ୍ୟ କଥା ବାର୍ତ୍ତା କରିଥିଲେ । ଶିକ୍ଷିତ ଯୁବକଯୁବତୀମାନେ କୃଷି କାର୍ଯ୍ୟରେ ନିୟୋଜିତ ଥିବାରୁ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ "ଆପଣମାନେ କୃଷି କ୍ଷେତ୍ରରେ ସମ୍ଭାବନାର ଏକ ଦୃଢ଼ ଉଦାହରଣ" ଏବଂ ଚାଷ ପ୍ରତି ତାଙ୍କର ସମନ୍ୱିତ ଆଭିମୁଖ୍ୟକୁ ପ୍ରଶଂସା କରି ସେ ମତ ଦେଇଥିଲେ ଯେ , ତାଙ୍କ କାର୍ଯ୍ୟ ଅନ୍ୟ କୃଷକ ମାନଙ୍କୁ ପ୍ରେରଣା ଯୋଗାଇବ । ଏହି ଉଦ୍ୟୋଗୀଙ୍କୁ ତାଙ୍କ ତ୍ୟାଗ ଏବଂ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ରେଡ୍ଡୀଙ୍କ ପତ୍ନୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 02, 2026
August 02, 2026

Youth. Manufacturing. Digital Trust. The Three Engines Powering New Bharat Under PM Modi