A delegation of Japan-India Parliamentarians’ Friendship League meets PM Modi
Japanese delegation condemns the cross-border terror attack in Uri, Jammu and Kashmir
Japanese delegation welcomes PM Modi’s call for greater international cooperation against the global menace of terrorism

ଜାପାନ-ଭାରତ ସାଂସଦ ମୈତ୍ରୀ ଲିଗର ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଳୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ମିଷ୍ଟର ହିରୋୟୁକି ହୋସଡାଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ମିଷ୍ଟର କାଛୁୟା ୱାକାଡା, ମଶାହାରେ ନାକାଗାୱା, ମିଷ୍ଟର ନାୱକାଜୁ ତାକେମୋତ ଏବଂ ମିଷ୍ଟର ୟୁସିଆକି ୱାଡା ସାମିଲ ହୋଇଥିଲେ ।

ଏହି ପ୍ରତିନିଧି ଦଳ ଜାମ୍ମୁ-କାଶ୍ମୀରର ଉରିଠାରେ ସେପ୍ଟେମ୍ବର 18 ତାରିଖରେ ଘଟିଥିବା ସୀମାପାର ଆତଙ୍କବାଦ ଆକ୍ରମଣରେ ମୃତ ସୈନିକଙ୍କ ପ୍ରତି ଶୋକ ଓ ସମବେଦନା ପ୍ରକଟ କରିଥିଲେ ।

ଆତଙ୍କବାଦ ବିରୋଧରେ ଆନ୍ତର୍ଜାତିକ ସହଯୋଗ ଏବଂ ରାଷ୍ଟ୍ର ସମର୍ଥିତ ଆତଙ୍କବାଦକୁ ଏକଘରିକିଆ କରିବା ଲାଗି ବୈଶ୍ୱିକସ୍ତରରେ ସମ୍ମିଳିତ ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଜାପାନ-ଭାରତ ସାଂସଦ ମୈତ୍ରୀ ଲିଗ୍ ସ୍ୱାଗତ ଓ ସମର୍ଥନ କରିଥିଲେ ।

ପ୍ରଧାନମନ୍ତ୍ରୀ 2014ରେ ତାଙ୍କର ସଫଳ ଜାପାନ ଗସ୍ତକୁ ଏହି ଅବସରରେ ସ୍ମରଣ କରିଥିଲେ । ସେ ଟୋକିଓଠାରେ ଜାପାନ-ଭାରତ ସାଂସଦ ମୈତ୍ରୀ ଲିଗର ସଦସ୍ୟମାନଙ୍କୁ ଭେଟି ଆଲୋଚନା କରିଥିବା ବିଷୟକୁ ମଧ୍ୟ ମନେ ପକାଇଥିଲେ । ଭବିଷ୍ୟତ ପାଇଁ ଏକ ସୁଦୃଢ଼ ଓ ବହୁମୂଖୀ ସହଭାଗୀତାର ପୁନାଦି ପ୍ରତିଷ୍ଠା କ୍ଷେତ୍ରରେ ଭାରତ-ଜାପାନର ମିଳିତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।

ଭାରତ ସହ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଜାପାନର ସବୁ ଦଳର ପୂର୍ଣ୍ଣ ସହମତି ରହିଛି । ବିଶେଷକରି ଉଚ୍ଚ ପ୍ରଯୁକ୍ତି କୌଶଳ କ୍ଷେତ୍ରରେ ସହଯୋଗ, ଦୃତଗାମୀ ରେଳ ସେବା ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀତାକୁ ଜାପାନ-ଭାରତ ସାଂସଦ ମୈତ୍ରୀ ଲିଗ ସ୍ୱାଗତ କରିଛନ୍ତି ।

ଆମ ଦୁଇ ଦେଶର ସମ୍ବନ୍ଧକୁ ପ୍ରଗାଢ଼ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ 2015 ଭାରତ ଗସ୍ତ ଐତିହାସିକ ସମ୍ପର୍କର ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ନିକଟ ଭବିଷ୍ୟତରେ ସେ ତାଙ୍କର ଜାପାନ ଗସ୍ତକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride