Eight-member delegation of British Parliamentarians meets PM Modi
The relations between India and UK have strong bipartisan support in both countries: PM
India and UK are natural partners in the global fight against terrorism: PM

ବ୍ରିଟିଶ ସଂସଦର ଏକ 8 ଜଣିଆ ସଂସଦୀୟ ପ୍ରତିନିଧି ଗୋଷ୍ଠୀ ଆଜି (ମଙ୍ଗଳବାର) ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଓ ବ୍ରିଟେନ ମଧ୍ୟରେ ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କକୁ ଉଭୟ ଦେଶରେ ଶାସକ ଓ ବିରୋଧୀ ଦଳ ଦୃଢ଼ ସମର୍ଥନ ଦେଇ ଆସିଛନ୍ତି । ଏହି ସମ୍ପର୍କକୁ ଆହୁରି ମଜବୁତ କରିବା ନିମନ୍ତେ ଦୁଇ ଦେଶର ସାଂସଦମାନଙ୍କ ମଧ୍ୟରେ ଅଧିକ ମତ ଓ ଭାବ ବିନିମୟର ଆବଶ୍ୟକତା ରହିଛି ।

ରଧାନମନ୍ତ୍ରୀ ନଭେମ୍ବର 2015ରେ ତାଙ୍କର ବ୍ରିଟେନ ଗସ୍ତ ଏବଂ ନଭେମ୍ବର 2016ରେ ବ୍ରିଟେନ ପ୍ରଧାନମନ୍ତ୍ରୀ ତେରେସା ମେ’ଙ୍କ ଭାରତ ଗସ୍ତକୁ ଆଲୋଚନା କାଳରେ ସ୍ମରଣ କରିଥିଲେ । ଚଳିତ 2017କୁ ଭାରତ-ବ୍ରିଟେନ ସଂସ୍କୃତି ବର୍ଷ ଭାବେ ପାଳନ କରୁଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଓ ବ୍ରିଟେନ ଆତଙ୍କବାଦ ବିରୋଧୀ ଲଢ଼େଇରେ ସ୍ୱାଭାବିକ ଭାଗୀଦାର ହୋଇଛନ୍ତି । ମୌଳବାଦ, ଉଗ୍ରବାଦ ଏବଂ ଆତଙ୍କବାଦ ବିରୋଧରେ ଉଭୟ ଦେଶର ସାଂସଦମାନେ ସମାନ ଭାବେ ଏବଂ ଏକଜୁଟ୍ ହୋଇ ସ୍ୱର ଉତ୍ତୋଳନ କରିବାକୁ ସେ ଆହ୍ୱାନ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour