A 30 member delegation of All Jammu and Kashmir Panchayat Conference meets PM Modi
J&K delegation briefs PM Modi on development issues concerning the State
Growth and development of Jammu and Kashmir is high on agenda for Central Govt: PM Modi
'Vikas’ and ‘Vishwas’ will remain the cornerstones of the Centre's development initiatives for J&K: PM Modi

ଅଖିଳ ଜାମ୍ମୁ-କାଶ୍ମୀର ପଞ୍ଚାୟତ କନଫେରେନ୍ସର ଏକ ପ୍ରତିନିଧିମଣ୍ଡଳୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀସ୍ଥିତ ୭, ଲୋକ କଲ୍ୟାଣ ମାର୍ଗଠାରେ ସାକ୍ଷାତ କରିଛନ୍ତି ।

ଅଖିଳ ଜାମ୍ମୁ-କାଶ୍ମୀର ପଞ୍ଚାୟତ କନଫେରେନ୍ସ ରାଜ୍ୟର ପଞ୍ଚାୟତ ସଂଗଠନର ସର୍ବବୃହତ ସଂସ୍ଥା । ରାଜ୍ୟର ୪୦୦୦ ଗ୍ରାମ ପଞ୍ଚାୟତକୁ ଏହା ପ୍ରତିନିଧିତ୍ଵ କରେ ଏବଂ ଏଥିରେ ୪୦୦୦ ସରପଞ୍ଚ ଏବଂ ୨୯୦୦୦ ପଞ୍ଚ ସଦସ୍ୟ ରହିଛନ୍ତି । କନଫେରେନ୍ସ ଅଧ୍ୟକ୍ଷ ଶ୍ରୀ ସଫିକ ମୀର ଏହି ପ୍ରତିନିଧି ମଣ୍ଡଳୀର ନେତୃତ୍ଵ ନେଇଥିଲେ ।

ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଏହି ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ରାଜ୍ୟର ପଞ୍ଚାୟତ ସଂଗଠନଗୁଡିକୁ ଦେଶର ଅନ୍ୟ ରାଜ୍ୟମାନଙ୍କ ଭଳି ସଶକ୍ତ କରାଯାଇନଥିବାରୁ ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ସହାୟତାର ସୁଫଳ ଗ୍ରାମମାନଙ୍କରେ ପହଞ୍ଚି ପାରୁନାହିଁ ବୋଲି ଏହି ପ୍ରତିନିଧିମାନେ କହିଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସମ୍ମିଧାନର ୭୩ ତମ ଏବଂ ୭୪ ତମ ସଂଶୋଧନ – ଯାହାକି ପଞ୍ଚାୟତ ସଂସ୍ଥା ପରିପ୍ରେକ୍ଷୀରେ ଗୃହୀତ ତାହାର ପରିସରକୁ ଜାମ୍ମୁ-କାଶ୍ମୀରକୁ ସଂପ୍ରସାରଣ କରିବା ନିମନ୍ତେ ସେମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ଯଥାଶୀଘ୍ର ରାଜ୍ୟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ କରାଇବା ସକାଶେ ସେମାନେ ନିବେଦନ କରିଥିଲେ । ୨୦୧୧ ନିର୍ବାଚନରେ ରାଜ୍ୟବାସୀ ବେଶ ଆଗ୍ରହ ପ୍ରକଟ କରିଥିବା ଏବଂ ଉତ୍ସାହର ସହ ଅଂଶଗ୍ରହଣ କରିଥିବା ସେମାନେ କହିଥିଲେ । ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ୭୩ ଏବଂ ୭୪ ତମ ସମ୍ମିଧାନ ସଂଶୋଧନର ବ୍ୟବସ୍ଥା ଜାମ୍ମୁ-କାଶ୍ମୀରକୁ ସଂପ୍ରସାରଣ କରାଗଲେ ତାହା ପଞ୍ଚାୟତ ସଂସ୍ଥାଗୁଡିକୁ ସଶକ୍ତ କରିବ ଏବଂ ଗ୍ରାମାଂଚଳରେ ବିଭିନ୍ନ ପ୍ରକାର ବିକାଶମୂଳକ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ଦିଗରେ ସହାୟକ ହେବ । ଏହା ଫଳରେ ଲୋକମାନେ କେନ୍ଦ୍ରୀୟ ଅନୁଦାନ ଓ ସହାୟତାରୁ ପ୍ରତ୍ୟକ୍ଷ ସୁଫଳ ପାଇପାରିବେ ।

ଏହି ପ୍ରତିନିଧିମାନେ ରାଜ୍ୟର ସଦ୍ୟତମ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଜାତୀୟତା ବିରୋଧୀ ତତ୍ତ୍ଵଙ୍କ ଦ୍ୱାରା ବିଦ୍ୟାଳୟଗୁଡିକୁ ପୋଡାଯାଉଥିବା କାଣ୍ଡକୁ ସେମାନେ ଦୃଢ଼ ସ୍ଵରରେ ନିନ୍ଦା କରିଥିଲେ । ଏହି ସଂଗଠନ ଜାମ୍ମୁ-କାଶ୍ମୀରର ସର୍ବନିମ୍ନସ୍ତର ସଂଗଠନ ଏବଂ ଏହା ସାଧାରଣ ଲୋକଙ୍କୁ ପ୍ରତିନିଧିତ୍ଵ କରେ । ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସେମାନଙ୍କ ଗଭୀର ଆସ୍ଥା ରହିଛି ବୋଲି କହିବା ସହ ସେମାନେ ଏହାର ଦୃଢ଼ ସମର୍ଥକ ବୋଲି କହିଛନ୍ତି । ପ୍ରତିନିଧି ଦଳର ନେତା ଶ୍ରୀ ସଫିକ ମୀର କହିଛନ୍ତି ଯେ, ରାଜ୍ୟର ଅଧିକାଂଶ ଜନତା ଶାନ୍ତି ଓ ସମ୍ମାନର ସହ ଜୀବନ ବଂଚିବାକୁ ଚାହାନ୍ତି । ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀ ଯୁବଗୋଷ୍ଠୀଙ୍କୁ ଉପଯୋଗ କରୁଛନ୍ତି ଓ ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । ଜାମ୍ମୁ-କାଶ୍ମୀରରେ ଶାନ୍ତି ପୁନଃସ୍ଥାପନ ନିମନ୍ତେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଥିଲେ ।

ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆଶ୍ଵାସନା ପ୍ରଦାନ କରି କହିଛନ୍ତି ଯେ, ସେମାନଙ୍କର ଦାବି ପ୍ରତି କେନ୍ଦ୍ର ସରକାର ଅବଶ୍ୟ ବିଚାର କରି ଦେଖିବେ । ଜାମ୍ମୁ-କାଶ୍ମୀରର ବିକାଶକୁ କେନ୍ଦ୍ର ସରକାର ବିଶେଷ ଗୁରୁତ୍ଵ ପ୍ରଦାନ କରନ୍ତି । କାରଣ ସାଧାରଣ ଲୋକ ବସବାସ କରୁଥିବା ଗ୍ରାମାଂଚଳର ବିକାଶ ଦ୍ୱାରା ହିଁ ରାଜ୍ୟର ସାମଗ୍ରିକ ବିକାଶ ସମ୍ଭବପର ହୋଇପାରିବ 

। ତେଣୁ ମାନବିକ ଦୃଷ୍ଟିକୋଣରୁ ସରକାର ଏ ଦିଗରେ ସବୁମତେ ଉଦ୍ୟମ କରିବେ । କେନ୍ଦ୍ର ସରକାର “ବିକାଶ” ଓ “ବିଶ୍ଵାସ” ଉପରେ ଗଭୀର ଆସ୍ଥାବାନ ଓ ଆଶାବାଦୀ । ଜାମ୍ମୁ-କାଶ୍ମୀରର ବିକାଶ ଏହା ମାଧ୍ୟମରେ ସମ୍ଭବପର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
2026 is poised to become a definitive turning point in India’s odyssey toward space

Media Coverage

2026 is poised to become a definitive turning point in India’s odyssey toward space
NM on the go

Nm on the go

Always be the first to hear from the PM. Get the App Now!
...
PM Modi shares Sanskrit Subhashitam emphasising the importance of Farmers
December 23, 2025

The Prime Minister, Shri Narendra Modi, shared a Sanskrit Subhashitam-

“सुवर्ण-रौप्य-माणिक्य-वसनैरपि पूरिताः।

तथापि प्रार्थयन्त्येव कृषकान् भक्ततृष्णया।।”

The Subhashitam conveys that even when possessing gold, silver, rubies, and fine clothes, people still have to depend on farmers for food.

The Prime Minister wrote on X;

“सुवर्ण-रौप्य-माणिक्य-वसनैरपि पूरिताः।

तथापि प्रार्थयन्त्येव कृषकान् भक्ततृष्णया।।"