ଭୁଟାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ଥାନ ବିବୃତ୍ତି ନିମ୍ନରେ ଦିଆଗଲା ।

“ମୁଁ 17-18 ଅଗଷ୍ଟ 2019ରେ ଭୁଟାନକୁ ସରକାରୀ ଗସ୍ତରେ ଯିବି ।

ନୂଆ ସରକାରଙ୍କ କାର୍ଯ୍ୟକାଳର ପ୍ରାରମ୍ଭିକ ଭାଗରେ ଭୁଟାନକୁ ମୋର ଗସ୍ତ ଆମର ବିଶ୍ୱସ୍ତ ସହଯୋଗୀ ତଥା ପଡୋଶୀ ଭୁଟାନ ସହ ଭାରତର ସମ୍ପର୍କ ପ୍ରତି ସରକାରଙ୍କ ବିଶେଷ ଗୁରୁତ୍ୱକୁ ପ୍ରତିଫଳିତ କରୁଛି ।

ଭାରତ ଏବଂ ଭୁଟାନ ମଧ୍ୟରେ ଚମତ୍କାର ଦ୍ୱିପାକ୍ଷିକ ସମ୍ପର୍କ ରହିଛି । ଆମର ବିସ୍ତୃତ ବିକାଶ ସହଭାଗୀତା, ଆପୋସ ଲାଭକାରୀ ଜଳବିଦ୍ୟୁତ ସହଯୋଗ ଏବଂ ଦୃଢ଼ ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ ଯୋଗୁଁ ସମ୍ଭବ ହୋଇପାରିଛି । ଏସବୁ ଆମର ସହଭାଗୀ ଆଧ୍ୟାତ୍ମିକ ଐତିହ୍ୟ ଏବଂ ମଜବୁତ ଲୋକ ସମ୍ପର୍କ କାରଣରୁ ଆହୁରି ସୁଦୃଢ଼ ହୋଇଛି ।

ଗତବର୍ଷ ଔପଚାରିକ କୂଟନୈତିକ ସମ୍ପର୍କର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଦୁଇଦେଶ ମିଳିତ ଭାବେ ପାଳନ କରିଥିଲେ ।

ଆଜି ଏକ ସ୍ୱତନ୍ତ୍ର ପରିଚୟ ଓ ଉପାଦାନ ହାସଲ କରିଥିବା ଭାରତ-ଭୁଟାନ ଭାଗିଦାରୀ ଭାରତ ସରକାରଙ୍କ “ପଡୋଶୀ ପ୍ରଥମ ନୀତି”ର ଗୁରୁତ୍ୱପୂର୍ଣ୍ଣ ଆଧାର ହୋଇଛି ।

ଭୁଟାନର ମହାମହିମ ରାଜା, ମହାମହିମ ଚତୁର୍ଥ ଡ୍ରୁକ ଗ୍ୟାଲପୋ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆମ ଦ୍ୱିପାକ୍ଷିକ ସମ୍ପର୍କର ବ୍ୟାପକ ଦିଗରେ ଫଳପ୍ରଦ ଆଲୋଚନା କରିବା ଲାଗି ମୁଁ ଆଗ୍ରହୀ ଅଛି । ଭୁଟାନର ସମ୍ମାନଜନକ ରୟାଲ ବିଶ୍ୱବିଦ୍ୟାଳୟରେ ଯୁବ ଭୁଟାନୀ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେବା ଲାଗି ମଧ୍ୟ ମୁଁ ଆଗ୍ରହୀ ।

ମୋର ବିଶ୍ୱାସ ଯେ, ଏହି ଗସ୍ତ ଭୁଟାନ ସହିତ ଆମର ସମୟୋଚିତ ଓ ମୂଲ୍ୟବାନ ବନ୍ଧୁତାକୁ ପ୍ରୋତ୍ସାହିତ କରିବ ଏବଂ ଉଭୟ ରାଷ୍ଟ୍ରର ଲୋକମାନଙ୍କ ସମୃଦ୍ଧ ଭବିଷ୍ୟତ ଓ ପ୍ରଗତିକୁ ଆହୁରି ଆଗେଇନେବ” ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How Bhashini’s Language AI Platform Is Transforming Digital Inclusion Across India

Media Coverage

How Bhashini’s Language AI Platform Is Transforming Digital Inclusion Across India
NM on the go

Nm on the go

Always be the first to hear from the PM. Get the App Now!
...
Haryana Chief Minister meets Prime Minister
December 11, 2025

The Chief Minister of Haryana, Shri Nayab Singh Saini met the Prime Minister, Shri Narendra Modi in New Delhi today.

The PMO India handle posted on X:

“Chief Minister of Haryana, Shri @NayabSainiBJP met Prime Minister
@narendramodi.

@cmohry”