ଭାରତରେ ନିକଟରେ ସମ୍ପନ୍ନ ହୋଇଥିବା ନିର୍ବାଚନରେ ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ବିଶ୍ୱର ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରପତିମାନେ ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି । ଅଭିନନ୍ଦନ ଜ୍ଞାପନ କରିଥିବା ରାଷ୍ଟ୍ରମାନେ ହେଲେ କୋରିଆ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ମିଃ. ମୁନ ଜେ ଇନ,ଜିମ୍ବାୱେ ରାଷ୍ଟ୍ରପତି ମହାମହିମ ମିଃ. ଇ.ଡି ମନନଗାଗୱା ଏବଂ ମୋଜାମ୍ବିକ ରାଷ୍ଟ୍ରପତି ମହାମହିମ ମିଃ. ଫିଲିପ ଜାସିଂଟୋ ନ୍ୟୁସି ।

ପ୍ରଧାନମନ୍ତ୍ରୀ କୋରିଆ ରାଷ୍ଟ୍ରପତିଙ୍କୁ ତାଙ୍କ ଫୋନ କଲ ଏବଂ ଅଭିନନ୍ଦନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।ଫେବୃଆରୀ 2019ରେ କୋରିଆକୁ ତାଙ୍କର ସଦ୍ୟଗସ୍ତ ବିଷୟରେ ପ୍ରଧାନମନ୍ତ୍ରୀ ଉଦାରତା ପୂର୍ବକ ସ୍ମରଣ କରିଥିଲେ । ଏଥିସହିତ 2018ରେ ଦୀପୋତ୍ସବରେ ଯୋଗ ଦେବା ଲାଗି କୋରିଆର ପ୍ରଥମ ମହିଳା କିମଙ୍କ ଭାରତ ଗସ୍ତ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଗସ୍ତ ଭାରତ–କୋରିଆ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି । ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନିଜର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଜିମ୍ବାୱେ ରାଷ୍ଟ୍ରପତି ମନନଗାଗୱା ଅଭିନନ୍ଦନ ଜ୍ଞାପନ କରିଥିଲେ। ରାଷ୍ଟ୍ରପତି ମନନଗାଗୱାଙ୍କୁ ତାଙ୍କର ଅଭିନନ୍ଦନ ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ଏଥିସହିତ ଭାରତରେ ହୋଇଥିବା ନିର୍ବାଚନ ଖବର ସଂଗ୍ରହ କରିବା ଲାଗି ଜିମ୍ବାୱେରୁ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ଆସିବା ଘଟଣାର ପ୍ରଶଂସା କରିଥିଲେ । ଗତବର୍ଷ ଭାରତର ରାଷ୍ଟ୍ରପତିଙ୍କ ସଫଳ ଜିମ୍ବାୱେ ଗସ୍ତ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଏବଂ ଭାରତ-ଜିମ୍ବାୱେ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବା ଲାଗି ନିଜର ଆଗ୍ରହ ବ୍ୟକ୍ତ କରିଥିଲେ ।

ଚଳିତ ବର୍ଷ ପ୍ରାରମ୍ଭରେ ସାମୁଦ୍ରିକ ଝଡ଼ ଯୋଗୁ ହୋଇଥିବା ଧନଜୀବନ ହାନିକୁ ନେଇ ମୋଜାମ୍ବିକ ରାଷ୍ଟ୍ରପତି ନ୍ୟୁସିଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନିଜର ସମବେଦନା ଜ୍ଞାପନ କରିଥିଲେ । ଏହି ସମୟରେ ଭାରତୀୟ ନୌସେନା ଦ୍ୱାରା ଯୋଗାଇ ଦିଆଯାଇଥିବା ସହାୟତା ଲାଗି ରାଷ୍ଟ୍ରପତି ନ୍ୟୁସି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକତା ଏବଂ ସହଭାଗୀତାର ସହିତ ଭାରତ ସବୁବେଳେ ମୋଜାମ୍ବିକ ସହ ଛିଡ଼ା ହୋଇ ରହିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-Japan action plan targets exchange of 5 lakh people in five years, including 50,000 skilled Indians: Gov

Media Coverage

India-Japan action plan targets exchange of 5 lakh people in five years, including 50,000 skilled Indians: Gov
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 31, 2026
July 31, 2026

Building Trust & Capability Under PM Modi : Fair Exams, Homegrown Space Tech & India’s First Telecom Manufacturing Zone