ଜନଜାତୀୟ ଅଂଚଳ ଗୁଡିକରେ ବସବାସ କରୁଥିବା ଲୋକ ମାନଙ୍କର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ଯୋଗ ଦେଇଥିଲେ ।

ଛତିଶଗଡ଼ର କାଙ୍କେରର ଜଣେ କୃଷକ ପରିବାରର ଶ୍ରୀମତୀ ଭୂମିକା ଭୂଆରୟା ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବା ସମୟରେ ସୂଚନା ଦେଇଥିଲେ ଯେ ସେ ତାଙ୍କ ଗାଁର ୨୯ଟି ବନ ଧନ ଗୋଷ୍ଠୀ ମଧ୍ୟରୁ ଗୋଟିଏର ସଚିବ ଭାବରେ କାର୍ଯ୍ୟ କରନ୍ତି ଏବଂ ସେ ବନ ଧନ ଯୋଜନା, ଉଜ୍ଜ୍ୱଳା ଗ୍ୟାସ ସଂଯୋଗ, ଜଳ ଜୀବନ, ମନରେଗା କାର୍ଡ , ରାସନ କାର୍ଡ, ଏବଂ ପିଏମ୍ କିଷାନ ସମ୍ମାନ ନିଧି ସମେତ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇଛନ୍ତି ।

ଶ୍ରୀମତୀ ଭୂମିକା ସମସ୍ତ ସରକାରୀ ଯୋଜନାର ନାମ ମନେ ପକାଇଥିବାରୁ ପ୍ରଭାବିତ ହୋଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ସରକାରଙ୍କୁ ଲୋକଙ୍କ ପାଇଁ କାମ କରିବା ନିମନ୍ତେ ଅଧିକ ମାତ୍ରାରେ ଶକ୍ତିଶାଳୀ କରିଥାଏ । ଠିକ୍ ସମୟରେ ରାସନ ଉପଲବ୍ଧତା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପଚାରି ବୁଝିଥିଲେ । ଜଣେ ଜିଜ୍ଞାସୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରୀମତୀ ଭୂମିକାଙ୍କୁ ସରକାରୀ ଯୋଜନା ଗୁଡ଼ିକ ବିଷୟରେ ତାଙ୍କ ପାଖରେ ଥିବା ସୂଚନାର ବିଶାଳ ଉତ୍ସ ବିଷୟରେ ପଚାରିଥିଲେ । ବର୍ତ୍ତମାନ କଲେଜରେ ପଢୁଥିବା ସାନ ଭାଇ ସମେତ ଉଭୟ ପିଲାଙ୍କୁ ଶିକ୍ଷା ଦେବାରେ ତାଙ୍କ ପିତାମାତାଙ୍କ ଅବଦାନକୁ ଶ୍ରୀ ମୋଦୀ ପ୍ରଶଂସା କରିବା ସହ ପିଲାଙ୍କ ପାଠପଢ଼ାରେ ବିନିଯୋଗ କରିବାକୁ ଗ୍ରାମର ଅନ୍ୟ ବାସିନ୍ଦାଙ୍କୁ ଅନୁରୋଧ କରିଥିଲେ ।

ସେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ସ୍ୱୟଂ ସହାୟକ ବନ ଧନ ଗ୍ରୁପ୍ ବିଷୟରେ ମଧ୍ୟ ଅବଗତ କରାଇଥିଲେ , ଯାହା ମହୁଲ ଲଡୁ ଏବଂ ଅଁଳା ଆଚାର ଉତ୍ପାଦନ କରେ , ଯାହା ମାର୍ଟକୁ କିଲୋ ପିଛା ୭୦୦ ଟଙ୍କାରେ ବିକ୍ରି କରାଯାଏ । ହିତାଧିକାରୀ ମାନଙ୍କୁ ବିନା କୌଣସି ଅସୁବିଧାରେ ସମସ୍ତ ସୁବିଧା ଉପଲବ୍ଧ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିବା ସହ ସାଧାରଣତଃ ନିଶା ପାଇଁ ବ୍ୟବହୃତ ହେଉଥିବା ମହୁଲର ଉପଯୁକ୍ତ ବ୍ୟବହାର ପାଇଁ ତାଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ । ବନ ଧନ କେନ୍ଦ୍ର ଦ୍ୱାରା ଉତ୍ପାଦିତ ସକାରାତ୍ମକ ଫଳାଫଳ ପାଇଁ ଶ୍ରୀମତୀ ଭୂମିକାଙ୍କୁ ଶ୍ରେୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, "ଜନଜାତୀୟ ଅଂଚଳରେ ବସବାସ କରୁଥିବା ନାଗରିକଙ୍କ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ" ।

ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଆରମ୍ଭ ହୋଇଥିବା ପିଏମ୍ ଜନମନ ଯୋଜନା ବିଷୟରେ ସେ ସୂଚନା ଦେଇଥିଲେ ଯାହା ଜନଜାତୀୟ ଲୋକଙ୍କ ପାଇଁ ବହୁତ ସହାୟକ ହେବାକୁ ଯାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance