ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା ମିଃ. ଇମାନୁଏଲ୍ ବୋନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଆତଙ୍କବାଦ ମୁକାବିଲା, ସାଇବର ସୁରକ୍ଷା, ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗ ଇତ୍ୟାଦି ସମେତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀରେ ଉଭୟ ଦେଶ ପକ୍ଷରୁ ହୋଇଥିବା ଅଗ୍ରଗତିକୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ।

ଶ୍ରୀ ବୋନ ସାମୁଦ୍ରିକ ତଥା ବହୁପକ୍ଷୀୟ ସହଯୋଗ ସମେତ ବିଭିନ୍ନ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଭାରତ-ଫ୍ରାନ୍ସ ସହଯୋଗ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

ରାଷ୍ଟ୍ରପତି ମାକ୍ରୋନଙ୍କ ସହ ନିକଟ ଅତୀତରେ ହୋଇଥିବା ଆଲୋଚନାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିବା ସହିତ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଅନୁକୂଳ ବାତାବରଣ ଆସିବା ମାତ୍ରେ ଭାରତ ଗସ୍ତରେ ଆସିବା ପାଇଁ ରାଷ୍ଟ୍ରପତି ମାକ୍ରୋନଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ।

ଜାନୁଆରୀ 7, 2021ରେ ଅନୁଷ୍ଠିତ ଭାରତ-ଫ୍ରାନ୍ସ ରଣନୈତିକ ଆଲୋଚନା ପାଇଁ ଶ୍ରୀ ଇମାନୁଏଲ୍ ବୋନ ଭାରତ ଗସ୍ତରେ ଅଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Economic Journey: From Licence Raj To Pragmatic Governance

Media Coverage

India's Economic Journey: From Licence Raj To Pragmatic Governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 27, 2026
August 27, 2026

Make in India Goes Global: Engineering Boom, Rice Triumph & EU FTA Breakthrough Under PM Modi