ମିଳିତ ଜାତିସଂଘ ସାଧାରଣ ପରିଷଦ (ୟୁନଜିଏ)ର 76ତମ ଅଧିବେଶନ ଲାଗି ନିର୍ବାଚିତ ଅଧ୍ୟକ୍ଷ ଏବଂ ମାଳଦ୍ବୀପର ବୈଦେଶିକ ମନ୍ତ୍ରୀ ମାନନୀୟ ଅବଦୁଲ୍ଲା ଶାହିଦ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।

7 ଜୁଲାଇ, 2021ରେ ନ୍ୟୁୟର୍କ ଠାରେ ନିର୍ବାଚିତ ହେବା ପରେ ମାନନୀୟ ଅବଦୁଲ୍ଲା ଶାହିଦ ମିଳିତ ଜାତିସଂଘ ସାଧାରଣ ପରିଷଦର 76ତମ ଅଧିବେଶନର ନିର୍ବାଚିତ ଅଧ୍ୟକ୍ଷ ଭାବେ ଭାରତ ଗସ୍ତରେ ଆସିଛନ୍ତି।

ପ୍ରଧାନମନ୍ତ୍ରୀ ଏହି ନିର୍ବାଚନରେ ମାନନୀୟ ଅବଦୁଲ୍ଲା ଶାହିଦଙ୍କ ଉଲ୍ଲେଖନୀୟ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଏଥିପ୍ରତି ଆଲୋକପାତ କରିଥିଲେ ଯେ ଏହା ବିଶ୍ବସ୍ତରରେ ମାଳଦ୍ବୀପର ବୃଦ୍ଧି ପାଉଥିବା ସମ୍ମାନକୁ ଦର୍ଶାଉଛି।

ପ୍ରଧାନମନ୍ତ୍ରୀ ‘ଆଶାପୂର୍ଣ୍ଣ ଅଧ୍ୟକ୍ଷତା’ ଲାଗି ନିର୍ବାଚିତ ଅଧ୍ୟକ୍ଷଙ୍କ ଭିଜନ ବକ୍ତବ୍ୟ ନିମନ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଏଥିସହିତ ତାଙ୍କର ଅଧ୍ୟକ୍ଷତା ସମୟରେ ଭାରତ ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ ଏବଂ ସହଯୋଗ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।

ପ୍ରଧାନମନ୍ତ୍ରୀ ବର୍ତ୍ତମାନର ସମଗ୍ର ବିଶ୍ବର ବାସ୍ତବିକତା ଏବଂ ବିଶ୍ବର ଅଧିକାଂଶ ଜନସଂଖ୍ୟାଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରିବା ଲାଗି ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥା ସମେତ ବହୁପକ୍ଷୀୟ ପ୍ରଣାଳୀରେ ଆବଶ୍ୟକ ସୁଧାର ଆଣିବା ଉପରେ ଗୁରୁତ୍ବାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାନନୀୟ ଅବଦୁଲ୍ଲା ସାହିଦ ବିଗତ କିଛି ବର୍ଷ ଧରି ଭାରତ ଏବଂ ମାଳଦ୍ବୀପ ମଧ୍ୟରେ ଦ୍ବୀପାକ୍ଷିକ ସମ୍ପର୍କରେ ଆସିଥିବା ଦ୍ରୁତ ସୁଧାର ଉପରେ ମଧ୍ୟ ଗଭୀର ଭାବେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଏଥିପ୍ରତି ମଧ୍ୟ ସନ୍ତୋଷ ବ୍ୟକ୍ତ କରିଥିଲେ ଯେ କୋଭିଡ-19 ମହାମାରୀ କାରଣରୁ ଉତ୍ପନ୍ନ ହୋଇଥିବା ବିଭିନ୍ନ ପ୍ରକାରର ବାଧା ସତ୍ତ୍ବେ ଦ୍ବୀପାକ୍ଷିକ ପ୍ରକଳ୍ପ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଆଗକୁ ବଢ଼ୁଛି। ସେ ଭାରତର ‘ପଡ଼ୋଶୀ ପ୍ରଥମ ନୀତି’ ଏବଂ ‘ସାଗର’ ଭିଜନର ଏକ ପ୍ରମୁଖ ସ୍ତମ୍ଭ ରୂପରେ ମାଳଦୀପର ବିଶେଷ ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Don’t Fear TMC's Intimidation On Polling Day': PM Modi Addresses Cooch Behar Rally

Media Coverage

'Don’t Fear TMC's Intimidation On Polling Day': PM Modi Addresses Cooch Behar Rally
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph