ରାଇସିନା ଆଲୋଚନାରେ ଅଂଶଗ୍ରହଣ କରିବା ଲାଗି ଭାରତ ଗସ୍ତରେ ଥିବା ରୁଷର ବିଦେଶ ମନ୍ତ୍ରୀ ମିଃ ସର୍ଗେ ଲାଭରୋଭ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ବିଦେଶ ମନ୍ତ୍ରୀ ଲାଭରୋଭ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ରୁଷ ରାଷ୍ଟ୍ରପତି ମହାମହିମ ମିଃ ଭ୍ଲାଦିମିର ପୁତିନଙ୍କ ଶୁଭକାମନା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଏହି ଶୁଭକାମନାକୁ ସାଦରେ ଗ୍ରହଣ କରିବା ସହିତ ନୂଆବର୍ଷରେ ରୁଷବାସୀଙ୍କ ପାଇଁ ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ ।

ପ୍ରଧାନମନ୍ତ୍ରୀ 13 ଜାନୁଆରୀ, 2020ରେ ରାଷ୍ଟ୍ରପତି ପୁତିନଙ୍କ ସହିତ ହୋଇଥିବା ବିସ୍ତୃତ ଆଲୋଚନା ସମ୍ପର୍କରେ ଉଲ୍ଲେଖ କରିବା ସହିତ ଦୁଇ ଦେଶ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ତଥା ସହଯୋଗୀ ରଣନୈତିକ ଭାଗିଦାରୀରେ ଗତବର୍ଷ ହୋଇଥିବା ଅଗ୍ରଗତି ବିଷୟରେ ଆଲୋକପାତ କରିଥିଲେ ।

ଚଳିତ ବର୍ଷ ମେ’ ମାସରେ ରୁଷରେ ହେବାକୁ ଥିବା ଭିକ୍ଟରୀ ଡେ’ର 75ତମ ବାର୍ଷିକୀ ସମାରୋହ ଏବଂ ଜୁଲାଇରେ ହେବାକୁ ଥିବା ବ୍ରିକ୍ସ ଓ ଏସସିଓ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ରୁଷ ଗସ୍ତକୁ ରାଷ୍ଟ୍ରପତି ପୁତିନ ଆଗ୍ରହର ସହ ଅପେକ୍ଷା କରିଥିବା ବିଦେଶ ମନ୍ତ୍ରୀ ଲାଭରୋଭ ପ୍ରକାଶ କରିଥିଲେ । ଚଳିତ ବର୍ଷ ରାଷ୍ଟ୍ରପତି ପୁତିନଙ୍କ ସହିତ ଏକାଧିକବାର ସାକ୍ଷାତକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହିତ ଚଳିତ ବର୍ଷ ଶେଷଭାଗରେ ରାଷ୍ଟ୍ରପତି ପୁତିନଙ୍କ ଭାରତ ଗସ୍ତକୁ ଆଗ୍ରହର ସହ ଅପେକ୍ଷା କରିଥିବା କହିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ 2019ରେ ଦୁଇ ଦେଶ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ଏବଂ ପରିଣାମରେ ଉପନୀତ ହୋଇଛନ୍ତି । ସେ ପରାମର୍ଶ ଦେଇଥିଲେ ଯେ 2020 ବର୍ଷ ଭାରତ ଏବଂ ରୁଷ ମଧ୍ୟରେ ରଣନୈତିକ ଭାଗିଦାରୀର ବିଂଶତମ ବର୍ଷ ହୋଇଥିବାରୁ ଏହା ସମସ୍ତ ନିଷ୍ପତ୍ତି କାର୍ଯ୍ୟକାରୀ କରିବାର ବର୍ଷ ହେବ ।

ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଏବଂ କ୍ଷେତ୍ରୀୟ ପ୍ରସଙ୍ଗରେ ରୁଷର ସ୍ଥିତି ସମ୍ପର୍କରେ ବିଦେଶ ମନ୍ତ୍ରୀ ଲାଭରୋଭ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026