ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦ ଡିସେମ୍ବର ୨୦୨୧ ରେ କାଜାଖସ୍ତାନ, ର୍କିଗିଜ୍ ରିପବ୍ଲିକ୍‌, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି । ଭାରତ-କେନ୍ଦ୍ର ଏସିଆ ଆଲୋଚନାର ତୃତୀୟ ବୈଠକରେ ଅଂଶଗ୍ରହଣ ଲାଗି କେନ୍ଦ୍ର ଏସିଆର ବୈଦେଶିକ ମନ୍ତ୍ରୀମାନେ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି ।

କେନ୍ଦ୍ରୀୟ ଏସୀୟ ବୈଦେଶିକ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେମାନଙ୍କ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ଜଣାଇବା ସହ ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ସେମାନଙ୍କ ନେତୃତ୍ୱର ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଡିସେମ୍ବର ୧୮-୧୯, ୨୦୨୧ ରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭାରତ-ମଧ୍ୟ ଏସିଆ ଆଲୋଚନାର ବିଚାର ବିମର୍ଶ ଉପରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ, ଯାହା ଆଫଗାନିସ୍ତାନର ପରିସ୍ଥିତି ସମେତ ବାଣିଜ୍ୟ ଏବଂ ଯୋଗାଯୋଗ, ବିକାଶ ସହଭାଗିତା ଏବଂ ଆଞ୍ଚଳିକ ବିକାଶ ଉପରେ ଧ୍ୟାନ କେନ୍ଦ୍ରୀତ କରିଥିଲା ।

ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ ଭାରତ ଏହାର "ପଡ଼ୋଶୀ'’ ର ଅଂଶବିଶେଷ ଥିବା କେନ୍ଦ୍ରୀୟ ଏସିଆ ଦେଶମାନଙ୍କ ସହିତ ଦୀର୍ଘ ଦିନର ସମ୍ପର୍କକୁ ଗୁରୁତ୍ୱ ଦେଇଥାଏ । ଚଳିତ ବର୍ଷ ସେମାନଙ୍କର ସ୍ୱାଧୀନତାର ୩୦ ତମ ବାର୍ଷିକୀରେ ସେ ମନ୍ତ୍ରୀମାନଙ୍କୁ ତାଙ୍କର ଅଭିନନ୍ଦନ ଜଣାଇଛନ୍ତି । ସେ ୨୦୧୫ ରେ ସମସ୍ତ କେନ୍ଦ୍ରୀୟ ଏସୀୟ ଦେଶ ତଥା ପରବର୍ତ୍ତୀ ସମୟରେ କାଜାଖସ୍ତାନ, ଉଜବେକିସ୍ତାନ ଏବଂ ର୍କିଗିଜ୍ ଗଣତନ୍ତ୍ରକୁ ତାଙ୍କର ସ୍ମରଣୀୟ ଗସ୍ତକୁ ମନେ ପକାଇଲେ ।  ଏହି ଅଞ୍ଚଳରେ ଭାରତୀୟ ଚଳଚ୍ଚିତ୍ର, ସଙ୍ଗୀତ, ଯୋଗ ଇତ୍ୟାଦିର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଭାରତ ଏବଂ ମଧ୍ୟ ଏସିଆ ମଧ୍ୟରେ ସାଂସ୍କୃତିକ ତଥା ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବଜାୟ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ମଧ୍ୟ ଭାରତ ଏବଂ ମଧ୍ୟ ଏସିଆ ମଧ୍ୟରେ ବୃଦ୍ଧି ପାଉଥିବା ଅର୍ଥନୈତିକ ସହଯୋଗର ସମ୍ଭାବନା ଏବଂ ସେହି କ୍ଷେତ୍ରରେ ଯୋଗାଯୋଗର ଭୂମିକା ଉପରେ ଆଲୋକପାତ କରିଛନ୍ତି ।

ଭାରତ-ମଧ୍ୟ ଏସିଆ କଥାବାର୍ତ୍ତା ଭାରତ ଏବଂ ମଧ୍ୟ ଏସିଆ ଦେଶ ମଧ୍ୟରେ ଉତ୍କୃଷ୍ଟ ଦ୍ୱିପାକ୍ଷିକ ସମ୍ପର୍କକୁ ଉତ୍ସାହିତ କରିଛି । ଆସନ୍ତା ବର୍ଷ ଭାରତ ଏବଂ ମଧ୍ୟ ଏସୀୟ ଦେଶଗୁଡ଼ିକ ସେମାନଙ୍କର କୂଟନୈତିକ ସମ୍ପର୍କ ଗଠନର ୩୦ ତମ ବାର୍ଷିକୀ ପାଳନ କରିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains fastest-growing major economy, domestic investors power market resilience

Media Coverage

India remains fastest-growing major economy, domestic investors power market resilience
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 14, 2026
March 14, 2026

Heartening Resolve Meets Bold Action: PM Modi's Transformative Push for a Developed Assam.