A delegation of Japanese Parliamentarians meets PM Modi
PM calls for strengthening bilateral cooperation in disaster risk reduction and disaster management between India & Japan

ଜାପାନୀ ସାଂସଦମାନଙ୍କ ଏକ ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ମିଷ୍ଟର ତୋଷିହିରୋ ନିକାଇଙ୍କ ନେତୃତ୍ଵରେ ଆସିଥିବା ଏହି ପ୍ରତିନିଧି ଦଳରେ ମିଷ୍ଟର ମୋଟୁ ହାୟାସୀ ଏବଂ ମିଷ୍ଟର ତାଛୁଓ ହିରାନୋ ପ୍ରମୁଖ ରହିଛନ୍ତି ।

ପ୍ରତିନିଧି ଦଳ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଗତ ସେପ୍ଟେମ୍ବରରେ ଜାପାନ-ଭାରତ ସାଂସଦ ମୈତ୍ରୀ ଲିଗ ସହ ହୋଇଥିବା ତାଙ୍କର ମତ ବିନିମୟକୁ ସ୍ମରଣ କରିଥିଲେ । ଦୁଇ ଦେଶର ବ୍ୟବସ୍ଥାପକ ସଭା ମଧ୍ୟରେ ଅଧିକରୁ ଅଧିକ ମତ ବିନିମୟକୁ ପ୍ରଧାନମନ୍ତ୍ରୀ ସ୍ଵାଗତ କରିଥିଲେ । ଏପରିକି ପ୍ରାଦେଶିକସ୍ତରୀୟ ବ୍ୟବସ୍ଥାପକ ସଭା ମଧ୍ୟରେ ମତ ବିନିମୟକୁ ମଜବୁତ କରିବା ଉପରେ ସେ ଗୁରୁତ୍ଵ ଦେଇଥିଲେ । ସୁନାମୀ ବିପଦ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନାତା ସୃଷ୍ଟି ଦିଗରେ ମିଷ୍ଟର ତୋଷିହିରୋ ନିକାଇଙ୍କ ଅଭିଯାନକୁ ପ୍ରଧାନମନ୍ତ୍ରୀ ସ୍ଵାଗତ କରିଥିଲେ । ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା କ୍ଷେତ୍ରରେ ଭାରତ-ଜାପାନ ମଧ୍ୟରେ ଦ୍ଵିପାଖିକ ସହଯୋଗକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ଵ ଦେଇଥିଲେ ।

 ଆସନ୍ତା ସପ୍ତାହରେ ଜାପାନ ଗସ୍ତରେ ଯିବା ଲାଗି ପ୍ରଧାନମନ୍ତ୍ରୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ବୋଲି ପ୍ରତିନିଧିମାନଙ୍କୁ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, India sees highest Q1 smartphone exports by value

Media Coverage

Led by iPhones, India sees highest Q1 smartphone exports by value
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 29, 2026
July 29, 2026

Aatmanirbhar & Eco-Conscious: PM Modi’s Record of Results in Conservation, Banking, Exports & Beyond