ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ 10 ନଭେମ୍ବର 2025 ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଏକ ଆତଙ୍କବାଦୀ କାର ବିସ୍ଫୋରଣ ଘଟଣାରେ ପ୍ରାଣହାନି ପାଇଁ ଗଭୀର ଶୋକ ପ୍ରକାଶ କରିଛି। ଏଥିରେ ଜୀବନ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କ ସ୍ମୃତିଚାରଣ କରି କ୍ୟାବିନେଟ୍ ଦୁଇ ମିନିଟ୍ ନିରବତା ଅବଲମ୍ବନ କରିଛି।
କ୍ୟାବିନେଟ୍ ମଧ୍ୟ ନିମ୍ନଲିଖିତ ପ୍ରସ୍ତାବ ଗ୍ରହଣ କରିଛି:
10 ନଭେମ୍ବର 2025 ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ଏକ କାର ବିସ୍ଫୋରଣ ମାଧ୍ୟମରେ ଦେଶ ବିରୋଧୀ ଶକ୍ତିମାନେ ଏକ ଜଘନ୍ୟ ଆତଙ୍କବାଦୀ ଘଟଣା ଘଟଣାଇଛନ୍ତି । ଏହି ବିସ୍ଫୋରଣରେ ବହୁ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଛନ୍ତି ।
ଏହି ହିଂସାରେ ପୀଡିତଙ୍କ ପ୍ରତି କ୍ୟାବିନେଟ୍ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛି।
କ୍ୟାବିନେଟ୍ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛି ଏବଂ ପୀଡିତଙ୍କୁ ସହାୟତା ଏବଂ ସେବା ପ୍ରଦାନ କରୁଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମୀଙ୍କ ତ୍ୱରିତ ପ୍ରୟାସକୁ ପ୍ରଶଂସା କରୁଛି।
କ୍ୟାବିନେଟ୍ ନିର୍ଦ୍ଦୋଷ ଜୀବନ ହାନିର କାରଣ ହୋଇଥିବା ଏହି ଘୃଣ୍ୟ ଏବଂ କାପୁରୁଷତାପୂର୍ଣ୍ଣ କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରୁଛି।
ସମସ୍ତ ପ୍ରକାର ଏବଂ ସ୍ୱରୂପରେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ନୀତି ପ୍ରତି ଭାରତର ଅଟଳ ପ୍ରତିବଦ୍ଧତାକୁ କ୍ୟାବିନେଟ୍ ଦୋହରାଇଛି।
ବିଶ୍ୱର ଅନେକ ସରକାରଙ୍କ ଏକଜୁଟତା ଏବଂ ସମର୍ଥନପୂର୍ଣ୍ଣ ବିବୃତିକୁ କ୍ୟାବିନେଟ୍ ମଧ୍ୟ ପ୍ରଶଂସା କରିଛି।
ପ୍ରତିକୂଳ ପରିସ୍ଥିତିରେ ସାହସ ଓ କରୁଣା ସହିତ କାର୍ଯ୍ୟ କରିଥିବା କର୍ତ୍ତୃପକ୍ଷ, ସୁରକ୍ଷା ସଂସ୍ଥା ଏବଂ ନାଗରିକଙ୍କ ସମୟୋଚିତ ଓ ସମନ୍ୱିତ ପ୍ରତିକ୍ରିୟାକୁ କ୍ୟାବିନେଟ୍ ପ୍ରଶଂସା କରୁଛି। ସେମାନଙ୍କର ସମର୍ପଣ ଏବଂ କର୍ତ୍ତବ୍ୟନିଷ୍ଠା ଗଭୀର ପ୍ରଶଂସନୀୟ।
କ୍ୟାବିନେଟ୍ ନିର୍ଦ୍ଦେଶ ଦେଇଛି ଯେ ଘଟଣାର ତଦନ୍ତ ଅତ୍ୟନ୍ତ ଜରୁରୀ ଏବଂ ପେସାଦାର ଆଭିମୁଖ୍ୟ ସହିତ ଏହା କରାଯିବା ଉଚିତ ଯାହା ଦ୍ୱାରା ଅପରାଧୀ, ସେମାନଙ୍କର ସହଯୋଗୀ ଏବଂ ସେମାନଙ୍କ ପ୍ରାୟୋଜକମାନଙ୍କୁ ଚିହ୍ନଟ କରାଯାଇ ଅବିଳମ୍ବେ ଶାସ୍ତବିଧାନ କରାଯାଇପାରିବ। ସରକାରଙ୍କ ସର୍ବୋଚ୍ଚ ସ୍ତରରେ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।
କ୍ୟାବିନେଟ୍ ସମସ୍ତ ଭାରତୀୟଙ୍କ ଜୀବନ ଏବଂ କଲ୍ୟାଣକୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ଦୃଢ଼ ସଂକଳ୍ପକୁ ଦୋହରାଉଛି । ଜାତୀୟ ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପ୍ରତି ସରକାର ଦୀର୍ଘସ୍ଥାୟୀ ରୂପେ ସଂକଳ୍ପବଦ୍ଧ ରହିଛନ୍ତି ।
The Prime Minister, Shri Narendra Modi, has congratulated Seema on winning the Bronze medal in the Women’s Discus Throw event at the Glasgow Commonwealth Games 2026.
The Prime Minister noted that Seema secured the medal with a best throw of 58.65 metres.
Shri Modi said that her achievement has made India proud and inspired the youth of the nation. He wished her the very best for her future endeavours.
Shri Modi posted on X;
“Congratulations to Seema for securing a Bronze in the Women's Discus Throw event with a best throw of 58.65m. Her efforts have made India proud and motivated the youth of our nation. Wishing her the very best for the endeavours ahead.
#CWG2026”
Congratulations to Seema for securing a Bronze in the Women's Discus Throw event with a best throw of 58.65m. Her efforts have made India proud and motivated the youth of our nation. Wishing her the very best for the endeavours ahead. #CWG2026 pic.twitter.com/vDkf1OiNeX
— Narendra Modi (@narendramodi) July 31, 2026


