କାର୍ଯ୍ୟକାରିତା ଯୋଜନା ସହିତ ଏହି କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ଉଜାଗର କରିବା ଲାଗି ଛଅସୂତ୍ରୀ ରଣନୀତି
ଏହି ନୀତି କାର୍ଯ୍ୟକାରୀ ହେବା ଫଳରେ ଚିକିତ୍ସା ଉପକରଣ କ୍ଷେତ୍ରରେ କାରବାର ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୧୧ ବିଲିୟନ ଆମେରିକୀୟ ଡଲାରରୁ ୫୦ ବିଲିୟନ ଡଲାରକୁ ବୃଦ୍ଧି ପାଇବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩କୁ ମଞ୍ଜୁରି ମିଳିଛି।

ଭାରତର ଚିକିତ୍ସା ଉପକରଣ କ୍ଷେତ୍ର ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅଭିନ୍ନ ଅଙ୍ଗ। କୋଭିଡ -୧୯ ମହାମାରୀ ସମୟରେ ଭାରତ ବ୍ୟାପକ ପରିମାଣରେ ଚିକିତ୍ସା ଉପକରଣ ଓ ନିଦାନ କିଟ୍ସ ଯଥା ଭେଣ୍ଟିଲେଟର୍ସ, ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍ସ, ରିଅଲ-ଟାଇମ୍‌ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମରେଜ୍‌ ଚେନ୍‌ ରିଆକ୍ସନ (ଆରଟି-ପିସିଆର) କିଟ୍ସ, ଇନଫ୍ରାରେଡ୍‌ (ଆଇଆର) ଥର୍ମୋମିଟର, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍ସ ଏବଂ ଏନ-୯୫ ମାସ୍କ ଉତ୍ପାଦନ କରିବା ସହିତ ଘରୋଇ ଏବଂ ବିଶ୍ୱସ୍ତରରେ କୋଭିଡ-୧୯ ମହାମାରୀ ମୁକାବିଲାରେ ସମର୍ଥନ ଯୋଗାଇ ଦେଇଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ଚିକିତ୍ସା ଉପକରଣ କ୍ଷେତ୍ରର ଯୋଗଦାନ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

ଭାରତରେ ଚିକିତ୍ସା ଉପକରଣ କ୍ଷେତ୍ର ଏକ ଉଦୀୟମାନ କ୍ଷେତ୍ର ଭାବେ ଦ୍ରୁତ ଗତିରେ ବିକଶିତ ହେଉଛି । ଭାରତରେ ଚିକିତ୍ସା ଉପକରଣ କ୍ଷେତ୍ରର ବଜାର ଆକାର ୨୦୨୦ରେ ୧୧ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୯୦ ହଜାର କୋଟି) ଥିବା ବେଳେ ବିଶ୍ୱ ଚିକିତ୍ସା ଉପକରଣ ବଜାରରେ ଏହାର ଭାଗ ୧.୫% ରହିଛି । ଭାରତୀୟ ଚିକିତ୍ସା ଉପକରଣ କ୍ଷେତ୍ର ବର୍ତ୍ତମାନ ପ୍ରଗତି ପଥରେ ରହିଛି ଏବଂ ଆତ୍ମନିର୍ଭରଶୀଳ ହେବା ଲାଗି ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଲକ୍ଷ୍ୟ ହାସଲ ଦିଗରେ ଏହି କ୍ଷେତ୍ର ଯୋଗଦାନ ଦେଇପାରିବ । ଭାରତ ସରକାର ଚିକିତ୍ସା ଉପକରଣ ପାଇଁ ପିଏଲଆଇ ଯୋଜନା କାର୍ଯ୍ୟକାରୀ କରିସାରିଛନ୍ତି । ସେହିପରି ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରେ ୪ଟି ଚିକିତ୍ସା ଉପକରଣ ପାର୍କ ପ୍ରତିଷ୍ଠା ପାଇଁ ସରକାର ସହାୟତା ଯୋଗାଇ ଦେଉଛନ୍ତି। ଚିକିତ୍ସା ଉପକରଣ ପାଇଁ ପିଏଲଆଇ ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୨୬ ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି ଏବଂ ଏଥିପାଇଁ ୧୨୦୬ କୋଟି ଟଙ୍କାର ନିବେଶ ଲାଗି ଯୋଜନା ହୋଇଛି । ଏବେ ସୁଦ୍ଧା ୭୧୪ କୋଟି ଟଙ୍କାର ନିବେଶ ହୋଇସାରିଲାଣି। ପିଏଲଆଇ ଯୋଜନା ଅଧୀନରେ, ମୋଟ ୧୪ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ୩୭ଟି ଉତ୍ପାଦ ନିର୍ମାଣ ଆରମ୍ଭ ହୋଇସାରିଛି । ସେହିପରି ଉନ୍ନତ ମାନର ଚିକିତ୍ସା ଉପକରଣ ନିର୍ମାଣ ଆରମ୍ଭ ହୋଇସାରିଛି ଯେଉଁଥିରେ ଲିନିୟର ଆକ୍ସେଲରେଟର, ଏମଆରଆଇ ସ୍କାନ, ସିଟି-ସ୍କାନ, ମାମୋଗ୍ରାମ, ସି-ଆର୍ମ, ଏମଆରଆଇ କଏଲ, ହାଇଏଣ୍ଡ ଏକ୍ସ-ରେ ଟ୍ୟୁବ ଆଦି ସାମିଲ ରହିଛି । ଅବଶିଷ୍ଟ ୧୨ଟି ଉତ୍ପାଦ ନିକଟ ଭବିଷ୍ୟତରେ କାର୍ଯ୍ୟକ୍ଷମ ହେବ । ୮୭ଟି ଉତ୍ପାଦ/ଉତ୍ପାଦ ଉପକରଣର ଘରୋଇ ବିନିର୍ମାଣ ଲାଗି ବି ବର୍ଗ ଅଧୀନରେ ମୋଟ୍‌ ୨୬ଟି ପ୍ରକଳ୍ପ ମଧ୍ୟରୁ ପାଞ୍ଚଟି ପ୍ରକଳ୍ପକୁ ନିକଟରେ ଅନୁମୋଦନ କରାଯାଇଛି ।

ଏସବୁ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବା ସହିତ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଏହି କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ଉଜାଗର କରିବା ଲାଗି ଏକ ସାମଗ୍ରିକ ନୀତିଗତ ଢାଞ୍ଚା ବର୍ତ୍ତମାନ ସମୟର ଆବଶ୍ୟକତା। ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି । ତେବେ ଏକ ସମନ୍ୱିତ ଢଙ୍ଗରେ ଏହି କ୍ଷେତ୍ରର ଅଭିବୃଦ୍ଧି ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକର ଏକ ବିସ୍ତୃତ ସେଟ୍‌ ପ୍ରସ୍ତୁତ କରିବା ଲାଗି ବର୍ତ୍ତମାନର ନୀତିରେ ଲକ୍ଷ୍ୟ ରଖାଯାଇଛି । ଦ୍ୱିତୀୟତଃ, ଏହି କ୍ଷେତ୍ରର ବିବିଧତା ଏବଂ ବହୁ-ବିଷୟକ ପ୍ରକୃତିକୁ ଦେଖି ଚିକିତ୍ସା ଉପକରଣ ଉଦ୍ୟୋଗରେ ନିୟାମକ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି । କୌଶଳ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ଉଭୟ ସ୍ତରରେ ସରକାରଙ୍କ ଅନେକ ବିଭାଗ ମଧ୍ୟରେ ସମନ୍ୱୟ ଆଣିବାର ଆବଶ୍ୟକତା ରହିଛି । ତେବେ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପକୁ ଏକ ସୁସଙ୍ଗତ ଢଙ୍ଗରେ ଏକତ୍ରିତ କରିବାର ଆବଶ୍ୟକତା ରହିଛି ଯାହା ସମ୍ପୃକ୍ତ ଏଜେନ୍ସିମାନଙ୍କ ଦ୍ୱାରା ଏହି କ୍ଷେତ୍ର ପାଇଁ କେନ୍ଦ୍ରିତ ଓ କୁଶଳ ସମର୍ଥନ ସହିତ ସୁବିଧା ପ୍ରଦାନ କରିବ ।

ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩ ଆସିବା ଫଳରେ ପ୍ରସାର, ସାମର୍ଥ୍ୟ, ଗୁଣବତ୍ତା, ନବସୃଜନ ସହିତ ସାର୍ବଜନୀନ ସ୍ୱାସ୍ଥ୍ୟ ଲକ୍ଷ୍ୟକୁ ପୂରଣ କରିବା ସହଜ ହେବ । ଚିକିତ୍ସା ଉପକରଣ କ୍ଷେତ୍ରର ବ୍ୟବସ୍ଥିତ ବିକାଶ ଏଥିପାଇଁ ସୁବିଧା ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏହି କ୍ଷେତ୍ର ନିଜର ସମ୍ପୂର୍ଣ୍ଣ ସମ୍ଭାବନା -ଯଥା, ନବସୃଜନ ଉପରେ ଧ୍ୟାନ ଦେବା ସହିତ ଉତ୍ପାଦନ ଲାଗି ଏକ ସକ୍ଷମ ଇକୋସିଷ୍ଟମର ନିର୍ମାଣ, ଏକ ମଜବୁତ ଓ ସୁବ୍ୟସ୍ଥିତ ନିୟାମକ ଢାଞ୍ଚା ପ୍ରସ୍ତୁତ କରିବା, ଉଦ୍ୟୋଗ ଆବଶ୍ୟକତା ଅନୁରୂପ ପ୍ରତିଭା ଓ କୁଶଳୀ ସମ୍ବଳ, ପ୍ରଶିକ୍ଷଣ ଓ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିବା ଏବଂ ଉଚ୍ଚ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଭଳି ଲକ୍ଷ୍ୟକୁ ପୂରଣ କରିବ ବୋଲି ଆଶା କରାଯାଉଛି । ଘରୋଇ ନିବେଶ ଓ ଚିକିତ୍ସା ଉପକରଣର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି ଏହି ନୀତି ସରକାରଙ୍କ ‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମର ଅନୁରୂପ ଅଟେ।

ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩ର ପ୍ରମୁଖ ବୈଶିଷ୍ଟ୍ୟ :

ସଂକଳ୍ପ : ରୋଗୀ କୈନ୍ଦ୍ରିକ ଦୃଷ୍ଟିକୋଣ ସହିତ ତ୍ୱରିତ ବିକାଶ ମାର୍ଗ ଏବଂ ପରବର୍ତ୍ତୀ ୨୫ ବର୍ଷରେ ବର୍ଦ୍ଧିତ ବିଶ୍ୱ ବଜାରରେ ୧୦-୧୨ ପ୍ରତିଶତ ସହଭାଗିତା ହାସଲ କରି ଚିକିତ୍ସା ଉପକରଣ ନିର୍ମାଣ ଓ ନବସୃଜନ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେବା । ଏହି ନୀତି ଜରିଆରେ ୨୦୩୦ ସୁଦ୍ଧା ଚିକିତ୍ସା ଉପକରଣ କ୍ଷେତ୍ରର ଆକାରକୁ ବର୍ତ୍ତମାନର ୧୧ ବିଲିୟନ ଆମେରିକୀୟ ଡଲାରରୁ ୫୦ ବିଲିୟନ ଆମେରିକୀୟ ଡଲାର ପର୍ଯ୍ୟନ୍ତ ବଢ଼ାଇବାରେ ସହାୟତା ମିଳିପାରିବ ବୋଲି ଆଶା କରାଯାଉଛି ।

ଲକ୍ଷ୍ୟ : ଏହି ନୀତି ଚିକିତ୍ସା ଉପକରଣ କ୍ଷେତ୍ରର ତ୍ୱରିତ ବିକାଶ ଲାଗି ଏକ ରୋଡମ୍ୟାପ ପ୍ରସ୍ତୁତ କରିଥାଏ ଯାହା ଦ୍ୱାରା ନିମ୍ନଲିଖିତ ମିଶନ, ପ୍ରସାର ଓ ସାର୍ବଜନୀନତା, ସାମର୍ଥ୍ୟ, ଗୁଣବତ୍ତା, ରୋଗୀ କୈନ୍ଦ୍ରିକ ଓ ଗୁଣବତ୍ତା ଯତ୍ନ, ନିବାରଣକାରୀ ଓ ପ୍ରୋତ୍ସାହନକାରୀ ସ୍ୱାସ୍ଥ୍ୟ, ସୁରକ୍ଷା, ଗବେଷଣା ଓ ନବସୃଜନ ଏବଂ କୁଶଳ ଜନଶକ୍ତିକୁ ପ୍ରାପ୍ତ କରାଯାଇପାରିବ ।

ଚିକିତ୍ସା ଉପକରଣ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ରଣନୀତି :

ମେଡ଼ିକାଲ ଉପକରଣ କ୍ଷେତ୍ରକୁ ରଣନୀତିଗୁଡ଼ିକର ଏକ ସେଟ୍‌ ମାଧ୍ୟମରେ ସୁବିଧା ଓ ମାର୍ଗଦର୍ଶନ ପ୍ରଦାନ କରାଯାଉଛି ଯାହା ନୀତିଗତ କାର୍ଯ୍ୟକଳାପର ଛଅଟି ବ୍ୟାପକ କ୍ଷେତ୍ରକୁ କଭର କରିବ :

ବିନିୟାମକ ବ୍ୟବସ୍ଥାଗତ ତାଳମେଳ : ଗବେଷଣା ଓ ବ୍ୟବସାୟକୁ ସହଜ କରିବା ଲାଗି ଏଇଆରବି, ଇଲେକ୍ଟ୍ରୋନିକକ୍ସ ଏଣ୍ଡ ଆଇଟି ମନ୍ତ୍ରଣାଳୟ, ପଶୁପାଳନ ଓ ଡାଏରୀ ବିଭାଗ ଭଳି ସମସ୍ତ ଅଂଶୀଦାର ବିଭାଗ/ସଂଗଠନ ମଧ୍ୟରେ ସମନ୍ୱୟ ସ୍ଥାପନ କରି ଚିକିତ୍ସା ଉପକରଣ ଲାଇସେନ୍ସ ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ ନିର୍ମାଣ ଭଳି ଉତ୍ପାଦ ନବସୃଜନ ଉପାୟ କରାଯିବ । ବିଆଇଏସ ଭଳି ଭାରତୀୟ ମାନକର ଭୂମିକାକୁ ବଢ଼ାଇବା ଏବଂ ସୁସଙ୍ଗତ ମୂଲ୍ୟ ନିର୍ଦ୍ଧାରଣ ନିୟାମକକୁ ଅନୁସରଣ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯିବ ।

ସକ୍ଷମ ମୌଳିକ ଭିତ୍ତିଭୂମି : ଜାତୀୟ ଶିଳ୍ପ କରିଡର କାର୍ଯ୍ୟକ୍ରମ ଏବଂ ପ୍ରସ୍ତାବିତ ଜାତୀୟ ଲଜିଷ୍ଟିକ୍ସ ନୀତି ୨୦୨୧ ପରିଧିରେ ଆବଶ୍ୟକ ଲଜିଷ୍ଟିକ୍ସ କନେକ୍ଟିଭିଟୀ ସହିତ ଆର୍ଥିକ କ୍ଷେତ୍ର ନିକଟରେ ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମି ସୁବିଧାଯୁକ୍ତ ବଡ଼ ଚିକିତ୍ସା ଉପକରଣ ପାର୍କ, କ୍ଲଷ୍ଟର ପ୍ରତିଷ୍ଠା କରାଯିବ । ଏସବୁ ପିଏମ ଗତିଶକ୍ତି ଯୋଜନା ଅଧୀନରେ କରାଯିବ । ରାଜ୍ୟ ସରକାର, ଶିଳ୍ପ ଜଗତ ସହିତ ଉନ୍ନତ ସମନ୍ୱୟ ଏବଂ ଚିକିତ୍ସା ଉପକରଣ ଉଦ୍ୟୋଗ ସହିତ ବ୍ୟାକୱାର୍ଡ ଇଣ୍ଟିଗ୍ରେସ ଜରିଆରେ ଭିତ୍ତିଭୂମି ବିକାଶ କରାଯିବ ।

ଗବେଷଣା ଓ ବିକାଶ ଏବଂ ନବସୃଜନକୁ ସୁଗମ କରିବା : ଏହି ନୀତି ଭାରତରେ ଗବେଷଣା ଓ ବିକାଶକୁ ପ୍ରେତ୍ସାହିତ କରିବ ସହିତ ନବସୃଜନକୁ ସୁଗମ କରିବ । ଏହା ମଧ୍ୟ ଗବେଷଣା ଓ ବିକାଶ ଉପରେ ବିଭାଗର ପ୍ରସ୍ତାବିତ ଜାତୀୟ ନୀତି ଏବଂ ଭାରତରେ ଫାର୍ମା ମେଡ଼ ଟେକ୍‌ କ୍ଷେତ୍ରରେ ନବସୃଜନ ଦିଗରେ ସହାୟକ ହେବ । ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ନବସୃଜନ କେନ୍ଦ୍ର, ପ୍ଲଗ୍‌ ଏଣ୍ଡ ପ୍ଲେ ଭିତ୍ତିଭୂମି କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ସହିତ ଷ୍ଟାର୍ଟଅପଗୁଡ଼ିକୁ ସହାୟତା ଯୋଗାଇ ଦେବ ।

ଏହି କ୍ଷେତ୍ରରେ ନିବେଶକୁ ଆକୃଷ୍ଟ କରିବା : ଜାତୀୟ ଚିକିତ୍ସା ଉପକରଣ ନୀତି ସରକାରଙ୍କ ବର୍ତ୍ତମାନର ଯୋଜନା ଯଥା ମେକ ଇନ ଇଣ୍ଡିଆ, ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ, ହିଲ୍‌ ଇନ୍‌ ଇଣ୍ଡିଆ, ଷ୍ଟାର୍ଟଅପ ମିଶନ ଭଳି ଯୋଜନା ଓ ନୀତିଗତ ହସ୍ତକ୍ଷେପ ଜରିଆରେ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବ; ଭେଞ୍ଚର କ୍ୟାପିଟାଲିଷ୍ଟ ଏବଂ ସରକାରୀ-ଘରୋଇ ଭାଗିଦାରୀ ଠାରୁ ମଧ୍ୟ ବାରମ୍ବାର ପୁଞ୍ଜିନିବେଶକୁ ମଧ୍ୟ ଆକୃଷ୍ଟ କରିବ ।

ମାନବ ସମ୍ବଳ ବିକାଶ : ବୈଜ୍ଞାନିକ, ନିୟାମକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ପରିଚାଳକ, ଟେକ୍ନିସିଆନ ଆଦିଙ୍କ ଭଳି ମୂଲ୍ୟଶୃଙ୍ଖଳାରେ କୁଶଳୀ ଶ୍ରମ ଶକ୍ତିଙ୍କ ନିରନ୍ତର ଯୋଗାଣ ଲାଗି ନୀତିରେ ପରିକଳ୍ପନା କରାଯାଇଛି :

ଚିକିତ୍ସା ଉପକରଣ କ୍ଷେତ୍ରରେ ପେସାଦାରମାନଙ୍କର କୌଶଳ ବିକାଶ, ପୁନଃକୌଶଳ ବିକାଶ ଏବଂ କୌଶଳ ଉନ୍ନତିକରଣ ଲାଗି ଆମେ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଉପଲବ୍ଧ ସମ୍ବଳକୁ ଉପଯୋଗ କରିପାରିବା।

ଭବିଷ୍ୟତ ପାଇଁ ପ୍ରସ୍ତୁତ ମେଡଟେକ୍‌ ମାନବ ସମ୍ବଳର ଉପଲବ୍ଧ କରିବା ଏବଂ ଏହି କ୍ଷେତ୍ରରେ ଉଦୀୟମାନ ଆବଶ୍ୟକତାକୁ ପୂରଣ କରିବା ଲାଗି ଭବିଷ୍ୟତର ଚିକିତ୍ସା ପ୍ରଯୁକ୍ତି, ଅତ୍ୟାଧୁନିକ ନିର୍ମାଣ ଏବଂ ଗବେଷଣା ଭଳି କୁଶଳ ଶ୍ରମଶକ୍ତିର ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଏହି ନୀତି ବର୍ତ୍ତମାନର ପ୍ରତିଷ୍ଠାନଗୁଡ଼ିକରେ ଚିକିତ୍ସା ଉପକରଣ ଲାଗି ସମର୍ପିତ ବହୁ ବିଷୟକ ପାଠ୍ୟକ୍ରମକୁ ସମର୍ଥନ କରିବ ।

ବିଶ୍ୱ ବଜାର ସହିତ ତାଳ ଦେଇ ଚାଲିବା ଲାଗି ଚିକିତ୍ସା ପ୍ରଯୁକ୍ତିକୁ ବିକଶିତ କରିବା ନିମନ୍ତେ ବିଦେଶୀ ଶିକ୍ଷା/ଉଦ୍ୟୋଗ ସଂଗଠନ ସହିତ ସହଭାଗିତା ବିକଶିତ କରାଯିବ ।

ବ୍ରାଣ୍ଡ ପୋଜିସନିଂ ଏବଂ ସଚେତନତା ନିର୍ମାଣ : ଏହି ନୀତି ବିଭାଗର ଅଧୀନ କ୍ଷେତ୍ର ପାଇଁ ଏକ ସମର୍ପିତ ରପ୍ତାନି ପ୍ରୋତ୍ସାହନ ପରିଷଦର ନିର୍ମାଣ ପାଇଁ ପରିକଳ୍ପନା କରାଯାଇଛି ଯାହାକି ବିଭିନ୍ନ ବଜାର ପହଞ୍ଚ ସହ ଜଡ଼ିତ ପ୍ରସଙ୍ଗର ସମାଧାନ ଲାଗି ସକ୍ଷମ ହେବ :

ଉତ୍ପାଦନ ଓ କୌଶଳ ବିକାଶ ପ୍ରଣାଳୀର ସର୍ବୋତ୍ତମ ବୈଶ୍ୱିକ ପଦ୍ଧତିକୁ ଶିଖିବା ପାଇଁ ଅଧ୍ୟୟନ ଓ ପ୍ରକଳ୍ପଗୁଡ଼ିକୁ ଆରମ୍ଭ କରିବା, ଯାହାଫଳରେ ଭାରତରେ ଏପରି ସଫଳ ମଡେଲଗୁଡ଼ିକୁ ଆପଣାଇବାର ବାସ୍ତବତାକୁ ଠାବ କରାଯାଇପାରିବ ।

ଜ୍ଞାନ ବିନିମୟ କରିବା ଏବଂ ସମ୍ପୂର୍ଣ୍ଣ କ୍ଷେତ୍ରରେ ମଜବୁତ ନେଟୱର୍କ ପ୍ରସ୍ତୁତ କରିବା ଲାଗି ବିଭିନ୍ନ ଅଂଶୀଦାରମାନଙ୍କୁ ଏକସଙ୍ଗେ ଆଣିବା ପାଇଁ ଆହୁରି ଅଧିକ ମଞ୍ଚକୁ ପ୍ରୋତ୍ସାହନ ଦେବା ।

ଏହି ନୀତି ଚିକିତ୍ସା ଉପକରଣ ଉଦ୍ୟୋଗକୁ ଏକ ପ୍ରତିଦ୍ୱନ୍ଦ୍ୱୀ, ଆତ୍ମନିର୍ଭରଶୀଳ, ସହନଶୀଳ ଏବଂ ନବୋନ୍ମେଷ ଉଦ୍ୟୋଗରେ ପରିଣତ କରିବା ସହ ସୁଦୃଢ଼ କରିବା ଲାଗି ଆବଶ୍ୟକ ସହାୟତା ଓ ମାର୍ଗଦର୍ଶନ ଯୋଗାଇ ଦେବ ଯାହାକି କେବଳ ଭାରତର ନୁହେଁ ବରଂ ସାରା ବିଶ୍ୱର ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିପାରୁଥିବ । ରୋଗୀଙ୍କ ପରିବର୍ତ୍ତିତ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିବା ଲାଗି ଏକ ରୋଗୀ କୈନ୍ଦ୍ରିକ ଦୃଷ୍ଟିକୋଣ ସହିତ ଚିକିତ୍ସା ଉପକରଣ କ୍ଷେତ୍ରକୁ ଦ୍ରୁତ ପ୍ରଗତି ପଥରେ ଆଗେଇ ନେବା ପାଇଁ ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩ରେ ଲକ୍ଷ୍ୟ ରଖାଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rabi acreage tops normal levels for most crops till January 9, shows data

Media Coverage

Rabi acreage tops normal levels for most crops till January 9, shows data
NM on the go

Nm on the go

Always be the first to hear from the PM. Get the App Now!
...
Diplomatic Advisor to President of France meets the Prime Minister
January 13, 2026

Diplomatic Advisor to President of France, Mr. Emmanuel Bonne met the Prime Minister, Shri Narendra Modi today in New Delhi.

In a post on X, Shri Modi wrote:

“Delighted to meet Emmanuel Bonne, Diplomatic Advisor to President Macron.

Reaffirmed the strong and trusted India–France Strategic Partnership, marked by close cooperation across multiple domains. Encouraging to see our collaboration expanding into innovation, technology and education, especially as we mark the India–France Year of Innovation. Also exchanged perspectives on key regional and global issues. Look forward to welcoming President Macron to India soon.

@EmmanuelMacron”