ଝାଡ଼ଖଣ୍ଡର ଦେଓଘରଠାରେ ଏକ ନୂଆ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପ୍ରତିଷ୍ଠା କରାଯିବ । ଏଥିପାଇଁ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସୱାଇ) ଅଧୀନରେ 1103 କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ବିବରଣୀ :

ଦେଓଘରର ଏମ୍ସଠାରେ ରହିବ :

ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ଥିବା 750 ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ।

ଏମବିବିଏସ ପାଠ୍ୟକ୍ରମରେ ବାର୍ଷିକ 100 ଛାତ୍ରଛାତ୍ରୀ ନାମ ଲେଖାଇବା ଭଳି ଏକ ମେଡ଼ିକାଲ କଲେଜ ।

ବାର୍ଷିକ 60 ଜଣ ବିଏସସି ନର୍ସିଂ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ପାଇଁ ଏକ ନର୍ସିଂ କଲେଜ, ଆବାସିକ କୋଠା ଏବଂ ନୂଆଦିଲ୍ଲୀ ଏମ୍ସ ଢାଂଚାରେ ଆନୁସଙ୍ଗିକ ସୁବିଧା/ସେବା ।

15ଟି ଅପରେସନ ଥିଏଟର ସହିତ 20ଟି ସ୍ପେଶାଲିଟି/ସୁପରସ୍ପେଶାଲିଟି ବିଭାଗ ।

30 ଶଯ୍ୟା ବିଶିଷ୍ଟ ଗୋଟିଏ ଆୟୁଷ ବିଭାଗ ଯେଉଁଠି ସମସ୍ତ ପାରମ୍ପରିକ ଚିକିତ୍ସା ପଦ୍ଧତିର ସ୍ୱାସ୍ଥ୍ୟସେବା ଉପଲବ୍ଧ ହେବ ।

ପ୍ରଭାବ :

ଦେଓଘରଠାରେ ନୂଆ ଏମ୍ସ ପ୍ରତିଷ୍ଠା ଦ୍ୱାରା ଦୁଇଟି ଉଦ୍ଦେଶ୍ୟ ସାଧିତ ହୋଇପାରିବ । ପ୍ରଥମତଃ ସ୍ଥାନୀୟ ଅଂଚଳର ଲୋକମାନେ ଉନ୍ନତମାନର ଆଧୁନିକ ଚିକିତ୍ସା ସୁବିଧା ପାଇପାରିବେ । ଦ୍ୱିତୀୟତଃ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅନ୍ତର୍ଗତ ସ୍ଥାନୀୟ ଅଂଚଳରେ ଥିବା ପ୍ରାଥମିକ ଏବଂ ମାଧ୍ୟାମିକ ସ୍ତରର ସ୍ୱାସ୍ଥ୍ୟକେନ୍ଦ୍ର ଲାଗି ଆବଶ୍ୟକ ସଂଖ୍ୟକ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ଉପଲବ୍ଧ ହୋଇପାରିବେ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Spirituality remains key driver for travel in Asia, India ranks top: Report

Media Coverage

Spirituality remains key driver for travel in Asia, India ranks top: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 26, 2026
March 26, 2026

India’s Economy, Innovative Spirit and Global Standing Continue to Thrive with the Modi Government