ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏକ କେନ୍ଦ୍ରୀୟ କ୍ଷେତ୍ର ଉପ-ଯୋଜନା "ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ସହ-ଯୋଜନା"କୁ ଅନୁମୋଦନ କରାଯାଇଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଅଧୀନରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୬-୨୭ ଆର୍ଥିକ ବର୍ଷ ମଧ୍ୟରେ ଏହି ଉପଯୋଜନାକୁ କାର୍ଯ୍ୟକାରୀ କରାଯିବ । ମତ୍ସ୍ୟ ଚାଷ କ୍ଷେତ୍ରକୁ ଆନୁଷ୍ଠାନିକ ରୂପ ଦେବା ଏବଂ ମତ୍ସ୍ୟ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ଆଗାମୀ ଚାରି ବର୍ଷରେ ଏହି ଯୋଜନାରେ ୬,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏଥିରେ ସମ୍ପୃକ୍ତ ଖର୍ଚ୍ଚ

ଏହି ଉପ-ଯୋଜନାକୁ ପିଏମଏମଏସୱାଇର କେନ୍ଦ୍ରୀୟ କ୍ଷେତ୍ର ଉପାଦାନ ଅଧୀନରେ ଏକ କେନ୍ଦ୍ରୀୟ କ୍ଷେତ୍ର ଉପ-ଯୋଜନା ଭାବରେ କାର୍ଯ୍ୟକାରୀ କରାଯିବ, ଯେଉଁଥିରେ ୫୦% ଅର୍ଥାତ୍ ବିଶ୍ୱ ବ୍ୟାଙ୍କ ଓ ଏଏଫଡି ବାହ୍ୟ ଆର୍ଥିକ ସହାୟତା ସମେତ ୩,୦୦୦ କୋଟି ଟଙ୍କାର ପବ୍ଲିକ୍ ଫାଇନାନ୍ସ ଏବଂ ଅବଶିଷ୍ଟ ୫୦% ଅର୍ଥାତ୍ ୩,୦୦୦ କୋଟି ଟଙ୍କା ହିତାଧିକାରୀ/ବେସରକାରୀ କ୍ଷେତ୍ରର ଲିଭରେଜରୁ ଆନୁମାନିକ ବିନିଯୋଗ ହେବ । ଏହି ଯୋଜନା ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୪ (ଚାରି) ବର୍ଷ ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ।

ନିର୍ଦ୍ଧାରିତ ହିତାଧିକାରୀ:

  • ମତ୍ସ୍ୟଚାଷ ମୂଲ୍ୟ ଶୃଙ୍ଖଳାରେ ସିଧାସଳଖ ନିୟୋଜିତ ମତ୍ସ୍ୟଜୀବୀ, ମତ୍ସ୍ୟ (ଜଳଜ କୃଷି) ଚାଷୀ, ମତ୍ସ୍ୟ ଶ୍ରମିକ, ମତ୍ସ୍ୟ ବିକ୍ରେତା କିମ୍ବା ଅନ୍ୟ ବ୍ୟକ୍ତିମାନେ ।
  • ଭାରତରେ ପଞ୍ଜୀକୃତ ମାଲିକାନା ଫାର୍ମ, ପାର୍ଟନରସିପ୍ ଫାର୍ମ ଏବଂ କମ୍ପାନୀ, ସୋସାଇଟି, ଲିମିଟେଡ୍ ଲାଏବିଲିଟି ପାର୍ଟନରସିପ୍ (ଏଲ୍‌ଏଲ୍‌ପି), ସମବାୟ, ମହାସଂଘ, ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି), ମତ୍ସ୍ୟ କୃଷକ ଉତ୍ପାଦକ ସଂଗଠନ (ଏଫ୍ଏଫ୍‌ପିଓ) ଏବଂ ମତ୍ସ୍ୟ ଚାଷ ଓ ଜଳଚାଷ ମୂଲ୍ୟ ଶୃଙ୍ଖଳାରେ ନିୟୋଜିତ ଷ୍ଟାର୍ଟଅପ୍ ଆକାରରେ କ୍ଷୁଦ୍ର ଓ କ୍ଷୁଦ୍ର ଉଦ୍ୟୋଗ।
  • ଏଫଏଫପିଓରେ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ମଧ୍ୟ ଅନ୍ତର୍ଭୁକ୍ତ ।
  • ଅନ୍ୟ କୌଣସି ହିତାଧିକାରୀ ଯାହାଙ୍କୁ ମତ୍ସ୍ୟ ବିଭାଗ, ଭାରତ ସରକାରଙ୍କ ଲକ୍ଷ୍ୟବଦ୍ଧ ହିତାଧିକାରୀ ଭାବରେ ଅନ୍ତର୍ଭୁକ୍ତ କରାଯାଇପାରିବ ।

 

ରୋଜଗାର ସୃଷ୍ଟି ସମ୍ଭାବନା ସମେତ ପ୍ରମୁଖ ପ୍ରଭାବ

  • ୪୦ ଲକ୍ଷ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ କାର୍ଯ୍ୟ ଭିତ୍ତିକ ପରିଚୟ ପ୍ରଦାନ ପାଇଁ ଏକ ଜାତୀୟ ମତ୍ସ୍ୟ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି କରିବା ।
  • ଧୀରେ ଧୀରେ ମତ୍ସ୍ୟ କ୍ଷେତ୍ରର ଔପଚାରିକରଣ ଏବଂ ସଂସ୍ଥାଗତ ଋଣର ଉପଲବ୍ଧତା ବୃଦ୍ଧି । ଏହି ପଦକ୍ଷେପ ଦ୍ୱାରା ୬.୪ ଲକ୍ଷ କ୍ଷୁଦ୍ର ଉଦ୍ୟୋଗ ଏବଂ ୫,୫୦୦ ମତ୍ସ୍ୟ ସମବାୟ ସମିତିକୁ ଅନୁଷ୍ଠାନିକ ଋଣ ମିଳିପାରିବ ।
  • ପାରମ୍ପରିକ ସବସିଡିରୁ ଧୀରେ ଧୀରେ ମତ୍ସ୍ୟ ଚାଷକ୍ଷେତ୍ରରେ ପ୍ରଦର୍ଶନ ଭିତ୍ତିକ ପ୍ରୋତ୍ସାହନକୁ ପରିବର୍ତ୍ତନ
  • ଏହି କାର୍ଯ୍ୟକ୍ରମରେ ୫୫,୦୦୦ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗକୁ ସମର୍ଥନ କରି ମୂଲ୍ୟ ଶୃଙ୍ଖଳା ଦକ୍ଷତାରେ ଉନ୍ନତି ଆଣିବା ଏବଂ ସୁରକ୍ଷିତ, ଗୁଣାତ୍ମକ ମାଛ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
  • ପରିବେଶ ଏବଂ ଦୀର୍ଘସ୍ଥାୟିତ୍ୱ ପଦକ୍ଷେପକୁ ପ୍ରୋତ୍ସାହନ
  • ବ୍ୟବସାୟିକ ସୁଗମତା ଏବଂ ସ୍ୱଚ୍ଛତା ସୁବିଧା
  • ଉତ୍ପାଦନ, ଉତ୍ପାଦକତାକୁ ସୁଦୃଢ଼ କରିବା ପାଇଁ ଜଳଜ କୃଷି ବୀମା କଭରେଜ୍ ମାଧ୍ୟମରେ ରୋଗ ଜନିତ ଫସଲ ହାନି ସମସ୍ୟାର ସମାଧାନ
  • ମୂଲ୍ୟ ବୃଦ୍ଧି, ମୂଲ୍ୟ ପ୍ରାପ୍ତି ଏବଂ ମୂଲ୍ୟ ସୃଷ୍ଟି ମାଧ୍ୟମରେ ରପ୍ତାନି ପ୍ରତିଯୋଗିତା ବୃଦ୍ଧି କରିବା
  • ମୂଲ୍ୟ ଶୃଙ୍ଖଳା ଦକ୍ଷତା କାରଣରୁ ଲାଭ ସୀମା ବୃଦ୍ଧି ହେତୁ ଆୟ ବୃଦ୍ଧି
  • ଘରୋଇ ବଜାରରେ ମାଛ ଓ ମତ୍ସ୍ୟ ଉତ୍ପାଦର ଉନ୍ନତ ମାନ
  • ଘରୋଇ ବଜାରକୁ ସୁଦୃଢ଼ ଓ ଗଭୀର କରିବ
  • ବ୍ୟବସାୟ ଅଭିବୃଦ୍ଧି, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ବ୍ୟବସାୟ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ
  • ନିଯୁକ୍ତି ଓ ସୁରକ୍ଷିତ କର୍ମକ୍ଷେତ୍ର ସୃଷ୍ଟି ମାଧ୍ୟମରେ ମହିଳା ସଶକ୍ତୀକରଣ
  • ଏଥିରେ ୭୫,୦୦୦ ମହିଳାଙ୍କୁ ନିଯୁକ୍ତି ଦେବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ୧.୭ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି ଏବଂ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ମୂଲ୍ୟ ଶୃଙ୍ଖଳାରେ ୫.୪ ଲକ୍ଷ ନିରନ୍ତର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।

 

ପିଏମ-ଏମକେଏସଏସୱାଇର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ :

  • ଜାତୀୟ ମତ୍ସ୍ୟ କ୍ଷେତ୍ର ଡିଜିଟାଲ ପ୍ଲାଟଫର୍ମ ଅଧୀନରେ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ ଏବଂ ସହାୟକ ଶ୍ରମିକଙ୍କ ସ୍ୱୟଂକ୍ରିୟ ପଞ୍ଜୀକରଣ ମାଧ୍ୟମରେ ଅସଂଗଠିତ ମତ୍ସ୍ୟ କ୍ଷେତ୍ରକୁ ଧୀରେ ଧୀରେ ଆନୁଷ୍ଠାନିକ ରୂପ ଦେବା ସହିତ ଉନ୍ନତ ସେବା ପ୍ରଦାନ ପାଇଁ ମତ୍ସ୍ୟଜୀବୀଙ୍କ କାର୍ଯ୍ୟ ଭିତ୍ତିକ ଡିଜିଟାଲ ପରିଚୟ ସୃଷ୍ଟି କରିବା ।
  • ମତ୍ସ୍ୟ ଚାଷ କ୍ଷେତ୍ର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଅନୁଷ୍ଠାନିକ ଆର୍ଥିକ ସହାୟତା ପ୍ରଦାନ କରିବା।
  • ଜଳଚାଷ ବୀମା କିଣିବା ପାଇଁ ହିତାଧିକାରୀଙ୍କୁ ଏକକାଳୀନ ପ୍ରୋତ୍ସାହନ ପ୍ରଦାନ ।
  • ନିଯୁକ୍ତି ସୃଷ୍ଟି ଓ ରକ୍ଷଣାବେକ୍ଷଣ ସମେତ ମତ୍ସ୍ୟ କ୍ଷେତ୍ରର ମୂଲ୍ୟ ଶୃଙ୍ଖଳା ଦକ୍ଷତାରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟଦକ୍ଷତା ଅନୁଦାନ ମାଧ୍ୟମରେ ମତ୍ସ୍ୟ ଚାଷ ଓ ଜଳଚାଷ ଲଘୁ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବା।
  • ମତ୍ସ୍ୟ ଏବଂ ମତ୍ସ୍ୟ ଉତ୍ପାଦ ନିରାପତ୍ତା ଓ ନିଯୁକ୍ତି ସୃଷ୍ଟି ଏବଂ ରକ୍ଷଣାବେକ୍ଷଣ ସମେତ ଗୁଣାତ୍ମକ ନିଶ୍ଚିତତା ପ୍ରଣାଳୀ ଗ୍ରହଣ ଏବଂ ସମ୍ପ୍ରସାରଣ ପାଇଁ କାର୍ଯ୍ୟଦକ୍ଷତା ଅନୁଦାନ ମାଧ୍ୟମରେ ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବା ।

 

କାର୍ଯ୍ୟକାରିତା ରଣନୀତି:

ଉପ-ଯୋଜନାରେ ନିମ୍ନଲିଖିତ ମୁଖ୍ୟ ଉପାଦାନ ରହିଛି:

 

ଉପାଦାନ ୧-: ମତ୍ସ୍ୟ ଚାଷ କ୍ଷେତ୍ରକୁ ଆନୁଷ୍ଠାନିକ ରୂପ ଦେବା ଏବଂ କାର୍ଯ୍ୟଶୀଳ ପୁଞ୍ଜି ଆର୍ଥିକ ସହାୟତା ନିମନ୍ତେ ଭାରତ ସରକାରଙ୍କ କାର୍ଯ୍ୟକ୍ରମରେ ମତ୍ସ୍ୟ ଚାଷ ଲଘୁ ଉଦ୍ୟୋଗଗୁଡ଼ିକୁ ସୁବିଧା ଯୋଗାଇ ଦେବା :

ମତ୍ସ୍ୟ ଚାଷ ଏକ ଅସଂଗଠିତ କ୍ଷେତ୍ର ହୋଇଥିବାରୁ ମତ୍ସ୍ୟ ଉତ୍ପାଦନକାରୀ ଏବଂ ଜାତୀୟ ସ୍ତରରେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ସମେତ ମତ୍ସ୍ୟଜୀବୀ, ବିକ୍ରେତା ଏବଂ ପ୍ରୋସେସରଙ୍କ ଭଳି ଅନ୍ୟ ସହାୟକ ଅଂଶୀଦାରଙ୍କ ପଞ୍ଜୀକରଣ କରି ଧୀରେ ଧୀରେ ଏହାକୁ ଆନୁଷ୍ଠାନିକ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ଜାତୀୟ ମତ୍ସ୍ୟ ଡିଜିଟାଲ ପ୍ଲାଟଫର୍ମ (ଏନ୍‌ଏଫ୍‌ଡିପି) ସୃଷ୍ଟି କରାଯିବ ଏବଂ ଏଥିରେ ପଞ୍ଜୀକରଣ ପାଇଁ ସମସ୍ତ ଅଂଶୀଦାରଙ୍କୁ ନିୟୋଜିତ କରାଯିବ। ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ମାଧ୍ୟମରେ ସେମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯିବ। ଏନଏଫଡିପି ଆର୍ଥିକ ପ୍ରୋତ୍ସାହନ ବିତରଣ ସହିତ ଏକାଧିକ କାର୍ଯ୍ୟ କରିବ । ତାଲିମ ଓ ସମ୍ପ୍ରସାରଣ ସହାୟତା, ଆର୍ଥିକ ସାକ୍ଷରତାରେ ଉନ୍ନତି, ଆର୍ଥିକ ସହାୟତା ମାଧ୍ୟମରେ ପ୍ରକଳ୍ପ ପ୍ରସ୍ତୁତି ଓ ଡକ୍ୟୁମେଣ୍ଟେସନକୁ ସୁଗମ କରିବା, ପ୍ରକ୍ରିୟାକରଣ ଶୁଳ୍କ ଓ ଅନ୍ୟାନ୍ୟ ଶୁଳ୍କ ଭରଣା କରିବା ଏବଂ ବର୍ତ୍ତମାନର ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଭଳି କାର୍ଯ୍ୟକ୍ରମ ହାତକୁ ନେବାକୁ ପ୍ରସ୍ତାବ ରହିଛି।

ଉପାଦାନ ୧-: ଜଳଜ କୃଷି ବୀମା ଗ୍ରହଣ କରିବାର ସୁବିଧା:

ଉପଯୁକ୍ତ ବୀମା ଉତ୍ପାଦ ସୃଷ୍ଟି କରିବାର ସୁବିଧା କରିବା ଏବଂ ପ୍ରକଳ୍ପ ଅବଧି ମଧ୍ୟରେ ଅତି କମରେ ୧ ଲକ୍ଷ ହେକ୍ଟର ଜଳଜ କୃଷି ବା ଏକ୍ୱା କଲ୍‌ଚର୍‌ ଫାର୍ମକୁ ଅନ୍ତର୍ଭୁକ୍ତ କରି କାର୍ଯ୍ୟର ବ୍ୟାପକତା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହାବ୍ୟତୀତ ଇଚ୍ଛୁକ ଚାଷୀଙ୍କୁ ୪ ହେକ୍ଟର ଜଳ ବିସ୍ତାର କ୍ଷେତ୍ର ଏବଂ ତା'ଠାରୁ କମ୍ ଜମି ଥିବା ବୀମା କିଣିବା ପାଇଁ ଏକକାଳୀନ ପ୍ରୋତ୍ସାହନ ପ୍ରଦାନ କରିବାକୁ ପ୍ରସ୍ତାବ ରହିଛି। ‘ଏକକାଳୀନ ପ୍ରୋତ୍ସାହନ’ ପ୍ରିମିୟମ୍ ମୂଲ୍ୟର ୪୦% ହାରରେ ହେବ, ଯେଉଁଥିରେ ଜଳଜ କୃଷି ଫାର୍ମର ଜଳ ବିସ୍ତାର କ୍ଷେତ୍ରର ହେକ୍ଟର ପିଛା ୨୫,୦୦୦ ଟଙ୍କା ସୀମା ରହିବ। ଏକକ ଚାଷୀଙ୍କୁ ସର୍ବାଧିକ ପ୍ରୋତ୍ସାହନ ରାଶି ୧,୦୦,୦୦୦ ଟଙ୍କା ଏବଂ ପ୍ରୋତ୍ସାହନ ପାଇଁ ଯୋଗ୍ୟ ସର୍ବାଧିକ ୪ ହେକ୍ଟର ଜଳ ବିସ୍ତାର କ୍ଷେତ୍ର ହେବ। ଫାର୍ମ ବ୍ୟତୀତ ଅନ୍ୟାନ୍ୟ ଜଳଜ କୃଷିର ଅଧିକ ଗଭୀର ରୂପ ଯଥା କେଜ୍ କଲଚର, ରି-ସର୍କୁଲେଟରି ଏକ୍ୱାକଲଚର ସିଷ୍ଟମ (ଆରଏଏସ), ବାୟୋ-ଫ୍ଲୋକ୍, ରେସ୍ୱେ ଇତ୍ୟାଦି ପାଇଁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ପ୍ରିମିୟମର ୪୦% ଅଟେ । ସର୍ବାଧିକ ପ୍ରୋତ୍ସାହନ ରାଶି ୧ ଲକ୍ଷ ଏବଂ ସର୍ବାଧିକ ୟୁନିଟ୍ ଆକାର ୧୮୦୦ ମିଟର ହେବ। କେବଳ ଗୋଟିଏ ଫସଲ ଅର୍ଥାତ୍ ଗୋଟିଏ ଫସଲ ଚକ୍ର ପାଇଁ କ୍ରୟ କରାଯାଇଥିବା ଜଳଜ କୃଷି ବୀମା ପାଇଁ 'ଏକକାଳୀନ ପ୍ରୋତ୍ସାହନ'ର ଉପରୋକ୍ତ ସୁବିଧା ପ୍ରଦାନ କରାଯିବ। ଏସସି, ଏସଟି ଏବଂ ମହିଳା ହିତାଧିକାରୀଙ୍କୁ ସାଧାରଣ ବର୍ଗ ପାଇଁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନର ଅତିରିକ୍ତ ୧୦% ହିସାବରେ ପ୍ରୋତ୍ସାହନ ଦିଆଯିବ । ଏହା ଦ୍ୱାରା ବୀମା ଉତ୍ପାଦ ପାଇଁ ଏକ ସୁଦୃଢ଼ ବଜାର ସୃଷ୍ଟି ହେବ ଏବଂ ବୀମା କମ୍ପାନୀଗୁଡିକ ଭବିଷ୍ୟତରେ ଆକର୍ଷଣୀୟ ବୀମା ଉତ୍ପାଦ ଆଣିବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି ।

ଉପାଦାନ ୨: ମତ୍ସ୍ୟ କ୍ଷେତ୍ରର ମୂଲ୍ୟ ଶୃଙ୍ଖଳା ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଲଘୁ ଉଦ୍ୟୋଗଗୁଡ଼ିକୁ ସମର୍ଥନ:

ଏହି ଉପାଦାନ ଆନୁସଙ୍ଗିକ ବିଶ୍ଳେଷଣ ଏବଂ ସଚେତନତା ଅଭିଯାନ ସହିତ କାର୍ଯ୍ୟଦକ୍ଷତା ଅନୁଦାନ ବ୍ୟବସ୍ଥା ମାଧ୍ୟମରେ ମତ୍ସ୍ୟ କ୍ଷେତ୍ରରେ ମୂଲ୍ୟ ଶୃଙ୍ଖଳା ଦକ୍ଷତାକୁ ଉନ୍ନତ କରିବାକୁ ଚେଷ୍ଟା କରେ।  ମହିଳାମାନଙ୍କ ପ୍ରାଥମିକତା ଦେଇ ଉତ୍ପାଦନରେ ପୁନଃନିଯୁକ୍ତି, ଚାକିରି ସୃଷ୍ଟି ଓ ଜାରି ରଖିବା ଲାଗି ଲଘୁ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ଏବଂ ଗୋଟିଏ ମାପନଯୋଗ୍ୟ ମାନଦଣ୍ଡ ଅଧୀନରେ ଚୟନିତ ମୂଲ୍ୟ ମଧ୍ୟରେ ପ୍ରଦର୍ଶନ ଅନୁଦାନର ବ୍ୟବସ୍ଥା ଜରିଆରେ ମୂଲ୍ୟ ଶୃଙ୍ଖଳା ଦକ୍ଷତାକୁ ବଢ଼ାଇବା ଲାଗି ଏଥିରେ ପ୍ରାଥମିକତା ଦିଆଯାଇଛି ।

କାର୍ଯ୍ୟଦକ୍ଷତା ଅନୁଦାନର ପରିମାଣ ଏବଂ କାର୍ଯ୍ୟଦକ୍ଷତା ଅନୁଦାନ ପ୍ରଦାନ ପାଇଁ ମାନଦଣ୍ଡ ନିମ୍ନରେ ଦର୍ଶାଯାଇଛି:

  1. ଲଘୁ ଉଦ୍ୟୋଗ ପାଇଁ କାର୍ଯ୍ୟଦକ୍ଷତା ଅନୁଦାନ ସାଧାରଣ ବର୍ଗ ପାଇଁ ମୋଟ ନିବେଶର ୨୫% କିମ୍ବା ୩୫ ଲକ୍ଷ ଟଙ୍କା, ଯାହା କମ୍ ଥିବ ଏବଂ ଏସସି, ଏସଟି ଓ ମହିଳାଙ୍କ ମାଲିକାନାରେ ଥିବା ଲଘୁ ଉଦ୍ୟୋଗ ପାଇଁ ସମୁଦାୟ ନିବେଶର ୩୫% କିମ୍ବା ୪୫ ଲକ୍ଷ ଟଙ୍କା, ଯାହା କମ୍ ଥିବ, ସେଥିରୁ ଅଧିକ ହେବ ନାହିଁ।
  2. ଗ୍ରାମସ୍ତରୀୟ ସଂଗଠନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ, ଏଫଏଫପିଓ ଏବଂ ସମବାୟ ମହାସଂଘ ପାଇଁ କାର୍ଯ୍ୟଦକ୍ଷତା ଅନୁଦାନ ମୋଟ ନିବେଶର ୩୫% କିମ୍ବା ୨ କୋଟି ଟଙ୍କାରୁ ଅଧିକ ହେବ ନାହିଁ।
  • III. ଉପରୋକ୍ତ ଉଦ୍ଦେଶ୍ୟ ପାଇଁ ସମୁଦାୟ ନିବେଶରେ (i, ii ଓ iii) ନୂତନ ପ୍ଲାଣ୍ଟ ଓ ଯନ୍ତ୍ରପାତି, ବୈଷୟିକ ବେସାମରିକ /ବୈଦ୍ୟୁତିକ କାର୍ଯ୍ୟ ଓ ଆନୁସଙ୍ଗିକ ଭିତ୍ତିଭୂମି ସମେତ ଉପକରଣ, ପରିବହନ ଏବଂ ବିତରଣ ଭିତ୍ତିଭୂମି, ନବୀକରଣ ଶକ୍ତି ଉପକରଣ ସମେତ ଶକ୍ତି ଦକ୍ଷ ଉପକରଣ, ପ୍ରଯୁକ୍ତି ବିଦ୍ୟା ହସ୍ତକ୍ଷେପ, ମୂଲ୍ୟ ଶୃଙ୍ଖଳା ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଅନ୍ୟାନ୍ୟ ହସ୍ତକ୍ଷେପ ଉପରେ ବ୍ୟୟ ଏବଂ ଏହି ଯୋଜନା ଅଧୀନରେ କରାଯାଇଥିବା ଆବେଦନ ବର୍ଷରେ ସୃଷ୍ଟି ହୋଇଥିବା ଅତିରିକ୍ତ ଚାକିରି ପାଇଁ ଦରମା ବିଲ୍ ଅନ୍ତର୍ଭୁକ୍ତ ହେବ।

 

ଉପାଦାନ 3: ମାଛ ଏବଂ ମତ୍ସ୍ୟ ଉତ୍ପାଦ ନିରାପତ୍ତା ଏବଂ ଗୁଣବତ୍ତା ସୁନିଶ୍ଚିତତା ପ୍ରଣାଳୀ ଗ୍ରହଣ ଏବଂ ସମ୍ପ୍ରସାରଣ:

ମତ୍ସ୍ୟ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ମତ୍ସ୍ୟ ଓ ମତ୍ସ୍ୟ ଉତ୍ପାଦ ବିପଣନରେ ନିରାପତ୍ତା ଓ ଗୁଣାତ୍ମକ ସୁନିଶ୍ଚିତତା ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ଦ୍ୱାରା ମାଛର ବଜାର ବୃଦ୍ଧି ପାଇବ ଏବଂ ବିଶେଷ କରି ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ବଜାୟ ରହିବ ବୋଲି ଆଶା କରାଯାଉଛି। ଏହି ହସ୍ତକ୍ଷେପ ଦ୍ୱାରା ସୁରକ୍ଷିତ ମାଛ ଏବଂ ମତ୍ସ୍ୟ ଉତ୍ପାଦର ଯୋଗାଣ ବୃଦ୍ଧି ମାଧ୍ୟମରେ ମାଛ ପାଇଁ ଘରୋଇ ବଜାର ବିସ୍ତାର ହେବ ବୋଲି ଆଶା କରାଯାଉଛି ଯାହା ନୂତନ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବ । କାର୍ଯ୍ୟଦକ୍ଷତା ଅନୁଦାନର ପରିମାଣ ଏବଂ କାର୍ଯ୍ୟଦକ୍ଷତା ଅନୁଦାନ ପ୍ରଦାନ କରିବାର ମାନଦଣ୍ଡ ନିମ୍ନରେ ଦର୍ଶାଯାଇଛି:

  1. ଲଘୁ ଉଦ୍ୟୋଗ ପାଇଁ କାର୍ଯ୍ୟଦକ୍ଷତା ଅନୁଦାନ ମୋଟ ନିବେଶର ୨୫% ରୁ ଅଧିକ କିମ୍ବା, ସାଧାରଣ ବର୍ଗ ପାଇଁ ୩୫ ଲକ୍ଷ ଟଙ୍କା, ଯାହା କମ୍ ଥିବ ଏବଂ ଏସସି, ଏସଟି ଓ ମହିଳାଙ୍କ ମାଲିକାନାରେ ଥିବା ଲଘୁ ଉଦ୍ୟୋଗ ପାଇଁ ସମୁଦାୟ ନିବେଶର ୩୫% କିମ୍ବା ୪୫ ଲକ୍ଷ ଟଙ୍କା, ଯାହା କମ୍ ଥିବ।
  2. ଏକ କ୍ଷୁଦ୍ର ଉଦ୍ୟୋଗ ପାଇଁ ପ୍ରଦର୍ଶନ ଅନୁଦାନର ସର୍ବାଧିକ ଆକାର ସାଧାରଣ ବର୍ଗ ପାଇଁ ମୋଟ ନିବେଶର ୨୫% କିମ୍ବା ୭୫ ଲକ୍ଷ ଟଙ୍କା, ଯାହା କମ୍ ଥିବ ଏବଂ ମୋଟ ନିବେଶର ୩୫% କିମ୍ବା ଏସସି, ଏସଟି ଏବଂ ମହିଳା ମାଲିକାନାରେ ଥିବା କ୍ଷୁଦ୍ର ଉଦ୍ୟୋଗ ପାଇଁ ୧୦୦ ଲକ୍ଷ ଟଙ୍କା, ଯାହା କମ୍ ଥିବ, ସେଥିରୁ ଅଧିକ ହେବ ନାହିଁ।
  • III. ଗ୍ରାମସ୍ତରୀୟ ସଂଗଠନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ, ଏଫଏଫପିଓ ଏବଂ ସମବାୟ ମହାସଂଘ ପାଇଁ କାର୍ଯ୍ୟଦକ୍ଷତା ଅନୁଦାନର ସର୍ବାଧିକ ଆକାର ମୋଟ ନିବେଶର ୩୫% କିମ୍ବା ୨କୋଟି ଟଙ୍କାରୁ ଅଧିକ ହେବ ନାହିଁ।

ଉପରୋକ୍ତ ଉଦ୍ଦେଶ୍ୟରେ ମୋଟ ନିବେଶ କ) ନୂତନ ପ୍ଲାଣ୍ଟ ଏବଂ ଯନ୍ତ୍ରପାତି ଉପରେ ହୋଇଥିବା ପୁଞ୍ଜି ନିବେଶ, ଖ) ବୈଷୟିକ ବେସାମରିକ / ବୈଦ୍ୟୁତିକ କାର୍ଯ୍ୟ ଓ ଆନୁସଙ୍ଗିକ ଭିତ୍ତିଭୂମି ସମେତ ଉପକରଣ, ଗ) ପରିବହନ ଏବଂ ବିତରଣ ଭିତ୍ତିଭୂମି, ଘ) ବର୍ଜ୍ୟବସ୍ତୁ ସଂଗ୍ରହ ଓ ଚିକିତ୍ସା ସୁବିଧା, ଇ) ରୋଗ ପରିଚାଳନା, ସର୍ବୋତ୍ତମ ପରିଚାଳନା ଅଭ୍ୟାସ, ମାନକ, ସାର୍ଟିଫିକେସନ୍ ଏବଂ ଟ୍ରେସେବିଲିଟି, ଟେକ୍ନୋଲୋଜି ହସ୍ତକ୍ଷେପ, ସୁରକ୍ଷିତ ମାଛ ଉତ୍ପାଦନ ଓ ଯୋଗାଣ ପାଇଁ ଅନ୍ୟାନ୍ୟ ନିବେଶ ଏବଂ ଚ) ଏହି ଯୋଜନା ଅଧୀନରେ କରାଯାଇଥିବା ଆବେଦନ ବର୍ଷରେ ସୃଷ୍ଟି ହୋଇଥିବା ଅତିରିକ୍ତ ଚାକିରି ପାଇଁ ଦରମା ବିଲ୍ ।

ଉପାଦାନ ୨ ଏବଂ ୨ ପାଇଁ କାର୍ଯ୍ୟଦକ୍ଷତା ଅନୁଦାନ ବିତରଣ ମାନଦଣ୍ଡ

କ.) ନିଯୁକ୍ତି ସୃଷ୍ଟି ଓ ବଜାୟ ରହିବା ସଂଖ୍ୟା; ଯେଉଁଥିରେ ମହିଳାମାନଙ୍କ ପାଇଁ ସୃଷ୍ଟି ହୋଇଥିବା ଏବଂ ଜାରି ରହିଥିବା ଚାକିରି ଅନ୍ତର୍ଭୁକ୍ତ । ମହିଳାଙ୍କ ପାଇଁ ସୃଷ୍ଟି ଓ ଜାରି ରହିଥିବା ପ୍ରତ୍ୟେକ ଚାକିରି ପାଇଁ ବାର୍ଷିକ ୧୫,୦୦୦ ଟଙ୍କା ପ୍ରଦାନ କରାଯିବ, ସେହିଭଳି ଜଣେ ପୁରୁଷଙ୍କ ପାଇଁ ସୃଷ୍ଟି ଓ ଜାରି ରହିଥିବା ପ୍ରତ୍ୟେକ ଚାକିରି ପାଇଁ ବାର୍ଷିକ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ, ଯାହା କି ମୋଟ ଯୋଗ୍ୟ ଅନୁଦାନର ୫୦% ସୀମା ଅଧୀନରେ ରହିବ ।

ଖ). ଉପାଦାନ-୨ ର ମୂଲ୍ୟ ଶୃଙ୍ଖଳା ଦକ୍ଷତା ବୃଦ୍ଧି ପାଇଁ ମୂଲ୍ୟ ଶୃଙ୍ଖଳାରେ ହୋଇଥିବା ନିବେଶ ଏବଂ ଉପାଦାନ ୩ ଅଧୀନରେ ମାଛ ଓ ମତ୍ସ୍ୟ ଉତ୍ପାଦ ନିରାପତ୍ତା ଓ ଗୁଣାତ୍ମକ ନିଶ୍ଚିତତା ବ୍ୟବସ୍ଥା ଗ୍ରହଣ ଓ ସମ୍ପ୍ରସାରଣ ନିମନ୍ତେ କରାଯାଇଥିବା ନିବେଶ, ଯୋଗ୍ୟ ଅନୁଦାନର ୫୦% ସୀମା ମଧ୍ୟରେ ନିବେଶ ଶେଷ ହେବା ପରେ ନିବେଶ ପାଇଁ କାର୍ଯ୍ୟଦକ୍ଷତା ଅନୁଦାନ ପ୍ରଦାନ କରାଯିବ।

ଉପାଦାନ ୪ : ପ୍ରକଳ୍ପ ପରିଚାଳନାତଦାରଖ ଏବଂ ରିପୋର୍ଟିଂ:

ଏହି ଉପାଦାନ ଅଧୀନରେ ପ୍ରକଳ୍ପ କାର୍ଯ୍ୟକଳାପ ପରିଚାଳନା, କାର୍ଯ୍ୟକାରୀ, ତଦାରଖ ଏବଂ ମୂଲ୍ୟାଙ୍କନ ପାଇଁ ପ୍ରକଳ୍ପ ପରିଚାଳନା ୟୁନିଟ୍ (ପିଏମ୍‌ୟୁ) ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains among best-performing major economies: S&P Global

Media Coverage

India remains among best-performing major economies: S&P Global
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 19, 2026
April 19, 2026

Building a Stronger Bharat: Infrastructure Revolution, Economic Resilience & Inclusive Welfare Under PM Modi