The National Steel Policy 2017 aims to make India self-sufficient in steel production
New Steel Policy mandates to give preference to domestically manufactured iron & steel products
Union Cabinet approves National Steel Policy 2017 that favours Indian steelmakers
The New Steel Policy, 2017 aspires to achieve 300MT of steel-making capacity by 2030

• ନୂଆ ନୀତିରେ ଦୀର୍ଘକାଳୀନ ଲକ୍ଷ୍ୟର ପ୍ରତିଫଳନ

• ଘରୋଇ ଉପଯୋଗ ବୃଦ୍ଧି ଓ ଉଚ୍ଚ ଗୁଣାତ୍ମକ ମାନର ଇସ୍ପାତ ଉତ୍ପାଦନ ସହ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଉପରେ ଗୁରୁତ୍ୱ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଜାତୀୟ ଇସ୍ପାତ ନୀତି(NSP)-2017 କୁ ଅନୁମୋଦନ ଦେଇଛନ୍ତି ।

ନୂଆ ଇସ୍ପାତ ନୀତିରେ ଇସ୍ପାତ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଦୀର୍ଘକାଳୀନ ଲକ୍ଷ୍ୟକୁ ସାମିଲ କରିଛନ୍ତି । ଏହା ଘରୋଇ ଇସ୍ପାତ ଉପଯୋଗକୁ ବୃଦ୍ଧି ଓ ଉଚ୍ଚ ଗୁଣାତ୍ମକ ମାନର ଇସ୍ପାତ ଉତ୍ପାଦନକୁ ସୁନିଶ୍ଚିତ କରିବା ଓ ଜ୍ଞାନକୌଶଳ ଦୃଷ୍ଟିରୁ ଉନ୍ନତ ଓ ବିଶ୍ୱସ୍ତରର ପ୍ରତିଯୋଗିତାପୂର୍ଣ୍ଣ ଷ୍ଟିଲ ଉଦ୍ୟୋଗ ନିମନ୍ତେ ପ୍ରୋତ୍ସାହିତ କରିବ ।

NSP-2017ର ପ୍ରମୁଖ ବୈଶିଷ୍ଟ୍ୟ :

1- ଘରୋଇ ନିର୍ମାତା, ଏମ୍ଏସଏମ୍ଇ ଇସ୍ପାତ ଉତ୍ପାଦନକାରୀ, ସିପିଏସ୍ଇକୁ ନୀତି ସହଯୋଗ ଓ ମାର୍ଗଦର୍ଶନ ପ୍ରଦାନ କରି ଷ୍ଟିଲ ଉତ୍ପାଦନକୁ ଆତ୍ମନିର୍ଭରଶୀଳ କରିବା

2- ପର୍ଯ୍ୟାପ୍ତ କ୍ଷମତାରେ ବୃଦ୍ଧିକୁ ପ୍ରୋତ୍ସାହିତ କରିବା

3- ବିଶ୍ୱସ୍ତରରେ ପ୍ରତିଯୋଗିତାପୂର୍ଣ୍ଣ ଷ୍ଟିଲ ଉତ୍ପାଦନ ସାମର୍ଥ୍ୟର ବିକାଶ

4- ମୂଲ୍ୟଭିତ୍ତିକ ଉତ୍ପାଦନ

5- ଲୁହାପଥର, କୁକିଙ୍ଗ୍ କୋଇଲା ଓ ପ୍ରାକୃତିକ ଗ୍ୟାସର ଘରୋଇ ଉପଲବ୍ଧତା

6- ବିଦେଶୀ ପୁଞ୍ଜିନିବେଶ ପାଇଁ ସୁଯୋଗ

7- କଂଚାମାଲ ଅଧିଗ୍ରହଣ ଓ

8- ଘରୋଇ ଷ୍ଟିଲ ଚାହିଦା ବୃଦ୍ଧି

ଏହି ନୀତିରେ 300 ମିଲିୟନ ଟନ୍(ମେଟ୍ରିକ ଟନ୍)ର କଂଚା ଇସ୍ପାତର କ୍ଷମତା, 255 ମେଟ୍ରିକ ଟନ ଉତ୍ପାଦନ ଓ 2030-31 ସୁଦ୍ଧା ମୁଣ୍ଡପିଛା ଇସ୍ପାତ ଉପଯୋଗ ଏବେ 61 କିଲୋ ଥିବାବେଳେ ଏହାକୁ 158 କିଲୋଗ୍ରାମ କରିବା ପାଇଁ ପ୍ରସ୍ତାବ ରହିଛି । ଏହି ନୀତିରେ ଘରୋଇସ୍ତରରେ ଉଚ୍ଚ ବର୍ଗର ଅଟୋମୋଟିଭ ଷ୍ଟିଲ, ଇଲେକ୍ଟ୍ରିକାଲ ଷ୍ଟିଲ, ବିଶେଷ ଷ୍ଟିଲ ଓ ମିଶ୍ରିତ ଧାତୁର ରଣନୀତିକ ଚାହିଦାକୁ ପୂରଣ କରିବା ଓ କୋକିଂ କୋଇଲାର ଘରୋଇ ଉପଲବ୍ଧତାକୁ ପୂରଣ କରିବାର ମଧ୍ୟ ପରିକଳ୍ପନା କରାଯାଇଛି । ଏଥିରେ 2030-31 ମସିହା ସୁଦ୍ଧା କୋକିଂ କୋଇଲା ଆମଦାନୀ ନିର୍ଭରଶୀଳତା ପ୍ରାୟ 85%ରୁ ହ୍ରାସପାଇ 65% ହୋଇପାରିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Renewables up 24%, emissions up just 0.9%: India charts a different energy path

Media Coverage

Renewables up 24%, emissions up just 0.9%: India charts a different energy path
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari