Mission aims at making India self reliant in seven years in oilseeds’ production
Mission will introduce SATHI Portal enabling States to coordinate with stakeholders for timely availability of quality seeds

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଘରୋଇ ତୈଳବୀଜ ଉତ୍ପାଦନ ବୃଦ୍ଧି ଏବଂ ଖାଇବା ତେଲରେ ଆତ୍ମନିର୍ଭରଶୀଳତା (ଆତ୍ମନିର୍ଭର ଭାରତ) ହାସଲ କରିବା ଉଦ୍ଦେଶ୍ୟରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଖାଇବା ତେଲ - ତୈଳବୀଜ ଉପରେ ଜାତୀୟ ମିଶନ (ଏନଏମଇଓ-ତୈଳବୀଜ) କୁ ଅନୁମୋଦନ କରାଯାଇଛି । ୨୦୨୪-୨୫ରୁ ୨୦୩୦-୩୧ ପର୍ଯ୍ୟନ୍ତ ୭ ବର୍ଷ ମଧ୍ୟରେ ୧୦,୧୦୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହ ଏହି ମିଶନ କାର୍ଯ୍ୟକାରୀ ହେବ।

ନୂତନ ଭାବେ ଅନୁମୋଦିତ ଏନଏମଇଓ-ତୈଳବୀଜ ମୁଖ୍ୟ ପ୍ରାଥମିକ ତୈଳବୀଜ ଫସଲ ଯଥା ରେପସିଡ୍-ସୋରିଷ, ଚିନାବାଦାମ, ସୋୟାବିନ୍, ସୂର୍ଯ୍ୟମୁଖୀ ଏବଂ ରାଶିର ଉତ୍ପାଦନ ବୃଦ୍ଧି କରିବା ସହିତ କପା ମଞ୍ଜି, କୁଣ୍ଡା ଏବଂ ଉଦ୍ଭିଦ ବାହିତ ତୈଳ ଭଳି ଦ୍ବିତୀୟ ଉତ୍ସରୁ ତୈଳ ସଂଗ୍ରହ ଏବଂ ଉତ୍ତୋଳନ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେବ । ଏହି ଅଭିଯାନରେ ପ୍ରାଥମିକ ତୈଳବୀଜ ଉତ୍ପାଦନ ୩୯ ନିୟୁତ ଟନ୍ (୨୦୨୨-୨୩)ରୁ ୨୦୩୦-୩୧ ସୁଦ୍ଧା ୬୯.୭ ନିୟୁତ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନଏମଇଓ-ଓପି (ଅଏଲ ପାମ) ସହିତ ମିଶି ଏହି ମିଶନ ୨୦୩୦-୩୧ ସୁଦ୍ଧା ଘରୋଇ ଖାଇବା ତେଲ ଉତ୍ପାଦନକୁ ୨୫.୪୫ ନିୟୁତ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଅଧିକ ଉତ୍ପାଦନକାରୀ ଅଧିକ ତୈଳ ଯୁକ୍ତ ବିହନ ପ୍ରଜାତି ଗ୍ରହଣ କୁ ପ୍ରୋତ୍ସାହିତ କରିବା, ଧାନ ଫସଲ ଅଞ୍ଚଳରେ ଚାଷକୁ ବିସ୍ତାର କରିବା ଏବଂ ଆନ୍ତଃଫସଲକୁ ପ୍ରୋତ୍ସାହିତ କରିବା ଦ୍ୱାରା ଏହା ହାସଲ କରାଯିବ । ଏହି ମିଶନ ଜିନୋମ ଏଡିଟିଂ ଭଳି ଅତ୍ୟାଧୁନିକ ବୈଶ୍ୱିକ ଜ୍ଞାନକୌଶଳ ବ୍ୟବହାର କରି ଉଚ୍ଚ ଗୁଣବତ୍ତା ବିଶିଷ୍ଟ ବିହନର ସାମ୍ପ୍ରତିକ ବିକାଶକୁ ଉପଯୋଗ କରିବ ।

ଉନ୍ନତ ମାନର ବିହନ ଠିକ୍ ସମୟରେ ଉପଲବ୍ଧ କରାଇବା ପାଇଁ ଏହି ମିଶନ ବିହନ ପ୍ରମାଣୀକରଣ ସିଦ୍ଧତା ଏବଂ ସାମଗ୍ରିକ ଉଦ୍ଭାବାନ ବା ‘ସିଡ୍‌ ଅଥେଣ୍ଟିକେସନ ଟ୍ରେସେବିଲିଟି ଆଣ୍ଡ ହୋଲିଷ୍ଟିକ୍ ଇନଭେଣ୍ଟରି (ସାଥୀ)’ ପୋର୍ଟାଲ ମାଧ୍ୟମରେ ଏକ ଅନଲାଇନ୍ ୫ ବର୍ଷ ଧରି କାର୍ଯ୍ୟକାରୀ ହେବାକୁ ଥିବା ବିହନ ଯୋଜନା ଆରମ୍ଭ କରିବ। ଏହାଦ୍ୱାରା ସମବାୟ, କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଏବଂ ସରକାରୀ କିମ୍ବା ବେସରକାରୀ ବିହନ ନିଗମ ସମେତ ବିହନ ଉତ୍ପାଦନକାରୀ ଏଜେନ୍ସିମାନଙ୍କ ସହିତ ରାଜ୍ୟଗୁଡ଼ିକ ଆଗୁଆ ଚୁକ୍ତି ସ୍ଥାପନ କରିପାରିବେ। ବିହନ ଉତ୍ପାଦନ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାରୀ କ୍ଷେତ୍ରରେ ୬୫ଟି ନୂତନ ବିହନ କେନ୍ଦ୍ର ଏବଂ ୫୦ଟି ବିହନ ଷ୍ଟୋରେଜ୍ ୟୁନିଟ୍ ପ୍ରତିଷ୍ଠା କରାଯିବ।

ଏହାବ୍ୟତୀତ ବାର୍ଷିକ ୧୦ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଅନ୍ତର୍ଭୁକ୍ତ କରି ୩୪୭ଟି ଅଭିନବ ଜିଲ୍ଲାରେ ୬୦୦ରୁ ଅଧିକ ମୂଲ୍ୟ ଶୃଙ୍ଖଳା ଶଙ୍କୁଳ ବିକଶିତ କରାଯିବ। ଏଫପିଓ, ସମବାୟ ଏବଂ ସରକାରୀ କିମ୍ବା ବେସରକାରୀ ସଂସ୍ଥା ଭଳି ମୂଲ୍ୟ ଶୃଙ୍ଖଳା ଅଂଶୀଦାରମାନେ ଏହି ଶଙ୍କୁଳଗୁଡିକ ପରିଚାଳନା କରିବେ । ଏହି ଶଙ୍କୁଳର ଚାଷୀମାନେ ଉନ୍ନତ ମାନର ବିହନ, ଉତ୍ତମ କୃଷି ପ୍ରଣାଳୀ (ଜିଏପି) ଉପରେ ପ୍ରଶିକ୍ଷଣ ଏବଂ ପାଣିପାଗ ଓ କୀଟ ପରିଚାଳନା ଉପରେ ପରାମର୍ଶ ସେବା ପାଇପାରିବେ ।

ଧାନ ଓ ଆଳୁ ଫସଲ ଜମିକୁ ଆଧାର କରି, ଆନ୍ତଃଫସଲକୁ ପ୍ରୋତ୍ସାହନ ଦେବା ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହନ ଦେଇ ତୈଳବୀଜ ଚାଷକୁ ଅତିରିକ୍ତ ୪୦ ଲକ୍ଷ ହେକ୍ଟର ବୃଦ୍ଧି କରିବାକୁ ଏହି ମିଶନ ଲକ୍ଷ୍ୟ ରଖିଛି।

କପାବୀଜ, କୁଣ୍ଡା, ମକା ତେଲ ଏବଂ ଟ୍ରି-ବର୍ଣ୍ଣ ଅଏଲ୍ (ଟିବିଓ) ଭଳି ଉତ୍ସରୁ ତୈଳ ସଂଗ୍ରହ ବୃଦ୍ଧି ପାଇଁ ଫସଲ ଅମଳ ପରବର୍ତ୍ତୀ ୟୁନିଟ୍ ପ୍ରତିଷ୍ଠା କିମ୍ବା ଉନ୍ନତିକରଣ ଲାଗି ଏଫପିଓ, ସମବାୟ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ସହାୟତା ପ୍ରଦାନ କରାଯିବ।

ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ଅଭିଯାନ ଜରିଆରେ ଖାଇବା ତେଲ ପାଇଁ ସୁପାରିସ କରାଯାଇଥିବା ଖାଦ୍ୟ ମାର୍ଗଦର୍ଶିକା ସମ୍ପର୍କରେ ଏହି ମିଶନ ସଚେତନତା ସୃଷ୍ଟି କରିବ ।

ଘରୋଇ ତୈଳବୀଜ ଉତ୍ପାଦନକୁ ଯଥେଷ୍ଟ ବୃଦ୍ଧି କରିବା, ଖାଇବା ତେଲରେ ଆତ୍ମନିର୍ଭରଶୀଳତା (ଆତ୍ମନିର୍ଭରଶୀଳତା)ର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଏବଂ ଏହା ମାଧ୍ୟମରେ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ତଥା ମୂଲ୍ୟବାନ ବୈଦେଶିକ ମୁଦ୍ରା ସଞ୍ଚୟ ସହିତ କୃଷକଙ୍କ ଆୟ ବୃଦ୍ଧି କରିବା ଏହି ମିଶନର ଲକ୍ଷ୍ୟ । ଏହି ଅଭିଯାନ ଜରିଆରେ କମ୍ ଜଳ ବ୍ୟବହାର ଓ ମୃତ୍ତିକା ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଉର୍ବରତା ବୃଦ୍ଧି ପାଇଁ ଫସଲ ଅମଳ ହେଉନଥିବା ଅଞ୍ଚଳର ଉତ୍ପାଦନଶୀଳ ବ୍ୟବହାର ଆକାରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବେଶ ଲାଭ ମିଳିପାରିବ ।

ପୃଷ୍ଠଭୂମି

ଦେଶ ଖାଇବା ତେଲର ୫୭% ଘରୋଇ ଚାହିଦା ମେଣ୍ଟାଇବା ପାଇଁ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ। ଏହି ନିର୍ଭରଶୀଳତାକୁ ଦୂର କରିବା ଏବଂ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ୨୦୨୧ ରେ ଦେଶରେ ତାଳ ତେଲ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ୧୧,୦୪୦ କୋଟି ଟଙ୍କା ବ୍ୟୟରେ ଜାତୀୟ ଖାଦ୍ୟ ତୈଳ ମିଶନ - ଅଏଲ ପାମ (ଏନଏମଇଓ-ଓପି) ଆରମ୍ଭ କରିବା ସହିତ ଖାଇବା ତେଲର ଘରୋଇ ଉତ୍ପାଦନ ବୃଦ୍ଧି ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହାବ୍ୟତୀତ ତୈଳବୀଜ ଚାଷୀଙ୍କୁ ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ବାଧ୍ୟତାମୂଳକ ରୂପେ ଖାଇବା ତୈଳବୀଜ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଯଥେଷ୍ଟ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ-ଆଶା) ଜାରି ରଖିବା ଦ୍ୱାରା ତୈଳବୀଜ ଚାଷୀମାନେ ମୂଲ୍ୟ ସହାୟକ ଯୋଜନା ଏବଂ ମୂଲ୍ୟ ଅଭାବ ପରିଶୋଧ ଯୋଜନା ମାଧ୍ୟମରେ ଏମଏସପି ପାଇପାରିବେ। ଏହାବ୍ୟତୀତ ଘରୋଇ ଉତ୍ପାଦକମାନଙ୍କୁ ଶସ୍ତା ଆମଦାନୀ ସମସ୍ୟାରୁ ରକ୍ଷା କରିବା ଏବଂ ସ୍ଥାନୀୟ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଖାଇବା ତେଲ ଉପରେ ୨୦% ଆମଦାନୀ ଶୁଳ୍କ ଲାଗୁ କରାଯାଇଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Beyond Make in India: Building a globally competitive manufacturing ecosystem

Media Coverage

Beyond Make in India: Building a globally competitive manufacturing ecosystem
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Praggnanandhaa on his remarkable feat
June 06, 2026

Prime Minister Shri Narendra Modi today congratulated Praggnanandhaa for his remarkable feat. The Prime Minister noted that this is indeed an incredible milestone that highlights his continued excellence. Shri Modi also extended his best wishes to him for his future endeavours.

The Prime Minister posted on X:
"Congratulations to Praggnanandhaa for this remarkable feat!

This is indeed an incredible milestone that highlights his continued excellence.
My best wishes to him for his future endeavours.

@rpraggnachess"