Cabinet approves #NationalHealthPolicy2017
#NationalHealthPolicy2017: Patient centric and quality driven, addresses health security and Make-In-India for drugs and devices
Main objective of #NationalHealthPolicy2017 is to achieve universal access to good quality health care services without anyone having to face financial hardship as a consequence
#NationalHealthPolicy2017 proposes raising public health expenditure to 2.5% of the GDP in a time bound manner
#NationalHealthPolicy2017 advocates extensive deployment of digital tools for improving the efficiency and outcome of the healthcare system

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ନୀତି,2017କୁ ସ୍ୱୀକୃତି ମିଳିଛି । ଜାତୀୟ ସ୍ୱାସ୍ଥ୍ୟ ନୀତି, 2017ରେ ଦେଶର ସମସ୍ତ ନାଗରିକଙ୍କୁ ପ୍ରତିଷେଧମୂଳକ ତଥା ପ୍ରୋତ୍ସାହକ ସ୍ୱାସ୍ଥ୍ୟସେବା ଯୋଗାଣ ସହ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ବ୍ୟାପକ ପ୍ରାବଧାନ କରାଯାଇଛି । ସମସ୍ତଙ୍କ ନିକଟରେ ଯେପରି ସ୍ୱାସ୍ଥ୍ୟସେବା ବ୍ୟାପକ ତଥା ସମନ୍ୱିତ ଭାବେ ଏବଂ ସୁଲଭ ମୂଲ୍ୟରେ ପହଂଚିପାରିବ ଏବଂ ସମସ୍ତଙ୍କର ଉପକାରରେ ଆସିବ ଏହାକୁ ସୁନିଶ୍ଚିତ କରିବା ସକାଶେ ସରକାର ସଂକଳ୍ପବଦ୍ଧ ।

ଏହି ନୀତିରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ସେସବୁର କିଭଳି ସାମଗ୍ରିକ ଭାବେ ସମାଧାନ କରାଯାଇପାରିବ ସେଥି ନିମନ୍ତେ ବିଶେଷ ଦୃଷ୍ଟି ପ୍ରଦାନ କରାଯାଇଛି । ତେଣୁ ଏଥିରେ ଘରୋଇ ସହଭାଗିମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବେ ଗ୍ରହଣ କରାଯାଇଛି । ଏଥିରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ସହ ଦିନକୁ ଦିନ ଦେଖାଦେଉଥିବା ନୂଆ ନୂଆ ଧରଣର ରୋଗର ସଫଳ ମୁକାବିଲା ଓ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରାଯାଇଛି । ତେଣୁ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହନଧର୍ମୀ ତଥା ପ୍ରତିରୋଧୀ କରିବାକୁ ଉଦ୍ୟମ କରାଯିବ । ଏହି ନୀତି ସଂପୂର୍ଣ୍ଣ ଭାବେ ରୋଗୀକୈନ୍ଦ୍ରିକ ଏବଂ ଗୁଣାତ୍ମକ ଅଭିମୁଖୀ । ଏହା ଦ୍ୱାରା ଦେଶରେ ସ୍ୱାସ୍ଥ୍ୟ ନିରାପତାକୁ ସୁନିଶ୍ଚିତ କରିବା ସହ ଔଷଧ ଏବଂ ସାଧନ ସୃଷ୍ଟି କରାଯାଇପାରିବ ।

ଜାତୀୟ ସ୍ୱାସ୍ଥ୍ୟନୀତି, 2017ର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଲା ଏହା ଯେ, ସରକାର ଏହି ନୀତି କାର୍ଯ୍ୟାନ୍ୱୟନ କରି ସର୍ବାଧିକ ସମ୍ଭାବ୍ୟ ସ୍ତରର ଉତ୍ତମ ସ୍ୱାସ୍ଥ୍ୟରକ୍ଷା ହାସଲ କରିପାରିବେ ଏବଂ ଏହାଦ୍ୱାରା ଦେଶବାସୀ ସୁସ୍ଥ ହୋଇପାରିବେ । ତେଣୁ ସମସ୍ତ ପ୍ରକାର ବିକାଶମୂଳକ ନୀତିକୁ ସ୍ୱାସ୍ଥ୍ୟସେବା ଅଭିମୁଖୀ କରାଯିବ ଏବଂ ଏଥିରେ ପ୍ରତିଷେଧମୂଳକ ତଥା ପ୍ରୋତ୍ସାହନଧର୍ମୀ ସ୍ୱାସ୍ଥ୍ୟସେବାକୁ ଅଗ୍ରାଧିକାର ପ୍ରଦାନ କରାଯିବ । ପରିଣାମତଃ କେହି ନାଗରିକ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇବା ସକାଶେ କୌଣସି ପ୍ରକାର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବେନାହିଁ ।
ସମାଜର ମଧ୍ୟମ ତଥା ନିମ୍ନ ସ୍ତରରେ ସ୍ୱାସ୍ଥ୍ୟସେବା ତଥା ଆର୍ଥିକ ସୁରକ୍ଷା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହି ନୀତିରେ ମାଗଣା ଔଷଧ ଉପଲବ୍ଧ କରାଇବା, ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ନିଦାନ ଓ ମାଗଣାରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପ୍ରଦାନ ସବୁ ସରକାରୀ ହସ୍ପିଟାଲରେ ଉପଲବ୍ଧ କରାଯିବ ।

ମଧ୍ୟମ ତଥା ନିମ୍ନ ସ୍ତରରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱପୂର୍ଣ୍ଣ ଢ଼ଙ୍ଗରେ ସ୍ୱଳ୍ପକାଳୀନ ଭିତ୍ତିରେ କରାଯିବ ଯାହାକି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ଜଟିଳ ତାରତମ୍ୟକୁ ଦୂର କରିବାରେ ସହାୟକ ହେବ । ତେଣୁ ସରକାର ସବୁ ପ୍ରକାର ସ୍ୱାସ୍ଥ୍ୟବ୍ୟବସ୍ଥା ଉପରେ ସମାନ ଭାବେ ଗୁରୁତ୍ୱ ଆରୋପ କରିବେ । ତଦ୍ୱାରା ସବୁଠାରେ, ସବୁ ସମୟରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ଉପଲବ୍ଧ ହୋଇପାରିବ ।

ଏଭଳି ଜାତୀୟ ଲକ୍ଷ୍ୟ ହାସଲ ନିମନ୍ତେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ଜଟିଳ ତାରତମ୍ୟକୁ ପୂରଣ କରିବା ଉଦ୍ଦେଶ୍ୟରେ ଘରୋଇ କ୍ଷେତ୍ର ସହ ସରକାର ସକାରାତ୍ମକ ଏବଂ ଘନିଷ୍ଠତାର ସହ ସହଭାଗୀତା କରିବେ । ଗୁରୁତ୍ୱପୂର୍ଣ୍ଣ ସେବା ଓ ସାଧନ କ୍ରୟ, ଦକ୍ଷତା ବୃଦ୍ଧି, କୌଶଳ ବିକାଶ କାର୍ଯ୍ୟକ୍ରମ, ସଚେତନତା ସୃଷ୍ଟି, ସମାଜରେ ଦୀର୍ଘକାଳୀନ ଭିତ୍ତିରେ ନେଟୱାର୍କ ସୃଷ୍ଟି ଯଦ୍ୱାରା ଲୋକମାନଙ୍କ ମାନସିକ ସ୍ୱାସ୍ଥ୍ୟ ସୁସ୍ଥ ରହିବ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏହି ସହଭାଗୀତା କରାଯିବ । ଘରୋଇ କ୍ଷେତ୍ରର ସହଭାଗୀତା ନିମନ୍ତେ ଏହି ନୀତିରେ ଉଭୟ ଆର୍ଥିକ ତଥା ଅଣ-ପ୍ରୋତ୍ସାହନମୂଳକ ବ୍ୟବସ୍ଥା ରହିଛି ।

ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ମୋଟ ଘରୋଇ ଉତ୍ପାଦର 2.5% ଅର୍ଥ ସ୍ୱାସ୍ଥ୍ୟସେବା ପାଇଁ ବ୍ୟୟ କରିବା ନିମନ୍ତେ ଏହି ନୀତିରେ ପ୍ରାବଧାନ ରହିଛି । ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର ମାଧ୍ୟମରେ ଲୋକମାନଙ୍କୁ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଏଥିରେ ବ୍ୟବସ୍ଥା କରାଯାଇଛି । ତେଣୁ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ନିର୍ଦ୍ଦିଷ୍ଟ ଭାବେ ଚୟନଧର୍ମୀ ଢ଼ାଂଚାରୁ ବ୍ୟାପକ ବ୍ୟବସ୍ଥାରେ ପରିବର୍ତ୍ତିତ କରିବାକୁ ଯୋଜନା କରାଯାଇଛି ଏବଂ ସେଥିରେ ବାର୍ଦ୍ଧକ୍ୟ ସେବାଯନô, ଆରୋଗ୍ୟକାରୀ ଉପଶମ ସେବା, ତଥା ପୁନଃଥଇଥାନ ସେବାକୁ ସାମିଲ କରାଯାଇଛି । ତେଣୁ ମୋଟ ବ୍ୟୟ ଅଟକଳର ସିଂହଭାଗ (ପ୍ରାୟ ଦୁଇ ତୃତୀୟାଂଶ ବା ତତୋଧିକ ପର୍ଯ୍ୟନ୍ତ) ପ୍ରାଥମିକ ସେବା ପାଇଁ ବ୍ୟୟ କରାଯିବାକୁ ସ୍ଥିର ହୋଇଛି । ତେଣୁ ଜିଲ୍ଲା ସ୍ତରରେ ସମସ୍ତ ପ୍ରକାର ସେକେଣ୍ଡାରୀ ସେବା ଉପଲବ୍ଧ କରାଯିବ ଯାହାକି ଏବେ କେବଳ ମେଡ଼ିକାଲ କଲେଜମାନଙ୍କରେ ଉପଲବ୍ଧ ।
ରୋଗ ସଂକ୍ରମଣ ଏବଂ ଏହା ସୃଷ୍ଟି ହେବାର ଅବଧିକୁ ଦୃଷ୍ଟିରେ ରଖି ନୂତନ ସ୍ୱାସ୍ଥ୍ୟନୀତିରେ ନିଦ୍ଦିଷ୍ଟ ଭାବେ ପରିମାଣାତ୍ମକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେଣୁ ଏହା ଜନସ୍ୱାସ୍ଥ୍ୟର ସ୍ଥିତି ଓ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ବ୍ୟବସ୍ଥାର କାର୍ଯ୍ୟକାରୀତା ଓ ଏହାର ସୁଦୃଢ଼ୀକରଣ ଉପରେ ଜୋର ଦିଆଯାଇଛି । ଏହା ଫଳରେ 2020 ସୁଦ୍ଧା ସମାଜରେ ଦେଖା ଦେଉଥିବା ପ୍ରମୁଖ ରୋଗଗୁଡ଼ିକୁ ପଞ୍ଜିକରଣ କରି ତାହାର ନିରାକରଣ ଦିଗରେ ନିର୍ଦ୍ଦିଷ୍ଟ ଭାବେ କାର୍ଯ୍ୟପନ୍ଥା ଗ୍ରହଣର ବ୍ୟବସ୍ଥା କରାଯାଇପାରିବ ।

ଜାତୀୟ ସ୍ୱାସ୍ଥ୍ୟନୀତି, 2017ର ପ୍ରାଥମିକ ଉଦ୍ଦେଶ୍ୟ ହେଲା ଲୋକମାନଙ୍କୁ ରୋଗ ସଂପର୍କରେ ସୂଚୀତ କରିବା, ସେମାନଙ୍କ ମନରେ ଏହା ସଂପର୍କରେ ସ୍ପଷ୍ଟ ଧାରଣା ଦେବା, ଏବଂ ସରକାରୀ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଏହା ଉପରେ ପ୍ରାଧାନ୍ୟ ଆରୋପ କରିବା । ତେଣୁ ରୋଗ ନିରାକରଣ, ସ୍ୱାସ୍ଥ୍ୟସେବା ପ୍ରଦାନ ଏବଂ ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଦିଗରେ ସରକାର ଅଧିକ ସଚେତନ ରହିବେ । ଏଥିପାଇଁ ଅର୍ଥ ବରାଦ ଠାରୁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ ନିମନ୍ତେ ଏଥିରେ ବିସ୍ତୃତ ପ୍ରାବଧାନ ରହିଛି । ତେଣୁ ମୋଟାମୋଟି ଭାବେ ସ୍ୱାସ୍ଥ୍ୟସେବାକୁ ଅଧିକ ପେଶାଦାରୀ କରିବା, ସେଥିରେ ନୀତି ନିୟମ ତଥା ସାଧୁତା ରକ୍ଷା, ସମାନତା ପ୍ରଦାନ, ଲୋକଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା, ଏହାର ସାର୍ବଜନୀକରଣ, ରୋଗୀକୈନ୍ଦ୍ରିକ ଗୁଣାତ୍ମକ ସେବାଯନô ପ୍ରଦାନ, ଉତ୍ତରଦାୟିତ୍ୱ ତଥା ବିବିଧତା ନିମନ୍ତେ ନୂତନ ନୀତିରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହି ସବୁ ଲକ୍ଷ୍ୟ ପୂରଣ ନିମନ୍ତେ ଆବଶ୍ୟକ ଡ଼ିଜିଟାଲ ଟୁଲ୍ ର ବିକାଶ ନିମନ୍ତେ ଜାତୀୟ ଡ଼ିଜିଟାଲ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଡ଼ିଏଚମ) ଗଠନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିଭଳି ଆୟୁଷ ବ୍ୟବସ୍ଥାରୁ ଅଧିକ ସୁଫଳ ଲାଭ ଆଶାରେ ସରକାରୀ ସ୍ୱାସ୍ଥ୍ୟବ୍ୟବସ୍ଥାରେ ଆୟୁଷ ଔଷଧିର ଅଧିକରୁ ଅଧିକ ବ୍ୟବହାର ନିମନ୍ତେ ମଧ୍ୟ ଧ୍ୟାନ ଦିଆଯିବ । ସେହିଭଳି ଗ୍ରାମାଂଚଳ ଏବଂ ଯେଉଁ ଅଂଚଳ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପଛରେ ରହିଛି ସେଠାରେ ସ୍ୱେଚ୍ଛାକୃତ ସେବାକୁ ପ୍ରୋତ୍ସାହନ ଯୋଗାଯିବ । ଏହି ନୀତି ପ୍ରବର୍ତ୍ତନ ଦ୍ୱାରା ପ୍ରଗତିଶୀଳ ଢ଼ଙ୍ଗରେ ଲୋକମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଣ ସୁନିଶ୍ଚିତ କରାଯାଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Conferred With Uzbekistan's Highest Honour For Foreign Leaders

Media Coverage

PM Modi Conferred With Uzbekistan's Highest Honour For Foreign Leaders
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour