ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆଜି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏ) ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ମାଳଦ୍ୱୀପ (ସିଏ ମାଳଦ୍ୱୀପ) ମଧ୍ୟରେ ରାଜିନାମା ସ୍ୱାକ୍ଷରକୁ ଅନୁମୋଦନ କରିଛି ।

ବିବରଣୀ:

ଆଇସିଏଆଇ ଏବଂ ସିଏ ମାଳଦ୍ୱୀପ ଆକାଉଣ୍ଟିଂ ଜ୍ଞାନ, ବ୍ୟବସାୟିକ ଏବଂ ବୌଦ୍ଧିକ ବିକାଶର ଅଗ୍ରଗତି ପାଇଁ ପାରସ୍ପରିକ ସହଯୋଗ ସ୍ଥାପନ କରିବା, ନିଜ ସଦସ୍ୟଙ୍କ ହିତକୁ ଆଗକୁ ବଢ଼ାଇବା ଏବଂ ମାଳଦ୍ୱୀପ ଏବଂ ଭାରତରେ ଆକାଉଣ୍ଟାନ୍ସି ବୃତ୍ତିର ବିକାଶରେ ସକାରାତ୍ମକ ସହଯୋଗ କରିବା ପାଇଁ ଲକ୍ଷ୍ୟ ରହିଛି ।

ପ୍ରଭାବ:

ସିଏ ମାଳଦ୍ୱୀପକୁ ସାହାଯ୍ୟ କରିବା ବ୍ୟତୀତ ଏହି ଏମଓୟୁ ଆଇସିଏଆଇ ସଦସ୍ୟ ମାନଙ୍କୁ ସ୍ୱଳ୍ପରୁ ଦୀର୍ଘ ଅବଧି ନିମନ୍ତେ ଭବିଷ୍ୟତରେ ମାଳଦ୍ୱୀପରେ ବୃତ୍ତିଗତ ସୁଯୋଗ ପ୍ରାପ୍ତ କରିବାର ସମ୍ଭାବନାକୁ ଅତିରିକ୍ତ ପ୍ରୋତ୍ସାହନ ପ୍ରଦାନ କରିବ । ଏହି ଏମଓୟୁ ସହିତ, ଆଇସିଏଆଇ ଆକାଉଣ୍ଟାସି ବୃତ୍ତି କ୍ଷେତ୍ରରେ ସେବା ରପ୍ତାନି ଯୋଗାଇ ମାଳଦ୍ୱୀପ ସହିତ ସହଭାଗିତାକୁ ମଜବୁତ କରିବାରେ ସାହାଯ୍ୟ କରିବ, ଆଇସିଏଆଇ ସଦସ୍ୟମାନେ ସାରା ଦେଶର ବିଭିନ୍ନ ସଂଗଠନରେ ମଧ୍ୟମରୁ ଉଚ୍ଚ ସ୍ତରୀୟ ପଦବୀରେ ରହିଛନ୍ତି ଏବଂ ଏକ ଦେଶର ସମ୍ପୃକ୍ତ ସଂଗଠନ ନିଷ୍ପତ୍ତି / ନୀତି ନିର୍ଣ୍ଣୟ ରଣନୀତି ଉପରେ ପ୍ରଭାବ ପକାଇ ପାରିବେ ।

ଉପକାରିତା:

ବୁଝାମଣା ଚୁକ୍ତି ଆଇସିଏଆଇ ସଦସ୍ୟ ମାନଙ୍କୁ ସେମାନଙ୍କର ବୃତ୍ତିଗତ ଦିଗ୍‌ବଳୟ ବିସ୍ତାର କରିବାକୁ ଏବଂ ସ୍ଥାନୀୟ ନାଗରିକ ମାନଙ୍କର ଦକ୍ଷତା ବୃଦ୍ଧିରେ ସହାୟତା କରିବାକୁ ଆଇସିଏଆଇକୁ ପ୍ରୋତ୍ସାହନ ପ୍ରଦାନ କରିବାର ଅବସର ପ୍ରଦାନ କରିବ । ଏହି ଏମଓୟୁ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ମଜଭୁତ କାର୍ଯ୍ୟ ସମ୍ପର୍କ ସ୍ଥାପନ କରିବ । ଚୁକ୍ତିନାମା ଉଭୟ ପକ୍ଷରେ ପେଶାଦାର ମାନଙ୍କର ଗତିଶୀଳତା ବୃଦ୍ଧି କରିବ ଏବଂ ଏହା ସହିତ ବିଶ୍ୱ ସ୍ତରରେ ବ୍ୟବସାୟ ପାଇଁ ଏକ ନୂତନ ଦିଗ ମଧ୍ୟ ଆରମ୍ଭ ହେବ ।

କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ:

ମତ ବିନିମୟ, ବୃତ୍ତିଗତ ଆକାଉଣ୍ଟାନ୍ସି ଟ୍ରେନିଂ, ବୃତ୍ତିଗତ ନୈତିକତା, ବୈଷୟିକ ଅନୁସନ୍ଧାନ, ଆକାଉଣ୍ଟାଣ୍ଟ ମାନଙ୍କର ବୃତ୍ତିଗତ ବିକାଶ ମାଧ୍ୟମରେ ଆକାଉଣ୍ଟାନ୍ସି ବୃତ୍ତି ପ୍ରସଙ୍ଗରେ ଆଇସିଏଆଇ ଏବଂ ସିଏ ମାଳଦ୍ୱୀପ ମଧ୍ୟରେ ସହଯୋଗକୁ ମଜବୁତ କରିବାକୁ ଏମଓୟୁ ଲକ୍ଷ୍ୟ ରଖିଛି । ପରସ୍ପରର ୱେବସାଇଟ୍‌, ସେମିନାର, ସମ୍ମିଳନୀ, ଛାତ୍ର ବିନିମୟ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ମିଳିତ କାର୍ଯ୍ୟକଳାପ ଉଭୟ ଅନୁଷ୍ଠାନ ପାଇଁ ପାରସ୍ପରିକ ଲାଭଦାୟକ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଉଦ୍ଦିଷ୍ଟ । 

ଏହି ଏମଓୟୁ ବିଶ୍ୱରେ ଏହି ବୃତ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ଏବଂ ମାଳଦ୍ୱୀପରେ ଆକାଉଣ୍ଟାନ୍ସି ବୃତ୍ତିର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବ । ଅଧିକନ୍ତୁ, ସିଏ ମାଳଦ୍ୱୀପ ୧୩୫ ଟି ଦେଶରେ ୧୮୦ ରୁ ଅଧିକ ସଦସ୍ୟଙ୍କ ସହିତ ଆକାଉଣ୍ଟାନ୍ସି ବୃତ୍ତିର ବିଶ୍ୱ ସ୍ୱର ଅନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ଆକାଉଣ୍ଟାଣ୍ଟସ୍ (ଆଇଏଫ୍‌ଏସି) ର ସଦସ୍ୟ ହେବାକୁ ଇଚ୍ଛା କରେ । ଆଇସିଏଆଇ ସିଏ ମାଳଦ୍ୱୀପକୁ ଆଇଏଫ୍‌ଏସିର ସଦସ୍ୟ କରିବା ପାଇଁ ବୈଷୟିକ ଯତ୍ନଶୀଳ କାର୍ଯ୍ୟ କରିବ ।

ପୃଷ୍ଠଭୂମି :

ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ହେଉଛି ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ନିୟମ, ୧୯୪୯ ଅନୁଯାୟୀ ଭାରତରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ବୃତ୍ତି ନିୟନ୍ତ୍ରଣ ପାଇଁ ପ୍ରତିଷ୍ଠିତ ଏକ ସଂସ୍ଥା । ଶିକ୍ଷା, ବୃତ୍ତିଗତ ବିକାଶ, ଉଚ୍ଚ ଆକାଉଣ୍ଟିଂର ରକ୍ଷଣାବେକ୍ଷଣ, ଅଡିଟ୍ ଏବଂ ନୈତିକ ମାନଦଣ୍ଡରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ବୃତ୍ତିକୁ ଆଗକୁ ବୃଦ୍ଧି କରିବାରେ ଆଇସିଏଆଇ ଅତୁଳନୀୟ ଅବଦାନ ରଖିଛି, ଯାହା ସର୍ବଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival