ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଦୂରସଞ୍ଚାର କ୍ଷେତ୍ରରେ ଅନେକ ଢାଞ୍ଚାଗତ ଏବଂ ପ୍ରକ୍ରିୟାଗତ ସଂସ୍କାରକୁ ଅନୁମୋଦନ କରିଛନ୍ତି। ଏହି ସଂସ୍କାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରୋଜଗାର ଅବସରକୁ ସୁରକ୍ଷିତ ରଖିବ। ଏହା ସୁସ୍ଥ ପ୍ରତିଯୋଗିତା ବଢ଼ାଇବା ସହିତ ଉପଭୋକ୍ତାଙ୍କ ସ୍ବାର୍ଥକୁ ସୁରକ୍ଷା ଦେବ । ସେହିପରି ନମନୀୟତା ବଢ଼ାଇବା ସହିତ ନିବେଶକୁ ପ୍ରୋତ୍ସାହିତ କରିବ। ଏହାଛଡ଼ା ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ନିୟାମକ ବୋଝ ହ୍ରାସ କରିବ ବୋଲି ଆଶା କରାଯାଉଛି।

କୋଭିଡ-୧୯ ଆହ୍ବାନର ସଫଳ ମୁକାବିଲା କରିବା କ୍ଷେତ୍ରରେ ଦୂରସଞ୍ଚାର କ୍ଷେତ୍ର ଉତ୍କୃଷ୍ଟ ପ୍ରଦର୍ଶନ କରିଛି। ଡାଟା ବ୍ୟବହାରରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳିଛି। ଅନଲାଇନ ଶିକ୍ଷା, ଘରୁ ଥାଇ କାମ, ସାମାଜିକ ଗଣମାଧ୍ୟମ ଜରିଆରେ ପାରସ୍ପରିକ ସମ୍ପର୍କ, ଭର୍ଚୁଆଲ ବୈଠକ ଆଦି ବୃଦ୍ଧି ପାଇଛି। ଏହି ପୃଷ୍ଠଭୂମିରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ବ୍ରଡବ୍ୟାଣ୍ଡ ଏବଂ ଦୂରସଞ୍ଚାର ଯୋଗାଯୋଗର ପ୍ରସାର ଓ ପ୍ରଭାବକୁ ପ୍ରୋତ୍ସାହିତ କରିବ। ଏକ ସୁଦୃଢ଼ ଟେଲି ଯୋଗାଯୋଗ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ କ୍ୟାବିନେଟଙ୍କ ଏହି ନିଷ୍ପତ୍ତିରେ ପ୍ରତିଫଳିତ ହୋଇଛି। ପ୍ରତିଯୋଗିତା ଓ ଗ୍ରାହକଙ୍କ ପସନ୍ଦ, ସମାବେଶୀ ବିକାଶ ନିମନ୍ତେ ଅନ୍ତ୍ୟୋଦୟ, ପଛୁଆ କ୍ଷେତ୍ରକୁ ମୁଖ୍ୟଧାରା ସହ ଯୋଡ଼ିବା ଏବଂ ଦୂରସଞ୍ଚାର ଯୋଗାଯୋଗରୁ ବଞ୍ଚିତ ବର୍ଗଙ୍କୁ ଏହାସହିତ ସଂଯୋଗ କରିବା ଲାଗି ସାର୍ବଜନୀନ ବ୍ରଡବ୍ୟାଣ୍ଡ ସଂଯୋଗ ପ୍ରତି ଏଥିରେ ଧ୍ୟାନ ଦିଆଯାଇଛି। ଏହି ପ୍ୟାକେଜ 4ଜି ପ୍ରସାର, ନମନୀୟତା ପ୍ରଦାନ ଏବଂ 5ଜି ନେଟଓ୍ବର୍କରେ ନିବେଶ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ନଅଟି ଢାଞ୍ଚାଗତ ସଂସ୍କାର ଏବଂ ୫ଟି ପ୍ରକ୍ରିୟାତ୍ମକ ସଂସ୍କାର ସହିତ ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କୁ ଦିଆଯାଇଥିବା ପ୍ରୋତ୍ସାହନମୂଳକ ଉପାୟ ନିମ୍ନରେ ଉଲ୍ଲେଖ କରାଗଲା:-

 

ଢାଞ୍ଚାଗତ ସଂସ୍କାର

  1. ସମାଯୋଜିତ ସକଳ ରାଜସ୍ବ ବା ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁକୁ ତର୍କସଙ୍ଗତ କରିବା : ଅଣ-ଦୂରସଞ୍ଚାର ରାଜସ୍ବକୁ ସମାଯୋଜିତ ସକଳ ରାଜସ୍ବର ପରିଭାଷା ଠାରୁ ପ୍ରତ୍ୟାଶିତ ଆଧାରରେ ପୃଥକ ରଖାଯିବ।
  2. ବ୍ୟାଙ୍କ ଗ୍ୟାରେଣ୍ଟି (ବିଜି)କୁ ତର୍କସଙ୍ଗତ କରାଯାଇଛି : ଲାଇସେନ୍ସ ଶୁଳ୍କ (ଏଲଏଫ) ଏବଂ ଏହିପରି ଅନ୍ୟ ଶୁଳ୍କ ପାଇଁ ଆବଶ୍ୟକ ୮୦ ପ୍ରତିଶତ ବ୍ୟାଙ୍କ ଗ୍ୟାରେଣ୍ଟିକୁ ବହୁମାତ୍ରାରେ ହ୍ରାସ କରାଯାଇଛି। ବ୍ୟାଙ୍କ ଗ୍ୟାରେଣ୍ଟି ଏଣିକି କେନ୍ଦ୍ରୀକୃତ ଭାବେ ଦେବାକୁ ହେବ। ଦେଶର ବିଭିନ୍ନ ଲାଇସେନ୍ସ ସେବା କ୍ଷେତ୍ର (ଏଲଏସଏ)ରେ ଅନେକ ଗୁଡ଼ିଏ ବ୍ୟାଙ୍କ ଗ୍ୟାରେଣ୍ଟି ଦେବାର ଏବେ କୌଣସି ଆବଶ୍ୟକତା ନାହିଁ। ଏବେ ଗୋଟିଏ ବ୍ୟାଙ୍କ ଗ୍ୟାରେଣ୍ଟି ଯଥେଷ୍ଟ ହେବ।
  3. ସୁଧ ଦରକୁ ଯୁକ୍ତିସଂଗତ କରାଯାଇଛି/ଜୋରିମାନା ଉଚ୍ଛେଦ କରାଯାଇଛି : ୧ ଅକ୍ଟୋବର ୨୦୨୧ ଠାରୁ ଲାଇସେନ୍ସ ଶୁଳ୍କ (ଏଲଏଫ)/ସ୍ପେକ୍ଟ୍ରମ ଉପଯୋଗ ଶୁଳ୍କ (ଏସୟୁସି)ର ବିଳମ୍ବିତ ପରିଶୋଧ ଉପରେ ଲାଗୁ ସୁଧ ଦରକୁ ଏସବିଆଇର ଏମସିଏଲଆର ଯୁକ୍ତ ୪ପ୍ରତିଶତ ପରିବର୍ତ୍ତେ ଏମସିଏଲଆର ଯୁକ୍ତ ୨ ପ୍ରତିଶତ କରାଯାଇଛି। ସୁଧ ଦର ମାସିକ ପରିବର୍ତ୍ତେ ବାର୍ଷିକ ଭାବେ ଲାଗୁ ହେବ। ଜୋରିମାନା ଏବଂ ଜୋରିମାନା ଉପରେ ସୁଧକୁ ଉଚ୍ଛେଦ କରାଯିବ।
  4. ଏଣିକି ନିଲାମୀ ପାଇଁ, କିସ୍ତି ପରିଶୋଧକୁ ସୁରକ୍ଷିତ ରଖିବା ଲାଗି କୌଣସି ବ୍ୟାଙ୍କ ଗ୍ୟାରେଣ୍ଟିର ଆବଶ୍ୟକତା ରହିବ ନାହିଁ। ବ୍ୟବସାୟ ପ୍ରତି ସରକାରଙ୍କ ଅଭିବ୍ୟକ୍ତିର ଏହା ହେଉଛି ପ୍ରତିଫଳନ।
  5. ସ୍ପେକ୍ଟ୍ରମ ଅବଧି : ଭବିଷ୍ୟତର ନିଲାମୀରେ, ସ୍ପେକ୍ଟ୍ରମର ଅବଧିକୁ ୨୦ ରୁ ବଢ଼ାଇ ୩୦ ବର୍ଷ କରିଦିଆଇଛି।
  6. ଭବିଷ୍ୟତ ନିଲାମରେ ମିଳିବାକୁ ଥିବା ସ୍ପେକ୍ଟ୍ରମ ଲାଗି ୧୦ ବର୍ଷ ପରେ ସ୍ପେକ୍ଟ୍ରମ  ସମର୍ପଣ (ସରେଣ୍ଡର) ନିମନ୍ତେ ଅନୁମତି ଦିଆଯିବ।
  7. ଭବିଷ୍ୟତ ନିଲାମରେ ମିଳିବାକୁ ଥିବା ସ୍ପେକ୍ଟ୍ରମ ଲାଗି କୌଣସି ସ୍ପେକ୍ଟ୍ରମ ଉପଯୋଗ ଶୁଳ୍କ (ଏସୟୁସି) ଲାଗୁ ହେବ ନାହିଁ।
  8. ସ୍ପେକ୍ଟ୍ରମ ଭାଗୀଦାରୀକୁ ପ୍ରୋତ୍ସାହନ-ସ୍ପେକ୍ଟ୍ରମ ଭାଗୀଦାରୀ ନିମନ୍ତେ ୦.୫ ପ୍ରତିଶତ ଅତିରିକ୍ତ ଏସୟୁସି ଉଚ୍ଛେଦ କରାଯାଇଛି।
  9. ନିବେଶକୁ ପ୍ରୋତ୍ସାହିତ କରିବା ଲାଗି, ଦୂରସଞ୍ଚାର କ୍ଷେତ୍ରରେ ସ୍ବୟଂକ୍ରିୟ ମାର୍ଗ ଅନ୍ତର୍ଗତ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ)କୁ ଅନୁମତି ଦିଆଯାଇଛି।

 

ପ୍ରକ୍ରିୟାଗତ ସଂସ୍କାର

 

  1. ନିଲାମ କ୍ୟାଲେଣ୍ଡର ନିର୍ଦ୍ଧାରିତ- ସ୍ପେକ୍ଟ୍ରମ ନିଲାମୀ ସାଧାରଣତଃ ପ୍ରତ୍ୟେକ ଆର୍ଥିକ ବର୍ଷର ଅନ୍ତିମ ତ୍ରୈମାସରେ ଆୟୋଜନ କରାଯିବ।
  2. ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରାଯିବ – ବେତାର ଉପକରଣ ଆମଦାନୀ ଲାଗି ୧୯୫୩ ସୀମା ଶୁଳ୍କ ବିଜ୍ଞପ୍ତି ଅନ୍ତର୍ଗତ ଆମଦାନୀ ଲାଇସେନ୍ସ ପାଇବାର ଜଟିଳ ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି। ଏହାକୁ ସେଲ୍ଫ ଡିକ୍ଲାରେସନ (ସତ୍ୟପାଠ) ମାଧ୍ୟମରେ ସମ୍ପାଦନ କରାଯିବ।
  3. ନିଜ ଗ୍ରାହକମାନଙ୍କୁ ଜାଣନ୍ତୁ (କେଓ୍ବାଇସି) ସଂସ୍କାର : ଆପ୍ ଆଧାରିତ ସେଲ୍ଫ-କେଓ୍ବାଇସିକୁ ଅନୁମତି ଦିଆଯାଇଛି। ଇ-କେଓ୍ବାଇସି ଦରକୁ ସଂଶୋଧିତ କରି ମାତ୍ର ୧ ଟଙ୍କା କରି ଦିଆଯାଇଛି। ପ୍ରି-ପେଡରୁ ପୋଷ୍ଟ-ପେଡ ଏବଂ ପୋଷ୍ଟ-ପେଡରୁ ପ୍ରି-ପେଡ ସ୍ଥାନାନ୍ତର ଲାଗି ପୁଣିଥରେ ନୂଆ କେ-ଓ୍ବାଇସିର ଆବଶ୍ୟକତା ପଡ଼ିବ ନାହିଁ।
  4. କାଗଜ ଗ୍ରାହକ ଅଧିଗ୍ରହଣ ଫର୍ମ ବା ପେପର କଷ୍ଟମର ଆକ୍ୟୁଜିସନ ଫର୍ମ (ସିଏଏଫ)କୁ ଡାଟାର ଡିଜିଟାଲ ଷ୍ଟୋରେଜରେ ପରିବର୍ତ୍ତିତ କରି ଦିଆଯିବ। ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କୁ ଟିଏସପିଗୁଡ଼ିକର ବିଭିନ୍ନ ଗୋଦାମରେ ପଡ଼ି ରହିଥିବା ପାଖାପାଖି ୩୦୦ରୁ ୪୦୦ କୋଟି ସିଏଏଫର ଆବଶ୍ୟକତା ପଡ଼ିବ ନାହିଁ।
  5. ଦୂରସଞ୍ଚାର ଟାଓ୍ବାର ଲାଗି ଏସଏସିଏଫଏ (ଫ୍ରିକୁଏନ୍ସି ଆବଣ୍ଟନ ଲାଗି ସ୍ଥାୟୀ ପରାମର୍ଶଦାତା ସମିତି) ମଞ୍ଜୁରିକୁ କୋହଳ କରାଯାଇଛି। ଦୂରସଞ୍ଚାର ବିଭାଗ ପୋର୍ଟାଲରେ ସତ୍ୟପାଠ ବା ସେଲ୍ଫ ଡିକ୍ଲାରେସନ ଆଧାରରେ ଡାଟା ସ୍ବୀକାର କରିବ। ଅନ୍ୟ ଏଜେନ୍ସିଗୁଡ଼ିକର ପୋର୍ଟାଲ (ଯେପରିକି ବେସାମରିକ ବିମାନ ଚଳାଚଳ)କୁ ଦୂରସଞ୍ଚାର ବିଭାଗର ପୋର୍ଟାଲ ସହିତ ଯୋଡ଼ାଯିବ।

ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ନମନୀୟତା ସମ୍ବନ୍ଧୀୟ ଆବଶ୍ୟକତା ପୂରଣ

କ୍ୟାବିନେଟ ସମସ୍ତ ଦୂରସଞ୍ଚାର ସେବା ପ୍ରଦାନକାରୀ (ଟିଏସପି) ମାନଙ୍କ ଲାଗି ନିମ୍ନଲିଖିତକୁ ମଞ୍ଜୁରି ଦେଇଛନ୍ତି :

  1. ସମାଯୋଜିତ ସକଳ ରାଜସ୍ବ ବା ଆଡଜଷ୍ଟେଡ୍ ଗ୍ରସ ରେଭିନ୍ୟୁ (ଏଜିଆର)ର ନିଷ୍ପତ୍ତିରୁ ସୃଷ୍ଟି ହେବାକୁ ଥିବା ଦେୟଯୋଗ୍ୟ ରାଶିର ବାର୍ଷିକ ପରିଶୋଧ ଉପରେ ଚାରି ବର୍ଷର ମହଲତ/ସ୍ଥଗିତ ରଖିବା ସୁବିଧା ଦିଆଯିବ। ତେବେ ସୁରକ୍ଷିତ ରଖାଯାଉଥିବା ଦେୟଯୋଗ୍ୟ ରାଶିର ନିଟ୍ ବର୍ତ୍ତମାନ ମୂଲ୍ୟ (ଏନପିଭି)କୁ ସଂରକ୍ଷିତ ରଖାଯିବ।
  2. ୨୦୨୧ର ନିଲାମୀକୁ ଛାଡ଼ି ବିଗତ ନିଲାମୀରେ କିଣା ଯାଇଥିବା ସ୍ପେକ୍ଟ୍ରମର ଦେୟ ପରିଶୋଧ ଉପରେ, ସମ୍ପୃକ୍ତ ନିଲାମୀ ନିମନ୍ତେ ନିର୍ଦ୍ଧାରିତ ସୁଧ ଦରରେ ଏନପିଭି ସୁରକ୍ଷା ସହିତ ଚାରି ବର୍ଷର ମହଲତ ଏବଂ ଦେୟ ସ୍ଥଗନ ସୁବିଧା ଦିଆଯିବ।
  3. ଦେୟ ପରିଶୋଧ ସ୍ଥଗିତ ରଖାଯିବା କାରଣରୁ ସୃଷ୍ଟି ହେବାକୁ ଥିବା ସୁଧ ରାଶିକୁ ଇକ୍ୟୁଟି ମାଧ୍ୟମରେ ପରିଶୋଧ କରିବା ଲାଗି ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କୁ ବିକଳ୍ପ ଦିଆଯିବ।
  4. ସରକାରଙ୍କ ବିକଳ୍ପ ଆଧାରରେ, ମହଲତ/ସ୍ଥଗନ ଅବଧି ଶେଷରେ ଦେୟ ସ୍ଥଗିତ ରଖିବା କାରଣରୁ ସୃଷ୍ଟି ହେବାକୁ ଦେୟଯୋଗ୍ୟ ଅର୍ଥରାଶି ଇକ୍ୟୁଟି ଆକାରରେ ପରିଶୋଧ କରାଯିବ। ଏଥିପାଇଁ ନିୟମରେ ଆବଶ୍ୟକ ପରିବର୍ତ୍ତନ କରାଯିବ। ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଚୂଡ଼ାନ୍ତ କରାଯିବ।

 

ଏସବୁ ସଂସ୍କାର ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ଲାଗୁ ହେବ ଏବଂ ଏହା ନମନୀୟତା ତଥା ନଗଦ ପ୍ରବାହକୁ ସହଜ କରି ଆଶ୍ବସ୍ତି ପ୍ରଦାନ କରିବ। ଏହାଦ୍ବାରା ବିଭିନ୍ନ ବ୍ୟାଙ୍କଗୁଡ଼ିକୁ ଦୂରସଞ୍ଚାର କ୍ଷେତ୍ରରେ ପର୍ଯ୍ୟାପ୍ତ ନିବେଶ କରିବା ଲାଗି ମଧ୍ୟ ଯଥେଷ୍ଟ ସହାୟତା ମିଳିପାରିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian youth are at the forefront of tech-led growth, innovation: PM Modi

Media Coverage

Indian youth are at the forefront of tech-led growth, innovation: PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 14, 2026
June 14, 2026

From Healthcare to Himalayas: PM Modi's Vision Building an Unstoppable India