କୋଭିଡ-19ର ଦ୍ୱିତୀୟ ତରଙ୍ଗ ଦ୍ୱାରା ବିଭିନ୍ନ କ୍ଷେତ୍ର, ବିଶେଷ କରି ସ୍ଵାସ୍ଥ୍ୟ ସେବା କ୍ଷେତ୍ର ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କୋଭିଡ ପ୍ରଭାବିତ କ୍ଷେତ୍ର ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା (ଏଲଜିଏସସିଏଏସ)କୁ ଅନୁମୋଦନ କରିଛନ୍ତି। ଏହା ଫଳରେ ସ୍ଵାସ୍ଥ୍ୟ/ଚିକିତ୍ସା କ୍ଷେତ୍ର ସହ ଜଡ଼ିତ ପୂର୍ବରୁ ଥିବା ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ 50,000 କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଗ୍ୟାରେଣ୍ଟି ସହିତ ପାଣ୍ଠି ଯୋଗାଣ କରାଯାଇପାରିବ।

କ୍ୟାବିନେଟ ମଧ୍ୟ ଉନ୍ନତ ସ୍ଵାସ୍ଥ୍ୟ ସେବା ସହ ଆନୁସଙ୍ଗିକ ଭାବେ ଜଡ଼ିତ ଅନ୍ୟ କ୍ଷେତ୍ର/ଋଣଦାତାଙ୍କ ପାଇଁ ଆଉ ଏକ ଯୋଜନା ଆରମ୍ଭ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଏହାର ବିସ୍ତୃତ ପ୍ରକ୍ରିୟା ଚୂଡ଼ାନ୍ତ କରାଯିବ।

ଏହାବ୍ୟତୀତ, ଜରୁରିକାଳୀନ ଋଣ ଯୋଗାଣ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ) ଅନ୍ତର୍ଗତ ଅତିରିକ୍ତ 1,50,000 କୋଟି ଟଙ୍କାର ପାଣ୍ଠି ଯୋଗାଣକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି।

ଲକ୍ଷ୍ୟ:

ଏଲଜିଏସସିଏଏସ: 31.03.2022 ପର୍ଯ୍ୟନ୍ତ ଅନୁମୋଦନ ହେବାକୁ ଥିବା ସମସ୍ତ ଯୋଗ୍ୟ ଋଣ, କିମ୍ବା ଯୋଜନା ପାଇଁ ଆବଣ୍ଟିତ ଅର୍ଥ 50,000 କୋଟି ଟଙ୍କା ପୂରଣ ହେବା ପର୍ଯ୍ୟନ୍ତ, ଯାହା ପ୍ରଥମେ ହୋଇଥିବ, କ୍ଷେତ୍ରରେ ଏହି ଯୋଜନା ଲାଗୁ ହେବ।

ଇସିଏଲଜିଏସ : ଏହା ଜାରି ରହିଥିବା ଏକ ଯୋଜନା। 30.09.2021 ପର୍ଯ୍ୟନ୍ତ ସୁନିଶ୍ଚିତ ଜରୁରିକାଳୀନ ଋଣ ଯୋଗାଣ (ଜିଇସିଏଲ) ଅନ୍ତର୍ଗତ ମଞ୍ଜୁରିପ୍ରାପ୍ତ ସମସ୍ତ ଋଣ କିମ୍ବା ଜିଇସିଏଲ ଅଧୀନରେ ମଞ୍ଜୁର ହୋଇଥିବା ପରିମାଣ 4 ଲକ୍ଷ 50 ହଜାର କୋଟି ଟଙ୍କା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ, ଯାହା ପ୍ରଥମେ ହୋଇଥିବ, କ୍ଷେତ୍ରରେ ଏହି ଯୋଜନା ଲାଗୁ ହେବ।

ପ୍ରଭାବ :

ଏଲଜିଏସସିଏଏସ : କୋଭିଡ-19ର ଦ୍ୱିତୀୟ ତରଙ୍ଗ ପରିପ୍ରେକ୍ଷୀରେ ଦେଶରେ ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବକୁ ଦୃଷ୍ଟିରେ ରଖି ଅସାଧାରଣ ପରିସ୍ଥିତିର ମୁକାବିଲା କରିବା ଲାଗି ଏକ ବିଶେଷ ପଦକ୍ଷେପ ସ୍ୱରୂପ ଏଲଜିଏସସିଏଏସ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଅନୁମୋଦିତ ଯୋଜନା ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।  ଏଲଜିଏସସିଏଏସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଋଣ ବିପତ୍ତିର ଆଂଶିକ ମୁକାବିଲା (ମୁଖ୍ୟତଃ ନିର୍ମାଣ ବିପତ୍ତି) କରିବା ଏବଂ କମ ସୁଧ ହାରରେ ବ୍ୟାଙ୍କ ଋଣ ଯୋଗାଇ ଦେବା।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Abrogation Of Article 370 Was A Strategic Necessity For India

Media Coverage

Why Abrogation Of Article 370 Was A Strategic Necessity For India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 05, 2026
August 05, 2026

Viksit Bharat in Action: Inclusive, Green, and Globally Competitive Under PM Modi