ଉତ୍ତର ପୂର୍ବାଞ୍ଚଳ ଓ ଆଣ୍ଡାମାନ ନିକୋବାର ଦ୍ବୀପ ସମୂହ ଉପରେ ଗୁରୁତ୍ବାରୋପ କରି ନୂତନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଭାବେ କରାଯିବ କାର୍ଯ୍ୟକାରୀ
ମୋଟ 11,040 କୋଟି ଟଙ୍କାର ବ୍ୟୟବରାଦ, ସେଥିମଧ୍ୟରୁ 8,844 କୋଟି ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିବେ
ତୈଳ ବୀଜ ଓ ପାମ ଅଏଲ ଚାଷ ଓ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ
ଉତ୍ତର-ପୂର୍ବାଞ୍ଚଳ ଓ ଆଣ୍ଡାମାନ କ୍ଷେତ୍ରରେ ବୀଜ ଉଦ୍ୟାନ ପାଇଁ ଦିଆଯିବ ବିଶେଷ ସହାୟତା
ପାମ ଅଏଲ ଚାଷୀଙ୍କୁ ସତେଜ ଫଳ ଗୁଚ୍ଛ ପାଇଁ ପାମ ଅଏଲ ଚାଷୀଙ୍କୁ ଦିଆଯିବ ସୁନିଶ୍ଚିତ ମୂଲ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାମ ଅଏଲ (ତାଳ ତେଲ) ଲାଗି ଏକ ନୂତନ ମିଶନ ଆରମ୍ଭ କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଜାତୀୟ ଖାଇବା ତେଲ ମିଶନ-ପାମ ଅଏଲ (ଏନଏମଇଓ-ଓପି) ନାମରେ ପରିଚିତ ହେବ। ଏହା ଏକ କେନ୍ଦ୍ର ପ୍ରୟୋଜିତ ଯୋଜନା। ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପ ସମୂହ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଖାଇବା ତେଲ ପାଇଁ ବର୍ତ୍ତମାନ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ହେବାକୁ ପଡ଼ୁଛି, ସେଥିପାଇଁ ଖାଇବା ତେଲ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଏଥିପାଇଁ ପାମ ଅଏଲ ଚାଷ ଓ ଉତ୍ପାଦନ ବଢ଼ାଇବା ଅତ୍ୟନ୍ତ ଜରୁରି।

ଏହି ଯୋଜନା ପାଇଁ  ୧୧,୦୪୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ କରାଯାଇଛି। ଏଥିମଧ୍ୟରୁ କେନ୍ଦ୍ର ସରକାର ୮,୮୪୪ କୋଟି ଟଙ୍କା ବ୍ୟୟ କରିବେ। ଅବଶିଷ୍ଟ ୨,୧୯୬ କୋଟି ଟଙ୍କା ରାଜ୍ୟ ମାନଙ୍କୁ ବହନ କରିବାକୁ ହେବ। ଏଥିରେ ଆୟରୁ ଅଧିକ ବ୍ୟୟ ସ୍ଥିତିରେ କ୍ଷତିପୂରଣ ନିମନ୍ତେ ବ୍ୟବସ୍ଥା ମଧ୍ୟ ସାମିଲ ରହିଛି।

ଏହି ଯୋଜନା ଅନ୍ତର୍ଗତ, ୨୦୨୫-୨୬ ସୁଦ୍ଧା ପାମ ଅଏଲ ଚାଷର କ୍ଷେତ୍ରକୁ ଅତିରିକ୍ତ ୬.୫ ଲକ୍ଷ ହେକ୍ଟର  ପର୍ଯ୍ୟନ୍ତ ବଢ଼ାଇବା ଲାଗି ପ୍ରସ୍ତାବ ରହିଛି। ଶେଷରେ ୧୦ ଲକ୍ଷ ହେକ୍ଟର ପର୍ଯ୍ୟନ୍ତ ପାମ ଅଏଲ ଚାଷକୁ ବୃଦ୍ଧି କରାଯିବ। ଅଶୋଧିତ ପାମ ଅଏଲ (ସିପିଓ)ର ଉତ୍ପାଦନ ପରିମାଣ ୨୦୨୫-୨୬ ସୁଦ୍ଧା ୧୧.୨୦ ଲକ୍ଷ ଟନ ଏବଂ ୨୦୨୯-୩୦ ସୁଦ୍ଧା ୨୮ ଲକ୍ଷ ଟନ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଏହି ଯୋଜନା ଦ୍ବାରା ପାମ ଅଏଲ ଚାଷୀମାନଙ୍କୁ ଅଧିକ ଲାଭ ମିଳିବ। ପୁଞ୍ଜି ନିବେଶ ବୃଦ୍ଧି ପାଇବା ସହିତ ରୋଜଗାର ସୁଯୋଗ ସୃଷ୍ଟି ହେବ। ଏଥିସହିତ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଚାଷୀଙ୍କ ଆୟ ମଧ୍ୟ ବଢ଼ିବ।

୧୯୯୧-୯୨ ଠାରୁ ଭାରତ ସରକାର ତୈଳ ବୀଜ ଏବଂ ପାମ ଅଏଲ ଉତ୍ପାଦନ ବଢ଼ାଇବା ଲାଗି ଅନେକ ପ୍ରୟାସ କରିଆସିଛନ୍ତି। ୨୦୧୪-୧୫ରେ ୨୭୫ ଲକ୍ଷ ଟନ ତୈଳବୀଜ ଉତ୍ପାଦିତ ହୋଇଥିଲା। ୨୦୨୦-୨୧ରେ ଏହା ବୃଦ୍ଧି ପାଇଁ ୩୬୫.୬୫ ଲକ୍ଷ ଟନରେ ପହଞ୍ଚିଥିଲା। ପାମ ଅଏଲ ଉତ୍ପାଦନ କ୍ଷମତାକୁ ଦୃଷ୍ଟିରେ ରଖି ୨୦୨୦ରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଅଏଲ ପାମ ରିସର୍ଚ୍ଚ (ଆଇଆଇଓପିଆର) ପକ୍ଷରୁ ପାମ ଅଏଲ ଚାଷ ପାଇଁ ଏକ ଅଧ୍ୟୟନ କରାଯାଇଥିଲା। ପାଖାପାଖି ୨୮ ଲକ୍ଷ ହେକ୍ଟର ଜମିରେ ପାମ ଅଏଲ ଚାଷ ବିଷୟରେ ଏହି ସଂସ୍ଥାନ ପକ୍ଷରୁ ବିଚାର ବ୍ୟକ୍ତ କରାଯାଇଥିଲା। ତେଣୁ ତାଳ ଗଛ ଲଗାଇବାର ଅପାର ସମ୍ଭାବନା ରହିଛି, ଯାହା ଆଧାରରେ କଞ୍ଚା ତାଳ ତେଲ ଉତ୍ପାଦନ ବୃଦ୍ଧି କରାଯାଇପାରିବ। ବର୍ତ୍ତମାନ ସମୟରେ ମାତ୍ର ୩.୭୦ ହେକ୍ଟରରେ ଅଏଲ ପାମ୍ ଚାଷ କରାଯାଉଛି। ଅନ୍ୟ ତୈଳ ବୀଜ ତୁଳନାରେ ତାଳ ତେଲ ଉତ୍ପାଦନ ହେକ୍ଟର ପ୍ରତି ୧୦ରୁ ୪୬ ଗୁଣା ଅଧିକ ହୋଇଥାଏ। ଏହାବ୍ୟତୀତ ଗୋଟିଏ ହେକ୍ଟର ଫସଲରୁ ପାଖାପାଖି ଚାରି ଟନ ତେଲ ବାହାରିଥାଏ। ସେହିପରି ଏହି ଚାଷ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି।

ଉପରୋକ୍ତ ବିଷୟ ପ୍ରତି ଧ୍ୟାନ ଦେଇ ତଥା ପାଖାପାଖି ୯୮ ପ୍ରତିଶତ କଞ୍ଚା ତାଳ ତେଲ ଆମଦାନୀ କରାଯାଉଥିବା ଦୃଷ୍ଟିରୁ ଏହି ଯୋଜନା ଆରମ୍ଭ କରାଯିବା ଲାଗି ପ୍ରସ୍ତାବ ଦିଆଯାଇଛି। ଯାହାଫଳରେ ତାଳ ଚାଷର କ୍ଷେତ୍ର ଏବଂ ଉତ୍ପାଦନ ଦେଶରେ ବୃଦ୍ଧି ପାଇବ। ପ୍ରସ୍ତାବିତ ଯୋଜନାରେ ବର୍ତ୍ତମାନର ଜାତୀୟ ଖାଦ୍ୟ ସୁରକ୍ଷା ମିଶନ-ଅଏଲ ପାମ କାର୍ଯ୍ୟକ୍ରମକୁ ସାମିଲ କରି ଦିଆଯିବ।

ଏହି ଯୋଜନାରେ ଦୁଇଟି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ପାମ ଅଏଲ ଚାଷୀମାନେ ସତେଜ ଫଳ ଗୁଚ୍ଛ (ଏଫଏଫବି) ପ୍ରସ୍ତୁତ କରିଥାନ୍ତି, ଯାହାର ବୀଜରୁ ତୈଳ ଉଦ୍ୟୋଗ ତେଲ ବାହାର କରିଥାନ୍ତି। ବର୍ତ୍ତମାନ ସମୟରେ ଏହି ଏଏଫବିର ମୂଲ୍ୟ ସିପିଓର ଅନ୍ତର୍ଜାତୀୟ ମୂଲ୍ୟରେ ଉତ୍ଥାନ-ପତନ ଆଧାରରେ ନିର୍ଦ୍ଧାରିତ ହୋଇଥାଏ। ପ୍ରଥମ ଥର କେନ୍ଦ୍ର ସରକାର ଏହି ଏଫଏଫବି ପାଇଁ ଚାଷୀମାନଙ୍କୁ ସୁନିଶ୍ଚିତ ମୂଲ୍ୟ ପ୍ରଦାନ କରୁଛନ୍ତି। ଏହା ସାଧନଯୋଗ୍ୟତା ମୂଲ୍ୟ (ଭିପି) ନାମରେ ପରିଚିତ ହେବ, ଅର୍ଥାତ ଚାଷୀମାନେ କୌଣସି କ୍ଷତି ସହିବେ ନାହିଁ। ଏହା ଜରିଆରେ ସିପିଓର ଅନ୍ତର୍ଜାତୀୟ ମୂଲ୍ୟରେ ଉତ୍ଥାନ-ପତନ ସମୟରେ ଚାଷୀଙ୍କ ହିତକୁ ସୁରକ୍ଷିତ ରଖାଯିବ। ଏହି ସାଧନଯୋଗ୍ୟତା ମୂଲ୍ୟ ବିଗତ ପାଞ୍ଚ ବର୍ଷ ସମୟରେ ବାର୍ଷିକ ହାରାହାରୀ ସିପିଓ ମୂଲ୍ୟ ଆଧାରରେ ନିର୍ଦ୍ଧାରିତ ହେବ ଏବଂ ପାଇକାରୀ ମୂଲ୍ୟ ସୂଚକାଙ୍କରେ ଦିଆଯାଇଥିବା ପାମ ଅଏଲର ତଥ୍ୟରେ ୧୪.୩ ପ୍ରତିଶତ ବୃଦ୍ଧି କରାଯିବ। ଅର୍ଥାତ ସାଧନଯୋଗ୍ୟତା ମୂଲ୍ୟ ଏହି ଦୁଇଟି ମୂଲ୍ୟକୁ ମିଶାଇ ନିର୍ଦ୍ଧାରିତ କରାଯିବ। ଏହାକୁ ନିର୍ଦ୍ଧାରଣ କରିବାର ପ୍ରାରମ୍ଭିକ ଅବଧି ନଭେମ୍ବର ୧ ତାରିଖ ଠାରୁ ହେବ ଏବଂ ପରବର୍ତ୍ତୀ ବର୍ଷ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଏହି ସମ୍ପୂର୍ଣ୍ଣ ଅବଧିକୁ ‘ପାମ ଅଏଲ ବର୍ଷ’ କୁହାଯିବ। ଏହି ମୂଲ୍ୟ ସୁନିଶ୍ଚିତତା ଫଳରେ ଭାରତରେ ତାଳ ତେଲ ଚାଷ କରୁଥିବା ଚାଷୀଙ୍କ ମନରେ ବିଶ୍ବାସ ସୃଷ୍ଟି ହେବ ଏବଂ ସେମାନେ ଚାଷର କ୍ଷେତ୍ର ବୃଦ୍ଧି କରିବେ। ଏହିପରି ଭାବେ ଦେଶରେ ତାଳ ତେଲ ଉତ୍ପାଦନ ବୃଦ୍ଧି ପାଇବ। ଫର୍ମୂଲା ମୂଲ୍ୟ (ଏଫପି) ମଧ୍ୟ ନିର୍ଦ୍ଧାରଣ କରାଯିବ, ଯାହାର ଅନ୍ତର୍ଗତ କ୍ରେତା-ବିକ୍ରେତା ଅଗ୍ରୀମ ଭାବେ ମୂଲ୍ୟ ଉପରେ ସହମତ ହେବେ। ଏହା ମାସିକ ଆଧାରରେ ସିପିଓର ୧୪.୩ ପ୍ରତିଶତ ହେବ। ଆବଶ୍ୟକତା ପଡ଼ିଲେ ସାଧନଯୋଗ୍ୟତା ମୂଲ୍ୟ ଓ ଫର୍ମୁଲା ମୂଲ୍ୟ ଆଧାରରେ ଆୟ-ବ୍ୟୟର ବ୍ୟବଧାନରେ କ୍ଷତିପୂରଣ ଦିଆଯିବ, ଯାହାଫଳରେ ଚାଷୀମାନେ କ୍ଷତି ସହିବେ ନାହିଁ। ଏହି ଅର୍ଥରାଶିକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ ସିଧାସଳଖ ଚାଷୀଙ୍କ ଆକାଉଂଟକୁ ପଠାଇ ଦିଆଯିବ।

ଚାଷୀଙ୍କୁ ସାଧନଯୋଗ୍ୟତା ବ୍ୟବଧାନର କ୍ଷତିପୂରଣ ରୂପରେ ଆଶ୍ବାସନା ଦିଆଯିବ। ସିପିଓର ମୂଲ୍ୟକୁ ୧୪.୩ ପ୍ରତିଶତ ଉଦ୍ୟୋଗଗୁଡ଼ିକ ପରିଶୋଧ କରିବେ, ଯାହାକି ୧୫.୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଯୋଜନାରେ ଏହି ବ୍ୟବସ୍ଥା ମଧ୍ୟ କରାଯାଇଛି ଯେ ଏକ ନିର୍ଦ୍ଧାରିତ ଅବଧି ପରେ ନିୟମ-କାନୁନ ଆପେ ଆପେ ଶେଷ ହୋଇଯିବ। ଏହାର ତାରିଖ ନଭେମ୍ବର ୧, ୨୦୩୭ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି। ଉତ୍ତର ପୂର୍ବାଞ୍ଚଳ ଓ ଆଣ୍ଡାମାନ କ୍ଷେତ୍ରରେ ଏ ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାର ସିପିଓଗୁଡ଼ିକୁ ଦିଆଯିବାକୁ ଥିବା ଦୁଇ ପ୍ରତିଶତ ବ୍ୟୟ ଅତିରିକ୍ତ ଆକାରରେ ବହନ କରିବେ, ଯାହାଫଳରେ ଏଠାକାର କୃଷକମାନଙ୍କୁ ଦେଶର ଅନ୍ୟ ସ୍ଥାନର କୃଷକମାନଙ୍କ ଭଳି ଅଧିକ ଅର୍ଥ ପଇଠ ସୁନିଶ୍ଚିତ ହୋଇପାରିବ। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତାବିତ ମାର୍ଗକୁ ଆପଣାଉଥିବା ରାଜ୍ୟମାନଙ୍କୁ ଯୋଜନାରେ ଉଲ୍ଲିଖିତ ସାଧନଯୋଗ୍ୟତା ଅନ୍ତରାଳ ପରିଶୋଧର ଲାଭ ମିଳିବ। ଏଥିପାଇଁ  ସେମାନଙ୍କୁ କେନ୍ଦ୍ର ସରକାରଙ୍କ ସହିତ ବୁଝାମଣାପତ୍ରରେ ସ୍ବାକ୍ଷର କରିବାକୁ ହେବ।

ଯୋଜନାର ଦ୍ବିତୀୟ ପ୍ରମୁଖ ଭାଗ ହେଉଛି ବିଭିନ୍ନ ପ୍ରକାରର ଭୂମିକା ଓ ଗତିବିଧିକୁ ତ୍ବରାନ୍ବିତ କରିବା। ତାଳ ଚାଷ ପାଇଁ ସହାୟତା ବ୍ୟାପକ ମାତ୍ରାରେ ବୃଦ୍ଧି କରାଯାଇଛି। ପୂର୍ବରୁ ହେକ୍ଟର ପ୍ରତି ୧୨ ହଜାର ଟଙ୍କା ଦିଆଯାଉଥିଲା, ଯାହାକୁ ଏବେ ବଢ଼ାଇ ହେକ୍ଟର ପ୍ରତି ୨୯ ହଜାର ଟଙ୍କା କରି ଦିଆଯାଇଛି। ଏହାଛଡ଼ା ରକ୍ଷଣାବେକ୍ଷଣ ଏବଂ ଫସଲ ସମୟରେ ସହାୟତାରେ ମଧ୍ୟ ବୃଦ୍ଧି କରାଯାଇଛି। ପୁରୁଣା ଉଦ୍ୟାନଗୁଡ଼ିକୁ ପୁଣି ଚାଲୁ କରିବା ଲାଗି ଗଛ ପିଛା ୨୫୦ ଟଙ୍କାର ବିଶେଷ ସହାୟତା ଦିଆଯାଉଛି, ଅର୍ଥାତ୍ ଗୋଟିଏ ଗଛ ଲଗାଇଲେ ୨୫୦ ଟଙ୍କା ମିଳିବ।

ଦେଶରେ ଚାରାରୋପଣ ଉପକରଣ କ୍ଷେତ୍ରରେ ରହିଥିବା ଅଭାବକୁ ଦୂର କରିବା ଲାଗି, ବୀଜ ଉତ୍ପାଦନ କରୁଥିବା ଉଦ୍ୟାନକୁ ମଧ୍ୟ ସହାୟତା ଦିଆଯିବ। ଏହାର ଅନ୍ତର୍ଗତ ଭାରତର ଅନ୍ୟ ସ୍ଥାନଗୁଡ଼ିକରେ ୧୫ ହେକ୍ଟର ଲାଗି ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଦିଆଯିବ, ଅନ୍ୟପକ୍ଷରେ ଉତ୍ତର – ପୂର୍ବାଞ୍ଚଳ ଓ ଆଣ୍ଡାମାନ କ୍ଷେତ୍ରରେ ଏହି ସହାୟତା ରାଶି ୧୫ ହେକ୍ଟର ପିଛା ଏକ କୋଟି ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଏହାବ୍ୟତୀତ ଦେଶର ଅନ୍ୟ ସ୍ଥାନରେ ବୀଜ ଉଦ୍ୟାନ ପାଇଁ ୪୦ ଲକ୍ଷ ଟଙ୍କା ଏବଂ ଉତ୍ତର – ପୂର୍ବାଞ୍ଚଳ ଓ ଆଣ୍ଡାମାନ କ୍ଷେତ୍ରରେ ୫୦ ଲକ୍ଷ ଟଙ୍କା ନିର୍ଦ୍ଧାରିତ କରାଯାଇଛି। ଉତ୍ତର ପୂର୍ବାଞ୍ଚଳ ଓ ଆଣ୍ଡାମାନକୁ ବିଶେଷ ସହାୟତା ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି, ଯାହାର ଅନ୍ତର୍ଗତ ପାହାଡ଼ ଉପରେ ସୋପାନ ପ୍ରଣାଳୀରେ ଅର୍ଦ୍ଧଚନ୍ଦ୍ରାକାର ଚାଷ, ବାୟୋ ଫେନ୍ସିଂ ଏବଂ ଜମିକୁ କୃଷି ଉପଯୋଗୀ କରିବା ଲାଗି ସମନ୍ବିତ କୃଷି ନିମନ୍ତେ ବନ୍ଦୋବସ୍ତ କରାଯାଇଛି। ଉତ୍ତର ପୂର୍ବାଞ୍ଚଳ ଓ ଆଣ୍ଡାମାନ ଲାଗି ଉଦ୍ୟୋଗଗୁଡ଼ିକୁ ପୁଞ୍ଜି ସହାୟତା ସନ୍ଦର୍ଭରେ ଘଂଟା ପ୍ରତି ପାଞ୍ଚ ମେଟ୍ରିକ ଟନ ଆକାରରେ ପାଞ୍ଚ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଫଳରେ ଏହି କ୍ଷେତ୍ର ପ୍ରତି ଉଦ୍ୟୋଗଗୁଡ଼ିକ ଆକୃଷ୍ଟ ହେବେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen