ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ) ଅଧୀନରେ ଆୟ ନିର୍ବିଶେଷରେ ୭୦ ବର୍ଷ କିମ୍ବା ତତୋଧିକ ବୟସର ସବୁ ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନକୁ କ୍ୟାବିନେଟ୍ ମଞ୍ଜୁରୀ
ଉପକୃତ ହେବେ ୪.୫ କୋଟି ପରିବାର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରମୁଖ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ଏବି ପିଏମ-ଜେଏୱାଇ) ଅଧୀନରେ ଆୟ ନିର୍ବିଶେଷରେ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କୁ ଅନୁମୋଦନ ମିଳିଛି ।

ଏଥିରେ ୬କୋଟି ବରିଷ୍ଠ ନାଗରିକଙ୍କ ସହ ପାଖାପାଖି ୪.୫ କୋଟି ପରିବାରକୁ ଲାଭ ଦେବା ଉଦ୍ଦେଶ୍ୟରେ ପାରିବାରିକ ଭିତ୍ତିରେ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ସୁରକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର କ୍ୟାବିନେଟ୍‌ର ଏହି ଅନୁମୋଦନ ଦ୍ୱାରା ୭୦ ବର୍ଷ ରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ ସେମାନଙ୍କର ସାମାଜିକ, ଆର୍ଥିକ ସ୍ଥିତି ନିର୍ବିଶେଷରେ ଏବି ପିଏମ-ଜେଏୱାଇର ଲାଭ ଉଠାଇପାରିବେ । ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ ଏବି ପିଏମ୍-ଜେଏୱାଇ ଅଧୀନରେ ଏକ ନୂତନ ସ୍ୱତନ୍ତ୍ର କାର୍ଡ ପ୍ରଦାନ କରାଯିବ। ପୂର୍ବରୁ ଏବି ପିଏମ-ଜେଏୱାଇ ଅଧୀନରେ ଅନ୍ତର୍ଭୁକ୍ତ ହୋଇଥିବା ପରିବାରର ୭୦ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କୁ ନିଜ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଟପ୍-ଅପ୍ କଭର ମିଳିବ (ଯାହା ସେମାନଙ୍କୁ ୭୦ ବର୍ଷରୁ କମ୍ ବୟସର ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ ଅଂଶୀଦାର କରିବାକୁ ପଡିବ ନାହିଁ)। ୭୦ ବର୍ଷରୁ ଅଧିକ ବୟସର ଅନ୍ୟ ସମସ୍ତ ବରିଷ୍ଠ ନାଗରିକଙ୍କୁ ପାରିବାରିକ ଭିତ୍ତିରେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ମିଳିବ । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (ସିଜିଏଚଏସ), ପୂର୍ବତନ ସୈନିକ ଯୋଗଦାନ ସ୍ୱାସ୍ଥ୍ୟ ଯୋଜନା (ଇସିଏଚଏସ), ଆୟୁଷ୍ମାନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ) ପରି ଅନ୍ୟାନ୍ୟ ସାର୍ବଜନୀନ ସ୍ୱାସ୍ଥ୍ୟ ବୀମା ଯୋଜନାର ଲାଭ ନେଉଥିବା ୭୦ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସର ବରିଷ୍ଠ ନାଗରିକମାନେ ସେମାନଙ୍କର ବର୍ତ୍ତମାନର ଯୋଜନା ବାଛିପାରିବେ କିମ୍ବା ଏବି ପିଏମଜେଏୱାଇକୁ ବାଛିପାରିବେ। ଏହା ସ୍ପଷ୍ଟ କରାଯାଇଛି ଯେ ଘରୋଇ ସ୍ୱାସ୍ଥ୍ୟ ବୀମା ପଲିସି କିମ୍ବା କର୍ମଚାରୀ ରାଜ୍ୟ ବୀମା ଅଧୀନରେ ଥିବା ୭୦ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସର ବରିଷ୍ଠ ନାଗରିକମାନେ ଏହି ଯୋଜନା ଏବି ପିଏମ-ଜେଏୱାଇ ଅଧୀନରେ ଲାଭ ପାଇବାକୁ ଯୋଗ୍ୟ ହେବ ।

ଏବି ପିଏମ-ଜେଏୱାଇ ହେଉଛି ବିଶ୍ୱର ସର୍ବବୃହତ ସାର୍ବଜନୀନ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ବୀମା ଯୋଜନା ଯାହା ୧୨.୩୪ କୋଟି ପରିବାରର ୫୫ କୋଟି ବ୍ୟକ୍ତିଙ୍କୁ ଦ୍ୱିତୀୟକ ଏବଂ ତୃତୀୟକ ସ୍ତରୀୟ ଚିକିତ୍ସା ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଏ । ବୟସ ନିର୍ବିଶେଷରେ ଯୋଗ୍ୟ ପରିବାରର ସମସ୍ତ ସଦସ୍ୟଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଯୋଜନାରେ ୪୯ ପ୍ରତିଶତ ମହିଳା ହିତାଧିକାରୀଙ୍କ ସମେତ ୭.୩୭ କୋଟି ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଯୋଜନାରେ ଜନସାଧାରଣ ୧ ଲକ୍ଷ କୋଟି ରୁ ଅଧିକ ଟଙ୍କାର ଲାଭ ପାଇଛନ୍ତି ।

୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କ ପାଇଁ ବୀମା ଯୋଜନାର ସଂପ୍ରସାରଣ ସମ୍ପର୍କରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୦୨୪ରେ ଘୋଷଣା କରିଥିଲେ ।

ଏବି ପିଏମ-ଜେଏୱାଇ ଯୋଜନାରେ ହିତାଧିକାରୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ଜନସଂଖ୍ୟାର ୪୦% ନିମ୍ନ ଆୟବର୍ଗ ଅର୍ଥାତ୍‌ ୧୦.୭୪ କୋଟି ଗରିବ ଓ ଦୁର୍ବଳ ପରିବାରକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୧ ଜନସଂଖ୍ୟା ତୁଳନାରେ ଭାରତର ଦଶକୀୟ ଜନସଂଖ୍ୟା ଅଭିବୃଦ୍ଧି ୧୧.୭%କୁ ଦୃଷ୍ଟିରେ ରଖି ଭାରତ ସରକାର ଜାନୁଆରୀ ୨୦୨୨ରେ ଏବି ପିଏମ-ଜେଏୱାଇ ଅଧୀନରେ ହିତାଧିକାରୀ ସଂଖ୍ୟା ୧୦.୭୪ କୋଟିରୁ ୧୨ କୋଟି ପରିବାରକୁ ସଂଶୋଧନ କରିଥିଲେ । ଏହି ଯୋଜନାକୁ ଆହୁରି ବିସ୍ତାରିତ କରାଯାଇ ସାରା ଦେଶରେ କାର୍ଯ୍ୟରତ ୩୭ ଲକ୍ଷ ଆଶା/ ଏଡବ୍ଲ୍ୟୁଡବ୍ଲୁ / ଏଡବ୍ଲ୍ୟୁଏଚ୍ ଏବଂ ସେମାନଙ୍କ ପରିବାରକୁ ମାଗଣା ସ୍ୱାସ୍ଥ୍ୟ ସେବା ସୁବିଧା ପ୍ରଦାନ କରାଯାଇଥିଲା। ଏହି ମିଶନକୁ ଆଗେଇ ନେବା ପରେ ଏବି ପିଏମ-ଜେଏୱାଇ ଏବେ ସାରା ଦେଶରେ ୭୦ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's manufacturing outlook remains resilient despite global headwinds; machine tools, metals and auto lead optimism

Media Coverage

India's manufacturing outlook remains resilient despite global headwinds; machine tools, metals and auto lead optimism
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 1, 2026
July 01, 2026

PM Modi's Vision: Driving Digital Empowerment, Inclusive Development and India's Global Rise