ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଲଦାଖରେ ୧୩ ଗିଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ଗ୍ରୀନ୍ ଏନର୍ଜି କରିଡର (ଜିଇସି) ଦ୍ୱିତୀୟ ପର୍ଯ୍ୟାୟ - ଆନ୍ତଃରାଜ୍ୟ ସଞ୍ଚାରଣ ପ୍ରଣାଳୀ (ଆଇଏସଟି) ପ୍ରକଳ୍ପକୁ ଅନୁମୋଦନ କରିଛି ।

୨୦୨୯-୩୦ ସୁଦ୍ଧା ସ୍ଥାପିତ ହେବାକୁ ଥିବା ଏହି ପ୍ରକଳ୍ପର ବ୍ୟୟ ଅଟକଳ ୨୦,୭୭୩.୭୦ କୋଟି ଟଙ୍କା ରହିଛି। ଏହି ପ୍ରକଳ୍ପକୁ କେନ୍ଦ୍ରୀୟ ଆର୍ଥିକ ସହାୟତା (ସିଏଫ୍ଏ) ବାବଦରେ ପ୍ରକଳ୍ପ ଖର୍ଚ୍ଚର ୪୦ ପ୍ରତିଶତ ଅର୍ଥାତ୍ ୮,୩୦୯.୪୮ କୋଟି ଟଙ୍କା ପ୍ରଦାନ କରାଯିବ।

ଲଦାଖର ଜଟିଳ ଭୂଭାଗ, ପ୍ରତିକୂଳ ଜଳବାୟୁ ପରିସ୍ଥିତି ଏବଂ ପ୍ରତିରକ୍ଷା ଜନିତ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପାୱାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ପାୱାରଗ୍ରିଡ୍) ଏହି ପ୍ରକଳ୍ପର କାର୍ଯ୍ୟକାରୀ ଏଜେନ୍ସି ଭାବେ ଦାୟିତ୍ୱ ନିର୍ବାହ କରିବ । ଅତ୍ୟାଧୁନିକ ଭୋଲ୍ଟେଜ୍ ସୋର୍ସ କନଭର୍ଟର (ଭିଏସସି) ଆଧାରିତ ହାଇ ଭୋଲଟେଜ୍ ଡାଇରେକ୍ଟ କରେଣ୍ଟ (ଏଚଭିଡିସି) ସିଷ୍ଟମ ଏବଂ ଏକ୍ସଟ୍ରା ହାଇ ଭୋଲଟେଜ୍ ଅଲଟରନେଟିଂ କରେଣ୍ଟ (ଇଏଚଭିଏସି) ସିଷ୍ଟମ୍ ସ୍ଥାପନ କରାଯିବ।

ଏହି ବିଦ୍ୟୁତ ସଞ୍ଚାରଣ ଲାଇନ୍ ହିମାଚଳ ପ୍ରଦେଶ ଓ ପଞ୍ଜାବ ଦେଇ ହରିୟାଣାର କୈଥାଲ୍ ପର୍ଯ୍ୟନ୍ତ ଯିବ, ଯେଉଁଠାରେ ଏହାକୁ ଜାତୀୟ ଗ୍ରିଡ୍ ସହ ସଂଯୋଗ କରାଯିବ। ଲଦାଖକୁ ନିର୍ଭରଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଲେହର ଏହି ପ୍ରକଳ୍ପଠାରୁ ବର୍ତ୍ତମାନର ଲଦାଖ ଗ୍ରିଡ୍ କୁ ସଂଯୋଗ କରିବାକୁ ମଧ୍ୟ ଯୋଜନା କରାଯାଇଛି। ଜମ୍ମୁ-କଶ୍ମୀରକୁ ବିଜୁଳି ଯୋଗାଇବା ପାଇଁ ଏହାକୁ ଲେହ-ଆଲୁସ୍ତାଙ୍ଗ-ଶ୍ରୀନଗର ଲାଇନ୍ ସହ ସଂଯୋଗ କରାଯିବ। ଏହି ପ୍ରକଳ୍ପ ରେ ୭୧୩ କିଲୋମିଟର ସଞ୍ଚାରଣ ଲାଇନ (୪୮୦ କିଲୋମିଟର ଏଚଭିଡିସି ଲାଇନ ସମେତ) ଏବଂ ପାଙ୍ଗ (ଲଦାଖ) ଏବଂ କୈଥାଲ (ହରିୟାଣା)ରେ ୫ ଗିଗାୱାଟ କ୍ଷମତା ବିଶିଷ୍ଟ ହାଇଭୋଲ୍ଟେଜ୍ ଡାଇରେକ୍ଟ କରେଣ୍ଟ ଟର୍ମିନାଲ ସ୍ଥାପନ କରାଯିବ ।

ଏହି ପ୍ରକଳ୍ପ ୨୦୩୦ ମସିହା ସୁଦ୍ଧା ଅଣ-ଜୀବାଶ୍ମ ଇନ୍ଧନରୁ ୫୦୦ ଗିଗାୱାଟ ସ୍ଥାପିତ ଶକ୍ତି କ୍ଷମତା ହାସଲ କରିବାରେ ସହାୟକ ହେବ । ଏହା ଦ୍ୱାରା ଦେଶର ଦୀର୍ଘମିଆଦୀ ଶକ୍ତି ନିରାପତ୍ତା ବିକାଶ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରି ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ମିଳିବ। ବିଶେଷକରି ଲଦାଖ ଅଞ୍ଚଳରେ ଶକ୍ତି ଓ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ଉଭୟ କୁଶଳୀ ଓ ଅଣକୁଶଳୀ କର୍ମଚାରୀଙ୍କ ପାଇଁ ବ୍ୟାପକ ପରିମାଣରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ ରାଜ୍ୟରେ ଗ୍ରିଡ୍ ସଂଯୋଗ ଏବଂ ବିତରଣ କରିବା ପାଇଁ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ଆନ୍ତଃରାଜ୍ୟ ଟ୍ରାନ୍ସମିସନ୍ ସିଷ୍ଟମ୍ ଗ୍ରୀନ୍ ଏନର୍ଜି କରିଡର ଫେଜ୍ -୨ (ଇନ୍‌ ଏସଟିଏସ ଜିଇସି-୨) ଅତିରିକ୍ତ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ଇନ୍‌ ଏସଟିଏସ ଜିଇସି-୨ ପ୍ରକଳ୍ପରୁ ୨୦୨୬ ସୁଦ୍ଧା ୨୦ ଗିଗାୱାଟ ଅକ୍ଷୟ ଶକ୍ତି ମିଳିବ ବୋଲି ଆଶା କରାଯାଉଛି। ଆଇଏନଏସଟିଏସ ଜିଇସି-୨ ଯୋଜନାରେ ୧୦୭୫୩ ସର୍କିଟ କିଲୋମିଟର ଟ୍ରାନ୍ସମିସନ ଲାଇନ ଏବଂ ୨୭୫୪୬ ମେଗା ଭୋଲ୍ଟ ଏମ୍ପସ (ଏମଭିଏ) ସବଷ୍ଟେସନ କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପ ପାଇଁ ସିଏଫ୍ଏ ଅଧୀନରେ ବ୍ୟୟ ଅଟକଳ ୧୨,୦୩୧.୩୩ କୋଟି ଟଙ୍କା ରହିଛି ଏବଂ ୩୩ ପ୍ରତିଶତ ସିଏଫ୍ଏ ହାରରେ ଅର୍ଥାତ୍ ୩୯୭୦.୩୪ କୋଟି ଟଙ୍କା ପ୍ରଦାନ କରାଯିବ।

ପୃଷ୍ଠଭୂମି

୧୫.୦୮.୨୦୨୦ ରେ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଲଦାଖରେ ୭.୫ ଗିଗାୱାଟ ସୌର ପାର୍କ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ । ଏକ ବ୍ୟାପକ କ୍ଷେତ୍ର ସର୍ବେକ୍ଷଣ ପରେ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଲଦାଖର ପାଙ୍ଗଠାରେ ୧୨ ଗିଗାୱାଟ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ (ବିଇଏସଏସ) ସହିତ ୧୩ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ବିଶିଷ୍ଟ ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଏତେ ବିପୁଳ ପରିମାଣରେ ବିଦ୍ୟୁତ ଉତ୍ତୋଳନ ପାଇଁ ଏକ ଆନ୍ତଃରାଜ୍ୟ ସଞ୍ଚାରଣ ଭିତ୍ତିଭୂମି ଆବଶ୍ୟକ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi