ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଡାଇ ଆମୋନିୟମ ଫସଫେଟ୍‌ (ଡିଏପି) ସାର ଉପରେ ସବସିଡି ଯୋଗାଇ ଦେବା ଲାଗି ଏକକାଳୀନ ସ୍ବତନ୍ତ୍ର ପ୍ୟାକେଜକୁ ସମ୍ପ୍ରସାରଣ କରିଛନ୍ତି। ଏନବିଏସ ସବସିଡି ଅତିରିକ୍ତ ଡିଏପି ଉପରେ ମେଟ୍ରିକ ଟନ୍‌ ପିଛା ୩,୫୦୦ ଟଙ୍କାର ସବସିଡି ଯୋଗାଇ ଦିଆଯିବ ଏବଂ କ୍ୟାବିନେଟର ଏହି ନିଷ୍ପତ୍ତି ୧ ଜାନୁଆରୀ ୨୦୨୫ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଲାଗୁ ରହିବ । ସାର ବିଭାଗର ଏ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିବା ପରେ ଚାଷୀମାନଙ୍କୁ ସୁଲଭ ଦରରେ ନିରନ୍ତର ଭାବେ ଡିଏପି ସାର ଉପଲବ୍ଧ ହୋଇପାରିବ। ଉପରୋକ୍ତ ପାଇଁ ଆନୁମାନିକ ବଜେଟ୍ ଆବଶ୍ୟକତା ପାଖାପାଖି ୩,୮୫୦ କୋଟି ଟଙ୍କା ପର୍ଯ୍ୟନ୍ତ ହେବ।

ପୃଷ୍ଠଭୂମି:

ସାର ଉତ୍ପାଦନକାରୀ/ଆମଦାନୀକାରୀଙ୍କ ମାଧ୍ୟମରେ କୃଷକମାନଙ୍କୁ ରିହାତି ମୂଲ୍ୟରେ ୨୮ ଗ୍ରେଡର ପି ଆଣ୍ଡ କେ ସାର ଉପଲବ୍ଧ କରାଯାଉଛି। ପି ଆଣ୍ଡ କେ ସାର ଉପରେ ସବସିଡି ଏନ.ବି.ଏସ. ଯୋଜନା ଦ୍ୱାରା ପରିଚାଳିତ ହୋଇଥାଏ। କୃଷକଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦେଇ ଭାରତ ସରକାର ଡାଇ-ଆମୋନିୟମ୍ ଫସଫେଟ୍ (ଡିଏପି) ସାରର ମୂଲ୍ୟ ଅପରିବର୍ତ୍ତିତ ରଖିବାରେ କୃଷକମାନଙ୍କୁ ବ୍ୟାପକ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଭୌଗୋଳିକ-ରାଜନୈତିକ ପ୍ରତିବନ୍ଧକ ଏବଂ ବିଶ୍ୱ ବଜାରରେ ଅସ୍ଥିରତା ସତ୍ତ୍ୱେ, ଖରିଫ ଏବଂ ରବି ପାଇଁ ସୁଲଭ ମୂଲ୍ୟରେ କୃଷକମାନଙ୍କୁ ଡିଏପିର ଉପଲବ୍ଧତା ସୁନିଶ୍ଚିତ କରି ସରକାର କୃଷକ ଅନୁକୂଳ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି । ଜୁଲାଇ, ୨୦୨୪ରେ କ୍ୟାବିନେଟ ଏନ୍.ବି.ଏସ୍. ସବସିଡି ଠାରୁ ଅତିରିକ୍ତ  ଡି.ଏ.ପି. ଉପରେ ଏକକାଳୀନ ସ୍ୱତନ୍ତ୍ର ପ୍ୟାକେଜକୁ ଅନୁମୋଦନ କରିଥିଲା, ଯାହା ମେଟ୍ରିକ ପିଛା ୩,୫୦୦ ଟଙ୍କା ହାରରେ ୧ ଏପ୍ରିଲ ୨୦୨୪ ଠାରୁ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ସବସିଡି ଯୋଗାଇ ଦେବାକୁ ଲାଗୁ ହୋଇଥିଲା। ଏଥିପାଇଁ ଆନୁମାନିକ ୨,୬୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ (୧ ଜାନୁଆରୀ ୨୦୨୫) ଡି.ଏ.ପି. ଉପରେ ସ୍ୱତନ୍ତ୍ର ପ୍ୟାକେଜକୁ ସମ୍ପ୍ରସାରିତ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି, ଯାହାର ଆନୁମାନିକ ଆର୍ଥିକ ପ୍ରଭାବ ପାଖାପାଖି ୩,୮୫୦ କୋଟି ଟଙ୍କା ହେବ। ଏହାଦ୍ୱାରା କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଡିଏପିର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଏପ୍ରିଲ ୨୦୨୪ ଠାରୁ ଡିଏପି ପାଇଁ ଅନୁମୋଦିତ ସ୍ୱତନ୍ତ୍ର ପ୍ୟାକେଜର ମୋଟ ପରିମାଣ ୬୪୭୫ କୋଟି ଟଙ୍କାରୁ ଅଧିକ ହେବ।

ଲାଭ:

କୃଷକମାନଙ୍କୁ ରିହାତି, ସୁଲଭ ଏବଂ ଯୁକ୍ତିସଙ୍ଗତ ମୂଲ୍ୟରେ ଡିଏପିର ଉପଲବ୍ଧତା ସୁନିଶ୍ଚିତ କରାଯିବ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଡିଏପି ସାରର ସୁଗମ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଅନୁମୋଦିତ ଏନବିଏସ ସବସିଡି ବ୍ୟତୀତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡି.ଏ.ପି. ଉପରେ ସ୍ୱତନ୍ତ୍ର ପ୍ୟାକେଜ ଆକାରରେ ମେଟ୍ରିକ ଟନ ପିଛା ୩,୫୦୦ ଟଙ୍କା ପ୍ରଦାନ କରାଯିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s digital economy enters mature phase as video dominates: Nielsen

Media Coverage

India’s digital economy enters mature phase as video dominates: Nielsen
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
May 05, 2026

Prime Minister Narendra Modi will share 'Mann Ki Baat' on Sunday, May 31st. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.