ସାରା ଦେଶରେ ଥିବା ୧୪,୫୦୦ ବିଦ୍ୟାଳୟକୁ ପିଏମ ଶ୍ରୀ ବିଦ୍ୟାଳୟ ଭାବେ ବିକଶିତ କରାଯିବ; ଏଥିରେ ପ୍ରଦର୍ଶିତ ହେବ ଜାତୀୟ ଶିକ୍ଷା ନୀତି ୨୦୨୦ର ସବୁ ଉପାଦାନ
ଉନ୍ନତ ଭିତ୍ତିଭୂମି, ଅଭିନବ ଶିକ୍ଷାଦାନ ବ୍ୟବସ୍ଥା ଏବଂ ପ୍ରଯୁକ୍ତି ମାଧ୍ୟମରେ ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକ ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ ହେବେ
ଏକବିଂଶ ଶତାବ୍ଦୀର ପ୍ରମୁଖ କୌଶଳରେ ପରିପୂର୍ଣ୍ଣ ସର୍ବଗୁଣସମ୍ପନ୍ନ ଏବଂ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସୃଷ୍ଟି ଓ ପ୍ରୋତ୍ସାହିତ କରିବାରେ ସଫଳ ହେବ ପିଏମ ଶ୍ରୀ ବିଦ୍ୟାଳୟ
ପିଏମ ଶ୍ରୀ ବିଦ୍ୟାଳୟ ଚତୁଃପାର୍ଶ୍ବରେ ଥିବା ଅନ୍ୟ ବିଦ୍ୟାଳୟକୁ ପ୍ରଶିକ୍ଷଣ ଏବଂ ନେତୃତ୍ବ ପ୍ରଦାନ କରିବ
୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୬ ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧି ଲାଗି ମୋଟ୍ ୨୭,୩୬୦ କୋଟି ଟଙ୍କାର ପ୍ରକଳ୍ପ ଖର୍ଚ୍ଚ ସହ କାର୍ଯ୍ୟକାରୀ ହେବ ପିଏମ ଶ୍ରୀ ବିଦ୍ୟାଳୟ ଯୋଜନା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନୂଆ କେନ୍ଦ୍ର ପ୍ରାୟୋଜିତ ଯୋଜନା – ପିଏମ ଶ୍ରୀ (ପିଏମ ସ୍କୁଲ୍ସ ଫର ରାଇଜିଂ ଇଣ୍ଡିଆ) ବା ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନାକୁ ଅନୁମୋଦନ କରିଛନ୍ତି । ଏହି ନୂଆ ଯୋଜନା ମାଧ୍ୟମରେ ସାରା ଦେଶର ୧୪, ୫୦୦ଟି ବିଦ୍ୟାଳୟକୁ ପିଏମ ଶ୍ରୀ ବିଦ୍ୟାଳୟ ଭାବେ ବିକଶିତ କରାଯିବ । ଏଥିପାଇଁ କେନ୍ଦ୍ର/ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର/ସ୍ଥାନୀୟ ପ୍ରଶାସନ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକୁ ଚୟନ କରାଯିବ । ପିଏମ ଶ୍ରୀ ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ୨୦୨୦ର ସବୁ ଉପାଦାନ ପ୍ରତିଫଳିତ ହେବ ଏବଂ ବିଦ୍ୟାଳୟ ପରିସରରେ ପ୍ରଶିକ୍ଷଣ ପ୍ରଦାନ କରି ଏହା ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ ହେବ । ଛାତ୍ରଛାତ୍ରୀଙ୍କ ଜ୍ଞାନଗତ ବିକାଶ ପାଇଁ ପିଏମ ଶ୍ରୀ ବିଦ୍ୟାଳୟରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାଦାନ କରାଯିବ ଏବଂ ଏଠାରୁ ଏକବିଂଶ ଶତାବ୍ଦୀର ପ୍ରମୁଖ କୌଶଳରେ ପରିପୂର୍ଣ୍ଣ ସର୍ବଗୁଣସମ୍ପନ୍ନ ଏବଂ ପ୍ରତିଭାବାନ ବ୍ୟକ୍ତିବିଶେଷ ସୃଷ୍ଟି ହେବେ ।

ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ଆକାରରେ ପିଏମ ଶ୍ରୀ ବିଦ୍ୟାଳୟ ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଏହି ଯୋଜନା ପାଇଁ ୨୭୩୬୦ କୋଟି ଟଙ୍କାର ପ୍ରକଳ୍ପ ଖର୍ଚ୍ଚ ନିର୍ଦ୍ଧାରଣ କରାଯାଇଛି । ୨୦୨୨-୨୩ ଠାରୁ ୨୦୨୬-୨୭ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୧୮ ହଜାର ୧୨୮ କୋଟି ଟଙ୍କା ଯୋଗାଇ ଦେବେ ।

ପ୍ରମୁଖ ବୈଶିଷ୍ଟ୍ୟ

  • ପିଏମଶ୍ରୀ ବିଦ୍ୟାଳୟ ପରିସରରେ ଏକ ସମାନତାପୂର୍ଣ୍ଣ, ସମାବେଶୀ ଏବଂ ଆନନ୍ଦର ପରିବେଶ ମଧ୍ୟରେ ଉନ୍ନତ ମାନର ଶିକ୍ଷାଦାନ କରାଯିବ ।  ଏଥିରେ ବିଭିନ୍ନ ପୃଷ୍ଠଭୂମି, ବହୁଭାଷୀ ଆବଶ୍ୟକତା, ଛାତ୍ରଛାତ୍ରୀଙ୍କ ବିଭିନ୍ନ ଶିକ୍ଷାଗତ କ୍ଷମତା ପ୍ରତି ଧ୍ୟାନ ଦିଆଯିବା ସହିତ ସେମାନଙ୍କୁ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ସେମାନଙ୍କର ନିଜସ୍ବ ଅଧ୍ୟୟନ ପ୍ରକ୍ରିୟାରେ ସକ୍ରିୟ ସହଭାଗୀ କରାଯିବ ।
  • ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକ ପ୍ରଶିକ୍ଷଣ ପ୍ରଦାନ କରିବା ମାଧ୍ୟମରେ ନିଜ ଅଞ୍ଚଳର ଅନ୍ୟ ବିଦ୍ୟାଳୟମାନଙ୍କୁ ଏକ ନେତୃତ୍ବ ପ୍ରଦାନ କରିବେ ।
  • ସବୁଜ ବିଦ୍ୟାଳୟ ଭାବେ ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକୁ ବିକଶିତ କରାଯିବ । ଏଥିରେ ପରିବେଶ ଅନୁକୂଳ ପଦକ୍ଷେପ ନିଆଯିବ । ଏଠାରେ ସୌର ପ୍ୟାନେଲ ଓ ଏଲଇଡି ଲାଇଟ ସଂଯୋଗ, ପ୍ରାକୃତିକ କୃଷି ସହିତ ପୋଷଣ ବଗିଚା, ବର୍ଜ୍ୟବସ୍ତୁ ପରିଚାଳନା, ପ୍ଲାଷ୍ଟିକମୁକ୍ତ କ୍ଷେତ୍ର, ଜଳ ସଂରକ୍ଷଣ ଓ ପରିଚାଳନା, ପରିବେଶ ସୁରକ୍ଷା ପାଇଁ ପରମ୍ପରା/ରୀତିନୀତି ଆଧାରିତ ଅଧ୍ୟୟନ, ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ହାକାଥନ ଏବଂ ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଗ୍ରହଣ କରିବା ଲାଗି ସଚେତନତା ସୃଷ୍ଟି ଆଦି ଉପରେ ଗୁରୁତ୍ବ ଦିଆଯିବ ।
  • ଏଠାରେ ଗ୍ରହଣ କରାଯିବାକୁ ଥିବା ଶିକ୍ଷାଦାନ ବ୍ୟବସ୍ଥା ଅଧିକ ପରୀକ୍ଷାମୂଳକ, ସାମଗ୍ରିକ, ସମନ୍ବିତ, ଖେଳ/ଖେଳନା ଆଧାରିତ (ନିର୍ଦ୍ଦିଷ୍ଟ ଭାବେ ପ୍ରାଥମିକ ବର୍ଷଗୁଡ଼ିକରେ), ଅନୁସନ୍ଧାନ ଆଧାରିତ, ଆବିଷ୍କାର ଅଧାରିତ, ଛାତ୍ରକୈନ୍ଦ୍ରିକ, ଆଲୋଚନା ଆଧାରିତ, ନମନୀୟ ଏବଂ ଉପଭୋଗ୍ୟ ହେବ ।
  • ପ୍ରତ୍ୟେକ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପରିଣାମ ଉପରେ ଗୁରୁତ୍ବ ଦିଆଯିବ । ବିଷୟକୁ ଭଲ ଭାବେ ବୁଝିବା ଲାଗି ସବୁ ସ୍ତରରେ ଆକଳନ କରାଯିବ । ଏଥିରେ ବାସ୍ତବ ଜୀବନ ପରିସ୍ଥିତିରେ ଜ୍ଞାନ ପ୍ରୟୋଗ ଉପରେ ଗୁରୁତ୍ବ ଦିଆଯିବା ସହିତ ଶିକ୍ଷାଦାନ ପ୍ରତିଯୋଗିତାମୂଳକ ହେବ ।
  • ଉପଲବ୍ଧ ସମ୍ବଳର ଆକଳନ କରାଯିବ ଏବଂ ଉପଲବ୍ଧତା, ପର୍ଯ୍ୟାପ୍ତତା, ଉପଯୁକ୍ତତା, ପ୍ରୟୋଗ ଆଧାରରେ ଏଗୁଡ଼ିକର ସବୁ ଦିଗରୁ ବିଶ୍ଳେଷଣ କରାଯିବ । ସେମାନଙ୍କର ପ୍ରଦର୍ଶନ ସୂଚକାଙ୍କକୁ ଅନୁଧ୍ୟାନ କରାଯିବ ଏବଂ ବ୍ୟବସ୍ଥିତ ଓ ଯୋଜନାବଦ୍ଧ ଢଙ୍ଗରେ ଅଭାବ ଅସୁବିଧା ସବୁ ଦୂର କରାଯିବ ।
  • ନିଯୁକ୍ତି କ୍ଷମତା ବୃଦ୍ଧି ଏବଂ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲାଗି ସୁଯୋଗ ଅନ୍ବେଷଣ କରିବା ନିମନ୍ତେ କୌଶଳ ପରିଷଦ ଏବଂ ସ୍ଥାନୀୟ ଉଦ୍ୟୋଗ ସହିତ ସମ୍ପର୍କ ସ୍ଥାପନ କରାଯିବ ।
  • ପରିଣାମକୁ ମାପିବା ଲାଗି ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କକୁ ଦର୍ଶାଉଥିବା ଏକ ବିଦ୍ୟାଳୟ ଗୁଣବତ୍ତା ଆକଳନ ଫ୍ରେମୱର୍କ (ଏସକ୍ୟୁଏଏଫ) ବିକଶିତ କରାଯାଉଛି । ନିୟମିତ ବ୍ୟବଧାନରେ ଏସବୁ ବିଦ୍ୟାଳୟର ଗୁଣବତ୍ତା ଆକଳନ କରାଯିବ ଏବଂ ଏଗୁଡ଼ିକୁ ନିର୍ଦ୍ଦିଷ୍ଟ ମାନକ ପ୍ରଦାନ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ।

ପିଏମ ଶ୍ରୀ ବିଦ୍ୟାଳୟରେ ପ୍ରମୁଖ ଆଦର୍ଶଗତ ହସ୍ତକ୍ଷେପଗୁଡ଼ିକ ହେଉଛି:

  • ଗୁଣବତ୍ତା ଓ ନବୋନ୍ମେଷ (ଅଧ୍ୟୟନ ବୃଦ୍ଧି କାର୍ଯ୍ୟକ୍ରମ, ସାମଗ୍ରିକ ପ୍ରୋଗ୍ରେସ କାର୍ଡ, ଅଭିନବ ଶିକ୍ଷାଦାନ, ବ୍ୟାଗମୁକ୍ତ ଦିନ, ସ୍ଥାନୀୟ କଳାକାରଙ୍କ ସହିତ ଇଣ୍ଟର୍ଣ୍ଣସିପ ବା ପ୍ରଶିକ୍ଷଣ, କ୍ଷମତା ବିକାଶ ଆଦି)
  • ଶିକ୍ଷା ଅଧିକାର ଆଇନ ଅଧୀନରେ ହିତାଧିକାରୀ ଆଧାରିତ ସୁବିଧା – ୧୦୦% ପିଏମଶ୍ରୀ ବିଦ୍ୟାଳୟଗୁଡ଼ିକ ବିଜ୍ଞାନ ଓ ଗଣିତ କିଟ୍‌ ପାଇବେ
  • ବାର୍ଷିକ ବିଦ୍ୟାଳୟ ଅନୁଦାନ (ମିଶ୍ରିତ ବିଦ୍ୟାଳୟ ଅନୁଦାନ, ପାଠାଗାର ଅନୁଦାନ, କ୍ରୀଡ଼ା ଅନୁଦାନ)
  • ବାଲବାଟିକା ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମେତ ପ୍ରାକ୍‌ ଶୈଶବ ଯତ୍ନ ଏବଂ ଶିକ୍ଷାଦାନ ।
  • ଝିଅ ଏବଂ ବିଶେଷ ଯତ୍ନ ଆବଶ୍ୟକ କରୁଥିବା ଶିଶୁମାନଙ୍କ ପାଇଁ ନିରାପଦ ଓ ଉପଯୁକ୍ତ ଭିତ୍ତିଭୂମି ବ୍ୟବସ୍ଥା ସହିତ ସମାନତା ଓ ସମାବେଶିତା  ।
  • ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଉଥିବା ବିଷୟ ସହିତ ବାଛିବାର ବିକଳ୍ପକୁ ପ୍ରୋତ୍ସାହନ ।
  • ପ୍ରଯୁକ୍ତି ହସ୍ତକ୍ଷେପ ମାଧ୍ୟମରେ ଭାଷାଗତ ବାଧକ ଦୂର କରିବା ସହିତ ମାତୃଭାଷା ଏବଂ ସ୍ଥାନୀୟ ଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହନ ।
  • ଡିଜିଟାଲ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଆଇସିଟି, ସ୍ମାର୍ଟ କ୍ଲାସରୁମ ଏବଂ ଡିଜିଟାଲ ଲାଇବ୍ରେରୀ ବ୍ୟବସ୍ଥା ।
  • ୧୦୦% ପିଏମଶ୍ରୀ ବିଦ୍ୟାଳୟକୁ ଆଇସିଟି, ସ୍ମାର୍ଟ କ୍ଲାସରୁମ ଏବଂ ଡିଜିଟାଲ ପ୍ରୟାସ ମାଧ୍ୟମରେ ସୁଦୃଢ଼ କରାଯିବ ।

ବର୍ତ୍ତମାନର ଭିତ୍ତିଭୂମି ସୁଦୃଢ଼ କରିବା

  • ଧନ୍ଦାମୂଳକ ହସ୍ତକ୍ଷେପ ଏବଂ ପ୍ରଶିକ୍ଷଣ ବୃଦ୍ଧି/ ଉଦ୍ୟମିତା ସୁଯୋଗ, ବିଶେଷ କରି ସ୍ଥାନୀୟ ଉଦ୍ୟୋଗ ସହିତ । ବିକାଶମୂଳକ ପ୍ରକଳ୍ପ/ନିକଟସ୍ଥ ଉଦ୍ୟୋଗ ସହିତ କୌଶଳ ବିକାଶ ଆବଶ୍ୟକତା ପୂରଣ କରାଯିବ ଏବଂ ସେହି ଅନୁଯାୟୀ ପାଠ୍ୟକ୍ରମ/ପାଠ୍ୟଖସଡ଼ାକୁ ବିକଶିତ କରାଯିବ ।
  • ସବୁ ଆଧୁନିକ ସୁବିଧାରେ ଏହିସବୁ ବିଦ୍ୟାଳୟକୁ ବିକଶିତ କରିବା ଲାଗି ସେଚୁରେସନ ବା ସମ୍ପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରାଯିବ । ବିଜ୍ଞାନାଗାର, ପାଠାଗାର, ଆଇସିଟି ସୁବିଧା ଏବଂ ଦନ୍ଦାମୂଳକ ପ୍ରୟୋଗଶାଳା ଆଦି ସବୁ ବିଦ୍ୟାଳୟରେ ଯୋଗାଇ ଦିଆଯିବ ।

ସବୁଜ ବିଦ୍ୟାଳୟ ଯୋଜନା

  • ଆହୁରି ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତିକରଣ ଏବଂ ସୁବିଧା ପ୍ରଦାନ ଲାଗି ଏହି ଯୋଜନାକୁ ବର୍ତ୍ତମାନର ଯୋଜନା/ପଞ୍ଚାୟତିରାଜ ସଂସ୍ଥା/ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ସହ ସମନ୍ବୟ ସ୍ଥାପନ କରି କାର୍ଯ୍ୟକାରୀ କରିବାକୁ ପରିକଳ୍ପନା କରାଯାଇଛି ।

କାର୍ଯ୍ୟକାରିତା ରଣନୀତି

  • ପିଏମ ଶ୍ରୀ ବିଦ୍ୟାଳୟକୁ ସମଗ୍ର ଶିକ୍ଷା, କେଭିଏସ ଏବଂ ଏନଭିଏସ ପାଇଁ ଉପଲବ୍ଧ ପ୍ରଶାସନିକ ଢାଞ୍ଚା ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଆବଶ୍ୟକ ହେଲେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ଆଧାରରେ ଅନ୍ୟ ପ୍ରଶାସନିକ ସଂସ୍ଥାମାନଙ୍କୁ ସମ୍ପୃକ୍ତ କରାଯିବ ।
  • ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ କରାଯିବା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାକୁ ବୁଝିବା ଏବଂ ପ୍ରଗତିକୁ ଆକଳନ କରିବା ଲାଗି ଏହି ବିଦ୍ୟାଳୟଗୁଡ଼ିକୁ ନିଖୁଣ ଭାବେ ଅନୁଧ୍ୟାନ କରାଯିବ ।

ଚୟନ ପଦ୍ଧତି :

  • ଏକ ଚାଲେଞ୍ଜ ମୋଡ୍‌ ବା ପ୍ରତିଯୋଗିତାମୂଳକ ପଦ୍ଧତିରେ ପିଏମଶ୍ରୀ ବିଦ୍ୟାଳୟର ଚୟନ କରାଯିବ ଯେଉଁଥିରେ ଆଦର୍ଶ ବିଦ୍ୟାଳୟ ହେବାକୁ ବିଭିନ୍ନ ବିଦ୍ୟାଳୟଗୁଡ଼ିକ ପରସ୍ପରର ସହ ପ୍ରତିଦ୍ବନ୍ଦ୍ବିତା କରିବେ । ଅନଲାଇନ ପୋର୍ଟାଲରେ ବିଦ୍ୟାଳୟମାନେ ନିଜ ଆଡ଼ୁ ଆବେଦନ କରିବେ । ଯୋଜନାର ପ୍ରଥମ ଦୁଇ ବର୍ଷ ପାଇଁ ଏହି ପୋର୍ଟାଲକୁ ବର୍ଷକୁ ଚାରିଥର ପ୍ରତି ତ୍ରୈମାସରେ ଖୋଲାଯିବ ।
  • ଏହି ଯୋଜନାରେ ଚୟନ ପାଇଁ କେନ୍ଦ୍ର/ରାଜ୍ୟ/କେନ୍ଦ୍ର ଶାସିତ ସରକାର / ସ୍ଥାନୀୟ ସ୍ବାୟତ୍ତ ପ୍ରଶାସନ ଦ୍ବାରା ପରିଚାଳିତ ୟୁଡିଆଇଏସଇ+ କୋଡ୍‌ ଥିବା ପ୍ରାଥମିକ ବିଦ୍ୟାଳୟ (୧-୫/୧-୮ଶ୍ରେଣୀ) ଏବଂ ମାଧ୍ୟମିକ/ଉଚ୍ଚ ମାଧ୍ୟମିକ (୧-୧୦/୧-୧୨/୬-୧୦/୬-୧୨ ଶ୍ରେଣୀ) ବିଦ୍ୟାଳୟଗୁଡ଼ିକୁ ବିଚାର କରାଯିବ ।

 

  1. ପର୍ଯ୍ୟାୟ-୧ : ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶମାନେ ସମ୍ପୂର୍ଣ୍ଣ ଭାବେ ଏନଇପି କାର୍ଯ୍ୟକାରୀ କରିବା ଲାଗି ସହମତ ହୋଇ ଏକ ବୁଝାମଣାପତ୍ର କେନ୍ଦ୍ର ସରକାରଙ୍କ ସହ ସ୍ବାକ୍ଷର କରିବେ । ଏହାପରେ ପିଏମଶ୍ରୀ ବିଦ୍ୟାଳୟ ଭାବେ ଏସବୁ ବିଦ୍ୟାଳୟକୁ ସହାୟତା କରିବା ସହ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାଦାନ ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବେ ।
  2. ପର୍ଯ୍ୟାୟ -୨ : ଏହି ପର୍ଯ୍ୟାୟରେ, ପିଏମ ଶ୍ରୀ ବିଦ୍ୟାଳୟ ପାଇଁ ଯୋଗ୍ୟ ହୋଇଥିବା କେତେଗୁଡ଼ିକ ବିଦ୍ୟାଳୟର ଏକ ପୁଲ୍‌କୁ ଚୟନ କରାଯିବ । ୟୁଡିଆଇଏସଇ+ ଡେଟା ଆଧାରରେ ନିର୍ଦ୍ଧାରିତ ସର୍ବନିମ୍ନ ମାପଦଣ୍ଡକୁ ବିଚାର କରି ଏମାନଙ୍କୁ ବଛାଯିବ ।
  3. ପର୍ଯ୍ୟାୟ-୩ : ଏହି ପର୍ଯ୍ୟାୟ ନିର୍ଦ୍ଦିଷ୍ଟ ମାପଦଣ୍ଡ ପୂରଣ କରିବା ଲାଗି ଏକ ଚାଲେଞ୍ଜ ପଦ୍ଧତି ଉପରେ ଆଧାରିତ । ଉପରୋକ୍ତ ଯୋଗ୍ୟତା ପୁଲରେ ସାମିଲ ହୋଇଥିବା ବିଦ୍ୟାଳୟଗୁଡ଼ିକ ଚାଲେଞ୍ଜର ସର୍ତ୍ତକୁ ପୂରଣ କରିବା ଲାଗି ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିବେ । ଭୌତିକ ନିରୀକ୍ଷଣ ମାଧ୍ୟମରେ ରାଜ୍ୟ/କେଭିଏସ/ଜେଏନଭି ଦ୍ବାରା ସର୍ତ୍ତ ପୂରଣର ପ୍ରମାଣପତ୍ର ଏସବୁ ବିଦ୍ୟାଳୟକୁ ମିଳିବ ।
  4. ବିଦ୍ୟାଳୟମାନଙ୍କ ଦ୍ବାରା ଦାବିକୁ ରାଜ୍ୟ/କେଭିଏସ/ଜେଏନଭି ଯାଞ୍ଚ କରିବେ ଏବଂ ବିଦ୍ୟାଳୟର ତାଲିକା ସୁପାରିସ କରିବେ ।
  5. ସାରା ଭାରତରେ ମୋଟ୍‌ ବିଦ୍ୟାଳୟର ସର୍ବାଧିକ ସୀମାକୁ ବିଚାର କରି ପ୍ରତି ବ୍ଲକ/ସହରାଞ୍ଚଳରେ ସର୍ବାଧିକ ଦୁଇଟି ବିଦ୍ୟାଳୟ (ଗୋଟିଏ ପ୍ରାଥମିକ ଏବଂ ଆଉ ଏକ ମାଧ୍ୟମିକ/ଉଚ୍ଚ ମାଧ୍ୟମିକ) ବିଦ୍ୟାଳୟକୁ ଚୟନ କରାଯିବ ।
  6. ପିଏମ ଶ୍ରୀ ବିଦ୍ୟାଳୟର ଚୟନ ଏବଂ ଅନୁଧ୍ୟାନ ପାଇଁ ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକର ଜିଓଟ୍ୟାଗିଂ କରାଯିବ । ଜିଓ-ଟ୍ୟାଗିଂ ଏବଂ ଅନ୍ୟା ତତସଂକ୍ରାନ୍ତ କାର୍ଯ୍ୟ ପାଇଁ ଭାସ୍କରାଚାର୍ଯ୍ୟ ନେସନାଲ ଇନଷ୍ଟିଚ୍ୟୁଟ ଅଫ୍ ସ୍ପେସ୍‌ (ବିଆଇଏସଏଜି-ଏନ)ର ସାହାଯ୍ୟ ନିଆଯିବ । ବିଦ୍ୟାଳୟର ଅନ୍ତିମ ଚୟନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ।

ପିଏମ ଶ୍ରୀ ବିଦ୍ୟାଳୟର ଗୁଣବତ୍ତା ସୁନିଶ୍ଚିତତା

  • ଏନଇପି ୨୦୨୦ର କାର୍ଯ୍ୟକାରିତା ପ୍ରଦର୍ଶନ
  • ନାମଲେଖା ଏବଂ ଅଧ୍ୟୟନ ପ୍ରଗତିକୁ ଟ୍ରାକିଂ କରିବା ଲାଗି ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରୀ
  • ରାଜ୍ୟ ଓ ଜାତୀୟ ହାରାହାରୀ ଠାରୁ ଅଧିକ ସ୍ତରର ପରିଣାମ ହାସଲ କରିବା ଲାଗି ପ୍ରତ୍ୟେକ ଶିଶୁର ଅଧ୍ୟୟନ ପରିଣାମରେ ସୁଧାର
  • ପ୍ରତ୍ୟେକ ମାଧ୍ୟମିକ ଶ୍ରେଣୀର ଶିଶୁଙ୍କୁ ଆଧୁନିକ ଏବଂ ଏକବିଂଶ ଶତାବ୍ଦୀର ଶିକ୍ଷାଦାନ/ପ୍ରଶିକ୍ଷଣ ଦିଆଯିବ ।
  • ପ୍ରତ୍ୟେକ ମାଧ୍ୟମିକ ଶ୍ରେଣୀର ପିଲା ଅତିକମରେ ଗୋଟିଏ କୌଶଳ ଶିଖି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବେ ।
  • ପ୍ରତ୍ୟେକ ପିଲା ପାଇଁ କ୍ରୀଡ଼ା, କଳା, ଆଇସିଟି
  • ପ୍ରତ୍ୟେକ ବିଦ୍ୟାଳୟକୁ ପ୍ରଶିକ୍ଷଣ ପାଇଁ ଉଚ୍ଚ ଶିକ୍ଷା ସଂସ୍ଥାନ ସହ ଯୋଡ଼ାଯିବ/ସଂଯୋଗ କରାଯିବ
  • ପ୍ରତ୍ୟେକ ପିଲାକୁ ମାନସିକ ବିକାଶ ଏବଂ କ୍ୟାରିଅର ପରାମର୍ଶ ଦିଆଯିବ
  • ଛାତ୍ରଛାତ୍ରୀଙ୍କୁ ଭାରତୀୟ ଜ୍ଞାନ ଓ ଐତିହ୍ୟ ସମ୍ପର୍କରେ ଶିକ୍ଷା ଦିଆଯିବ । ସେମାନେ ଭାରତର ସଭ୍ୟତାଗତ ମୂଲ୍ୟବୋଧ ଓ ଆଦର୍ଶକୁ ନେଇ ଗର୍ବ କରିବେ । ବିଶ୍ବ ପ୍ରତି ଭାରତର ଯୋଗଦାନ ବିଷୟରେ ସଚେତନ ହେବେ, ସମାଜ, ଜୀବିତ ପ୍ରାଣୀ ଏବଂ ପ୍ରକୃତି ପ୍ରତି ରହିଥିବା କର୍ତ୍ତବ୍ୟ ପାଳନ ପ୍ରତି ସକ୍ରିୟ ହେବେ, ଭାରତୀୟ ଭାଷାରେ କଥାବାର୍ତ୍ତା ପାଇଁ ଦକ୍ଷ ହୋଇପାରିବେ । ସମାବେଶିତା, ସମାନତା ଏବଂ ବିବିଧତାରେ ଏକତାକୁ ସମ୍ମାନ ଦେବେ । ସେମାନଙ୍କ ମଧ୍ୟରେ ସେବାର ଏକ ଭାବନା ସୃଷ୍ଟି ହେବ ଏବଂ ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଭାବନାକୁ ଆହୁରି ଆଗେଇ ନେବ ।
  • ଚରିତ୍ର ବିକାଶ, ନାଗରିକ ଆଦର୍ଶ, ମୌଳିକ କର୍ତ୍ତବ୍ୟ ଏବଂ ରାଷ୍ଟ୍ରନିର୍ମାଣ ପ୍ରତି ରହିଥିବା ଉତ୍ତରଦାୟିତ୍ବ ବିଷୟରେ ସେମାନେ ସଚେତନ ହେବେ ।
  • ଏସବୁ ବିଦ୍ୟାଳୟକୁ ଉଜ୍ଜ୍ବଳ ବିଦ୍ୟାଳୟ ଭାବେ ବିକଶିତ କରାଯିବ ଏବଂ ଛାତ୍ରଚାତ୍ରୀଙ୍କ ସାମଗ୍ରିକ ବିକାଶ ପ୍ରତି ଧ୍ୟାନ ଦିଆଯିବ ।

ହିତାଧିକାରୀ

ଏହି ଯୋଜନା ଦ୍ବାରା ସାରା ଦେଶର ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଲାଭ ପାଇପାରିବେ ବୋଲି ଆଶା କରାଯାଉଛି । ପିଏମ ଶ୍ରୀ ବିଦ୍ୟାଳୟ କ୍ଷେତ୍ରରେ ଥିବା ଅନ୍ୟ ବିଦ୍ୟାଳୟଗୁଡ଼ିକୁ ପ୍ରଶିକ୍ଷଣ ଏବଂ ପରିଚାଳନା ଦ୍ବାରା ଏହାର ଅଧିକ ପ୍ରଭାବ ପଡ଼ିବାର ମଧ୍ୟ ସମ୍ଭାବନା ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Womaniya' initiative of GeM, sees 27.6% growth, Rs 28,000 crore contracts awarded to women MSEs

Media Coverage

Womaniya' initiative of GeM, sees 27.6% growth, Rs 28,000 crore contracts awarded to women MSEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Katihar, Bihar
April 11, 2026
PM announces ex-gratia from PMNRF

Prime Minister Shri Narendra Modi today expressed profound grief over the tragic mishap in Katihar, Bihar, describing the incident as extremely painful.

The Prime Minister extended his heartfelt condolences to the families who have lost their loved ones and prayed for the earliest recovery of those who sustained injuries. Shri Modi further announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased, noting that Rs. 50,000 would be provided to those injured in the accident.

The Prime Minister wrote on X:

"The mishap in Katihar, Bihar, is extremely painful. Condolences to those who have lost their loved ones. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000."