#MakeInIndia gets big boost: Cabinet approves construction of 10 units of India’s indigenous Pressurized Heavy Water Reactors
10 PHWR project to result in a significant augmentation of nuclear power generation capacity
The 10 PHWR project to generate more than 33,400 jobs in direct and indirect employment
 
10ଟି ସ୍ୱଦେଶୀ ଚାପଯୁକ୍ତ ଭାରୀ ଜଳ ରିଆକ୍ଟର ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି

ଭାରତର ଘରୋଇ ପରମାଣୁ ଶକ୍ତି କାର୍ଯ୍ୟକ୍ରମକୁ ଆହୁରି ଦ୍ରୁତ କରିବା ଏବଂ ଦେଶର ପରମାଣୁ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶରେ 10ଟି ସ୍ୱଦେଶୀ ଚାପଯୁକ୍ତ ଭାରୀ ଜଳ ରିଆକ୍ଟର (ପିଏଚଡବ୍ଲୁଆର)ନିର୍ମାଣ କରାଯିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ପ୍ଲାଣ୍ଟଗୁଡ଼ିକର ମୋଟ ବିଦ୍ୟୁତ ଉତ୍ପାଦନ କ୍ଷମତା 7 ହଜାର ମେଗାୱାଟ ହେବ । ଏହି 10ଟି ପିଏଚଡବ୍ଲୁଆର ପ୍ରକଳ୍ପ ଦ୍ୱାରା ଦେଶରେ ପରମାଣୁ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ ।

ଭାରତରେ ବର୍ତମାନ 22ଟି ପରମାଣୁ ପ୍ଲାଂଟରୁ 6780 ମେଗାୱାଟ ବିଦ୍ୟୁତଶକ୍ତି ଉତ୍ପାଦନ ହେଉଛି । 2021-22 ସୁଦ୍ଧା ବର୍ତ୍ତମାନ ନିର୍ମାଣାଧୀନ ପ୍ରକଳ୍ପରୁ ଆହୁରି 6700 ମେଗାୱାଟ ବିଦ୍ୟୁତଶକ୍ତି ଉତ୍ପାଦନ ଲାଗି ଲକ୍ଷ୍ୟ ରଖାଯାଇଛି ।

ସରକାର ଗଠନର 3 ବର୍ଷ ପୂର୍ତି ଅବସରରେ ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଭାରତୀୟ ପରମାଣୁ ବିଦ୍ୟୁତ କ୍ଷେତ୍ରରେ ପ୍ରଥମ ଥର ଲାଗି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଉପରୋକ୍ତ 10ଟି ପରମାଣୁ ବିଦ୍ୟୁତ ଶକ୍ତିକେନ୍ଦ୍ର ନିର୍ମାଣ କରାଯିବ । ଯାହା ଏହି କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ ଲକ୍ଷ୍ୟ ସାଧିତ କରିବାରେ ସଫଳ ହେବ ।

ଏଥିପାଇଁ ଘରୋଇ ଉଦ୍ୟୋଗଗୁଡ଼ିକ ପାଇଁ 70 ହଜାର କୋଟି ଟଙ୍କାର ଉତ୍ପାଦନ ଅର୍ଡର ଦିଆଯାଇଛି । ଏହା ଭାରତର ପରମାଣୁ ଶିଳ୍ପ ଜଗତରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଟେକ୍ନୋଲୋଜି ମଧ୍ୟମରେ ଘରୋଇ ଶିଳ୍ପ ଦକ୍ଷତାରେ ବୃଦ୍ଧି କରିବ ।

ଏହି ପ୍ରକଳ୍ପ ଦ୍ୱାରା 33,400 ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଘରୋଇ ଉଦ୍ୟୋଗୁ ବିନିର୍ମାଣ ଅର୍ଡର ଦିଆଯାଉଥିବାରୁ ଏହା ଭାରତକୁ ପରମାଣୁ ବିଦ୍ୟୁତ ଶକ୍ତି ସରଞ୍ଜାମ ନିର୍ମାଣର ଏକ ଶକ୍ତିକେନ୍ଦ୍ରରେ ପରିଣତ କରିବ ।

ଏହି 10ଟି ରିଆକ୍ଟରରେ ଅତ୍ୟାଧୁନିକ ଟେକ୍ନୋଲଜି ଏବଂ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ଉପଯୋଗ କରାଯାଇଛି ।

କ୍ୟାବିନେଟର ଏହି ନିଷ୍ପତ୍ତି ଭାରତର ବୈଜ୍ଞାନିକ ଗୋଷ୍ଠୀ ମଧ୍ୟରେ ସେମାନଙ୍କ ଦକ୍ଷତା ନେଇ ଏକ ଦୃଢ଼ ଆତ୍ମବିଶ୍ୱାସ ସୃଷ୍ଟି କରିବ ।

ଭାରତକୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା, ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ହ୍ରାସ କରିବା ସହ ଭାରତରେ ଶିଳ୍ପାୟନ ଆଗେଇ ନେବାର ଲାଗି ରଖାଯାଇଥିବା ଲକ୍ଷ୍ୟ କ୍ୟାବିନେଟର ଏହି ନିଷ୍ପତ୍ତିରେ ପ୍ରତିଫଳିତ ହୋଇଛି ।

ଏହାମଧ୍ୟ ବିଶ୍ୱ ଜଳବାୟୁ ପରିବର୍ତ୍ତନ ନିରାକରଣ ଲାଗି ଭାରତର ପ୍ରତିଶ୍ରୁତିବଦ୍ଧତାକୁ ଜାହିର କରୁଛି ।
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win