Cabinet approves continuation of the National Health Mission – w.e.f. 1st April 2017 to 31st March 2020 with a budgetary support of Rs. 85,217 crore as Central Share
Cabinet approves continuation of the Prime Minister’s Development Package for Jammu & Kashmir 2015

ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ 01 ଏପ୍ରିଲ, 2017 ଠାରୁ 31 ମାର୍ଚ୍ଚ 2020 ପର୍ଯ୍ୟନ୍ତ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)କୁ ଜାରି ରଖାଯିବ । ଏଥିପାଇଁ କେନ୍ଦ୍ର ସରକାର 85,217 କୋଟି ଟଙ୍କାର ବଜେଟ ସହାୟତା ଯୋଗାଇ ଦେବେ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।

ଅନ୍ୟପକ୍ଷରେ ଜାମ୍ମୁ-କଶ୍ମୀର ଲାଗି ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ-2015 ନିମନ୍ତେ “5 ବର୍ଷରେ ଜିଲ୍ଲା ଡାକ୍ତରଖାନା, ଉପଜିଲ୍ଲା ଡାକ୍ତରଖାନା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୌଳିକ ଢାଂଚା ପ୍ରସ୍ତୁତ କରିବା ଲାଗି ସହାୟତା ବୃଦ୍ଧି” ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ଏଥିପାଇଁ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଅର୍ଥରାଶି ଯୋଜନା ରୂପରେ 625.20 କୋଟି ଟଙ୍କାର ବଜେଟ ସହାୟତା ଦିଆଯିବ । ଏହା 1 ଏପ୍ରିଲ 2017 ଠାରୁ 31ମାର୍ଚ୍ଚ 2020 ପର୍ଯ୍ୟନ୍ତ ଚାଲୁ ରହିବ ।

ପ୍ରମୁଖ ବିଶେଷତ୍ୱ :

  1. ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ (ୟୁଏଚସି)ର ପ୍ରମୁଖ ବାହକ ହେବ ।
  2. ଏହାର ଉଦ୍ଦେଶ୍ୟ/ଲକ୍ଷ୍ୟ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି, 2017 ଏବଂ ନିରନ୍ତର ବିକାଶର ଲକ୍ଷ୍ୟ-3 (ଏସଡିଜି-3) ସହ ଜଡ଼ିତ ।
  3. ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ନିରନ୍ତର ବିକାଶ ଉଦ୍ଦେଶ୍ୟ ହାସଲ କରିବାରେ ଦେଶର ସହାୟତା କରିଛି ଏବଂ ଏହା ୟୁଏଚସିର ଲକ୍ଷ୍ୟ ସହିତ ଏସଡିଜି-3ର ଲକ୍ଷ୍ୟକୁ ହାସଲ କରିବାରେ ପ୍ରମୁଖ ବାହକ ହେବ ।
  4. ଆୟୁଷ୍ମାନ ଭାରତ- ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଭିଳଷିତ ଜିଲ୍ଲା ସହିତ ଉଚ୍ଚ ପ୍ରାଥମିକତା ଜିଲ୍ଲାରେ ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରଣାଳୀକୁ ଦୃଢ଼ତା ପ୍ରଦାନ କରିଚାଲିବ ।
  5. ଚୟନ ଯୋଗ୍ୟରୁ ବିସ୍ତୃତ ପ୍ରାଥମିକ ସ୍ୱାସ୍ଥ୍ୟ ଯତ୍ନ ଆଡ଼କୁ ପରିବର୍ତ୍ତନ ଅଟେ । ଏଥିରେ ସ୍ୱାସ୍ଥ୍ୟ ଏବଂ ଉପଶମ କେନ୍ଦ୍ର (ଏଚଡବ୍ଲ୍ୟୁସି) ରୂପରେ ଏସଏଚସି/ପିଏଚସିର ଦୃଢ଼ତା ପ୍ରଦାନ କରି ସାଧାରଣ ପ୍ରସାରଣ ରୋଗ, ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟ ଯତ୍ନ, ପ୍ରଶମକ ଉପଚାର ଏବଂ ପୂର୍ବସ୍ଥିତିକୁ ନେଇଯିବା ସମ୍ପର୍କିତ ଯତ୍ନ ସେବା ସାମିଲ ରହିଛି ।
  6. ଏଚଡବ୍ଲ୍ୟୁସି ଏନସିଡି ସ୍କ୍ରିନିଂ ଏବଂ ବ୍ୟବସ୍ଥା ସହିତ ନିବାରକ, ପ୍ରୋତ୍ସାହକ, ଉପଚାରାତ୍ମକ ଏବଂ ପୂର୍ବସ୍ଥିତି ଆଣିବା ଯୋଗ୍ୟ ସେବା ପ୍ରଦାନ କରିବ, ଏବଂ ଏଗୁଡ଼ିକ ସିଏଚସି ଓ ଡିଏଚ ସହ ଦୁଇ ପକ୍ଷରୁ ରେଫେରାଲ ଏବଂ ଯାଂଚ ପ୍ରଣାଳୀ ଜରିଆରେ ଯୋଡ଼ି ହେବ ବୋଲି ଆଶା କରାଯାଉଛି, ଯାହାଦ୍ୱାରା ବିଖଣ୍ଡନକୁ ହ୍ରାସ କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ଯତ୍ନରେ ସୁଧାର ଜାରି ରଖାଯାଇପାରିବ । ସାଧାରଣ ଏନସିଡି ଲାଗି ମାଗଣା ସାର୍ବଜନୀନ ସ୍କ୍ରିନିଂ ଲାଗି 12ଟି ସେବାର ପ୍ୟାକେଜ ରହିଛି ।
  7. ଉପ-କେନ୍ଦ୍ର ସ୍ତରରେ ମଧ୍ୟମ ସ୍ତରର ସ୍ୱାସ୍ଥ୍ୟ ପ୍ରଦାତାମାନଙ୍କୁ ନିୟୋଜିତ କରାଯିବ ଯେଉଁମାନେ ପ୍ରାଥମିକ ସ୍ୱାସ୍ଥ୍ୟ ଯତ୍ନ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କ୍ଷମତାରେ ତାଲିମପ୍ରାପ୍ତ ହୋଇଥିବେ ।
  8. ଆୟୁଷକୁ ଯୋଡ଼ି ଉପଶମ ଉପରେ ଗୁରୁତ୍ୱ ଏବଂ ଗୁରୁତର ରୋଗର ନିରାକରଣ ତଥା ସ୍ୱାସ୍ଥ୍ୟ ଯତ୍ନକୁ ପ୍ରୋତ୍ସାହନ ଦେବା ଉପରେ ବିଶେଷ ଗୁରୁତ୍ୱ ।
  9. ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଯେଉଁଥିରେ ପ୍ରମୁଖ ସଂକେତକ ସାମିଲ ରହିଛି ଏବଂ ଅନ୍ୟ କାର୍ଯ୍ୟ ସମ୍ପାଦନ ଲାଗି ପ୍ରୋତ୍ସାହନ ରହିଛି ।
  10. ପ୍ରମୁଖ ପରିଣାମ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାରର ଉତ୍ତମ କାର୍ଯ୍ୟ ସମ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ନିର୍ଦ୍ଧାରିତ ବୃଦ୍ଧି ପାଇଥିବା ଅର୍ଥରାଶି ଆଡ଼କୁ ପ୍ରବୃତ ଫଳାଫଳ ।
  11. ସ୍ୱାସ୍ଥ୍ୟ ଏବଂ ଉପଶମ ପ୍ରତି ସମାନ ଦୃଷ୍ଟିକୋଣ ସୁନିଶ୍ଚିତ କରିବା ଲାଗି ସମସ୍ତ ଭର୍ଟିକାଲ ରୋଗ କାର୍ଯ୍ୟକ୍ରମର ଅନୁପ୍ରସ୍ଥ ଏକୀକରଣ ।
  12. ନିଶ୍ଚିତ ଲକ୍ଷ୍ୟ ହାସଲ କରିବା ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରଣନୀତି ଏବଂ ହସ୍ତକ୍ଷେପ ।
  13. ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ମାଗଣା ଔଷଧ ଏବଂ ନିଦାନ ସେବାର ପ୍ରୟାସ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଡାଏଲିସିସ କାର୍ଯ୍ୟକ୍ରମ-ଭିନ୍ନ ଲକ୍ଷ୍ୟ ରୂପରେ ସାମିଲ ଓଓପିଆଇରେ ହ୍ରାସ ଭଳି ପ୍ରୟାସକୁ ତ୍ୱରାନ୍ୱିତ କରିବା ସହିତ ଓଓପିଆଇ କମ କରିବା ଉପରେ ସ୍ୱତନ୍ତ୍ର ଦୃଷ୍ଟି ।
  14. ସ୍ୱାସ୍ଥ୍ୟ ବିଷୟରେ ଆନ୍ତଃ କ୍ଷେତ୍ରୀୟ କେନ୍ଦ୍ରାଭିମୁଖ କାର୍ଯ୍ୟ ଲାଗି ଉପଲବ୍ଧ ମଂଚର ପ୍ରଭାବୀ ବ୍ୟବହାର ।
  15. ଅଗ୍ରଣୀ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟ ସହଯୋଗ ଏବଂ ଉତ୍ସାହ ବୃଦ୍ଧି ଲାଗି ଦଳଗତ ଆଧାରରେ ପ୍ରୋତ୍ସାହନ ।
  16. ସାର୍ବଜନୀନ ସ୍ୱାସ୍ଥ୍ୟ ସୁବିଧା, କାୟାକଳ୍ପ, ଲକ୍ଷ୍ୟର ଗୁଣବତ୍ତାପୂର୍ଣ୍ଣ ପ୍ରମାଣନ ଜରିଆରେ ଗୁଣବତ୍ତା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ, ସାର୍ବଜନୀନ ସ୍ୱାସ୍ଥ୍ୟ ସେବାର ଉପଯୋଗର ଏକ ନିଶ୍ଚିତ ଲକ୍ଷ୍ୟ ରହିଛି ।
  17. ସମସ୍ତ ରାଜ୍ୟରେ ଟିକାକରଣ ସମ୍ପ୍ରସାରଣର ପ୍ରସ୍ତାବ ।
  18. ଏହା ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ପ୍ରସ୍ତାବିତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ସହିତ ଯୋଡ଼ିହେବ ।

ପ୍ରଭାବ :

ଏହାର ପରିଣାମ ଆସିବ/ସରଳ ହେବ

  1. i. ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଲାଗି ନିର୍ଦ୍ଧାରିତ ଲକ୍ଷ୍ୟକୁ ନିରନ୍ତର ଅବଧିରେ ହାସଲ କରିବା ।
  2. ii. ନବଜାତ ଶିଶୁ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର, 5 ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁଙ୍କ ମୃତ୍ୟୁ ହାର, ମାତୃତ୍ୱ ମୃତ୍ୟୁ ହାର ଏବଂ ମୋଟ ପ୍ରଜନନ ହାର ଭଳି ପ୍ରମୁଖ ସ୍ୱାସ୍ଥ୍ୟ ସଂକେତକରେ ସୁଧାର ।

iii. ସଂକ୍ରାମକ ରୋଗ ବ୍ୟାପିବା ଘଟଣାରେ ହ୍ରାସ ।

  1. iv. ସ୍ୱାସ୍ଥ୍ୟ ଯତ୍ନ ବିଷୟରେ କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ପକେଟ ଖର୍ଚ୍ଚରେ ହ୍ରାସ ।
  2. v. ନିୟମିତ ଟିକାକରଣ ସେବାର କଭରେଜ ଏବଂ ବ୍ୟବହାର ତଥା ଅଣସଂକ୍ରାମକ ରୋଗ ସହ ଜଡ଼ିତ ସେବାର ସ୍ଥିତିରେ ସୁଧାର ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 17, 2026
August 17, 2026

India Ascendant: Citizens Hail PM Modi's Vision and India’s Multi-Sectoral Growth