Bodo Agreement inspired by the mantra of 'Sabka Saath, Sabka Vikas & Sabka Vishwas' and spirit of 'Ek Bharat-Shresth Bharat' : PM
Development of Bodo areas foremost priority of Government; Work has begun on Rs. 1500 crore development package: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୋଡ଼ୋ ରାଜିନାମାକୁ ଆସାମର ଶାନ୍ତି ଓ ବିକାଶ ଲାଗି ଏକ ଐତିହାସିକ ଅଧ୍ୟାୟ ଭାବେ ଅଭିହିତ କରିଛନ୍ତି । ବୋଡ଼ୋ ରାଜିନାମାକୁ ପ୍ରଶଂସା କରି ସେ କହିଛନ୍ତି ଯେ ଏହା ‘ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ’ର ମନ୍ତ୍ର ଏବଂ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ ଭାବନା ଦ୍ୱାରା ଅନୁପ୍ରାଣିତ ।

ଏକାଧିକ ଟ୍ୱିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ପୂଜ୍ୟ ବାପୁଙ୍କ ପୁଣ୍ୟତିଧି ଅବସରରେ ସାରା ଦେଶ ତାଙ୍କୁ ସ୍ମରଣ କରୁଥିବା ସମୟରେ ଆସାମ ଶାନ୍ତି ଓ ବିକାଶର ଏକ ଐତିହାସିକ ପର୍ଯ୍ୟାୟରେ ପାଦ ଥାପୁଛି । 50 ବର୍ଷର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟି ଆମ ବୋଡ଼ୋ ବନ୍ଧୁମାନଙ୍କ ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଏହା ଆସାମର ଏକତାକୁ ସୁଦୃଢ଼ କରିବ ଏବଂ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ସହ ଏକ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ମାର୍ଗ ପ୍ରଶସ୍ତ କରିବ ।

ବୋଡ଼ୋ ସଂଗଠନଗୁଡ଼ିକ ସହିତ ଏହି ଐତିହାସିକ ରାଜିନାମା ସ୍ୱାକ୍ଷରିତ ହେବା ଫଳରେ ବୋଡୋ ଅଂଚଳର ବିକାଶ ଆମ ସରକାରଙ୍କ ପ୍ରମୁଖ ପ୍ରାଥମିକତା ହେବ । 1500 କୋଟି ଟଙ୍କାର ବଡ଼ ପ୍ୟାକେଜରେ କାର୍ଯ୍ୟ ଆରମ୍ଭ ହୋଇସାରିଛି । ସହଜ ଜୀବନ ଧାରଣ ଏବଂ ସରକାରୀ ଯୋଜନାରୁ ବୋଡ଼ୋ ଲୋକମାନେ ଯେପରି ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେଥିପ୍ରତି ଆମେ ସ୍ୱତନ୍ତ୍ର ଦୃଷ୍ଟି ଦେବୁ  ।

ବୋଡ଼ୋ ବନ୍ଧୁମାନେ ଶାନ୍ତିର ମାର୍ଗରେ ଆମ ସହିତ ଯୋଡ଼ି ହେଉଛନ୍ତି । ଏହା ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ ହିଂସା ତ୍ୟାଗ କରି ଗଣତନ୍ତ୍ର ଓ ସମ୍ବିଧାନ ଉପରେ ବିଶ୍ୱାସ ରଖିବା ଦ୍ୱାରା ସବୁ ସମସ୍ୟାର ସମାଧାନ ସମ୍ଭବ । ମୁଖ୍ୟଧାରାକୁ ମୁଁ ମୋର ବୋଡ଼ୋ ବନ୍ଧୁମାନଙ୍କୁ ସ୍ୱାଗତ କରୁଛି । ବୋଡ଼ୋ ଅଂଚଳର ବିକାଶ ପ୍ରତି ଆମେ ପ୍ରତିବଦ୍ଧ ।

5 ଦଶନ୍ଧି ପୁରୁଣା ବୋଡ଼ୋ ସମସ୍ୟା ଆଜି ପୂଜ୍ୟ ବାପୁଙ୍କ ଜୟନ୍ତୀରେ ସମାଧାନ ହୋଇପାରିଛି । ବୋଡ଼ୋ ସମୁଦାୟ ଏବଂ ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ଆସାମର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବ । ହିଂସା ତ୍ୟାଗ କରିବା ଏବଂ ଗଣତନ୍ତ୍ର ଓ ସମ୍ବିଧାନ ଉପରେ ଭରସା ରଖିଥିବାରୁ ମୁଁ ମୋର ବୋଡ଼ୋ ବନ୍ଧୁମାନଙ୍କୁ ସ୍ୱାଗତ କରୁଛି ।

ବୋଡ଼ୋ ବନ୍ଧୁମାନଙ୍କ ସହିତ ଏହି ରାଜିନାମା ଆସାମ ଓ ଦେଶର ଅନ୍ୟ ହିଂସାପୀଡ଼ିତ କ୍ଷେତ୍ର ଆଡ଼କୁ ଏକ ଭଲ ବାର୍ତ୍ତା ଦେଉଛି । ହିଂସା ଓ ଭୟମୁକ୍ତ ପରିବେଶରେ ହିଁ ଦେଶର ବିକାଶ ତ୍ୱରାନ୍ୱିତ ହୋଇପାରିବ । ମୁଁ ଖୁସି ଯେ ବୋଡ଼ୋ ବନ୍ଧୁମାନଙ୍କର ସମସ୍ତ ଶକ୍ତି ଦ୍ୱାରା ଆସାମର ବିକାଶ ଆହୁରି ସୁଦୃଢ଼ ହୋଇପାରିବ ।

ଆସାମର ଅନ୍ୟ ସମୁଦାୟଙ୍କ ହିତକୁ ସୁରକ୍ଷିତ ରଖାଯାଇ ବୋଡ଼ୋ ବନ୍ଧୁମାନଙ୍କ ସହିତ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏହା ଆମ ସମସ୍ତଙ୍କ ପାଇଁ ଏକ ବିଜୟ, ଏହା ମାନବତାର ବିଜୟ । ଏହା ‘ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ’ର ମନ୍ତ୍ର ଏବଂ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ ଭାବନା ଦ୍ୱାରା ଅନୁପ୍ରାଣିତ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's IT industry to hit $315 billion in FY26 as AI revenues reach $10-12 billion: Nasscom

Media Coverage

India's IT industry to hit $315 billion in FY26 as AI revenues reach $10-12 billion: Nasscom
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares glimpses of his visit to Somnath
January 10, 2026

Prime Minister Shri Narendra Modi shared the glimpses of visit to Somnath in Gujarat today.

In separate posts on X, Shri Modi wrote:

“Feeling blessed to be in Somnath, a proud symbol of our civilisational courage.

This visit comes during #SomnathSwabhimanParv, when the entire nation has come together to mark a thousand years since the first attack on the Somnath Temple in 1026.

Grateful to the people for the warm welcome.”

“Jai Somnath!

Today’s welcome was very special.”

“In Somnath this evening, chaired a meeting of the Shree Somnath Trust. We reviewed various aspects relating to infrastructure upgradations in the temple complex and ways to make the pilgrimage to Somnath even more memorable.” 

“ॐ हमारे वेदों का, शास्त्रों का, पुराणों का, उपनिषदों और वेदांत का सार है।

ॐ ही ध्यान का मूल है, और योग का आधार है।

ॐ ही साधना में साध्य है।

ॐ ही शब्द ब्रह्म का स्वरूप है।

ॐ से ही हमारे मंत्र प्रारंभ एवं पूर्ण होते हैं।

आज सोमनाथ स्वाभिमान पर्व में 1000 सेकंड्स तक ओंकार नाद के सामूहिक उच्चार का सौभाग्य मिला। उसकी ऊर्जा से अंतर्मन स्पंदित और आनंदित हो रहा है।

ॐ तत् सत्!!”

“सोमनाथ स्वाभिमान पर्व के सुअवसर पर सोमनाथ मंदिर परिसर में भव्यता और दिव्यता से भरा ड्रोन शो देखने का सौभाग्य मिला। इस अद्भुत शो में हमारी प्राचीन आस्था के साथ आधुनिक टेक्नोलॉजी का तालमेल हर किसी को मंत्रमुग्ध कर गया। सोमनाथ की पावन धरा से निकला यह प्रकाशपुंज पूरे विश्व को भारत की सांस्कृतिक शक्ति का संदेश दे रहा है।”