ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଟୀକାକରଣ ଅଭିଯାନକୁ ଶକ୍ତି ଦେବାରେ ବୈଜ୍ଞାନିକ, ଡାକ୍ତର ଏବଂ ନର୍ସଙ୍କ ସାମୂହିକ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ବିଲ୍ ଗେଟ୍ସଙ୍କ ଅଭିନନ୍ଦନ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଭାରତର ଟୀକାକରଣ ଅଭିଯାନ ଗତି ଏବଂ ପରିମାଣରେ ବୃହତ ଅଟେ । ବୈଜ୍ଞାନିକ, ଡାକ୍ତର ଏବଂ ନର୍ସଙ୍କ ସମେତ ଅନେକଙ୍କ ସାମୂହିକ ଉଦ୍ୟମ ଦ୍ୱାରା ଏହା ଶକ୍ତି ପ୍ରାପ୍ତ ହୋଇଛି । ଏଥି ସହିତ ଭାରତର ଲୋକମାନେ ବିଜ୍ଞାନ ଉପରେ ଅଦ୍ଭୁତପୂର୍ବ ବିଶ୍ୱାସ ପ୍ରଦର୍ଶନ କରିଛନ୍ତି ଏବଂ ଠିକ୍ ସମୟରେ ଏହାର ମାତ୍ରା ଗ୍ରହଣ କରିଛନ୍ତିୟ ।”
India's vaccination drive is big on speed and scale. It has been powered by collective efforts of many, including scientists, doctors and nurses. At the same time, the people of India have shown remarkable faith in science and taken their doses in a timely manner. https://t.co/yi9LQ2ITt4
— Narendra Modi (@narendramodi) July 20, 2022


