ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଜବେକିସ୍ତାନ ଗଣରାଜ୍ୟର ରାଷ୍ଟ୍ରପତି ମହାମହୀମ ଶ୍ରୀଯୁକ୍ତ ଶଭକତ୍ ମିର୍ଜିୟୋୟେଭଙ୍କୁ ଆଜି ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ସଦସ୍ୟ ରାଷ୍ଟ୍ରଗୁଡ଼ିକର କାଉନସିଲ ମୁଖ୍ୟମାନଙ୍କ ୨୨ତମ ବୈଠକ ଅବସରରେ ଉଜବେକିସ୍ତାନର ସମରକନ୍ଦରେ ସାକ୍ଷାତ କରିଛନ୍ତି ।

ଏହା ଉଭୟ ଦେଶ ପାଇଁ ସ୍ୱତନ୍ତ୍ର ବର୍ଷ କାହିଁକି ନା ଏହା କୂଟନୈତିକ ସମ୍ପର୍କ ସ୍ଥାପନାର ୩୦ ବର୍ଷ ପୂରଣ କରୁଛି । ନେତାଦ୍ୱୟ ୨୦୨୦ ଡିସେମ୍ବରରେ ଭର୍ଚୁଆଲ ସମ୍ମିଳନୀରେ ହୋଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ ସମେତ ସାମଗ୍ରିକ ଦ୍ୱିପାକ୍ଷିକ ସମ୍ପର୍କରେ ପ୍ରଗତିକୁ ପ୍ରଶଂସା କରିଥିଲେ ।

ଦୁଇନେତା ଦ୍ୱିପାକ୍ଷିକ ସହଯୋଗର ଅଗ୍ରାଧିକାର କ୍ଷେତ୍ର, ବିଶେଷକରି ବାଣିଜ୍ୟ, ଅର୍ଥନୈତିକ ସହଯୋଗ ଏବଂ କନେକ୍ଟିଭିଟି ଉପରେ ଆଲୋଚନା କରିଥିଲେ । ସେମାନେ ବାଣିଜ୍ୟ କ୍ଷେତ୍ରରେ ବିବିଧତା ଆଣିବା ଏବଂ ବ୍ୟବସାୟ ଓ ନିବେଶକୁ ସୁଦୃଢ଼ କରିବା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥାରେ ପ୍ରବେଶ ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ଚାବହାର ବନ୍ଦର ଏବଂ ଅନ୍ତଃରାଷ୍ଟ୍ରୀୟ ଉତ୍ତର ଦକ୍ଷିଣ ପରିବହନ କରିଡରର ଅଧିକ ଉପଯୋଗ ସହିତ ଏହି ସମ୍ପର୍କରେ କ୍ଷମତାକୁ ଉନ୍ମୁକ୍ତ କରିବା ଲାଗି କନେକ୍ଟିଭିଟିକୁ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରିଥିଲେ ।

ନେତାଦ୍ୱୟ ଭାରତର ବିକାଶଗତ ଅନୁଭବ ଏବଂ ବିଶେଷଜ୍ଞତା ଆଧାରରେ ସୂଚନା ପ୍ରଯୁକ୍ତି, ସ୍ୱାସ୍ଥ୍ୟ ସେବା, ଉଚ୍ଚଶିକ୍ଷା ଆଦି ଭଳି କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଭାରତୀୟ ଶିକ୍ଷାନୁଷ୍ଠାନ ଖୋଲିବା ଏବଂ ଉଜବେକ ଓ ଭାରତୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ସହଯୋଗିତାକୁ ସ୍ୱାଗତ କରାଯାଇଥିଲା ।

ଆଫଗାନିସ୍ତାନ ସମେତ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ଚର୍ଚ୍ଚା ହୋଇଥିଲା । ଆଫଗାନିସ୍ତାନ ଅଞ୍ଚଳକୁ ଯେମିତି ଆତଙ୍କବାଦୀ ଗତିବିଧି ପାଇଁ ବ୍ୟବହାର କରା ନ ଯାଏ, ସେଥିପାଇଁ ଉଭୟ ନେତାଙ୍କ ବିଚାରରେ ସହମତି ହୋଇଥିଲା ।

ନେତାଦ୍ୱୟ ଚଳିତବର୍ଷ ଜାନୁଆରୀରେ ଆୟୋଜିତ ପ୍ରଥମ ଭାରତ-ମଧ୍ୟ ଏସିଆ ସମ୍ମିଳନୀର ନିର୍ଯାସକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ । ସେମାନେ ଶିଖର ସମ୍ମିଳନୀରେ ହୋଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ୱୟନରେ ହେଉଥିବା ପ୍ରଗତିକୁ ସ୍ୱୀକାର କରିଥିଲେ ।

ପ୍ରଧାନମନ୍ତ୍ରୀ ଏସସିଓ ଶିଖର ସମ୍ମିଳନୀର ଉକ୍ରୃଷ୍ଟ ଆୟୋଜନ ଏବଂ ଉଜବେକିସ୍ତାନର ସଫଳ ଅଧ୍ୟକ୍ଷତା ନିମନ୍ତେ ରାଷ୍ଟ୍ରପତି ମିର୍ଜିୟୋୟେଭଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win