ଗତ ବର୍ଷେ ଦୁଇ ବର୍ଷ ହେବ 21 ବର୍ଷୀୟ ବୟସ୍କ ସଞ୍ଜୟ ଭର୍ଗେମ ଛାତି ଯନ୍ତ୍ରଣା, ହୃତକମ୍ପନ, ମୁଣ୍ଡ ବୁଲାଇବା, କଫ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଯୋଗୁ 14.01.2019ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଯାଞ୍ଚ କରାଯିବା ପରେ ତାଙ୍କ ହୃତପିଣ୍ଡରେ ଦୁଇଟି ଭାଲ୍ଭ ପ୍ରତିରୋପଣର ଆବଶ୍ୟକତା ରହିଥିବା ଜଣାପଡ଼ିଥିଲା ।

ମାତ୍ର ସେ ଅତି ଗରିବ ପରିବାରର ହୋଇଥିବାରୁ ଡାକ୍ତରୀ ଚିକିତ୍ସା ଖର୍ଚ୍ଚ ବହନ କରିବା ସ୍ଥିତିରେ ନଥିଲେ । ଫଳସ୍ୱରୂପ ସେ ଓ ତାଙ୍କ ପରିବାର ଶେଷ ଆଶା ନେଇ ଗାଁକୁ ଫେରି ଆସିଲେ । ତେବେ ଫେରିବା ସଙ୍ଗେ ସଙ୍ଗେ ସେମାନେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଷୟରେ ଜାଣିବାକୁ ପାଇଥିଲେ । ଯାହା ସଞ୍ଜୟ ଓ ତାଙ୍କ ପରିବାର ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । 2 ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ଏହି ଅସ୍ତ୍ରୋପଚାର ପ୍ରଧାନମନ୍ତ୍ରୀ ଜନ-ଆରୋଗ୍ୟ ଯୋଜନାରେ 18 ଫେବ୍ରୁଆରୀ, 2019ରେ ମାଗଣାରେ ହୋଇଥିଲା ।

ବର୍ତ୍ତମାନ ସେ ଯନ୍ତ୍ରଣାରୁ ମୁକ୍ତି ପାଇସାରିଛନ୍ତି ଏବଂ ଏକ ସୁସ୍ଥ ଓ ସୁଖୀ ଜୀବନ ଅତିବାହିତ କରୁଛନ୍ତି ।

ଆଜି ସେ ଜଣେ ସୁସ୍ଥ ମଣିଷ ଏବଂ ଏବଂ ସେହି 31 ଜଣ ହିତାଧିକାରୀମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନାର ସଫଳତା ବର୍ଣ୍ଣନା କରିଛନ୍ତି ।

ଠିକ ଏକ ବର୍ଷ ତଳେ 2018ରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହା ମାଧ୍ୟମରେ ଦେଶର 10.74 କୋଟି ଗରିବ ଲୋକଙ୍କୁ ସହଜ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଲକ୍ଷ୍ୟ ରଖାଯାଇଛି ।

ଗତ ଏକ ବର୍ଷ ମଧ୍ୟରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଜରିଆରେ ସଞ୍ଜୟ ଭର୍ଗେମଙ୍କ ଭଳି 50 ହଜାରରୁ ଅଧିକ ରୋଗୀ ସେମାନଙ୍କ ରାଜ୍ୟ ବାହାରେ ଶ୍ରେଷ୍ଠ ଚିକିତ୍ସା ସୁବିଧା ପାଇପାରିଛନ୍ତି ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ପିଏମ-ଜେଏୱାଇ) ଯୋଜନା ଅନ୍ତର୍ଗତ 16,085ଟି ଡାକ୍ତରଖାନା ତାଲିକାଭୁକ୍ତ ହୋଇସାରିଛନ୍ତି, 41 ଲକ୍ଷ ହିତାଧିକାରୀ ଚିକିତ୍ସା ସୁବିଧା ପାଇଛନ୍ତି ଏବଂ 10 କୋଟିରୁ ଉର୍ଦ୍ଧ୍ଵ ଇ-କାର୍ଡ ଜାରି କରାଯାଇସାରିଛି ।

ଆୟୁଷ୍ମାନ ଭାରତ ଅଧୀନରେ ସାରା ଦେଶରେ 20,700ରୁ ଉର୍ଦ୍ଧ୍ଵ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇସାରିଛି ।

Click here to see Details here:

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Handloom — weaving India’s heritage into global growth

Media Coverage

Handloom — weaving India’s heritage into global growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on spirit of selfless service
August 07, 2026

The Prime Minister, Shri Narendra Modi, shared a Sanskrit Subhashitam highlighting the virtue of selfless service and the noble ideal of working for the welfare of others without expecting anything in return:

"किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥"

The Prime Minister posted on X:

किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥