ଅଷ୍ଟ୍ରେଲିଆର ବୈଦେଶିକ ତଥା ମହିଳା ବିଭାଗ ମନ୍ତ୍ରୀ ମହାମହିମ ମାରିସ ପେନ ଓ ପ୍ରତିରକ୍ଷା ମନ୍ତ୍ରୀ ମହାମହିମ ପିଟର ଡଟନ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମନ୍ତ୍ରୀସ୍ତରୀୟ ୨+୨ କଥାବାର୍ତ୍ତା ସମାପନର ତୁରନ୍ତ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ୨+୨ ବୈଠକ ସମୟରେ ଫଳପ୍ରଦ ଆଲୋଚନା ପାଇଁ ଅଷ୍ଟ୍ରେଲୀୟ ପ୍ରତିନିଧିଙ୍କୁ ପ୍ରଶଂସା କରିବା ସହ ଉଭୟ ରାଷ୍ଟ୍ର ମଧ୍ୟରେ ଏହା ବର୍ଦ୍ଧିତ ରଣନୀତିକ ସମ୍ବନ୍ଧର ସଂକେତ ବୋଲି ଉଲ୍ଲେଖ କରିଛନ୍ତି ।

ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା, ଯେଉଁଥିରେ ଦ୍ୱିପାକ୍ଷିକ ରଣନୀତିକ ତଥା ଆର୍ଥିକ ସହଯୋଗ ବୃଦ୍ଧିର ସମ୍ଭାବନା, ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ପ୍ରତି ଉଭୟ ଦେଶର ସମାନ ଦୃଷ୍ଟିକୋଣ ଏବଂ ଉଭୟ ପକ୍ଷ ମଧ୍ୟରେ ମାନବ-ସେତୁ ରୂପରେ ଅଷ୍ଟ୍ରେଲିଆରେ ଭାରତୀୟ ସମୁଦାୟଙ୍କ ବର୍ଦ୍ଧିତ ମହତ୍ତ୍ୱ ଆଦି ସାମିଲ ଥିଲା ।

ପ୍ରଧାନମନ୍ତ୍ରୀ ବିଗତ ବର୍ଷରେ ଉଭୟ ଦେଶ ମଧ୍ୟରେ ସ୍ଥାପିତ ବ୍ୟାପକ ରଣନୀତିକ ଭାଗୀଦାରିକୁ ଦ୍ରୁତି ଗତିରେ ଆଗେଇ ନେବାରେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋରିସନଙ୍କୁ ତାଙ୍କ ସୁବିଧା ଅନୁସାରେ ଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ପୁନଃ ଆମନ୍ତ୍ରଣ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi